Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତୀୟ ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ କାର୍ଯ୍ୟାଳୟରେ ଏକ ଉପ ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ ପଦବୀ ସୃଷ୍ଟି ନିମନ୍ତେ କ୍ୟାବିନେଟର ଅନୁମୋଦନ


 

ଭାରତୀୟ ନିୟନ୍ତ୍ରକ ଏବଂ ମହାଲେଖା ପରୀକ୍ଷକଙ୍କ କାର୍ଯ୍ୟାଳୟରେ ଦରମା ହାର-17 (ଏକ ଏସଟିଏସ ଲେବୁଲ ପୋଷ୍ଟକୁ ଉଚ୍ଛେଦ କରି) ରେ ଏକ ଉପ ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସମନ୍ୱୟ, ଯୋଗାଯୋଗ ଏବଂ ସୂଚନା ବ୍ୟବସ୍ଥା) ପଦବୀ ସୃଷ୍ଟି ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ କମିଟି ଅନୁମୋଦନ ପ୍ରଦାନ କରିଛନ୍ତି ।

ଉପ ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ ରାଜ୍ୟ ଯାଞ୍ଚ ବ୍ୟବସ୍ଥା, ଟେଲି ଯୋଗାଯୋଗ ଯାଞ୍ଚ ବ୍ୟବସ୍ଥାର ତଦାରଖ କରିବା ସହିତ ଭାରତୀୟ ଯାଞ୍ଚ ଏବଂ ଏକାଉଣ୍ଟ ବିଭାଗ (ଆଇ ଏ ଆଣ୍ଡ ଏଡି) ଅନ୍ତର୍ଗତ ବିଭିନ୍ନ ସୂଚନା ବ୍ୟବସ୍ଥା (ଆଇଏସ) ପଦକ୍ଷେପ  ମଧ୍ୟରେ ସମନ୍ୱୟ ରକ୍ଷାକରିବେ ।

ଏହି ପଦବୀସୃଷ୍ଟି ନିମନ୍ତେ ଆନୁମାନିକ 21 ଲକ୍ଷ ଟଙ୍କାର ବ୍ୟୟଭାର ଆକଳନ କରାଯାଇଛି ।