Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆବାସ ଓ ବସତିସ୍ଥାପନ କ୍ଷେତ୍ରରେ ସୂଚନା ବିନିମୟ ଓ ବୈଷୟିକ ସହଯୋଗକୁ ପ୍ରୋତ୍ସାହନ ଦେବା ଲାଗି ଭାରତ-ମରୋକ୍କୋ ବୁଝାମଣା ବିଷୟରେ ଅବଗତ ହେଲେ କ୍ୟାବିନେଟ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟକୁ ଆବାସ ଏବଂ ମାନବ ବସତିସ୍ଥାପନ କ୍ଷେତ୍ରରେ ସୂଚନା ବିନିମୟ ଏବଂ ବୈଷୟିକ ସହଯୋଗକୁ ପ୍ରୋତ୍ସାହନ ଦେବା ଲାଗି ଭାରତ ଏବଂ ମରୋକ୍କୋ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର (ଏମଓୟୁ) ବିଷୟରେ ଅବଗତ କରାଯାଇଥିଲା । ଏହି ଏମଓୟୁ ଫେବୃଆରୀ 2019ରେ ସ୍ୱାକ୍ଷରିତ ହୋଇଥିଲା ।

ବୁଝାମଣା କାର୍ଯ୍ୟକାରୀ ହେବା ଫଳରେ ଆବାସ ଏବଂ ମାନବ ବସତିସ୍ଥାପନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ସୁଦୃଢ଼ ହୋଇପାରିବ । ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ଓ ବାଣିଜ୍ୟିକ ସମ୍ପର୍କରେ ଉନ୍ନତି ଆଣିବା ସହିତ ନିରନ୍ତର ସମାବେଶୀ ସହରୀ ବିକାଶକୁ ପ୍ରୋତ୍ସାହନ ଦେବାର ଲକ୍ଷ୍ୟ ନେଇ ସହରଗୁଡ଼ିକ ସମ୍ମୁଖୀନ ହେଉଥିବା ଆହ୍ୱାନର ମୁକାବିଲା ଲାଗି ଉଭୟ ଦେଶ ସହଯୋଗ କରିବେ । ଏଥିରେ ପ୍ରମୁଖ ଭାବେ, ଶସ୍ତା ଏବଂ ଜନ ସୁଲଭ ଆବାସ, ଜଳ ଯୋଗାଣ ଏବଂ ପରିମଳ, ସହରାଞ୍ଚଳ ପରିବହନ ଏବଂ ସ୍ମାର୍ଟ ସିଟି ବିକାଶ ସାମିଲ ହେବ, ତେବେ ଏହା ଏତିକିରେ ସୀମିତ ରହିବ ନାହିଁ ।

******