Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭିଡିଓ କନଫରେନ୍ସ ଜରିଆରେ ବାଂଲାଦେଶରେ ଉନ୍ନୟନ ପ୍ରକଳ୍ପ ପାଇଁ ମିଳିତ ଭାବେ ଇ-ଫଳକ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଆଜି ଭିଡିଓ କନଫରେନ୍ସ ଜରିଆରେ ବାଂଲାଦେଶର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ମିଳିତ ଭାବେ ଇ-ଫଳକ ଉନ୍ମୋଚନ କରିଛନ୍ତି ।

ଟ୍ରକ ଏବଂ ବସ ଯୋଗାଣ, 36ଟି ଗୋଷ୍ଠୀ ଚିକିତ୍ସା କେନ୍ଦ୍ର, 11ଟି ଜଳ ପରିଚାଳନା ପ୍ଲାଣ୍ଟ ଏବଂ ବାଂଲାଦେଶକୁ ଜାତୀୟ ଜ୍ଞାନ ନେଟୱାର୍କ ସମ୍ପ୍ରସାରଣ ନିମନ୍ତେ ଉଭୟ ନେତା ଇ-ଫଳକ ଉନ୍ମୋଚନ କରିଥିଲେ ।

ଏହି ଅବସରରେ, ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଏହା ହେଉଛି ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ସହିତ ତାଙ୍କର ଷଷ୍ଠ ଭିଡିଓ କନଫରେନ୍ସ । ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସଂକଳ୍ପ ଭାରତ ଓ ବାଂଲାଦେଶ ମଧ୍ୟରେ ଦୃଢ଼ ସମ୍ପର୍କର ଏକ ବୃହତ ପ୍ରେରଣା । ସେ କହିଥିଲେ ଆଜି ହୋଇଥିବା ଉନ୍ମୋଚନ କେବଳ ପରିବହନ ସଂଯୋଗ ନୁହେଁ ଜ୍ଞାନ ସଂଯୋଗକୁ ପ୍ରୋତ୍ସାହିତ କରିବ । ସେ କହିଥିଲେ ଜ୍ଞାନ ନେଟୱାର୍କ ଦ୍ୱାରା ବାଂଲାଦେଶର ଗବେଷକ ଏବଂ ଗବେଷଣା ସଂସ୍ଥାନଗୁଡ଼ିକ ଭାରତ ଏବଂ ବିଶ୍ୱ ସହିତ ଯୋଡ଼ି ହୋଇପାରିବେ । ବସ ଏବଂ ଟ୍ରକଗୁଡ଼ିକ ସୁଗମ ସର୍ବସାଧାରଣ ପରିବହନ ପ୍ରୟାସରେ ସହାୟକ ହେବେ, ଜଳ ପରିଚାଳନା ପ୍ଲାଣ୍ଟଗୁଡ଼ିକ ସ୍ୱଚ୍ଛ ଜଳ ଯୋଗାଣରେ ସହାୟକ ହେବ ଏବଂ ଗୋଷ୍ଠୀ ଚିକିତ୍ସାକେନ୍ଦ୍ର ଦ୍ୱାରା ବାଂଲାଦେଶର 2 ଲକ୍ଷ ଲୋକ ଲାଭାନ୍ୱିତ ହୋଇପାରିବେ । ସେ କହିଥିଲେ ଏହି ପ୍ରକଳ୍ପଗୁଡ଼ିକ ଦର୍ଶାଉଛି ଯେ କିଭଳି ଭାରତ-ବାଂଲାଦେଶ ସମ୍ପର୍କ ଲୋକମାନଙ୍କ ଜୀବନଧାରଣ ମାନ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ।

ବାଂଲାଦେଶ ପାଇଁ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଦ୍ୱାରା ନିର୍ଦ୍ଧାରିତ ମହତ୍ୱକାଂକ୍ଷୀ ବିକାଶ ଲକ୍ଷ୍ୟରେ ଭାରତର ସହଯୋଗ ବିଷୟରେ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ଏବଂ ଦୋହରାଇଥିଲେ । ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ଅଭିବୃଦ୍ଧି ହାସଲ କରିବ ।