Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କାଶ୍ମୀରର ପୁଲୱାମାଠାରେ ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣକୁ ପ୍ରଧାନମନ୍ତ୍ରୀଙ୍କ ଦୃଢ ନିନ୍ଦା


 

କାଶ୍ମୀରର ପୁଲୱାମାଠାରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ କର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୃଢ ଭାବେ ନିନ୍ଦା କରିଛନ୍ତି ।

“ପୁଲୱାମାଠାରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ କର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣ ଏକ ଘୃଣ୍ୟ କାର୍ଯ୍ୟ । ଏହି ଜଘନ୍ୟ ଆକ୍ରମଣକୁ ମୁଁ ଦୃଢ ଭାବେ ନିନ୍ଦା କରୁଛି । ଆମ ବୀର ସୁରକ୍ଷା କର୍ମୀଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ । ପ୍ରତ୍ୟେକ ସୈନିକ ଏବଂ ବୀର ସହିଦଙ୍କ ପରିବାର ସାଥିରେ ପୁରା ଦେଶ ଛିଡା ହୋଇଛି । ଆହାତଙ୍କ ଆଶୁ ଆରୋଗ୍ୟ କାମନା କରୁଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।