Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦ୍ୱିତୀୟ ବିଶ୍ୱଯୁଦ୍ଧର ପୂର୍ବ ସୈନିକ, ଜରୁରୀକାଳୀନ କମିସନ୍ଡ ଅଧିକାରୀ, ସର୍ଟ ସର୍ଭିସ କମିସନ୍ଡ ଅଧିକାରୀ ତଥା ସମୟ ପୂର୍ବରୁ ସେବା ନିବୃତ ହେଉଥିବା ସୈନିକମାନଙ୍କୁ ପୂର୍ବ ସୈନିକ ଅଂଶଦାୟୀ ସ୍ୱାସ୍ଥ୍ୟ ଯୋଜନା ଇସିଏଚଏସ ଅନ୍ତର୍ଗତ ଚିକିତ୍ସା ସୁବିଧା ଉପଲବ୍ଧ କରାଇବା ନେଇ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବ ସୈନିକ, ଜରୁରୀକାଳୀନ କମିସନ୍ଡ ଅଧିକାରୀ, ସର୍ଟ ସର୍ଭିସ କମିସନ୍ଡ ଅଧିକାରୀ ତଥା ସମୟ ପୂର୍ବରୁ ସେବାନିବୃତ ହେଉଥିବା ସୈନିକମାନଙ୍କୁ ପୂର୍ବ ସୈନିକ ଅଂଶଦାୟୀ ସ୍ୱାସ୍ଥ୍ୟ ଯୋଜନା (ଇସିଏଚଏସ) ଅନ୍ତର୍ଗତ ଚିକିତ୍ସା ସୁବିଧା ଉପଲବ୍ଧ କରାଇବା ପାଇଁ ମଞ୍ଜୁରି ପ୍ରଦାନ କରିଛନ୍ତି ।

ଏହାର ପରିଣାମ ସ୍ୱରୂପ ଏବେ ଏହିପରି 43,000 ପୂର୍ବ ସୈନିକ ଏବଂ ଅଧିକାରୀ ଇସିଏଚଏସ ସେବାର ଲାଭ ନେଇପାରିବେ ଯେଉଁମାନେ କି ଏ ପର୍ଯ୍ୟନ୍ତ ଏଥିରୁ ବଞ୍ଚିତ ଥିଲେ । ସେମାନଙ୍କୁ ଏହି ସେବା ସମଗ୍ର ଦେଶରେ ସ୍ଥିତ 425 ଇସିଏଚଏସ ପଲିକ୍ଲିନିକ, ଅଧିସୂଚିତ ପ୍ୟାନେଲ ସମ୍ପନ୍ନ 2500ରୁ ଅଧିକ ଘରୋଇ ହସପିଟାଲ ଏବଂ ସମସ୍ତ ସରକାରୀ ହସପିଟାଲରେ କିଛି ସର୍ତ୍ତରେ ଉପଲବ୍ଧ ହେବ । ଇସିଏଚଏସ ଯୋଜନାରେ ସମ୍ପୂର୍ଣ୍ଣ ଅଂଶଧନ ଥରକରେ ଦେବାର ନିୟମ ଫଳରେ ସୈନିକମାନଙ୍କ ବିଧବାମାନଙ୍କୁ ରିହାତି ପ୍ରଦାନ କରାଯାଇଛି ।

ଏନଡିଏ ସରକାରଙ୍କ ଦ୍ୱାରା 2013 ଏପ୍ରିଲରେ ଆରମ୍ଭ କରାଯାଇଥିବା ଇସିଏଚଏସ ଯୋଜନା 54 ଲକ୍ଷ ପୂର୍ବ ସୈନିକ, ପେନସନର, ଅନେକ ଆଶ୍ରିତ ଏବଂ କିଛି ଅନ୍ୟ ଶ୍ରେଣୀର ପୂର୍ବ ସୈନିକମାନଙ୍କୁ ଗୁଣବତ୍ତା ଯୁକ୍ତ ଚିକିତ୍ସା ସେବା ପ୍ରଦାନ କରିଥାଏ ।

ପୂର୍ବ ସୈନିକମାନଙ୍କ କଲ୍ୟାଣ ପାଇଁ କରାଯାଇଥିବା ଉପାୟ:

ସରକାରଙ୍କ ଆଜିର ନିଷ୍ପତ୍ତି ଦେଶ ପାଇଁ ନିଜର ଅମୂଲ୍ୟ ସେବା ପ୍ରଦାନ କରୁଥିବା ସାହସୀ ସୈନିକମାନଙ୍କ କଲ୍ୟାଣ ପାଇଁ ପ୍ରଥମ ଦିନରୁ ହିଁ କରାଯାଇଥିବା ନୀତି ଆଡକୁ ଉଠାଯାଇଥିବା ଆଉ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ।

ପୂର୍ବ ସୈନିକମାନଙ୍କ ପାଇଁ ଚାରି ଦଶକରୁ ଦୀର୍ଘ ‘ୱାନ ରେଙ୍କ ୱାନ ପେନସନ ଯୋଜନା’ର କ୍ରିୟାନ୍ୱୟନର ପରିଣାମସ୍ୱରୂପ 20 ଲକ୍ଷରୁ ଅଧିକ ପୂର୍ବ ସୈନିକମାନଙ୍କୁ 35,000 କୋଟି ଟଙ୍କାରୁ ଅଧିକ ରାଶି ପ୍ରାପ୍ତ ହୋଇଛି । ଯୋଜନା ଅନ୍ତର୍ଗତ ପୂର୍ବତନ ସୈନିକମାନଙ୍କ ପାଇଁ ସରକାରଙ୍କ ଦ୍ୱାରା କରାଯାଇଥିବା ଅନ୍ୟ କଲ୍ୟାଣକାରୀ ଉପାୟମାନଙ୍କ ମଧ୍ୟରେ ପେନସନରେ ଶତକଡା 40 ପ୍ରତିଶତର ବୃଦ୍ଧି, ପୂର୍ବ ପରିପକ୍ୱ ସେବାନିବୃତ ସୈନିକମାନଙ୍କ ପାଇଁ ବିକଳାଙ୍ଗ ପେନସନ, ବାସ୍ତବିକ ନିୟନ୍ତ୍ରଣ ରେଖା, ନିୟନ୍ତ୍ରଣ ରେଖା ଏବଂ ଅନ୍ତଃରାଷ୍ଟ୍ରୀୟ ନିୟନ୍ତ୍ରଣ ରେଖାରେ ଯୁଦ୍ଧରେ ସହିଦ ହେବା ନେଇ ସହାୟତା ତଥା ଯୁଦ୍ଧରେ ସର୍ବୋଚ୍ଚ ବଳିଦାନ ଦେଉଥିବା ସୈନିକମାନଙ୍କୁ ନବଗଠିତ ସେନା ଯୁଦ୍ଧ କୌଶଳ କଲ୍ୟାଣ ପାଣ୍ଠି ମାଧ୍ୟମରେ ଆର୍ଥିକ ସହାୟତା, ପୂର୍ବତନ ସୈନିକ ଭତ୍ତା, ପୂର୍ବ-ନୌସୈନିକମାନଙ୍କୁ ବିଶେଷ ପେନସନ ଏବଂ 36ରୁ ଅଧିକ ପ୍ରକାରର ରୋଜଗାର ପାଇଁ 30 ହଜାରରୁ ଅଧିକ ସେବାନିବୃତ ସୈନିକମାନଙ୍କୁ କୌଶଳ ବିକାଶ ପ୍ରଶିକ୍ଷଣ ଦେବା ସାମିଲ ରହିଛି ।

**********