Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ଟେଲିଫୋନ ମାଧ୍ୟମରେ ବଧେଇ ଜଣାଇଲେ ଭୁଟାନ ପ୍ରଧାନମନ୍ତ୍ରୀ ଡ. ଲୋତେ ସେରିଂ


ଭୁଟାନ ପ୍ରଧାନମନ୍ତ୍ରୀ ମହାମହିମ ଲ୍ୟୋନଚେନ ଡ. ଲୋତେ ସେରିଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭାରତର ସାଧାରଣ ନିର୍ବାଚନରେ ବିଜୟ ପାଇଁ 2019 ମେ’ 23ରେ ଟେଲିଫୋନ ମାଧ୍ୟମରେ ଅଭିନନ୍ଦନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ଡ. ଲୋତେ ସେରିଂ ଭାରତରେ ଦୃଢ଼ ନେତୃତ୍ୱ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ପ୍ରଶଂସା କରିଥିଲେ ଏବଂ ଆଶା ପ୍ରକାଶ କରିଥିଲେ ଯେ ତାଙ୍କ ନେତୃତ୍ୱ ଏବଂ ଅନ୍ତର୍ଦ୍ଦୁଷ୍ଟି ଫଳରେ ଭାରତ ଅନେକ ସଫଳତା ହାସଲ କରିବ ।

ପ୍ରଧାନମନ୍ତ୍ରୀ ଡ. ଲୋତେ ସେରିଂଙ୍କ ଅଭିବାଦନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଧନ୍ୟବାଦ ପ୍ରଦାନ କରିଥିଲେ । ଆମ ଦ୍ୱିପାକ୍ଷିକ ସମ୍ପର୍କକୁ ପୁନଶ୍ଚ ଦୃଢ଼ୀଭୂତ କରିବା ପାଇଁ ପ୍ରଧାନମନ୍ତ୍ରୀ ଡ. ଲୋତେ ସେରିଂ ଏବଂ ଭୁଟାନ ସରକାରଙ୍କ ସହ କାର୍ଯ୍ୟକରିବା ନେଇ ସେ ତାଙ୍କ ସଂକଳ୍ପବୋଧକୁ ଦୋହରାଇଥିଲେ ।

***************