Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଷ୍ଟାର୍ଟଅପ କ୍ଷେତ୍ରରେ ସହଯୋଗ ଲାଗି ଭାରତ-କୋରିଆ ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଭାରତ ଏବଂ କୋରିଆ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା (ଏମଓୟୁ)କୁ ପିଛିଲା ଭାବେ ମଞ୍ଜୁରି ଦେଇଛନ୍ତି । ଏହି ଏମଓୟୁ ଫେବୃଆରୀ, 2019ରେ ସ୍ୱାକ୍ଷରିତ ହୋଇଥିଲା ।

ଏହି ଏମଓୟୁ ଉଭୟ ଦେଶର ଷ୍ଟାର୍ଟଅପଗୁଡ଼ିକ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ସୁବିଧାପ୍ରଦାନ ଏବଂ ପ୍ରୋତ୍ସାହିତ କରିବ । ତେବେ ଏହା ସେମାନଙ୍କ ଜାତୀୟ ଆଇନ ଓ ନିୟାମକ ଏବଂ ଦୁଇ ଦେଶ ପକ୍ଷଭୁକ୍ତ ଥିବା କୌଣସି ଲାଗୁ ଅନ୍ତର୍ଜାତୀୟ ସନ୍ଧି, ବୁଝାମଣା ଓ ସମ୍ମେଳନ ଅନୁଯାୟୀ ହେବ ।