ପିଏମଇଣ୍ଡିଆ
ଭାରତମାତା କୀ ଜୟ, ଭାରତମାତା କୀ ଜୟ!
ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀମାନ ବିଦ୍ୟାସାଗର ରାଓ ମହୋଦୟ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ମହାଶୟ ଫଡନବୀସ, କେନ୍ଦ୍ର ମନ୍ତ୍ରିପରିଷଦରେ ମୋର ସାଥୀ ନୀତିନ ମହାଶୟ, ଶ୍ରୀମାନ ହଂସରାଜ ଅହିର ମହାଶୟ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ଶ୍ରୀମାନ ମଦନ ୟେରୱାର ମହାଶୟ, ମଞ୍ଚ ଉପରେ ଉପସ୍ଥିତ ଅନ୍ୟ ମହାନୁଭବ ଏବଂ ବିଶାଳ ସଂଖ୍ୟାରେ ଆମକୁ ଆଶୀର୍ବାଦ ଦେବାକୁ ଆସିଥିବା ଭାଇ ଓ ଭଉଣୀମାନେ, ଆଉ ବିଶେଷ କରି ଭଉଣୀମାନେ ।
ପାଣ୍ଡରକୋଡାର ଏହି ଭୂମିରୁ ମୁଁ ସନ୍ଥ ସର୍ବଲାଲ ମହାରାଜ, ମୁଖସାଜୀ ମହାରାଜଙ୍କ ଭଳି ଅନେକ ସନ୍ଥ ଏବଂ ମହାପୁରୁଷଙ୍କୁ ପ୍ରଣାମ କରୁଛି । କିଛି ମାସ ପୂର୍ବେ ଏହି କ୍ଷେତ୍ରର ଆଦିବାସୀ ଯୁବକମାନେ ଏଭରେଷ୍ଟ ଉପରେ ବିଜୟପ୍ରାପ୍ତ କରିଥିଲେ । ଦିଲ୍ଲୀରେ ମୋତେ ଏହି ସମସ୍ତ ଯୁବ ସାଥୀଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ମିଳିଥିଲା । ଅନେକ ପରିଶ୍ରମ, ସେମାନଙ୍କ ସ୍ୱପ୍ନ ବିଷୟରେ ଜାଣି ମୋତେ ୟବତମାଲ ଚନ୍ଦ୍ରପୁରର ଉର୍ଜ୍ଜାର ସୁଖଦ ଅନୁଭବ ହୋଇଥିଲା । ଏଠାକାର କୋଲାମ ଜନଜାତିର ସ୍ୱଚ୍ଛତା ପ୍ରତି ଯେଉଁ ଆଗ୍ରହ ରହିଛି ତାହାର ଚର୍ଚ୍ଚା ମୁଁ ମୋର ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ମଧ୍ୟ କରିଥିଲି । ଚନ୍ଦ୍ରପୁରର ଯୁବକମାନେ ଯେଉଁଭଳି ଭାବେ ସେଠାକାର ଦୁର୍ଗକୁ ସଫା କରିଥିଲେ, ତାହାଦ୍ୱାରା ଦେଶର ଅନେକ ଯୁବକଙ୍କୁ ଏଭଳି ହିଁ ସ୍ୱଚ୍ଛତା ଅଭିଯାନର ପ୍ରେରଣା ମିଳିଛି ।
ସେତେବେଳେ ମୁଁ ଚା ପେ ଚର୍ଚ୍ଚା କରିଥିଲି ଏବଂ ଦେଶର ସମସ୍ୟାଗୁଡ଼ିକୁ ଦୂର କରିବା ପାଇଁ ନିରନ୍ତର କାର୍ଯ୍ୟ କରିବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲି । ବିଗତ ସାଢ଼େ ଚାରି ବର୍ଷରେ ସଂପୂର୍ଣ୍ଣ ସଚ୍ଚୋଟତାର ସହିତ ଆପଣଙ୍କୁ ଦେଇଥିବା ଏହି ପ୍ରତିଶ୍ରୁତି ପାଳନ କରିବାର ପ୍ରୟାସ ମୁଁ କରୁଛି । ଆପଣମାନେ ଖୁସି ଅଛନ୍ତି ତ ? ମୁଁ ଯେଉଁ କାର୍ଯ୍ୟ କରୁଛି ସେଥିରେ ଆପଣ ଖୁସି ତ ? ମୁଁ ଯେଉଁ ପରିଶ୍ରମ କରୁଛି ସେଥିରେ ଆପଣ ସନ୍ତୋଷ ତ ? ମୁଁ ଯେଉଁ ପ୍ରତିଶ୍ରୁତି ଦେଇଥିଲି ସେଥିପାଇଁ ମନ-ପ୍ରାଣ ଦେଇ ଲାଗିପଡ଼ିଛି, ସେଥିପାଇଁ ଆପଣ ଖୁସି ତ ? ଆପଣମାନଙ୍କର ଆଶୀର୍ବାଦ ରହିଛି, ଆପଣମାନଙ୍କର ଆଶୀର୍ବାଦ ରହିବ ?
ଆଜି ମଧ୍ୟ ପାଣ୍ଡରକୋଡାର ୟବତମାଲର ବିକାଶ ସହିତ ଜଡ଼ିତ ଶହ ଶହ କୋଟିର ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରାଯାଇଛି । ଏଥିରେ ଗରିବଙ୍କ ଘର ସହିତ ଜଡ଼ିତ, ସଡ଼କ ସହିତ ଜଡ଼ିତ, ରେଳବାଇ ସହିତ ଜଡ଼ିତ, ରୋଜଗାର ଏବଂ ସ୍ୱରୋଜଗାର ସହିତ ଜଡ଼ିତ, ଶିକ୍ଷା ସହିତ ଜଡ଼ିତ ଅନେକ ପ୍ରକଳ୍ପ ରହିଛି ।
ଭାଇ ଓ ଭଉଣୀମାନେ, ବିକାଶର ଏହି ସମସ୍ତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ମୁଁ ଏହା ମଧ୍ୟ ଜାଣୁଛି କି ଆମେ ସମସ୍ତେ କୌଣସି ଗଭୀର ଦୁଃଖ ମଧ୍ୟ ଦେଇ ଗତି କରୁଛେ । ପୁଲୱାମାରେ ଯାହା କିଛି ମଧ୍ୟ ହେଲା, ତାକୁ ନେଇ ଆତଙ୍କବାଦୀଙ୍କର ସେହି କୃତ୍ୟକୁ ନେଇ ଆପଣମାନଙ୍କର ରହିଥିବା ଆକ୍ରୋଶକୁ ମୁଁ ବୁଝିପାରୁଛି । ଏଠାରେ ମହାରାଷ୍ଟ୍ରର ମଧ୍ୟ ଦୁଇଜଣ ବୀର ସନ୍ତାନ ଦେଶ ସେବା କରି ପୁଲୱାମାରେ ନିଜ ପ୍ରାଣର ଆହୁତି ଦେଇଛନ୍ତି । ଯେଉଁ ପରିବାର ନିଜର ପୁତ୍ରକୁ ହରାଇଛନ୍ତି, ସେମାନଙ୍କର ଦୁଃଖ କଷ୍ଟକୁ ମୁଁ ଭଲଭାବେ ଅନୁଭବ କରିପାରୁଛି । ଆମ ସମସ୍ତଙ୍କ ସମ୍ବେଦନା ସେମାନଙ୍କ ସହିତ ରହିଛି ।
ଭାଇ ଓ ଭଉଣୀମାନେ, ମୁଁ କାଲି ମଧ୍ୟ କହିଛି ଆଉ ଆଜି ମଧ୍ୟ ସେହି କଥାକୁ ଦୋହରାଉଛି ଏହି ସହୀଦମାନଙ୍କର ବଳିଦାନ ବ୍ୟର୍ଥ ଯିବ ନାହିଁ । ଆତଙ୍କୀ ସଂଗଠନ ଆତଙ୍କକୁ ପ୍ରୋତ୍ସାହିତ କରୁଥିବା ଲୋକମାନେ ଯେଉଁ ପାପ କରିଛନ୍ତି ସେମାନେ ହୁଏତ ଯେତେ ମଧ୍ୟ ଲୁଚିବାକୁ ଚେଷ୍ଟା କରନ୍ତୁ, ସେମାନଙ୍କୁ ନିଶ୍ଚିତ ଭାବେ ଦଣ୍ଡ ଦିଆଯିବ । ଆମେ ଆମର ସୈନିକମାନଙ୍କର, ନିଜର ସୁରକ୍ଷାବଳଙ୍କର ପରାକ୍ରମ ଉପରେ ଗର୍ବ ମଧ୍ୟ କରୁଛନ୍ତି, ଭରସା ମଧ୍ୟ କରୁଛନ୍ତି । ସୈନିକମାନଙ୍କ ମଧ୍ୟରେ ଆଉ ବିଶେଷ କରି ସିଆରପିଏଫଙ୍କ ଭିତରେ ଯେଉଁ କ୍ରୋଧ ରହିଛି ତାହାକୁ ମଧ୍ୟ ଦେଶ ବୁଝିପାରୁଛି ଆଉ ଏଥିପାଇଁ ସୁରକ୍ଷାବଳଙ୍କୁ ସଂପୂର୍ଣ୍ଣ ଭାବେ ସ୍ୱାଧୀନତା ଦିଆଯାଇଛି ।
ସାଥୀଗଣ, ଏଭଳି ଏକ ଦେଶ ଯାହା ଭାରତର ବିଭାଜନ ପରେ ତା’ର ଅସ୍ତିତ୍ୱକୁ ଆସିଛି, ଯେଉଁଠାରେ ଆତଙ୍କବାଦକୁ ପ୍ରୋତ୍ସାହନ ଦିଆଯାଉଛି । ଯିଏ ଆଜି ଦେବାଳିଆ ହେବା ସ୍ଥିତିରେ ଆସି ଠିଆ ହୋଇଛି, ସେ ଆତଙ୍କର ଅନ୍ୟ ନାମ ହୋଇଯାଇଛି । ମୁଁ ଦେଶକୁ ପୁଣିଥରେ ଭରସା ଦେଉଛି, ଧୈର୍ଯ୍ୟ ରଖନ୍ତୁ, ଆମ ଯବାନମାନଙ୍କ ଉପରେ ଭରସା ରଖନ୍ତୁ, ପୁଲୱାମାର ଅପରାଧୀମାନଙ୍କୁ ଦଣ୍ଡ କିଭଳି ଭାବେ ଦିଆଯିବ, କେଉଁଠି ଦିଆଯିବ, କେବେ ଦିଆଯିବ, କିଏ ଦେବ, କେଉଁଭଳି ଭାବେ ଦଣ୍ଡ ଦେବ, ଏସବୁ ଆମ ଆମ ଯବାନମାନେ ସ୍ଥିର କରିବେ ।
ସାଥୀଗଣ, ଆଜି ଯଦି ଆମେ ସଂପୂର୍ଣ୍ଣ ସୁରକ୍ଷା ସହିତ ଆମର ସ୍ୱପ୍ନଗୁଡ଼ିକୁ ପୂରଣ କରିପାରୁଛେ, ଦେଶର ବିକାଶ କରିପାରୁଛେ ତ ତା’ପଛରେ ଅଗଣିତ ବଳିଦାନ ରହିଛି । ମୁଁ ପୁଲୱାମାର ସହୀଦମାନଙ୍କୁ ଆଉ ଥରେ ପୁଣି ପ୍ରଣାମ କରୁଛି ।
ସାଥୀଗଣ, ଦେଶର ସୁରକ୍ଷା ସହିତ ହିଁ ଦେଶର ସମୃଦ୍ଧି ପାଇଁ ମଧ୍ୟ ଆମ ସରକାର ହେଉଛନ୍ତି ପୂର୍ଣ୍ଣ ରୂପେ ପ୍ରତିବଦ୍ଧ ଆଉ ଏଥିପାଇଁ ବିକାଶର ପଞ୍ଚଧାରା ଅର୍ଥାତ ପିଲାମାନଙ୍କର ପାଠପଢ଼ା, ଯୁବକମାନଙ୍କୁ ରୋଜଗାର, ବୟସ୍କମାନଙ୍କୁ ଔଷଧ, କୃଷକମାନଙ୍କୁ ଜଳସେଚନ ଏବଂ ସାଧାରଣ ଜନତାଙ୍କ କଥା ଶୁଣିବା ଉପରେ ଗୁରୁତ୍ୱ ଦିଆଯାଉଛି । ଆଜିର ଲୋକାର୍ପଣ ଏବଂ ଶିଳାନ୍ୟାସ ହେଉଛି ଏହି ଚିନ୍ତାଧାରାର ସଂପ୍ରସାରଣ ।
ଭାଇ ଓ ଭଉଣୀମାନେ, କୌଣସି ମଧ୍ୟ କ୍ଷେତ୍ରର ବିକାଶରେ ଯୋଗାଯୋଗର ବହୁତ ବଡ଼ ଭୂମିକା ରହିଥାଏ । ୟବତମାଲର ପ୍ରଗତି ମଧ୍ୟ ଏଠାକାର ସଡ଼କ ଏବଂ ରେଳ ପାଇଁ ସୁନିଶ୍ଚିତ ଭାବେ ହେବା ଦରକାର । ଏହି ଭାବନା ସହିତ କିଛି ସମୟ ପୂର୍ବରୁ ସଡ଼କ ସହିତ ଜଡ଼ିତ ପ୍ରାୟ 500 କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ଏହା ବ୍ୟତୀତ ପୁଣେ-ଅଜନୀ, ପୁଣେ-ହମସଫର ଏକ୍ସପ୍ରେସକୁ ମଧ୍ୟ ସବୁଜ ପତାକା ଦେଖାଯାଇଛି । ଏହି ଟ୍ରେନ ଦ୍ରୋଣୀ, ମନମାଡ଼, ଭୁସାୱଲ ଏବଂ ବଡ଼ନେରା ହୋଇ ଯିବ । ଏହା ଫଳରେ ଏ ସମସ୍ତ ସ୍ଥାନର ଲୋକମାନଙ୍କୁ ବହୁତ ସୁବିଧା ହେବାକୁ ଯାଉଛି ।
ସାଥୀଗଣ, ସଡ଼କ ଏବଂ ରେଳ ସୁବିଧା ବ୍ୟତୀତ ୟବତମାଲର ସାଢ଼େ 14 ହଜାରରୁ ଅଧିକ ଗରିବ ପରିବାର ଆଜି, ଆଜି ନିଜର ନୂଆ ଘରେ ପ୍ରବେଶ ମଧ୍ୟ କରିଛନ୍ତି । ଯାହାଙ୍କୁ ମଧ୍ୟ ଏହି ପକ୍କା ଘର ମିଳିଛି ସେମାନଙ୍କୁ ମୁଁ ବହୁତ ବହୁତ ଶୁଭକାମନା ଜଣାଉଛି । ଏବେ ପକ୍କା ଘର ରହିଛି ତ ସ୍ୱପ୍ନ ମଧ୍ୟ ପକ୍କା ରହିବ ।
ସାଥୀଗଣ, କେନ୍ଦ୍ର ସରକାର 2022 ପର୍ଯ୍ୟନ୍ତ ପ୍ରତ୍ୟେକ ବାସହୀନଙ୍କୁ ପକ୍କା ଘର ଦେବାର ଲକ୍ଷ୍ୟ ରଖିଛନ୍ତି ଆଉ ଏହି ସରକାର ଖୁବ ଦ୍ରୁତ ଗତିରେ ନିଜର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଛନ୍ତି । ଯେଉଁ ପରିବାରଗୁଡ଼ିକୁ ଏ ପର୍ଯ୍ୟନ୍ତ ଘର ମିଳିନାହିଁ ସେମାନେ ମଧ୍ୟ ଏହି କଥା ଉପରେ ଭରସା କରନ୍ତୁ ଏହା ହେଉଛି ମୋର ପ୍ରତିଶ୍ରୁତି 2022 ପୂର୍ବରୁ ପ୍ରତ୍ୟେକ ପରିବାରଙ୍କ ପାଖରେ ପକ୍କା ଘର ଥିବ, ଥିବ, ଥିବ । ଏ ପର୍ଯ୍ୟନ୍ତ ଦେଶର ଗାଁ ଏବଂ ସହରମାନଙ୍କରେ ଦେଢ଼ କୋଟି ଗରିବଙ୍କ ପାଇଁ ଘର ନିର୍ମାଣ କରା ସରିଛି । ବିଗତ ଚାରି ବର୍ଷ ମଧ୍ୟରେ ମହାରାଷ୍ଟ୍ରରେ ମଧ୍ୟ ପ୍ରାୟ ଅଢ଼େଇ ଲକ୍ଷ୍ୟ ଘର ହୋଇଛି । ଫଡ଼ନବୀସ ମହୋଦୟଙ୍କ ସରକାର ମଧ୍ୟ 50 ହଜାରରୁ ଅଧିକ ଘର ନିର୍ମାଣ କରିଛନ୍ତି । ଏଠାରେ ୟବତମାଲରେ ମଧ୍ୟ 12 ହଜାର ଘର ତିଆରି କାର୍ଯ୍ୟ ଚାଲୁ ରହିଛି ।
ସାଥୀଗଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଯେଉଁ ଘର ସବୁ ନିର୍ମାଣ ହେଉଛି, ଏହା ଗରିବମାନଙ୍କୁ ଆତ୍ମବିଶ୍ୱାସ ତ ଦେଉଛି ହିଁ ଏହା ସହିତ ଆମର ଭଉଣୀମାନଙ୍କ ପାଇଁ ମଧ୍ୟ ସଶକ୍ତିକରଣର ସାଧନ ହେଉଛି । ଯେଉଁଭଳି ଭାବେ ଏଠାକାର ଆମର ପରମ୍ପରାରେ ଭଉଣୀମାନଙ୍କୁ ପ୍ରାଥମିକତା ଦିଆଯାଏ । ମାତାମାନେ ପରିବାର ଏବଂ ସମାଜକୁ ଦିଗଦର୍ଶନ ଦେଇଥାଆନ୍ତି, ସେହିଭଳି ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ମିଳୁଥିବା ଘରଗୁଡ଼ିକର ପଞ୍ଜୀକରଣ ବା ରେଜେଷ୍ଟ୍ରି ଘରର ମହିଳାଙ୍କ ନାମରେ ହେଉ, ଏହା ଉପରେ ଗୁରୁତ୍ୱାରୋପ କରାଯାଉଛି ।
ଭାଇ ଓ ଭଉଣୀମାନେ, ମହିଳା ସଶକ୍ତିକରଣକୁ ନେଇ ୟବତମାଲ ହେଉଛି ଦେଶର ଅଗ୍ରଣୀ ଜିଲ୍ଲାମାନଙ୍କ ମଧ୍ୟରୁ ଗୋଟିଏ । ୟବତମାଲ ସହିତ ସଂପୂର୍ଣ୍ଣ ମହାରାଷ୍ଟ୍ରରେ ମହିଳା ସଞ୍ଚୟ ସଂଗଠନର ଏକ ବହୁତ ବଡ଼ ନେଟୱାର୍କ ରହିଛି । ଆମ ସରକାର ମହିଳା ସଞ୍ଚୟ ସଂଗଠନର ସଂପ୍ରସାରଣ ମଧ୍ୟ କରିଛନ୍ତି ଆଉ ସେମାନଙ୍କୁ ଶକ୍ତି ମଧ୍ୟ ଦେଇଛନ୍ତି । ଏହି ସମୂହଗୁଡ଼ିକୁ ଗ୍ରାମୀଣ ଅର୍ଥବ୍ୟବସ୍ଥାର ଆଧାର କରିବା ପାଇଁ ପୂର୍ବ ଅପେକ୍ଷା ଅଢ଼େଇଗୁଣ ଅଧିକ ଅର୍ଥ ଉପଲବ୍ଧ କରାଯାଇଛି ।
ଭାଇ ଓ ଭଉଣୀମାନେ, ମୋର ମନେଅଛି କି ଗତ ଥର ଯେତେବେଳେ ମୁଁ ଏଠାକୁ ଆସିଥିଲି ତ ଶୋତକାରୀ ସମାଜ ବିଷୟରେ ଦୀର୍ଘ ସମୟ ପାଇଁ ବାର୍ତାଳାପ କରିଥିଲି । ଆଜି ଯେତେବେଳେ ଦ୍ୱିତୀୟ ଥର ପାଇଁ ଆପଣମାନଙ୍କ ଗହଣକୁ ଆସିଛି ତ ମୁଁ ଏହି ସୂଚନା ମଧ୍ୟ ଦେବାକୁ ଚାହୁଁଛି କି ନିକଟରେ ବଜେଟରେ କ୍ଷେତ୍ରୀୟ ସମାଜ ସହିତ ଆମର ଯେଉଁ ଯାଯାବର ସମାଜର ଲୋକ ଅଛନ୍ତି, ବନଜାରା-ଇତ୍ୟାଦି ଯେଉଁ ସମାଜ ରହିଛି, ଆମର ଶ୍ରମିକ ସମାଜ ରହିଛି, ଆମର କ୍ଷେତର ଶ୍ରମିକ ଅଛନ୍ତି ଏ ସମସ୍ତଙ୍କ ପାଇଁ ମଧ୍ୟ ବହୁତ ବଡ଼ ଯୋଜନାର ଘୋଷଣା କରାଯାଇଛି ।
ସାଥୀଗଣ, ପିଏମ କିଷାନ ସମ୍ମାନ ନିଧି ନାମରେ କେନ୍ଦ୍ର ସରକାର କୃଷକଙ୍କୁ ସିଧାସଳଖ ଆର୍ଥିକ ସାହାଯ୍ୟ କରିବାର ଯୋଜନା କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଏଭଳି କୃଷକ ଯାହାଙ୍କ ପାଖରେ ପାଞ୍ଚ ଏକରରୁ କମ୍ ଜମି ଅଛି, ସେହି ସମସ୍ତ କୃଷକଙ୍କ ବ୍ୟାଙ୍କ ଖାତାରେ ପ୍ରତିବର୍ଷ ଛଅ ହଜାର ଟଙ୍କା ଦିଲ୍ଲୀରୁ ଭାରତ ସରକାରଙ୍କ ତରଫରୁ ଜମା ହେବ । ମହାରାଷ୍ଟ୍ରର ପ୍ରାୟ ଏକ କୋଟି 25 ଲକ୍ଷ କୃଷକ ପରିବାରଙ୍କୁ ଏହା ଫଳରେ ସିଧାସଳଖ ଲାଭ ମିଳିବ । ଏହି ଟଙ୍କା ଦୁଇ-ଦୁଇ ହଜାର ଟଙ୍କା ହୋଇ ତିନୋଟି କିସ୍ତିରେ ସିଧାସଳଖ ଆପଣଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଯିବ ଆଉ ଏହା ଥରେ ନୁହେଁ, ପ୍ରତିବର୍ଷ ଦିଆଯିବ ।
ସାଥୀଗଣ, ଏହି ବଜେଟରେ ସରକାର ଯାଯାବର ସମ୍ପ୍ରଦାୟଙ୍କ ପାଇଁ ଏକ ବହୁତ ବଡ଼ ନିଷ୍ପତ୍ତି କରିଛନ୍ତି । ୟବତମାଲ ଜିଲ୍ଲାରେ ବହୁତ ବଡ଼ ସଂଖ୍ୟାରେ ଏଭଳି ପରିବାର ଅଛନ୍ତି ଯେଉଁମାନେ ନିଜର ଜୀବନଶୈଳୀ ଏବଂ ଅନ୍ୟାନ୍ୟ କାରଣରୁ ଗୋଟିଏ ଜାଗାରେ ରହି ପାରନ୍ତି ନାହିଁ । ଇତିହାସରେ ପ୍ରଥମ ଥର ପାଇଁ ଏହି ସମ୍ପ୍ରଦାୟର ଚିନ୍ତା ସରକାର କରିଛନ୍ତି । ଏବେ ଏହି ଲୋକମାନଙ୍କ ପାଇଁ ସରକାର ମଙ୍ଗଳ ବିକାଶ ବୋର୍ଡ କରିବାର ନିଷ୍ପତି କରିଛନ୍ତି ଫଳରେ ସରକାରଙ୍କର ବିକାଶ କାର୍ଯ୍ୟର ଲାଭ ଏମାନଙ୍କ ପର୍ଯ୍ୟନ୍ତ ଦ୍ରୁତ ଗତିରେ ପହଞ୍ଚିବ ।
ସାଥୀଗଣ, ସଡ଼କ ଏବଂ ଗୃହ ନିର୍ମାଣ ସହିତ ଜଡ଼ିତ ଘରମାନଙ୍କରେ କାମ କରୁଥିବା ରେହଡ଼ି-ଠେଲାବାଲା ଅସଂଗଠିତ କ୍ଷେତ୍ରର ଏଭଳି ଅସଂଗଠିତ କ୍ଷେତ୍ରର ଏଭଳି କୋଟି କୋଟି ଲୋକଙ୍କ ମଧ୍ୟରେ ଏକ ଏଭଳି ଯୋଜନା ଆମେ ପ୍ରଥମ ଥର ପାଇଁ କରିଛୁ । ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନ ଦେୟ ଯୋଜନା ଦ୍ୱାରା 15 ହଜାର ଟଙ୍କା ମାସକୁ ରୋଜଗାର କରୁଥିବା ଶ୍ରମିକ ବନ୍ଧୁଙ୍କୁ 60 ବର୍ଷ ପରେ ତିନି ହଜାର ଟଙ୍କାର ନିୟମିତ ପେନସନ୍ ସୁନିଶ୍ଚିତ ହୋଇ ପାରିବ । ଏଥିପାଇଁ ହାରାହାରି 100 ଟଙ୍କାର ଅଂଶଦାନ ପ୍ରତ୍ୟେକ ମାସରେ ଦେବାକୁ ପଡ଼ିବ । ଏତିକି ହିଁ ଟଙ୍କା କେନ୍ଦ୍ର ସରକାର ଏହି ବନ୍ଧୁମାନଙ୍କର ପେନସନ୍ ଖାତାରେ ପ୍ରତ୍ୟେକ ମାସରେ ଜମା କରିବେ ।
ଭାଇ ଓ ଭଉଣୀମାନେ, ସାମାଜିକ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଆମର ସରକାର ଆଦିବାସୀ ସମାଜର କଲ୍ୟାଣ ସହିତ ଜଡ଼ିତ ବଜେଟରେ ମଧ୍ୟ ପ୍ରାୟ 30 ପ୍ରତିଶତର ବୃଦ୍ଧି କରିଛନ୍ତି । ଏହାଦ୍ୱାରା ୟବତମାଲ ସହିତ ମହାରାଷ୍ଟ୍ରର ଅନେକ ଜିଲ୍ଲାଗୁଡ଼ିକୁ ଲାଭ ହେବାକୁ ଯାଉଛି । ଏହି ନିଷ୍ପତ୍ତି ଆଦିବାସୀ ଭାଇ ଓ ଭଉଣୀମାନଙ୍କ ପାଇଁ ଭାଜପା ସରକାରଙ୍କର ନିଷ୍ଠା ଏବଂ ତାଙ୍କର ପ୍ରତିବଦ୍ଧତାର ହେଉଛି ପ୍ରମାଣ ।
ସାଥୀଗଣ, ଜମି ହେଉ, ଜଙ୍ଗଲ ଉତ୍ପାଦର କଥା ହେଉ, ପଢ଼ାଲେଖା ହେଉ, ଖେଳକୁଦ ସହିତ ଜଡ଼ିତ ପ୍ରତିଭା ହେଉ, ପ୍ରତ୍ୟେକ ସ୍ତରରେ ଆଦିବାସୀଙ୍କ କଲ୍ୟାଣ ପାଇଁ ବ୍ୟାପକ ପ୍ରୟାସ ହେଉଛି । ଜନ-ଧନରୁ ନେଇ ବନ-ଧନ ଯୋଜନା ପର୍ଯ୍ୟନ୍ତ ଜନସମୁଦାୟ, ଜନଜାତୀୟ ସମୁଦାୟର ଭଉଣୀ ଭାଇଙ୍କ ପାଇଁ କାର୍ଯ୍ୟ କରାଯାଉଛି । ଜନ-ଧନ ଯୋଜନା ମାଧ୍ୟମରେ ବ୍ୟାଙ୍କଗୁଡ଼ିକରେ ପ୍ରାୟ ପ୍ରତ୍ୟେକ ପରିବାରଙ୍କର ଖାତା ଖୋଲାଯାଇଛି, ଯାହା ଫଳରେ ସରକାରଙ୍କର ପ୍ରତ୍ୟେକ ସାହାଯ୍ୟ ଆପଣଙ୍କ ଖାତାକୁ ସିଧାସଳଖ ମିଳିବା ସୁନିଶ୍ଚିତ ହୋଇଛି । ଏବେ କୌଣସି ମଧ୍ୟ ମଧ୍ୟସ୍ଥି ଆପଣଙ୍କ ପଇସା ଉପରେ ଡକାୟତି କରି ପାରିବ ନାହିଁ । ଏହିଭଳି ଭାବେ ବନ-ଧନ ଯୋଜନା ମାଧ୍ୟମରେ ଏହା ସୁନିଶ୍ଚିତ କରାଯାଉଛି କି ଆପଣ ଜଙ୍ଗଲରୁ ଯେଉଁ ଉତ୍ପାଦ ଆଣୁଛନ୍ତି, ତାହାର ଉପଯୁକ୍ତ ମୂଲ୍ୟ ଆପଣଙ୍କୁ ମିଳିପାରୁ । ଏଥିପାଇଁ ବନ-ଧନ କେନ୍ଦ୍ର ନିର୍ମାଣ କରାଯାଉଛି । ସରକାରଙ୍କର ଗୁରୁତ୍ୱ ଜଙ୍ଗଲରୁ ମିଳୁଥିବା ଉତ୍ପାଦକୁ ମୂଲ୍ୟଯୁକ୍ତ ଉପରେ, ମୂଲ୍ୟବୃଦ୍ଧି ଉପରେ ରହିଛି । ଯେତେବେଳେ ମୂଲ୍ୟଯୁକ୍ତ ହୋଇଥାଏ, ମୂଲ୍ୟବୃଦ୍ଧି ହୋଇଥାଏ, ତ ଉତ୍ପାଦନର ଅଧିକ ମୂଲ୍ୟ ମିଳି ପାରିଥାଏ, ଯେପରି ଭାବେ କଞ୍ଚା ତେନ୍ତୁଳିର ମୂଲ୍ୟ କମ୍ ହୋଇଥାଏ । କିନ୍ତୁ ଯଦି ତାକୁ ପ୍ୟାକେଟରେ ବିକ୍ରି କରାଯାଏ କିମ୍ବା ଚଟଣୀ ପ୍ରସ୍ତୁତ କରି ବିକ୍ରି କରାଯାଏ, ତ ଅଧିକ ମୂଲ୍ୟ ମିଳିଥାଏ ।
ସାଥୀଗଣ, ଏହା ଆପଣମାନେ ମଧ୍ୟ ଜାଣନ୍ତି କି ବନଜାତ ସାମଗ୍ରୀ ଉପରେ ଯେଉଁ ସହାୟକ ମୂଲ୍ୟ ସରକାର ଦିଅନ୍ତି ସେଥିରେ ବିଗତ ସାଢ଼େ ଚାରି ବର୍ଷ ମଧ୍ୟରେ ତିନି ଥର ବୃଦ୍ଧି କରାଯାଇଛି । ଡିସେମ୍ବରରେ ହିଁ 23ଟି ବନଜାତ ସାମଗ୍ରୀ ଉପରେ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି । କେବଳ ଏତିକି ହିଁ ନୁହେଁ, ଏହା ମଧ୍ୟରେ ସରକାରଙ୍କ ଦ୍ୱାରା ଏମଏସପି ପରିସର ମଧ୍ୟରେ ଆସୁଥିବା ଫସଲଗୁଡ଼ିକୁ ମଧ୍ୟ ବୃଦ୍ଧି କରାଯାଇଛି । ଯେଉଁଠି ସାଢ଼େ ଚାରି ବର୍ଷ ପୂର୍ବେ ଜଙ୍ଗଲରୁ ମିଳୁଥିବା 10ଟି ବନଜାତ ସାମଗ୍ରୀ ଉପରେ ଏମଏସପି ମିଳୁଥିଲା, ଏବେ ସେହି ସଂଖ୍ୟା ବୃଦ୍ଧି ହୋଇ ପ୍ରାୟ 50 ହୋଇଯାଇଛି ।
ସାଥୀଗଣ, ଭାଜପା ସରକାର ଆଦିବାସୀଙ୍କ ରୋଜଗାରକୁ ହିଁ ଧ୍ୟାନରେ ରଖି ବାଉଁଶ ସହିତ ଜଡ଼ିତ ଏକ ଆଇନରେ ମଧ୍ୟ ବହୁତ ବଡ଼ ପରିବର୍ତ୍ତନ କରିଛନ୍ତି । ଏବେ ଆପଣ ନିଜ କ୍ଷେତରେ ମଧ୍ୟ ବାଉଁଶ ଉତ୍ପାଦନ କରି ପାରିବେ ଆଉ ତାହାକୁ ବିକ୍ରି କରି ଆପଣ ଆପଣଙ୍କର ଆୟ ବଢ଼ାଇପାରିବେ । ପୂର୍ବରୁ ଏପରି ସମ୍ଭବ ହେଉ ନଥିଲା, କାରଣ ବାଉଁଶକୁ ବୃକ୍ଷ ଶ୍ରେଣୀରେ ରଖା ଯାଇଥିଲା । କେବଳ ବାଉଁଶର ଚାଷ କରି ପାରନ୍ତୁ ଏତିକି ହିଁ କାମ କରିନାହୁଁ, ଏହାକୁ ବ୍ୟାପକ ବଜାର ମିଳୁ ଏଥିପାଇଁ ମଧ୍ୟ କାର୍ଯ୍ୟ କରାଯାଉଛି ।
ସାଥୀଗଣ, ଆଦିବାସୀ ଅଞ୍ଚଳଗୁଡ଼ିକରେ ଶିକ୍ଷାରୁ ନେଇ କୌଶଳ ବିକାଶ ଏବଂ ରୋଜଗାର ପର୍ଯ୍ୟନ୍ତ ଅନେକ ପ୍ରୟାସ କରାଯାଉଛି । ଆମେ ଜନଜାତୀୟ କ୍ଷେତ୍ରଗୁଡ଼ିକରେ ଏକଲବ୍ୟ ମଡେଲ ସ୍କୁଲ ଖୋଲିବାର ବ୍ୟାପକ ଅଭିଯାନ ଚଲାଇଛୁ । ଏହା ମାଧ୍ୟମରେ 20 ହଜାରରୁ ଅଧିକ ଜନସଂଖ୍ୟା ଥିବା ଆଦିବାସୀ କ୍ଷେତ୍ରରେ ସ୍କୁଲ ଖୋଲାଯାଉଛି । ଆଜି ହିଁ ଏଠାରେ ଏକଲବ୍ୟ ମଡେଲ ସ୍କୁଲର ନୂତନ କ୍ୟାମ୍ପସର ଲୋକାର୍ପଣ ମଧ୍ୟ କରାଯାଇଛି । ଏହି ନୂତନ କ୍ୟାମ୍ପସରେ ଚାରି ଶହରୁ ଅଧିକ ଯୁବ ସାଥୀ ନିଜର ଭବିଷ୍ୟତକୁ ସଜାଡ଼ିପାରିବେ ।
ସାଥୀଗଣ, ଆଦିବାସୀ ସମାଜର ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ବ୍ୟାପକ ପ୍ରୟାସ ଦେଶରେ ଚାଲୁ ରହିଛି । ଆଜି ୟବତମାଲ ପାଇଁ ତିନୋଟି ସଂସ୍ଥାନର ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯାଇଛି । ଆମର ଜନଜାତୀୟ ଅଞ୍ଚଳଗୁଡ଼ିକରେ ରକ୍ତ ହୀନତା ରୋଗ ହେଉଛି ବହୁତ ସାଧାରଣ । ବିଶେଷ କରି ବିଦର୍ଭରେ ଏହି ରୋଗର ବହୁତ ଅଧିକ ସମସ୍ୟା ରହିଛି । ଆମେ ରୋଗର ଚିକିତ୍ସା ପାଇଁ ଉନ୍ନତ ଧରଣର ଚିକିତ୍ସା ସୁବିଧା ହେଉ, ଗବେଷଣାର ସୁବିଧା ହେଉ, ଏଥିପାଇଁ ଚନ୍ଦ୍ରପୁରରେ ଗବେଷଣା ସହିତ ଜଡ଼ିତ କେନ୍ଦ୍ର ସ୍ଥାପିତ କରାଯାଉଛି ।
ସାଥୀଗଣ, ଆଦିବାସୀ ଭାଇ-ଭଉଣୀଙ୍କୁ କେନ୍ଦ୍ର ସରକାରଙ୍କର ଆୟୁଷ୍ମାନ ଭାରତ ଯୋଜନାର ମଧ୍ୟ ବହୁତ ବଡ଼ ଲାଭ ମିଳୁଛି । ଏହି ଯୋଜନା ମାଧ୍ୟମରେ ଗୁରୁତର ରୋଗ ସ୍ଥିତିରେ ଗରିବଙ୍କୁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ସୁନିଶ୍ଚିତ କରାଯାଇଛି । ଏବେ କିଛି ସମୟ ପୂର୍ବରୁ ହିଁ ମୋର ଆୟୁଷ୍ମାନ ଭାରତର ଅନେକ ହିତାଧିକାରୀଙ୍କ ସହିତ ସାକ୍ଷାତ ହୋଇଛି । ସେମାନଙ୍କ ମୁଖମଣ୍ଡଳରେ ଯେଉଁ ଆତ୍ମସନ୍ତୋଷ ଥିଲା, ତାହା ହେଉଛି ଆପଣମାନଙ୍କର ଏହି ପ୍ରଧାନସେବକର ପାରିଶ୍ରମିକ ।
ସାଥୀଗଣ, ଭାରତକୁ କ୍ରୀଡ଼ାର ମହାଶକ୍ତି ହେବା ପାଇଁ ଆଦିବାସୀ ଯୁବକମାନଙ୍କର ସମର୍ଥନ ବହୁତ ବଡ଼ ଭୂମିକା ତୁଲାଇ ଚାଲିଛି । ଏହାକୁ ବୁଝି ମଧ୍ୟ ଆଦିବାସୀ ଅଞ୍ଚଳଗୁଡ଼ିକରେ କ୍ରୀଡ଼ାର ସେବାଗୁଡ଼ିକୁ ଆହୁରି ଅଧିକ ସପ୍ରସାରଣ କରାଯାଉଛି । ସରକାରଙ୍କର ବିଶେଷ ଧ୍ୟାନ ଦେଢ଼ ଶହରୁ ଅଧିକ ଆଦିବାସୀବହୁଳ ଜିଲ୍ଲାରେ କ୍ରୀଡ଼ା ସୁବିଧାର ବିକାଶ କରିବା ଉପରେ ରହିଛି । ସରକାରଙ୍କ ଦ୍ୱାରା ଏଭଳି ପ୍ରତ୍ୟେକ ଜିଲ୍ଲାକୁ 2022 ପର୍ଯ୍ୟନ୍ତ ପାଞ୍ଚ ହଜାର କୋଟି ଟଙ୍କାର ସହାୟତା ଦେବା ପାଇଁ ବ୍ୟବସ୍ଥା କରାଯାଇଛି ।
ସାଥୀଗଣ, ଇତିହାସ ସାକ୍ଷୀ ରହିଛି କି ଦେଶର ସ୍ୱାଧୀନତାଠାରୁ ନେଇ ଦେଶର ବିକାଶରେ ଆଦିବାସୀ ନାୟକମାନଙ୍କର ବହୁତ ବଡ଼ ଯୋଗଦାନ ରହିଛି । ଭାଜପା ସରକାର ଏହି ଯୋଗଦାନକୁ ସମ୍ମାନ ଦେବାର କାର୍ଯ୍ୟ ମଧ୍ୟ କରୁଛନ୍ତି । ସ୍ୱାଧୀନତାର ଲଢ଼େଇରେ ଯେଉଁ ଆଦିବାସୀ ପୁଅ-ଝିଅମାନେ ବଳିଦାନ ଦେଇଛନ୍ତି, ସେମାନଙ୍କ ସ୍ମରଣରେ ସାରା ଦେଶରେ ସ୍ମାରକ ସବୁ ନିର୍ମାଣ କରାଯାଉଛି ।
ଭାଇ ଓ ଭଉଣୀମାନେ, ଦେଶର ସୁରକ୍ଷା ମହିଳା ସଶକ୍ତୀକରଣ, ଆଦିବାସୀ କଲ୍ୟାଣ ଏବଂ ବିକାଶର ଅନ୍ୟାନ୍ୟ କାର୍ଯ୍ୟ ଯଦି ଆଜି ଏତେ ଦ୍ରୁତ ଗତିରେ ହୋଇ ପାରୁଛି, କାରଣ ଆପଣ ସାଢ଼େ ଚାରି ବର୍ଷ ପୂର୍ବ ଏକ ସୁଦୃଢ଼ ସରକାର ପାଇଁ ଭୋଟ ଦେଇଥିଲେ । ଆଜି ସରକାର ସ୍ପଷ୍ଟ ଆଭିମୁଖ୍ୟ ରଖି ସ୍ପଷ୍ଟ ନୀତି ପ୍ରସ୍ତୁତ କରୁଛନ୍ତି ତ ଏହା ଆପଣଙ୍କର ଭୋଟ କାରଣରୁ ସମ୍ଭବ ହୋଇଛି । ସେତେବେଳେ ଯଦି ଆପଣ ବିଚ୍ୟୁତ ହୋଇ ଯାଇଥାଆନ୍ତେ ତ ବୋଧହୁଏ ଆମେ ସେହିଠାରେ ହିଁ ରହି ଯାଇଥାଆନ୍ତୁ । ବିକାଶର ଏହି ବିଶ୍ୱାସକୁ ଆପଣ ଆହୁରି ଅଧିକ ସୁଦୃଢ଼ କରିବେ । ଆପଣଙ୍କର ଏହି ପ୍ରଧାନସେବକ ଉପରେ ନିଜର ଆଶୀର୍ବାଦ ଜାରି ରଖିବେ, ଏହି ଅନୁରୋଧ ସହିତ ଆଉ ଥରେ ପୁଣି ବିକାଶର ସମସ୍ତ ପରିଯୋଜନା ପାଇଁ ମୁଁ ଆପଣମାନଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି । ମୋ ସହିତ ଜୋରରେ କୁହନ୍ତୁ-
ଭାରତ ମାତା କୀ ଜୟ!
ଭାରତ ମାତା କୀ ଜୟ!
ଭାରତ ମାତା କୀ ଜୟ!
ବହୁତ ବହୁତ ଧନ୍ୟବାଦ ।
**********
कुछ महीने पहले इस क्षेत्र के आदिवासी युवाओं ने एवरेस्ट पर विजय प्राप्त की थी।
— PMO India (@PMOIndia) February 16, 2019
दिल्ली में मुझे इन युवा साथियों से मिलने का अवसर भी मिला था।
उनके परिश्रम, उनके सपनों के बारे में जानकर मुझे यवतमाल-चंद्रपुर की ऊर्जा का सुखद अनुभव हुआ था: PM
यहां की कोलाम जनजाति का स्वच्छता के प्रति जो
— PMO India (@PMOIndia) February 16, 2019
आग्रह है, उसका जिक्र मैंने मन की बात कार्यक्रम में भी किया था।
चंद्रपुर के युवाओं ने जिस तरह वहां के किले को साफ किया था,
उससे देश के अनेक युवाओं को ऐसे ही स्वच्छता अभियान की प्रेरणा मिली है: PM
आज पांढरकवड़ा के, यवतमाल के विकास से जुड़ी सैकड़ों करोड़ की परियोजनाओं का शिलान्यास और लोकार्पण किया गया है।
— PMO India (@PMOIndia) February 16, 2019
इनमें गरीबों के घर से जुड़े,
सड़कों से जुड़े,
रेलवे से जुड़े,
रोज़गार और स्वरोज़गार से जुड़े,
शिक्षा से जुड़े अनेक प्रोजेक्ट्स हैं: PM
मैं जानता हूं कि हम सभी किस गहरी वेदना से गुजर रहे हैं।
— PMO India (@PMOIndia) February 16, 2019
पुलवामा में जो हुआ, उसको लेकर आपके आक्रोश को मैं समझ रहा हूं।
यहां महाराष्ट्र के 2 वीर सपूतों ने पुलवामा में अपने प्राणों की आहूति दी है।
जिन परिवारों ने अपने लाल को खोया है, उनकी पीड़ा मैं अनुभव कर सकता हूं: PM
इन शहीदों का बलिदान व्यर्थ नहीं जाएगा।
— PMO India (@PMOIndia) February 16, 2019
आतंकी संगठनों ने, आतंक के सरपरस्तों ने जो गुनाह किया है, वो चाहे जितना छिपने की कोशिश करें,
उन्हें सज़ा जरूर दी जाएगी।
सैनिकों में और विशेषकर CRPF में जो गुस्सा है, वो भी देश समझ रहा है। इसलिए सुरक्षाबलों को खूली छूट दी गई है: PM
देश की सुरक्षा के साथ ही देश की समृद्धि के लिए भी हमारी सरकार पूरी तरह प्रतिबद्ध है।
— PMO India (@PMOIndia) February 16, 2019
इसलिए विकास की पंचधारा यानि
बच्चों को पढ़ाई,
युवाओं को कमाई,
बुजुर्गों को दवाई,
किसान को सिंचाई और
जन-जन की सुनवाई पर बल दिया जा रहा है: PM
थोड़ी देर पहले सड़क से जुड़े करीब 500 करोड़ रुपए के प्रोजेक्ट्स का शिलान्यास किया गया है,
— PMO India (@PMOIndia) February 16, 2019
इसके अलावा पुणे- अजनी-पुणे हमसफर एक्सप्रेस को भी हरी झंडी दिखाई गई है।
ये ट्रेन दौंड, मनमाड, भुसावल और बडनेरा होते हुए जाएगी।
इससे इन सभी जगहों के लोगों को बहुत सुविधा होने वाली है: PM
यवतमाल के साढ़े 14 हज़ार से अधिक गरीब परिवारों ने आज अपने नए घर में प्रवेश भी किया है।
— PMO India (@PMOIndia) February 16, 2019
केंद्र सरकार ने 2022 तक हर बेघर को पक्का घर देने का लक्ष्य रखा है और सरकार तेज़ी से अपने लक्ष्य की तरफ बढ़ रही है।
अब तक देश के गांव और शहरों में 1.5 करोड़ गरीबों के घर बनाए जा चुके हैं: PM
मुझे याद है कि पिछली बार जब मैं यहां आया था, तो शेतकरी समाज से लंबा संवाद किया था।
— PMO India (@PMOIndia) February 16, 2019
आज ये जानकारी देना चाहता हूं कि हाल के बजट में शेतकरी समाज के साथ-साथ, जो हमारे घुमंतु समाज के लोग हैं, हमारे श्रमिक हैं, इन सभी के लिए बड़ी योजनाओं का ऐलान किया गया है: PM
पीएम किसान सम्मान निधि के नाम से सरकार ने किसानों की सीधी आर्थिक मदद करने की योजना बनाई है।
— PMO India (@PMOIndia) February 16, 2019
इस के तहत ऐसे किसान जिनके पास 5 एकड़ से कम जमीन है, उन किसानों के बैंक खाते में हर वर्ष 6 हज़ार रुपए जमा किए जाएंगे।
महाराष्ट्र के लगभग 1.2 करोड़ किसान परिवारों को सीधा लाभ होगा: PM
ज़मीन हो,
— PMO India (@PMOIndia) February 16, 2019
जंगल की पैदावार हो,
पढ़ाई लिखाई हो,
खेल से जुड़ी प्रतिभा हो,
हर स्तर पर आदिवासियों के कल्याण के लिए व्यापक प्रयास हो रहे हैं।
जनधन से लेकर वनधन योजना तक,
जनजातीय समुदाय के बहन-भाइयों के लिए काम किया जा रहा है: PM
वन-उपज पर जो समर्थन मूल्य सरकार देती है, उसमें बीते साढ़े 4 वर्ष में 3 बार बढ़ोतरी की गई है।
— PMO India (@PMOIndia) February 16, 2019
सरकार द्वारा MSP के दायरे में आने वाली फसलों को बढ़ाया गया है।
जहां साढ़े 4 वर्ष पहले जंगल से मिलने वाली 10 उपजों पर MSP मिलता था,
अब वो संख्या बढ़कर करीब-करीब 50 हो चुकी है: PM
हमारे जनजातीय इलाकों में सिकल सेल की एक बीमारी बहुत सामान्य है,
— PMO India (@PMOIndia) February 16, 2019
विशेषतौर पर विदर्भ में इस बीमारी की बहुत अधिक समस्या है।
इस बीमारी के इलाज के लिए बेहतर चिकित्सा सुविधा हो, रिसर्च की सुविधा हो, इसके लिए चंद्रपुर में
रिसर्च से जुड़ा सेंटर स्थापित किया जा रहा है: PM