ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ “ଲୋକସଭା 2019ର ସାଧାରଣ ନିର୍ବାଚନ” ଲାଗି ଜନପ୍ରତିନିଧିତ୍ୱ ଆଇନ 1951ର ଧାରା 14ର ଉପଧାରା (2) ଅନ୍ତର୍ଗତ ସାମ୍ବିଧାନିକ ଅଧିସୂଚନା ଜାରି କରିବା ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଏଥିରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଆଧାରରେ ସୁପାରିସ କରାଯାଇଥିବା ତାରିଖରେ ଲୋକସଭା ସଦସ୍ୟମାନଙ୍କୁ ନିର୍ବାଚିତ କରିବା ଲାଗି ସଂସଦୀୟ ନିର୍ବାଚନ କ୍ଷେତ୍ରଗୁଡ଼ିକୁ ଆମନ୍ତ୍ରଣ କରିବାର ବ୍ୟବସ୍ଥା ରହିଛି ।
ପ୍ରଭାବ :
ଅଧିସୂଚନା ଜାରି କରିବା ତାରିଖ ଠାରୁ 17ତମ ଲୋକସଭା ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯିବ ।
*****