ପିଏମଇଣ୍ଡିଆ
ଆବାସ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ସାଉଦୀ ଆରବ ମଧ୍ୟରେ ଫେବୃଆରୀ 2019ରେ ସ୍ୱାକ୍ଷରିତ ବୁଝାମଣା ବିଷୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟଙ୍କୁ ଅବଗତ କରାଯାଇଥିଲା ।
ଆବାସ କ୍ଷେତ୍ରରେ ସହଯୋଗ, ବିଶେଷ କରି ଶସ୍ତା/କମ ଆୟ ଆବାସ ଏବଂ ଉଭୟ ଦେଶରେ ହାତକୁ ନିଆଯାଉଥିବା ଆବାସ ଓ ଭିତ୍ତିଭୂମି ପ୍ରକଳ୍ପରେ କର୍ତ୍ତୃପକ୍ଷ ଏବଂ କମ୍ପାନୀଗୁଡ଼ିକର ଅଂଶଗ୍ରହଣ ବୃଦ୍ଧି କରିବା କ୍ଷେତ୍ରରେ ବୈଷୟିକ ସହଯୋଗକୁ ଏହି ବୁଝାମଣା ପ୍ରୋତ୍ସାହିତ କରିବ । ଏହା ମଧ୍ୟ ଆବାସିକ ବିକାଶ କ୍ଷେତ୍ରରେ ଆଧୁନିକ ନିର୍ମାଣ କୌଶଳର ବିକାଶ ଓ ହସ୍ତାନ୍ତରରେ ଜ୍ଞାନ ତଥା ଅଭିଜ୍ଞତା ବିନିମୟ ସହିତ ଗବେଷଣା ଓ ବିକାଶକୁ ପ୍ରୋତ୍ସାହିତ କରିବ ।
******