Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶ୍ରୀ ମନୋହର ପାରିକରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ଗୋଆ ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ପାରିକରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ଶ୍ରୀ ମନୋହର ପାରିକର ଜଣେ ଅଦ୍ୱିତୀୟ ନେତା ଥିଲେ । ଜଣେ ପ୍ରକୃତ ଦେଶଭକ୍ତ ଓ ଅସାଧାରଣ ପ୍ରଶାସକ ଭାବେ ତାଙ୍କୁ ସମସ୍ତେ ମାନୁଥିଲେ । ଦେଶପ୍ରତି ତାଙ୍କର ନିଷ୍କଳଙ୍କ ସେବା ସବୁ ପିଢ଼ି ପାଇଁ ମନେ ରହିବ । ତାଙ୍କ ବିୟୋଗରେ ଗଭୀର ମର୍ମାହତ । ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ସମବେଦନା, ଓଁ ଶାନ୍ତି ।

ଶ୍ରୀ ମନୋହର ପାରିକର ଆଧୁନିକ ଗୋଆର ନିର୍ମାତା ଥିଲେ । ତାଙ୍କର ମେଳାପି ବ୍ୟକ୍ତିତ୍ୱ ଏବଂ ସୁଲଭ ପ୍ରକୃତି ଯୋଗୁ ସେ ବର୍ଷ ବର୍ଷ ଧରି ରାଜ୍ୟବାସୀଙ୍କ ପସନ୍ଦର ନେତା ହୋଇ ରହିଥିଲେ । ତାଙ୍କର ଲୋକାଭିମୁଖୀ ନୀତି କାରଣରୁ ଗୋଆ ଅଭିବୃଦ୍ଧିର ଉଲ୍ଲେଖନୀୟ ଉଚ୍ଚତାକୁ ସ୍ପର୍ଶ କରିଥିଲା ।

ଆମର ପ୍ରତିରକ୍ଷା ମନ୍ତ୍ରୀ ଭାବେ ଶ୍ରୀ ମନୋହର ପାରିକରଙ୍କ କାର୍ଯ୍ୟକାଳ ପାଇଁ ଭାରତ ତାଙ୍କ ପ୍ରତି ସର୍ବଦା କୃତଜ୍ଞ ହୋଇ ରହିବ । ସେ ପ୍ରତିରକ୍ଷା ମନ୍ତ୍ରୀ ଥିବା ସମୟରେ, ଭାରତ ଏକାଧିକ ନିଷ୍ପତି ନେଇଥିଲା ଯାହା ଦେଶର ନିରାପତ୍ତା ସାମର୍ଥ୍ୟ ବୃଦ୍ଧି କରିବା ସହିତ, ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନକୁ ପ୍ରୋତ୍ସାହିତ କରିଥିଲା ଏବଂ ପୂର୍ବତନ ସେନା କର୍ମଚାରୀମାନଙ୍କ ଜୀବନରେ ଉନ୍ନତି ଆଣିଥିଲା ।”

*****