Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଥମ ଥର ଲାଗି ମାଗଣା ଡିଶରେ ନିଜସ୍ୱ ରାଜ୍ୟ ଦୂରଦର୍ଶନ ଚ୍ୟାନେଲ ପାଇଥିବା ଲୋକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ଲାଗି ସେମାନଙ୍କ ରାଜ୍ୟରେ ଡିଡି ମାଗଣା ଡିଶ ଜରିଆରେ ଦୂରଦର୍ଶନ ଚ୍ୟାନେଲ ଦେଖିବାକୁ ସୁଯୋଗ ପାଇଥିବା ରାଜ୍ୟର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

“ପ୍ରସାର ଭାରତୀ ଡିଡି ମାଗଣା ଡିଶ ଜରିଆରେ ଭାରତର ସାଟେଲାଇଟ ପଦଚିହ୍ନରେ 11ଟି ଅଧିକ ରାଜ୍ୟ ଡିଡି ଚ୍ୟାନେଲ ଆଣିଥିବା ଜାଣି ଆନନ୍ଦିତ । ଏଥିମଧ୍ୟରୁ 5ଟି ଚ୍ୟାନେଲ ଉତ୍ତର ପୂର୍ବାଂଚଳ ରାଜ୍ୟ ପାଇଁ ରହିଛି । ଏହା ଆଂଚଳିକ ସଂସ୍କୃତିକୁ ସୁଦୃଢ଼ କରିବା ଏବଂ ଲୋକମାନଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ଦିଗରେ ଅନେକ ପଥ ଅତିକ୍ରମ କରିବ ।

ପ୍ରଥମ ଥର ପାଇଁ ଡିଡି ମାଗଣା ଡିଶ ଜରିଆରେ ସେମାନଙ୍କର ନିଜସ୍ୱ ଦୂରଦର୍ଶନ ଚ୍ୟାନେଲ ପାଇଥିବାରୁ ଛତିଶଗଡ଼, ଗୋଆ, ହରିୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲ୍ୟାଣ୍ଡ, ତ୍ରିପୁରା ଓ ଉତ୍ତରାଖଣ୍ଡର ଲୋକମାନଙ୍କୁ ଅଭିନନ୍ଦନ!” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

*****