ପିଏମଇଣ୍ଡିଆ
ଫ୍ରାନ୍ସ ରାଷ୍ଟ୍ରପତି ଶ୍ରୀ ଏମାନୁଏଲ ମାକ୍ରନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚଳିତ ସାଧାରଣ ନିର୍ବାଚନରେ ବିଜୟ ପାଇଁ ମେ 23, 2019 ତାରିଖ ଦିନ ଟେଲିଫୋନ ଯୋଗେ ଅଭିନନ୍ଦନ ଜଣାଇଛନ୍ତି ।
ଉଭୟ ନେତା ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ଗଢ଼ି ଉଠିଥିବା ଘନିଷ୍ଠ ସଂପର୍କକୁ ଆହୁରି ଆଗକୁ ଆଗେଇ ନେବା ଦିଗରେ କାର୍ଯ୍ୟ କରିବେ ବୋଲି ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଭାରତକୁ ଫ୍ରାନ୍ସ ତାର ସକଳ ପ୍ରକାର ଗୁରୁତ୍ୱପୂର୍ଣ୍ଣ ସହଯୋଗ ଯୋଗାଇ ଦେଇଥିବାରୁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଗଣତାନ୍ତ୍ରିକ ବିଶ୍ୱର ଏକ ମହାନ ନେତା ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଅଭିହିତ କରି ରାଷ୍ଟ୍ରପତି ମାକ୍ରନ 2019 ମସିହା ଅଗଷ୍ଟ ମାସରେ ଶ୍ରୀ ମୋଦୀ ଫ୍ରାନ୍ସ ଗସ୍ତରେ ଯିବାପାଇଁ ତାଙ୍କୁ ଆମନ୍ତ୍ରଣ ଜଣାଇଥିଲେ । ଚଳିତ ବର୍ଷ ଫ୍ରାନ୍ସର ବିୟାରିଜ ଠାରେ ଜି-7 ଶିଖର ବୈଠକର ଆୟୋଜନ କରାଯାଉଛି ଏବଂ ଏହି ଶିଖର ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଯୋଗଦେବା ଅବସରରେ ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ କଥାବାର୍ତ୍ତା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।
*******************