Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଉତ୍ତର ପ୍ରଦେଶର ଗୋରଖପୁରରେ ପ୍ରଧାନମନ୍ତ୍ରୀ-କିଷାନ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଉତ୍ତର ପ୍ରଦେଶର ଗୋରଖପୁରରେ ପ୍ରଧାନମନ୍ତ୍ରୀ-କିଷାନ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଉତ୍ତର ପ୍ରଦେଶର ଗୋରଖପୁରରେ ପ୍ରଧାନମନ୍ତ୍ରୀ-କିଷାନ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଉତ୍ତର ପ୍ରଦେଶର ଗୋରଖପୁରରେ ପ୍ରଧାନମନ୍ତ୍ରୀ-କିଷାନ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ


 

ଗୋରଖପୁର ଏବଂ ପୂର୍ବ ଉତ୍ତର ପ୍ରଦେଶ ପାଇଁ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୋରଖପୁରଠାରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ- କିଷାନ) ଯୋଜନାର ଶୁଭାରମ୍ଭ କରିଛନ୍ତି ।

ଆଜିଠାରୁ ଏହି ଯୋଜନାର ଶୁଭାରମ୍ଭ ସହିତ କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ 2,000 ଟଙ୍କାର ପ୍ରଥମ କିସ୍ତି ହସ୍ତାନ୍ତର କରାଯିବ ।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟପାଳନ ଭଳି କାର୍ଯ୍ୟରେ ନିୟୋଜିତ କୃଷକ ପରିବାର ଏଣିକି କିଷାନ କ୍ରେଡିଟ କାର୍ଡର ସୁବିଧା ପାଇପାରିବେ, ଏଥିପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଉପସ୍ଥିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଦିନ ଇତିହାସ ରଚିଛି, କାରଣ ସ୍ୱାଧୀନତା ପରଠାରୁ କୃଷକମାନଙ୍କ ପାଇଁ ସବୁଠୁ ବଡ଼ ଯୋଜନାର ଶୁଭାରମ୍ଭ ହୋଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କୃଷକମାନଙ୍କ ସମର୍ଥ ଏବଂ ସଶକ୍ତ କରିବା ଲାଗି ସରକାର ପ୍ରତିବଦ୍ଧ । ସେ କହିଥିଲେ ଯେ ସରକାର କୃଷକମାନଙ୍କର ସବୁ ଜରୁରୀ ଆବଶ୍ୟକତା ପୂରଣ କରିବା ଦିଗରେ କାର୍ଯ୍ୟ କରୁଛନ୍ତି, ଏହାଦ୍ୱାରା 2022 ସୁଦ୍ଧା ସେମାନେ ନିଜ ଆୟକୁ ଦ୍ୱିଗୁଣିତ କରିପାରିବେ

ପ୍ରଧାନମନ୍ତ୍ରୀ କିଷାନ ଯୋଜନାରୁ ପାଖାପାଖି 12 କୋଟି କୃଷକ ଉପକୃତ ହେବେ ବୋଲି ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଯୋଜନା ଜରିଆରେ ପ୍ରତିବର୍ଷ କୃଷକମାନଙ୍କ ଆକାଉଣ୍ଟକୁ 75 ହଜାର କୋଟି ଟଙ୍କା ହସ୍ତାନ୍ତର କରାଯିବ । ଯଥାଶୀଘ୍ର ଯୋଗ୍ୟ ହିତାଧିକାରୀ ଚାଷୀଙ୍କ ତାଲିକା କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବା ନିମନ୍ତେ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ, ଯାହାଦ୍ୱାରା ନିର୍ଦ୍ଧାରିତ ସମୟରେ କୃଷକମାନେ ସେମାନଙ୍କ ଲାଭ ପାଇପାରିବେ ।

ପ୍ରଧାନମନ୍ତ୍ରୀ କହିଥିଲେ, ପୂର୍ବ ସରକାରଙ୍କ ଦ୍ୱାରା ଭିନ୍ନ ଭିନ୍ନ ଅବଧିରେ କରାଯାଉଥିବା ଋଣ ଛାଡ଼ ଦ୍ୱାରା କୃଷକମାନଙ୍କୁ ଦୀର୍ଘକାଳୀନ କିମ୍ବା ବିସ୍ତୃତ ଆଶ୍ୱସ୍ତି ମିଳିପାରୁନଥିଲା, ପ୍ରଧାନମନ୍ତ୍ରୀ-କିଷାନ ଯୋଜନା କେବଳ ସେମାନଙ୍କୁ ଲାଭାନ୍ୱିତ କରିବ ନାହିଁ ବରଂ ଗ୍ରାମୀଣ ଅର୍ଥ ବ୍ୟବସ୍ଥାରେ ବ୍ୟାପକ ନିବେଶ କରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ-କିଷାନ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଉପରେ ନିର୍ଭରଶୀ, ତେଣୁ ସବୁତକ ଅର୍ଥ ସିଧାସଳଖ ଲାଭାର୍ଥୀଙ୍କ ନିକଟରେ ପହଞ୍ଚିପାରିବ ।

ସେ କହିଥିଲେ ଯେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ଜଳସେଚନ ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ଲାଗି ସରକାର ମଧ୍ୟ ପାଖାପାଖି 1 ଲକ୍ଷ କୋଟି ଟଙ୍କା ନିବେଶ କରୁଛନ୍ତି, ଏହାଦ୍ୱାରା ଦେଶର ଅଧିକାଂଶ ଭାଗରେ କୃଷକମାନଙ୍କୁ ବ୍ୟାପକ ଏବଂ ଦୀର୍ଘସ୍ଥାୟୀ ଲାଭ ମିଳିପାରିବ । ସେ ଆହୁରି ମଧ୍ୟ 17 କୋଟି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ନିମ୍ବ କୋଟେଡ ୟୁରିଆ, 22ଟି ଫସଲ ପାଇଁ ବ୍ୟୟ ମୂଲ୍ୟର 50 ପ୍ରତିଶତ ହାରରେ ଏମଏସପି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ଇ-ନାମ ପ୍ଲାଟଫର୍ମ ବିଷୟରେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କୃଷକମାନେ ଏଣିକି କିଷାନ କ୍ରେଡିଟ କାର୍ଡ ଜରିଆରେ 1.60 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ । କୃଷକମାନଙ୍କ ଲାଭ ପାଇଁ ଅନ୍ୟ କଲ୍ୟାଣକାରୀ ଯୋଜନା ଉପରେ ମଧ୍ୟ ସେ ରେଖାପାତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମ୍ପୂର୍ଣ୍ଣ ପୂର୍ବ ଉତ୍ତର ପ୍ରଦେଶ କ୍ଷେତ୍ର ଦ୍ରୁତ ପରିବର୍ତ୍ତନ ଦେଇ ଗତି କରୁଛି । ଉଦ୍ୟୋଗ, ଯୋଗାଯୋଗ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହି ପରିବର୍ତ୍ତନ ପରିଲକ୍ଷିତ ହେଉଛି ବୋଲି ସେ ଉଲ୍ଲେଖ କରିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ ଆଜି 10 ହଜାର କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଗୋରଖପୁର ଏବଂ ପୂର୍ବ ଉତ୍ତର ପ୍ରଦେଶର ବିକାଶ ପାଇଁ ଉଦଘାଟନ କରାଯାଇଛି କିମ୍ବା ଶିଳାନ୍ୟାସ କରାଯାଇଛି । ସେ କହିଥିଲେ ଏସବୁ ପ୍ରକଳ୍ପ ସହଜ ଜୀବନଧାରଣର ଉନ୍ନତି କରିବ । ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଜ୍ଜ୍ୱଳା ଯୋଜନା, ଆୟୁଷ୍ମାନ ଭାରତ ଆଦି ସବକା ସାଥ, ସବକା ବିକାଶ ଭାବନାର ପ୍ରତୀକ ।