ପିଏମଇଣ୍ଡିଆ
ନୂଆ ସିଭିଲ ହସପିଟାଲ ଓ ନୂଆ କ୍ୟାନସର ହସପିଟାଲ ଉଦ୍ଘାଟିତ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦ ଗସ୍ତ କରି ବିଭିନ୍ନ ବିକାଶ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।
ଅହମ୍ମଦାବାଦର ଭସ୍ତ୍ରଲ ଗମ ମେଟ୍ରୋ ଷ୍ଟେସନ ଠାରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ମେଟ୍ରୋ ସେବାର ପ୍ରଥମ ପର୍ଯ୍ୟାୟକୁ ଉଦଘାଟନ କରିଥିଲେ । ଅହମ୍ମଦାବାଦ ମେଟ୍ରୋର ଦ୍ୱିତୀୟ ପର୍ଯ୍ୟାୟ ଲାଗି ସେ ଆଧାରଶିଳା ରଖିଥିଲେ । ଏହି ଅବସରରେ ସେ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ପଇଠ ପ୍ରଣାଳୀ ଏବଂ ସ୍ୱୟଂଚାଳିତ ଭଡ଼ା ସଂଗ୍ରହ ପ୍ରଣାଳୀକୁ ମଧ୍ୟ ଲୋକାର୍ପଣ କରିଥିଲେ । ଏହି ପ୍ରଣାଳୀ ‘ଏକ ରାଷ୍ଟ୍ର, ଏକ କାର୍ଡ’ ବ୍ୟବସ୍ଥା ଉପରେ ଆଧାରିତ । ଏହାପରେ ପ୍ରଧାନମନ୍ତ୍ରୀ ମେଟ୍ରୋ ଟ୍ରେନକୁ ସବୁଜ ପତାକା ଦେଖାଇଥିଲେ ଏବଂ ମେଟ୍ରୋ ଟ୍ରେନରେ ଯାତ୍ରା ମଧ୍ୟ କରିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅହମ୍ମଦାବାଦରେ 1200 ଶଯ୍ୟା ବିଶିଷ୍ଟ ନୂଆ ସିଭିଲ ହସପିଟାଲ, ନୂଆ କ୍ୟାନସର ହସପିଟାଲ, ଦନ୍ତ ଏବଂ ନେତ୍ର ଚିକିତ୍ସାଳୟକୁ ମଧ୍ୟ ଉଦଘାଟନ କରିଥିଲେ । ସେ ଦହୋଦ ରେଳବାଇ ୱାର୍କସପ ଏବଂ ପାଟନ ବିନ୍ଦି ରେଳ ଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ଲୋଥଲ ମେରିଟାଇ ମ୍ୟୁଜିୟମ ପାଇଁ ମଧ୍ୟ ଶିଳାନ୍ୟାସ କରିଥିଲେ ।
ବିଜେ ମେଡ଼ିକାଲ କଲେଜ ଗ୍ରାଉଣ୍ଡରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଏକ ଐତିହାସିକ ଦିନ କାରଣ ଅହମ୍ମଦାବାଦ ମେଟ୍ରୋର ସ୍ୱପ୍ନ ପୂରଣ ହୋଇଛି । ସେ କହିଥିଲେ ଯେ ମେଟ୍ରୋ ଅହମ୍ମଦାବାଦର ଲୋକମାନଙ୍କୁ ଏକ ଆରାମଦାୟକ ଏବଂ ପରିବେଶ ଅନୁକୂଳ ଯାତାୟାତ ସୁବିଧା ପ୍ରଦାନ କରିବ । ଅହମ୍ମଦାବାଦର ଲୋକମାନଙ୍କୁ ଏକ ଆରାମଦାୟକ ଏବଂ ପରିବେଶ ଅନୁକୂଳ ଯାତାୟାତର ସୁବିଧା ମିଳିବ । 2014 ପୂର୍ବରୁ ଦେଶରେ 250 କିଲୋମିଟର ଲାଇନରେ ମେଟ୍ରୋ ଚଳାଚଳ ହେଉଥିଲା । ଆଜି ଏହା ବୃଦ୍ଧି ପାଇ 655 କିଲୋମିଟର ହୋଇଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି କମନ ମୋବିଲିଟି କାର୍ଡର ଉନ୍ମୋଚନ ହେବା ପରେ ସାରା ଦେଶରେ ଯାତ୍ରା ଲାଗି ବିଭିନ୍ନ ପ୍ରକାରର କାର୍ଡ ଉପଯୋଗ କରିବାର ଆବଶ୍ୟକତା ରହିବ ନାହିଁ । ଏହି କାର୍ଡ ଯାତ୍ରା ନିମନ୍ତେ ‘ଏକ ରାଷ୍ଟ୍ର, ଏକ କାର୍ଡ’ର ଉପଯୋଗିତାକୁ ସୁନିଶ୍ଚିତ କରିବ । ସେ କହିଥିଲେ ଯେ ଏହି କାର୍ଡ ସ୍ୱଦେଶୀ ଭାବେ ହିଁ ବିକଶିତ ହୋଇଛି । ପୂର୍ବରୁ ଏପରି କାର୍ଡ ନିର୍ମାଣ ଲାଗି ବିଦେଶ ଉପରେ କରିବାକୁ ପଡ଼ୁଥିବା ନିର୍ଭରଶୀଳତା ହ୍ରାସ ପାଇବ । ଭାରତ ବିଶ୍ୱର ହାତଗଣତି ଦେଶମଧ୍ୟରେ ସାମିଲ ହୋଇଯାଇଛି, ଯେଉଁଠି ଯାତ୍ରା ନିମନ୍ତେ “ଏକ ରାଷ୍ଟ୍ର ଏକ କାର୍ଡ” ସୁବିଧା ହୋଇଛି ।
ପ୍ରଧାନମନ୍ତ୍ରୀ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଗୁଜରାଟର ବିକାଶ ଲାଗି ନିଆଯାଇଥିବା ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ । ଜଳ ଯୋଗାଣ ଯୋଜନା, ସମସ୍ତଙ୍କ ପାଇଁ ବିଦ୍ୟୁତ ସଂଯୋଗ, ଭିତ୍ତିଭୂମି ବିକାଶ, ସମସ୍ତଙ୍କ ପାଇଁ ବାସଗୃହ ଓ ଗରିବ ଓ ଆଦିବାସୀ ସମ୍ପ୍ରଦାୟଙ୍କ କଲ୍ୟାଣ ପାଇଁ ଲାଗିୁ ଯୋଜନା ବିଷୟରେ ସେ ଉଲ୍ଲେଖ କରିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଲୋଥମ ମେରିଟାଇମ ହେରିଟେଜ କମ୍ପ୍ଲେକ୍ସର ନିର୍ମାଣ ହେବା ପରେ ଏହି ସଂଗ୍ରହାଳୟ ଭାରତର ପ୍ରାଚୀନ ସାମୁଦ୍ରିକ ଶକ୍ତିକୁ ଦର୍ଶାଇବ । ସେ କହିଥିଲେ ଯେ ସଂଗ୍ରହାଳୟରେ ବିଶ୍ୱସ୍ତରର ସୁବିଧା ରହିବ ଏବଂ ଏଥିରେ ରାଜ୍ୟର ପର୍ଯ୍ୟଟନ କ୍ଷମତା ବୃଦ୍ଧି ପାଇବ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ସ୍ୱାସ୍ଥ୍ୟ, ସରକାରଙ୍କ ପ୍ରାଥମିକତା । ସରକାର ସାରା ଦେଶରେ ସ୍ୱାସ୍ଥ୍ୟ ଯତ୍ନ ଭିତ୍ତିଭୂମିର ନିର୍ମାଣ କରୁଛନ୍ତି । ଏହାର ଅନ୍ତର୍ଗତ ଆରୋଗ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ମେଡ଼ିକାଲ କଲେଜ ପର୍ଯ୍ୟନ୍ତ ନିର୍ମାଣ କରାଯାଉଛି । ସେ କହିଥିଲେ ଯେ ପ୍ରସ୍ତୁତ ହେବା ପରେ ମେଡ଼ିସିଟି 10 ହଜାର ରୋଗୀଙ୍କୁ ଚିକିତ୍ସା ସୁବିଧା ଦେବାରେ ସହାୟକ ହେବ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ସରକାର ଭ୍ରଷ୍ଟାଚାରଠାରୁ ଆରମ୍ଭ କରି ଆତଙ୍କବାଦ ଭଳି ବିପଦ ସହ ଲଢ଼ିବା ନିମନ୍ତେ ପ୍ରତିବଦ୍ଧ । ସେ ଲୋକମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ରାଷ୍ଟ୍ରର ସ୍ୱାର୍ଥ ବିରୋଧରେ କାମ କରୁଥିବା ଲୋକମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଭୋଟ ବ୍ୟାଙ୍କ ରାଜନୀତି ନକରିବା ଲାଗି ସେ ବିରୋଧୀ ଦଳଗୁଡ଼ିକୁ ଆହ୍ୱାନ କରିଥିଲେ । ଏପରି କାର୍ଯ୍ୟ ଦ୍ୱାରା ସେନାବାହିନୀର ମନୋବଳ ହ୍ରାସ ପାଇବ ଏବଂ ଆମର ଶତ୍ରୁମାନେ ଦୃଢ଼ ହେବେ ।
यहां आने से पहले मैंने अहमदाबाद मेट्रो में सफर किया।
— PMO India (@PMOIndia) March 4, 2019
उस दौरान लोगों का उत्साह और उनकी खुशी को अनुभव किया, सच में मन आनंद से भर गया।
उत्तरायन में जैसे लोग छत पर खड़े होकर पतंग उड़ाते हैं, वैसे ही आज छत पर खड़े होकर लोग अपनी मेट्रो का स्वागत कर रहे थे: PM
कुछ देर पहले मैंने कॉमन-मोबिलिटी कार्ड की सुविधा का भी शुभारंभ किया है।
— PMO India (@PMOIndia) March 4, 2019
ये कार्ड यात्रा करते समय आपकी तमाम दिक्कतों को दूर करने जा रहा है।
इस दिक्कत को दूर करने के लिए ही ऑटोमेटिक फेयर कलेक्शन सिस्टम की व्यवस्था विकसित की गई थी: PM
अलग-अलग कंपनियों द्वारा बनाए गए इस सिस्टम की वजह से देश में एक इंटीग्रेटेड व्यवस्था विकसित नहीं हो पा रही थी।
— PMO India (@PMOIndia) March 4, 2019
एक शहर का कार्ड दूसरे शहर में बेकार हो जाता था।
इस चुनौती को दूर करने के लिए एक व्यापक स्तर पर काम शुरू किया,
अनेक मंत्रालयों और विभागों को इस काम में लगाया गया: PM
तमाम प्रयासों के बाद अब देश में
— PMO India (@PMOIndia) March 4, 2019
One Nation-One Card का सपना सच होने जा रहा है।
कॉमन-मोबिलिटी कार्ड से आप पैसे भी निकाल पाएंगे, शॉपिंग कर पाएंगे और किसी भी मेट्रो या ट्रांसपोर्ट के अन्य साधन में भी वही कार्ड इस्तेमाल हो जाएगा: PM
बीते 55 महीनों में सरकार ने
— PMO India (@PMOIndia) March 4, 2019
उमर गांव से अंबाजी यानि राज्य के आदिवासी बाहुल्य इलाके,
उमरगांव से जखौ यानि राज्य के तटीय इलाके और
आबू से दहानू यानि केंद्रीय गुजरात की आवश्यकताओं को ध्यान में रखते हुए विकास के अनेक कार्य शुरू करवाए हैं और अनेक पर काम कर रही है: PM
आज लोथल में नेशनल मेरिटाइम हेरिटेज कॉम्प्लेक्स का शिलान्यास किया गया है।
— PMO India (@PMOIndia) March 4, 2019
अनेक देशों के लोग वहां अध्ययन करने के लिए पहुंचते थे कि, ये पोर्ट काम कर रहा है और इस क्षेत्र के व्यापार को बढ़ाने में मदद कर रहा है।
कहते हैं, एक समय था जब दर्जनों देशों के झंडे वहां फहराया करते थे: PM
It’s a memorable day in Ahmedabad’s history.
— Narendra Modi (@narendramodi) March 4, 2019
Our beloved Ahmedabad gets a Metro!
Inaugurated Phase-1, travelled on the metro and laid the foundation stone for Phase-2.
We want to provide convenient, and cost effective transportation in our cities. pic.twitter.com/ybJEtdsJCV
Here is how the dream of ‘One Nation, One Card’ was fulfilled today, furthering ‘Ease of Living’ for several citizens. pic.twitter.com/Aw5AV3pQvQ
— Narendra Modi (@narendramodi) March 4, 2019