Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଛତିଶଗଡ଼ ଅନୁସୂଚିତ ଜନଜାତି ତାଲିକାରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରି


 

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଛତିଶଗଡ଼ରେ ଅନୁସୂଚିତ ଜନଜାତି (ଏସଟି)ଙ୍କ ତାଲିକାରେ ସଂଶୋଧନ ଲାଗି ସମ୍ବିଧାନ (ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି) ସଂଶୋଧନ ବିଲ-2016ରେ ସଂଶୋଧନ କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି ।

ଛତିଶଗଡ଼ର ଅନୁସୂଚିତ ଜନଜାତିଙ୍କ ତାଲିକାରେ ନିମ୍ନଲିଖିତ ପରିବର୍ତ୍ତନ କରାଯିବ ।

  1. ପ୍ରବେଶ 5ରେ, “ଭାରିଆ ଭୂମିଆ” ପରେ, ନିମ୍ନଲିଖିତମାନଙ୍କୁ ସାମିଲ କରାଯିବ : “ଭୂଇଁୟା, ଭୂଇୟାଁ, ଭୂୟାଁ”,
  2. ପ୍ରବେଶ 14ର ପ୍ରତିବଦଳରେ ନିମ୍ନଲିଖିତ ପ୍ରବେଶଗୁଡ଼ିକୁ ସାମିଲ କରାଯିବ । “14. ଧନୱାର, ଧନୁହର, ଧନୁୱାର”
  3. ପ୍ରବେଶ 32 ଏବଂ 33 ଲାଗି ବଦଳରେ ନିମ୍ନଲିଖିତ ପ୍ରବେଗୁଡ଼ିକୁ ସାମିଲ କରାଯିବ : “32. ନଗେସିଆ, ନାନାସିୟା, କିସାନ 33. ଓରାଂଓ, ଧାନକା, ଧନଗଢ଼”

4.ପ୍ରବେଶ 41 ଲାଗି ପୂର୍ବାପେକ୍ଷା ନିମ୍ନ ପ୍ରବେଶଗୁଡ଼ିକୁ ସାମିଲ କରାଯାଇଛି “41 ସୱର, ସଁୱାରା, ସୋନରା, ସାଓନରା” ଏବଂ

  1. ପ୍ରବେଶ 42 ପରେ ନିମ୍ନଲଖିତ ପ୍ରବେଶକୁ ସାମିଲ କରାଯିବ- “43. ବିନଝିୟା”

ଏହି ଆଇନକୁ ସମ୍ବିଧାନ (ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି) ସଂଶୋଧନ ବିଲ-2019 କୁହାଯାଇପାରିବ । ବିଲ ଆଇନରେ ପରିଣତ ହେବା ପରେ ଛତିଶଗଡ଼ର ଅନୁସୂଚିତ ଜନଜାତିର ସଂଶୋଧିତ ତାଲିକାରେ ନୂଆ ତାଲିକାଭୂକ୍ତ ସମୂଦାୟର ସଦସ୍ୟ ସରକାରଙ୍କ ବର୍ତ୍ତମାନର ଯୋଜନା ଅନ୍ତର୍ଗତ ଅନୁସୂଚିତ ଜନଜାତି ଲାଗି ନିର୍ଦ୍ଧାରିତ ଲାଭ ପାଇପାରିବେ । ଏହିପରି କିଛି ପ୍ରମୁଖ ଯୋଜନା ମଧ୍ୟରେ ରହିଛି ମାଟ୍ରିକ ପରବର୍ତୀ ଛାତ୍ରବୃତ୍ତି, ଜାତୀୟ ବିଦେଶୀ ଛାତ୍ରବୃତ୍ତି, ଜାତୀୟ ଫେଲୋସିପ, ଜାତୀୟ ଅନୁସୂଚିତ ଜନଜାତି ଆର୍ଥିକ ଏବଂ ବିକାଶ ନିଗମରୁ ଉଚ୍ଚ ଶିକ୍ଷା ପାଇଁ ରିହାତି ଦରରେ ଋଣ, ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବାସ ଆଦି ସାମିଲ ରହିଛି । ଉପରୋକ୍ତ ବ୍ୟତୀତ ଜନସେବାରେ ସଂରକ୍ଷଣର ଲାଭ ଉଠାଇବା ଏବଂ ସରକାରଙ୍କ ନୀତି ଅନୁସାରେ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବାର ଅଧିକାର ଏମାନଙ୍କୁ ମିଳିପାରିବ ।

**********