Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର ପ୍ରଦାନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


ଏଠାରେ ଉପସ୍ଥିତ ସମସ୍ତ ସାଥୀଗଣ,

ଆପଣମାନେ ତ ସମେସ୍ତ ପରୀକ୍ଷାଗାରରେ ଜୀବନ ବିତାଉଥିବା ଲୋକ । ଆଉ ଆପଣମାନେ ପ୍ରଥମେ ଗୋଟିଏ ଲେଖାଏଁ ପାଇଲଟ ପ୍ରୋଜେକ୍ଟ କରିବାର ପରମ୍ପରା ରହିଛି । ଏବଂ ସେହି ପାଇଲଟ ପ୍ରୋଜେକ୍ଟ ସଫଳ ହୋଇସାରିବା ପରେ ତାହାର ଆକଳନ କରାଯାଇଥାଏ । ଏବେ ଏବେ ଗୋଟିଏ ପାଇଲଟ ପ୍ରୋଜେକ୍ଟ ସମ୍ପାଦନ ହୋଇଛି । ଏବେ ଏହାକୁ ବାସ୍ତବତାରେ ପରିଣତ କରିବାକୁ ପଡ଼ିବ ଯାହାକି ପ୍ରୋଜେକ୍ଟ ସ୍ତରରେ ଥିଲା । ଏବଂ ସେହି ବାସ୍ତବଦା ହେଲା ବାସ୍ତବରେ ଦଣ୍ଡାୟମାନପୂର୍ବକ ସମ୍ମାନ ପ୍ରଦର୍ଶନ ଓ ଅଭିନନ୍ଦନ ଜ୍ଞାପନ ଯାହାକି ଆଜିର ସମସ୍ତ ବିଜୟୀଙ୍କୁ ଦିଆଯିବା ଦରକାର । ଆମେ ସମସ୍ତେ ମିଶି ସେମାନଙ୍କୁ ଷ୍ଟାଣ୍ଡିଂ ଓଭେସନ୍‌ ଦେବା । ପୂର୍ବର ପରମ୍ପରା ଏହା ଥିଲା ଏବଂ ତାହା ବାସ୍ତବତା ଥିଲା ।

ଆଜି ଜାତୀୟ ବିଜ୍ଞାନ ଦିବସରେ ଆପଣମାନଙ୍କ ସମସ୍ତଙ୍କ ଗହଣରେ ଆସି ଉପସ୍ଥିତ ହେବାର ଅବସର ମୋତେ ମିଳିଛି । ଆପଣମାନେ ସମସ୍ତେ ଭଲଭାଭେ ଜାଣନ୍ତି ଯେ ଆଜିର ଦିନରେ ମହାନ ବୈଜ୍ଞାନିକ ଡକ୍ଟର ସି ଭି ରମଣଙ୍କ ଦ୍ୱାରା ରମଣ ପ୍ରଭାବର ଆବିଷ୍କାରକୁ ସ୍ମରଣ ରଖିବା ସକାଶେ ପାଳନ କରାଯାଇଆସୁଛି । ଏହାର ଉପଲବ୍ଧô ଦ୍ୱାରା ଦେଶର ବିଜ୍ଞାନ କ୍ଷେତ୍ରରେ ପ୍ରଥମ ବ୍ୟକ୍ତିଙ୍କୁ ନୋବେଲ ପୁରସ୍କାର ଲାଭର ସୌଭାଗ୍ୟ ପ୍ରାପ୍ତ ହୋଇଥିଲା । ମୁଁ ଏହି ଅବସରରେ ଡକ୍ଟର ରମଣଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଦେବା ସହ ଜାତୀୟ ବିଜ୍ଞାନ ଦିବସରେ ଆପଣମାନଙ୍କୁ ସମସ୍ତଙ୍କୁ ଓ ବିଜ୍ଞାନ ଜଗତର ପ୍ରତ୍ୟେକ ବିଦ୍ୟାର୍ଥୀଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଛି ।

୍ଣମାର କାମନା ଏହା ଯେ ଆପଣମାନେ ସମସ୍ତେ ଗବେଷଣା ଓ ବିକାଶ ସହ ସଂଶ୍ଳିଷ୍ଟ ନିଜର ପ୍ରୟାସରେ ସଫଳ ହୁଅନ୍ତୁ ଏବଂ ଏହାର ଲାଭ ଦେଶର ସାଧାରଣ ଜନତାଙ୍କୁ ନିକଟରେ ପହଞ୍ଚୁ । ଆଜି ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ବିଜେତାମାନଙ୍କୁ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ବି ମୁଁ ବହୁତ ବହୁତ ବଧାଇ ଜଣାଉଛି । ଆପଣମାନଙ୍କ ଉପଲବ୍ଧô ପାଇଁ ଆମେ ସମସ୍ତେ ଗର୍ବିତ । ସାରା ଭାରତ ଗର୍ବିତ । ମୁଁ ଆପଣମାନଙ୍କ ପରିବାରବର୍ଗଙ୍କୁ ବି ବିଶେଷ ଭାବେ ଏଇଥିପାଇଁ ବଧେଇ ଜଣାଉଛି କାରଣ ଜଣେ ବୈଜ୍ଞାନିକ ତାଙ୍କ ଜୀବନର ଅଧିକାଂଶ ସମୟ ବିଜ୍ଞାନାଗାରରେ ହିଁ ଅତିବାହିତ କରି ଦେଇଥାନ୍ତି । ତେଣୁ ସବୁଠାରୁ ଅଧିକ ତ୍ୟାଗ ତପସ୍ୟା ସେମାନଙ୍କ ପରିବାରବର୍ଗଙ୍କୁ ହିଁ କରିବାକୁ ପଡ଼ିଥାଏ । ଆପଣମାନଙ୍କ ପ୍ରୟାସ ଦ୍ୱାରା , ଆପଣମାନଙ୍କ କାର୍ଯ୍ୟ ଦ୍ୱାରା, ଦେଶ ଏବଂ ସମାଜକୁ ତ ଲାଭ ମିଳିଥାଏ ଏବଂ ସେହି କାର୍ଯ୍ୟ ଏଭଳି ହୋଇଥାଏ ଯେ ପିଢ଼ି ପରେ ପିଢ଼ି ସେଥିରୁ ଫାଇଦା ପାଇ ଚାଲିଥାନ୍ତି । ଜୟ ଯବାନ, ଜୟ କିଷାନ ଏବଂ ଜୟ ବିଜ୍ଞାନ ଏବଂ ଜୟ ଅନୁସନ୍ଧାନ ନୂତନ ଭାରତର ପ୍ରଗତିର ମାର୍ଗ ପାଲଟୁ । ସେଥିପାଇଁ ଏଭଳି ପୁରସ୍କାରମାନ ଓ ଜାତୀୟ ବିଜ୍ଞାନ ଦିବସ ଭଳି ଆୟୋଜନର ଯଥେଷ୍ଟ ଭୂମିକା ରହିଛି ।

ସାଥୀଗଣ, ଚଳିତ ବର୍ଷ ଜାତୀୟ ବିଜ୍ଞାନ ଦିବସ ପାଳନର ଶୀର୍ଷକ ବେଶ ପ୍ରାସଙ୍ଗିକ ମନେହୁଏ । ମୁଁ ନିଜେ ବି ବିଜ୍ଞାନ କ୍ଷେତ୍ରରେ ଲୋକମାନଙ୍କ ଆବଶ୍ୟକତା ସହ ସଂଶ୍ଳିଷ୍ଟ କରିବା ସକାଶେ ଆଗ୍ରହୀ । ଆମ ସରକାର ତାଙ୍କର ସକଳ ପ୍ରକାର କାର୍ଯ୍ୟକ୍ରମ ଏବଂ ଯୋଜନା ମାଧ୍ୟମରେ ବି ଏହି ଦିଗରେ କିଛି ନା କିଛି ପ୍ରୟାସ କରୁଛନ୍ତି ।

ସାଥୀଗଣ, ଆମ ପାଖରେ ଗଣତନ୍ତ୍ର, ଜନସଂଖ୍ୟ ଏବଂ ଆବଶ୍ୟକତା ଭଳି ସାଧନ ରହିଛି । ଆଜି ଭାରତ ବିଶ୍ୱର ସବୁଠାରୀ ଦ୍ରୁତ ପ୍ରଗତିଶୀଳ ଅର୍ଥ ବ୍ୟବସ୍ଥାରେ ପରିଣତ ହୋଇଛି । ଆମର ଯୁବଗୋଷ୍ଠୀଙ୍କ ମହତ୍ତ୍ୱାକାଂକ୍ଷି ସର୍ବଶ୍ରେଷ୍ଠ ହେବା ସକାଶେ ସେମାନଙ୍କର ପ୍ରତିବଦ୍ଧତା ଆମର ସବୁଠାରୁ ବଡ଼ ଶକ୍ତି । ଏପରି ସ୍ଥଳେ, ବିଜ୍ଞାନ, ପ୍ରଯୁକ୍ତି ଅଥବା ଅଭିନବତ୍ୱ ସହ ସାଧାରଣ ଜନତାଙ୍କୁ ଯୋଡ଼ି ସେମାନନେ ସମାଜର ଆଶା ଓ ଆକାଂକ୍ଷା ଓ ଆବଶ୍ୟକତାକୁ ଅନୂରୂପ ଭାବେ ପୂରଣ କରିପାରିବେ । ଏବଂ ତାହା ସାକାର କରିବାକୁ ପଡ଼ିବ । ଚଳିତ ବର୍ଷ ଭାରତୀୟ ବିଜ୍ଞାନ କଂଗ୍ରେସ କାର୍ଯ୍ୟକ୍ରମ ଅବସରରେ ମୁଁ କହିଥିଲି ଯେ ଭାରତର ଅସଲ ଶକ୍ତି ହେଲା ଏଇଆ ଯେ ଏଠାରେ ବିଜ୍ଞାନକୁ ସମାଜର ଆବଶ୍ୟକତା ସହ ଯୋଡ଼ାଯିବା କାର୍ଯ୍ୟ ସଂପାଦନ କରାଯାଉଛି । ଏବଂ ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆପଶମାନେ ସମସ୍ତେ ଆମର ପ୍ରତ୍ୟେକ ବୈଜ୍ଞାନିକ ପରମାଣୁ ଶକ୍ତି , ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ସହିତ ସଂଶ୍ଳିଷ୍ଟ ନିଜର କୌଶଳକୁ ନିରବଚ୍ଛିନ୍ନ ଭାବେ ଉନ୍ନତ କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ସାଥୀଗଣ, ଆମ ଦେଶର ନାଗରିକମାନଙ୍କର ଏବେ ସର୍ବଶ୍ରେଷ୍ଠଠାରୁ କିଛି କମ୍‌ ପସନ୍ଦ ନୁହେଁ । ହେବା ବି ଉଚିତ ନୁହେଁ । ଆମ ଆବଶ୍ୟକତାର ମାନରେ ଢ଼େର୍‌ ବୃଦ୍ଧି ଘଟିଛି । ଏପରିସ୍ଥଳେ ଯଦି ଆମମାନଙ୍କ ସଂସ୍ଥାଗୁଡ଼ିକର ମାନ ସେହି ମାନ୍ଧାତା ଅମଳର ଅବସ୍ଥାରେ ଅଟକି ରହିବ ତେବେ ଆମମାନଙ୍କ ଆଶା ଆକାଂକ୍ଷା କଦାପି ସାକାର ହୋଇପାରିବ ନାହିଁ । ବିଜ୍ଞାନ ସହ ସଂଯୁକ୍ତ ଆମର ବିଭିନ୍ନ ପ୍ରତିଷ୍ଠାନମାନଙ୍କୁ ବି ଭବିଷ୍ୟତର ଆବଶ୍ୟକତାମାନଙ୍କ ସଂପର୍କରେ ସଂପୂର୍ଣ୍ଣ ହିସାବ ରଖିବାକୁ ହେବ ଏବଂ ସେହି ଅନୁସାରେ ନିଜକୁ ଗଢ଼ିବାକୁ ପଡ଼ିବ । ଆମେ ନିଜର ମୌଳିକ ଶକ୍ତିକୁ କାଏମ ରଖିବା ସହ ଭବିଷ୍ୟତର ସମାଜ ଲାଗି ଏବଂ ଅର୍ଥନୀତୀ ପ୍ରତି ଦୃଷ୍ଟି ରଖି କାର୍ଯ୍ୟ କରିବାକୁ ପଡ଼ିବ । ମୁଁ ମୋର ପ୍ରମୁଖ ବିଜ୍ଞାନ ପରାମର୍ଶଦାତାଙ୍କୁ ଏହି ପରିପ୍ରେକ୍ଷୀରେ ସଂପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରି ଆଗକୁ ବଢ଼ିବା ସକାଶେ କହିଛି ଏବଂ ଏଥିରେ ଆପଣମାନଙ୍କର ସମସ୍ତଙ୍କର ସହଯୋଗ ଏକାନ୍ତ କାମ୍ୟ ।

ସାଥୀଗଣ, ଯେତେବେଳେ ଇଚ୍ଛାଶକ୍ତି ଦୃଢ଼ ରହିବ, ସେତେବେଳେ ସୀମିତ ସଂସାଧନ ଦ୍ୱାରା ବି କେଡ଼େ କେଡ଼େ ଅଦ୍ଭୁତ କାର୍ଯ୍ୟ ସାକାର କରିହେବ । ଏହାର ଉଦାହରଣ ଆମର ମହାକାଶ କାର୍ଯ୍ୟକ୍ରମ । ଆମର ଚନ୍ଦ୍ର ଅଭିଯାନ ହେଉ କି ମଙ୍ଗଳ ଅଭିଯାନ ହେଉ, ଅବା ଆଉ କୌଣସି ଉପଗ୍ରହ ଲଞ୍ଚ କ୍ଷେତ୍ର, ସେଥିରେ ଆମେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛୁ । ବିଶ୍ୱକୁ ଆପଣମାନଙ୍କ ଭଳି ଅନେକ ବୈଜ୍ଞାନିକ ହିଁ ସେମାନଙ୍କର ଜ୍ଞାନ ଓ କୌଶଳ ଦ୍ୱାରା ଚକିତ କରି ଦେଇଛନ୍ତି । ନିଜର ପ୍ରଥମ ପ୍ରୟାସରେ ହିଁ ଆମେ ମଙ୍ଗଳ ଗ୍ରହକୁ ପ୍ରଦକ୍ଷିଣ କରିବା ସକାଶେ ଆମର ମଙ୍ଗଳଯାନ ସଫଳତାପୂର୍ବକ ପଠାଇଥିଲୁ । ଏହି ସଫଳତା ହାସଲ କରିବା କ୍ଷେତ୍ରରେ ଆମେ ପ୍ରଥମ ଏସୀୟ ରାଷ୍ଟ୍ର । ଏଯାବତ୍ ଆମେ ଯାହାକିଛି ହାସଲ କରିପାରିଛୁ, ସେଥିରୁ ଆମର ପୂର୍ଣର୍ ବିଶ୍ୱାସ ହେଉଛି ଯେ 2022 ସୁଦ୍ଧା ଭାରତ ନିଜର ଗଗନାୟନ ସଫଳତାପୂର୍ବକ ଦେଶର ନିଜର ସୁପୁତ୍ର- ସୁକନ୍ୟାଙ୍କୁ ଅନ୍ତରୀକ୍ଷକୁ ପଠାଇବାକୁ ଏବଂ ସେଠାରେ ତ୍ରିରଙ୍ଗା ଉଡ଼ାଇବାକୁ ସକ୍ଷମ ହେବ ।

ସାଥୀଗଣ, ଆମର ବୈଜ୍ଞାନିକମାନେ ଆପଣମାନେ ସମସ୍ତେ ସଦାବେଳେ ମାନବ ସମାଜର କଲ୍ୟାଣ ସକାଶେ ନିଜର ଯୋଗଦାନ କରି ଆସିଛନ୍ତି । ଯେଉଁସବୁ କ୍ଷେତ୍ରରେ ଆପଣମାନେ ଉତ୍ତମ କାର୍ଯ୍ୟ କରିଛନ୍ତି ଏବଂ ଯାହାଦ୍ୱାରା ଦେଶର ସାଧାରଣ ଜନତାଙ୍କ ଜୀବନକୁ ଅଧିକ ସରସସୁନ୍ଦର କରାଯାଇପାରିଛି ଏହା ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଏବଂ ତାହା ଆପଣମାନେ ସଫଳତା ପୂର୍ବକ ସଂପାଦନ କରିଛନ୍ତି । ସେଥିରୁ ଗୋଟିଏ ହେଉଛି ଆମର ଫାର୍ମା ସେକ୍ଟର… ଔଷଧ ପ୍ରସଙ୍ଗରେ ଭାରତ ଏବେ ବିଶ୍ୱର ଷଷ୍ଠ ସବୁଠାରୁ ବଡ଼ ବଜାର ଏବଂ ବିଶ୍ୱର ତୃତୀୟ ବୃହତ୍ତମ ଦୃତ ପ୍ରଗତିଶୀଳ ବଜାର । ଆଜି ଭାରତୀୟ ଔଷଧ 200ରୁ ଊର୍ଦ୍ଧ୍ଵ ଦେଶକୁ ରପ୍ତାନି କରାଯାଉଛି ।

ସାଥୀଗଣ, ଆମର ଫାର୍ମା ସେକ୍ଟରର ବିକାଶ ପଛରେ ଭାରତୀୟ ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦର ବିଜ୍ଞାନାଗରମାନଙ୍କର ଅର୍ଥାତ୍ ସିଏସଆଇଆର ପରୀକ୍ଷାଗାରମାନଙ୍କର ପ୍ରଯୁକ୍ତିଗତ ସାମର୍ଥ୍ୟ ରହିଛି । ସିଏସଆଇଆର ବିଜ୍ଞାନାଗାରମାନଙ୍କୁ ଏହାର ସଂପୂର୍ଣ୍ଣ ଶ୍ରେୟ ଯାଉଛି ଯେ ବିଶ୍ୱରେ ଅନ୍ୟତ୍ର ଉପଲବ୍ଧ ଅତି ଦାମୀ ଔଷଧ ଏବେ ଦେଶରେ ବେଶ୍ କମ୍ ମୂଲ୍ୟରେ ଉପଲବ୍ଧ । ସେମାନଙ୍କ ନିକଟରେ ଔଷଧ ପ୍ରସ୍ତୁତିର ଯେଉଁ ଜ୍ଞାନ ରହିଛି ଏବଂ ଭାରତୀୟ ବନାନୀମାନଙ୍କରେ ଯେଉଁ ଔଷଧୀୟ ଭଣ୍ଡାର ରହିଛି ତଦ୍ୱାରା ସିଏସଆଇଆର ଆହୁରି ଅଧିକ ବିସ୍ତାରିତ ହେବା ସୁନିଶ୍ଚିତ । ର୍ମୁ ଭାବୁଛି ଯେ ଏବେ ଆମର ଫାର୍ମା ସେକ୍ଟରକୁ ଏବଂ ବାୟୋଟେକକୁ ଅଧିକ ଗତିଶୀଳ କରିବାର ସମୟ ଆସିଛି । ଏବଂ ସେଥିପାଇଁ ଜେନେରିକ୍ସ ଓ ବାୟୋ ସିମିଲାରରୁ ମିଳୁଥିବା ଏହାର ଉପଲବ୍ଧôକୁ ଇନୋଭେସନ୍ ସହ ଯୋଡ଼ିାବାକୁ ପଡ଼ିବ ।

ସାଥୀଗଣ, ଭାରତୀୟ ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ଏକ ପ୍ରୟାସ ମଧ୍ୟ ଅନୁରୂପ ଭାବେ ପ୍ରଶଂସନୀୟ । ତାହା ହେଲା ଆରୋମା ମିଶନ…ଆରୋମା ମିଶନ୍ ମାଧ୍ୟମରେ ଜାମ୍ମୁ କାଶ୍ମୀର, ପୂର୍ବାଞ୍ଚଳ ରାଜ୍ୟ ଏବଂ ଛତିଶଗଡ଼ର ଆଦିବାସୀ ଇଲାକାରେ ଆମର ଏଭଳି ପହଞ୍ଚ ବୃଦ୍ଧି ପାଇବାରେ ଲାଗିଛି । ଏବଂ ମୋତେ ସୂଚୀତ କରାଯାଇଛି ଯେ ସୁବାସିତ ପ୍ଲାଣ୍ଟର ଚାଷୀମାନଙ୍କ ନିକଟରେ ପହଞ୍ଚାଯାଇସାରିଛି । ସେଥିପାଇଁ ସିଏସଆଇଆରର ପୂରା ଟିମ୍ ଧନ୍ୟବାଦର ପାତ୍ର ।

ଆରୋମାଟିକ୍ ପ୍ଲାଣ୍ଟ ବ୍ୟତୀତ ଜୈବ ଇନ୍ଧନ ପ୍ରସଙ୍ଗରେ ମଧ୍ୟ ସିଏସଆଇଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ସିଏସଆଇଆଇ ଯାହା ବିମାନରେ ବ୍ୟବହାରକ୍ଷମ ଜୈବ ଇନ୍ଧନ ପ୍ରସ୍ତୁତ କରିଛନ୍ତି ତାହାର ସଫଳ ପରୀକ୍ଷଣ କରାଯାଇସାରିଛି- ଅଗଷ୍ଟ 27, 2018 ତାରିଖ ଦିନ ପ୍ରଥମ ଥର ପାଇଁ ଡ଼େରାଡ଼ୁନଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଏଭଳି ଇନ୍ଧନ ସାହାଯ୍ୟରେ ଗୋଟିଏ ବିମାନ ସଫଳତାର ସହ ଉଡ଼ାଣ କାର୍ଯ୍ୟ ସଂପନ୍ନ କରିଥିଲା । ଏହା ଫଳରେ ଭାରତ ବିଶ୍ୱର ସେହି କେତେଗୋଟି ରାଷ୍ଟ୍ରଙ୍କ ଭିତରୁ ଗୋଟିଏ ହୋଇପାରିଛି ଯେଉଁମାନେ ଏବେ ଉଡ଼ାଜାହାଜରେ ଜୈବ ଇନ୍ଧନ ବ୍ୟବହାର କରି ତାହାର ଉଡ଼ାଣ କରିପାରୁଛନ୍ତି । କେବଳ ବେସାମରିକ ବିମାନ ନୁହେଁ,ବରଂ ଏହି ବର୍ଷ ଗଣତନ୍ତ୍ର ଦିବସ ଅବସରରେ ଆମର ବାୟୁସେନା ଜେଟ ବି ଜୈବ ଇନ୍ଧନ ବ୍ୟବହାର କରି ଆକାଶରେ ସଫଳତାର ସହ ଉଡ଼ିଥିଲା ।

ସାଥୀଗଣ, ଏବେ ଆଉ ଏକ ପ୍ରକାର ନୂତନ ଇନ୍ଧନର ଆବଶ୍ୟକତା ପଡ଼ିବାକୁ ଯାଉଛି । ଆଗାମୀ ଦୁଇ ଦଶକ ଭିତରେ ବିଗ୍ ଡ଼ାଟା, ମେସିନ ଲର୍ଣ୍ଣିଂ, ବ୍ଲକ୍ ଚେନ୍, କୃତ୍ରିମ ପ୍ରଜ୍ଞା ଭଳି ଅନେକ ନୂତନ ପ୍ରକାର ପ୍ରଯୁକ୍ତିର ପ୍ରତିଯୋଗିତା ଆସିଯାଇଥିବ । ଏସବୁ ପ୍ରଯୁକ୍ତିଗତ ଡ଼ାଟା ଉପରେ ଆଧାରିତ ହେବ ଏବଂ ସେଥିପାଇଁ ଏବେ କୁହାଯିବା ଆରମ୍ଭ ହେଲାଣି ଯେ ବିଶ୍ୱରେ ନୂତନ ଇନ୍ଧନ ଡ଼ାଟାର ଆବଶ୍ୟକତା ପଡ଼ିବ । ଏଭଳି ନୂତନ ଆବଶକ୍ୟକତାକୁ ନଜରରେ ରଖି ଆମ ସରକାର ଜାତୀୟ ଆନ୍ତଃଶୃଙ୍ଖଳୀୟ ସାଇବର ଫିଜିକାଲ ବ୍ୟବସ୍ଥା ଅଭିଯାନର ଶୁଭାରମ୍ଭ କରିଛନ୍ତି । ପାଖାପାଖି ସାଢ଼େ ତିନିହଜାର କୋଟି ଟଙ୍କା ଏହି ଅଭିଯାନରେ ଖର୍ଚ୍ଚ କରାଯାଉଛି । ଏହି ବ୍ୟବସ୍ଥା ମାଧ୍ୟମରେ ଆଗାମୀ ପାଞ୍ଚ ବର୍ଷ ଭିତରେ ରେବୋଟିକ୍ସ, କୃତ୍ରିମ ପ୍ରଜ୍ଞା, ଡ଼ିଜିଟାଲ ମାନୁଫାକ୍ଚରିଂ ବିଗ୍ ଡ଼ାଟା ଆନାଲିସିସ୍ କ୍ୱାଣ୍ଟମ୍ କମୁନିକେଶନ୍, ଏବଂ ଇଣ୍ଟରନେଟ ଅଫ୍ ଥିଙ୍ଗସ୍  ଉପରେ ଗବେଷଣା ଓ ବିକାଶ କାର୍ଯ୍ୟକ୍ରମର ସଂପ୍ରସାରଣ କରାଯିବ ।

ସାଥୀଗଣ, କେନ୍ଦ୍ର ସରକାର ଗୋଟିଏ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଟାସ୍କ ଫୋର୍ସ ବି ଗଠନ କରିଛନ୍ତି । ଏହା ଦ୍ୱାରା ଭାରତ ଶିଳନ 4.0 ପାଇଁ ପ୍ରସ୍ତୁତ ହୋଇପାରିବ । ମୁଁ ବୈଜ୍ଞାନିକ ସମୁଦାୟଙ୍କୁ ଏବଂ ପ୍ରଯୁକ୍ତି ବିଶେଷଜ୍ଞମାନଙ୍କୁ ଏହି ନିବେଦନ କରିବି ଯେ ଚତୁର୍ଥ ଉଦ୍ୟୋଗ କ୍ରାନ୍ତିର ଏହି ପ୍ରାରମ୍ଭିକ ଅବସ୍ଥାରେ ବିଶ୍ୱର ଦିଗ ପରିବର୍ତ୍ତନ ହେବାଭଳି ନୂତନ ପ୍ରଯୁକ୍ତିର ବିକାଶ ଘଟାନ୍ତୁ । ତାହା ଫଳରେ ଭାରତ ଉତ୍ପାଦନ, ପ୍ରଯୁକ୍ତି ଜ୍ଞାନ ଉପରେ ଆଧାରିତ ଶିଳ୍ପ କ୍ଷେତ୍ରରେ ସମଗ୍ର ବିଶ୍ୱର କେନ୍ଦ୍ରବିନ୍ଦୁରେ ପରିଣତ ହୋଇପାରିବ । କୃତ୍ରିମ ପ୍ରଜ୍ଞାର ଉପଯୋଗ ଦିଗରେ କୃଷି ଠାରୁ ଆରମ୍ଭ କରି ପରିବହନ ଏବଂ ସ୍ୱାସ୍ଥ୍ୟ ସେବା ଠାରୁ ନେଇ ପାଣିପାଗ ବିଜ୍ଞାନ ପର୍ଯ୍ୟନ୍ତ ସବୁଠାରେ ଏହାର ପ୍ରୟୋଗ ହୋଇପାରିବ । ଏଥିରେ ଯେଉଁ ଶକ୍ତି ନିହିତ ରହିଛି ତାହା ଆମର ବିକାଶ ଏବଂ ସାଫଲ୍ୟର ମାର୍ଗକୁ ସରଳ ଓ ସୁଗମ କରିବ । ତାହା ଏହି ମାର୍ଗକୁ ନିର୍ଦ୍ଧାରଣ କରିବ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ ।

ଆଜି ଯେଉଁସବୁ ପ୍ରଯୁକ୍ତିର ବିକାଶ ଘଟୁଛି ତାହାକୁ କୌଣସି ସୀମା ଭିତରେ ବାନ୍ଧି ରଖିହେବନାହିଁଏଥିପାଇଁ ନୂତନ ପ୍ରକାରର ଚିନ୍ତାର ଆବଶ୍ୟକତା ରହିଛି । କ୍ରସ୍ ଡ଼ିସିପ୍ଲିନାରୀ ଗବେଷଣା ଏଭଳି ଚିନ୍ତନକୁ ଅଧିକ ଶକ୍ତି ପ୍ରଦାନ କରିପାରେ । ଅର୍ଥାତ୍, ଗବେଷଣାର ଏଭଳି ଏକ ବାତାବରଣ ଆମକୁ ସୃଷ୍ଟି କରିବାକୁ ପଡ଼ିବ ଯେଉଁଠାରେ ଇଂଜିନିୟର ମଧ୍ୟ ସେଲ୍ ବାୟୋଲୋଜି ବିଶେଷଜ୍ଞମାନଙ୍କ ଏକତ୍ର ମିଶି ଗବେଷଣା କାର୍ଯ୍ୟ ସଂପାଦନ କରିପାରିବ ଜଣେ ରସାୟନ ବିଜ୍ଞାନୀ କଳା କାରିଗରଠାରୁ ମଧ୍ୟ ପ୍ରେରଣା ଗ୍ରହଣ କରିପାରିବ । ଜଣେ ପଦାର୍ଥ ବିଜ୍ଞାନୀ କିମ୍ବା ଜଣେ ସମାଜ ବିଜ୍ଞାନୀ ଏକତ୍ର ମିଲି ଚିନ୍ତା କରିପାରିବେ ଏବଂ ଏକତ୍ର ସେମାନଙ୍କର ଗବେଷଣାକୁ ଆଗେଇ ନେଇପାରିବେ । ପୃଥକ୍ ପୃଥକ୍ ଶୃଙ୍ଖଳା କିମ୍ବା ଚିନ୍ତାଧାରାର ଏଭଳି ସଙ୍ଗମ ନିଶ୍ଚିତ ଭାବେ ଗବେଷଣା ଓ ବିକାଶ ଉପରେ ଆଧାରିତ ଇନୋଭେସନର ଏକ ନୂତନ ସଂସ୍କୃତିର ବିକାଶ ଘଟାଇବ ।

ମୋର ବିଶ୍ୱାସ ଯେ ଏଭଳି ସଂସ୍କୃତିକୁ ଆମ ସରକାର ଦ୍ୱାର ଉଚ୍ଚ ଶିକ୍ଷା କ୍ଷେତ୍ରରେ କରାଯାଉଥିବା ପ୍ରୟାସକୁ ମଧ୍ୟ ସଶକ୍ତ କରିବାରେ ସହାୟକ ହେବ । ଆମ ସରକାର ଶିକ୍ଷା ଏବଂ ବିଶେଷ କରି ଉଚ୍ଚ ଶିକ୍ଷାର ବିକାଶ  ପାଇଁ ଅନେକ ବଡ଼ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଆମେ ଗବେଷଣା ବିକାଶ ଅଥବା ଅଭିନବତ୍ୱକୁ ପ୍ରୋତ୍ସାହନ ପ୍ରଦାନ କରିଆସୁଛୁ । ଉଚ୍ଚ ଶିକ୍ଷା ସଂସ୍ଥାନମାନଙ୍କୁ ସ୍ୱାୟତ୍ତତା ପ୍ରଦାନ କରୁଛୁ ଯାହା ଫଳରେ ଶିକ୍ଷା ସ୍ତରରେ ସୁଧାର ଆସିପାରିବ । ଏଭଳି ପ୍ରୟାସ ଦ୍ୱାର 21ଟି ବିଶ୍ୱବିଦ୍ୟାଳୟ ସମେଦ 60ଟି ଉଚ୍ଚ ଶିକ୍ଷାନୁଷ୍ଠାନକୁ ଗ୍ରେଡ଼େଡ଼୍ ସ୍ୱାୟତ୍ତତା ପ୍ରଦାନ କରାଯାଇସାରିଛି । ଆଇଆଇଏମମାନଙ୍କୁ ସ୍ୱାୟତ୍ତତା ପ୍ରଦାନ କରାଯିବା ପଛରେ ମଧ୍ୟ ସରକାରଙ୍କର ଏହି ଚିନ୍ତାଧାରା ରହିଛି । ଏହିଭଳି ଭାବେ ପ୍ରଖ୍ୟାତ ପ୍ରତିଷ୍ଠାନମାନଙ୍କରେ ବି କାର୍ଯ୍ୟ ଆରମ୍ଭ କରାଯାଇ ସାରିଛି । ଏଭଳି ସଂସ୍ଥାନମାନଙ୍କୁ ମଧ୍ୟ ପୂଣ୍ଣ ର୍ସ୍ୱାଧୀନତା ପ୍ରଦାନ କରାଯାଇଛି । ତଦ୍ୱାରା ବିଶ୍ୱର ସର୍ବଶ୍ରେଷ୍ଠ ସଂସ୍ଥାନମାନଙ୍କ ସହ ସେମାନେ ନିଜର ସ୍ଥାନ ସୃଷ୍ଟି କରିପାରିବେ । ଏହା ମଧ୍ୟ ଆମର ଜାତୀୟ କର୍ତ୍ତବ୍ୟ ଯେ ଆମେ ଆମର ଯୁବଗୋଷ୍ଠୀଙ୍କ ଚିନ୍ତାଧାରାକୁ ପ୍ରଖରିତ କରିବା ଆବଶ୍ୟକ । ସେଥିରେ ବୈଜ୍ଞାନିକ ଭାବନାର ବିକାଶ ଲାଭ କରିବା ଉଚିତ । କାରଣ ଆମର ଭବିଷ୍ୟତ ସେଥିରେ ନିହିତ ଏବଂ ଭବିଷ୍ୟତରେ ସେମାନେ ହିଁ ଭାରତର ଭାଗ୍ୟଡ଼ୋରି ସମ୍ଭାଳିବେ ଓ ସମଗ୍ର ବିଶ୍ୱକୁ ମାର୍ଗ ପ୍ରଦର୍ଶନ କରିବେ ।

ସାଥୀଗଣ, ବିଜ୍ଞାନ ଓ ପ୍ରଯୁକ୍ତି ଯେତେବେଳେ ଅଧିକ ହେବ , ଯେତେବେଳେ ଏହାର ପ୍ରଭାବ ସମାଜର ଅନ୍ତିମ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚିପାରିବ, ବଂଚିତ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚିପାରିବ, ସେତେବେଳେ ବିକାଶ ସଂପୂର୍ଣ୍ଣ ହୋଇଛି ବୋଲି ଗ୍ରହଣ କରାଯିବ । ଏହିଭଳି ଭାବେ ବିଜ୍ଞାନ ଓ ପ୍ରଯୁକ୍ତିକୁ ଦେଶର ସମସ୍ତ ସମସ୍ୟା ଓ ଚାଲେଞ୍ଜ୍ ସହ ଯୋଡ଼ି ଦିଆଗଲେ,ସମସ୍ତ ବୈଜ୍ଞାନିକ ଓ ବିଜ୍ଞାନ ଏଜେନନ୍ସିଙ୍କୁ ଏହି ଅଭିଯାନରେ ସାମିଲ କରାଗଲେ ସେମାନେ ଏହାର ଅଂଶବିଶେଷ ବନିପାରିବେ । ଏହା ହିଁ ସମୟର ଆବଶ୍ୟକତା । ଏବଂ ଏଥିପାଇଁ ଆମର ଗବେଷଣାକୁ ସମାଧାନମୁଖୀ କରିବାର ଆବଶ୍ୟକତା ରହିଛି । ସ୍ୱାସ୍ଥ୍ୟସେବା, ସୁଲଭ ମୂଲ୍ୟର ବାସଗୃହ, ସ୍ୱଚ୍ଛ ଶକ୍ତି, ପର୍ଯ୍ୟାବରଣ, ବର୍ଜ୍ୟ ପରିଚାଳନା, କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ଇଲେକ୍ଟ୍ରିକ୍ ମୋବିଲିଟି, ସାଇବର ନିରାପତ୍ତା, ଭାଲ୍ୟୁ ଆଡ଼ିସନ୍ ଭଳି ପ୍ରସଙ୍ଗ ଉପରେ ଆମକୁ ସବୁ ପ୍ରଶ୍ନର ଉତ୍ତର ଖୋଜି ବାହାର କରିବାକୁ ପଡ଼ିବ । ମୋର ବିଶ୍ୱାସ ଯେ ବିଜ୍ଞାନ ମୌଳିକଧର୍ମୀ ହେବା ଆବଶ୍ୟକ ଏବଂ ସେଥିରେ କୌଣସି ପ୍ରକାର ସାଲିସ କରାଯିବା ଅନୁଚିତ । ବିଜ୍ଞାନ ମୌଳିକ ହେବା ଆବଶ୍ୟକ କିନ୍ତୁ ପ୍ରଯୁକ୍ତି ସ୍ଥାନୀୟ ଆବଶ୍ୟକତା ପୂରଣ କରିପାରୁଥିବା ବାଂଛନୀୟ… ପ୍ରଯୁକ୍ତି ସ୍ଥାନୀୟ କହିବାର ଅର୍ଥ ହେଲା ଏଇଆ ଯେ ଏହାକୁ ଭାରତୀୟ ପରିସ୍ଥିତି ଏବଂ ଆବଶ୍ୟକତାର ଉତ୍ତର ଓ ସମାଧାନ ରୂପେ ବ୍ୟବହାରକ୍ଷମ କରାଯିବା ଦରକାର । ଏହି ଅଭିଯାନ ସଫଳ ହେବା ଆବଶ୍ୟକ । ସେଥିପାଇଁ ଆମେ ସାଇଲୋସକୁ ବାହାରକୁ ଫିଙ୍ଗିଦେବାକୁ ପଡ଼ିବ । ଅତି କ୍ଷୁଦ୍ର ଆକାରରେ ଚିନ୍ତା କରିବା ପରିବର୍ତ୍ତେ ସାମଗ୍ରିକ ଦୃଷ୍ଟିକୋଣରୁ ଚିନ୍ତା କରିବାକୁ ହେବ ।ଯଦି ଆମକୁ ଗୋଟିଏ ଗଛ ଲଗାଇବାକୁ ପଡ଼ିବ ତାହେଲେ କିଏ ଗାତ ଖୋଳିବ, ବୀଜ କିଏ ରୋପଣ କରିବ ଏବଂ ପାଣି କିଏ ଦେବ ଏଭଳି ଚିନ୍ତା କରିଚାଲିଲେ ଚଳିବ ନାହିଁ । ଆମକୁ ଲକ୍ଷ୍ୟ ସ୍ପଷ୍ଟ ରଖିବାକୁ ପଡ଼ିବ ତାହେଲେ ଯାଇ ମାର୍ଗ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେବ । ଦ୍ରୁତ ପ୍ରଗତିଶୀଳ ଓ ପରିବର୍ତ୍ତନଶୀଳ ପ୍ରଯୁକ୍ତି ସହ ଆମକୁ ନିଜକୁ ମଧ୍ୟ ବଦଳିବାକୁ ପଡ଼ିବ ଓ ଆମର ଜନତା ଓ ପ୍ରାଇଭେଟ ସେକ୍ଟରକୁ ସକ୍ଷମ କରିବାକୁ ହେବ । ସମସ୍ତେ ଶକ୍ତି ଓ ସାମର୍ଥ୍ୟରେ ଭରି ରହିଛିନ୍ତି କିନ୍ତୁ ପ୍ରତିଯୋଗିତାର ଏହି ପର୍ଯ୍ୟାୟରେ ନିଜକୁ ଆଗରେ ରଖିବା ସକାଶେ ଆମକୁ ଆହୁରି ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ । ନୂତନ ଦିଗ ନିର୍ଦ୍ଧାରଣ କରିବାକୁ ହେବ । ସମାଜର ଏତେସବୁ ଚାଲେଞ୍ଜର ଉତ୍ତର ଖୋଜିବା ପାଇଁ ପ୍ରଧାନମନ୍ତ୍ରୀ ବିଜ୍ଞାନ ପ୍ରଯୁକ୍ତି ଓ ଅଭିନବ ଉପଦେଷ୍ଟା ପରିଷଦ ବି ଏ ଦିଗରେ ଗମ୍ଭୀରତାର ସହ କାର୍ଯ୍ୟ କରୁଛି ।

ସାଥୀଗଣ, ଆମର ଆପଣମାନଙ୍କ କ୍ଷମତା ଉପରେ, ଆପଣମାନଙ୍କ କୌଶଳ ଉପରେ, ଆପଣମାନଙ୍କ ସାମର୍ଥ୍ୟ ଉପରେ ସଂପୂର୍ଣ୍ଣ ଭରସା ଅଛି । ଆପଣମାନଙ୍କ ଏହି ସାମର୍ଥ୍ୟ ଦ୍ୱାରା ହିଁ ନୂତନ ଭାରତର ନୂତନ ଆବିଷ୍କାର ସମ୍ଭବପର ହେବ । ନୂତନ ପ୍ରଯୁକ୍ତି ସଂପର୍କରେ ଚିନ୍ତା କରାଯିବ ଏବଂ ବିଜ୍ଞାନ ମାଧ୍ୟମରେ ସାଧାରଣ ଜନତାଙ୍କ ଆଶା ଆକାା ପୂରଣ ହେବା ସହ ଦେଶ ଆଗକୁ ବଢ଼ିପାରିବ । ତାହେଲେ ଯାଇ ବିଜ୍ଞାନ ଏବଂ ଗବେଷଣାର ଫାଇଦା ଆମର ଯବାନମାନଙ୍କୁ ବି ମିଳିମ ଏବଂ ଆମର କୃଷକମାନଙ୍କୁ ବି ଉପଲବ୍ଧ ହେବ । ପୁଣି ଥରେ ଯେଉଁ ମହାନ ଲୋକମାନେ ବିଜ୍ଞାନ କ୍ଷେତ୍ରରେ ସାଧନା କରି ଯାଇଛନ୍ତି, ସେମାନଙ୍କ ସ୍ୱପ୍ନ ସାକାର ହୋଇପାରିବ । ଏହିଭଳି ଋଷିତୁଲ୍ୟ ବୈଜ୍ଞାନିକମାନଙ୍କୁ ଆଜି ପୁରସ୍କୃତ କରାଯାଉଛି । ମୁଁ ସେମାନଙ୍କୁ ସମସ୍ତଙ୍କୁ ଆଦରପୂର୍ବକ ଅଭିନନ୍ଦନ ଜଣାଉଛି । ବହୁତ ବହୁତ ବଧେଇ ଜଣାଉଛି । ଆପଣମାନଙ୍କୁ ସମସ୍ତଙ୍କୁ ଜାତୀୟ ବିଜ୍ଞାନ ଦିବସ ଅବସରରେ ପୁଣି ଥରେ ଅନେକ ଅନେକ ଶୁଭକାମନା ଜ୍ଞାପନ କରୁଛି ।

ବହୁତ ବହୁତ ଧନ୍ୟବାଦ ।

 

**********