ପିଏମଇଣ୍ଡିଆ
ଭୁଟାନ ରାଜା ଜିଗମେ ଖେସର ନାମଗ୍ୟେଲ ୱାଙ୍ଗଚୁକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ 2019 ମେ 23ରେ ଟେଲିଫୋନ ମାଧ୍ୟମରେ ଭାରତର 17ତମ ଲୋକସଭା ନିର୍ବାଚନରେ ବିଜୟୀ ହେବା ନେଇ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତର ଜନସାଧାରଣଙ୍କ ସମୃଦ୍ଧି ଓ ପ୍ରଗତି ପାଇଁ ସେ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ ।
ଭୁଟାନ ରାଜାଙ୍କ ଅଭିନନ୍ଦନ ଓ ଶୁଭେଚ୍ଛା ପାଇଁ ଶ୍ରୀ ମୋଦୀ ତାଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଭୁଟାନ ସହିତ ଏହାର ବିଶେଷ ଏବଂ ସ୍ୱତନ୍ତ୍ର ବନ୍ଧୁତ୍ୱକୁ ଭାରତ ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଥିବା ସେ ପ୍ରକାଶ କରିଥିଲେ । ଉଭୟ ଦେଶ ମଧ୍ୟରେ ଭାଗିଦାରିତାକୁ ଆହୁରି ଉଚ୍ଚତର ସୋପାନକୁ ନେଇଯିବା ପାଇଁ ଭୁଟାନ ସରକାରଙ୍କ ସହ କାର୍ଯ୍ୟ ଚାଲୁରଖିବା ନେଇ ଭାରତ ସରକାରଙ୍କ ସଂକଳ୍ପବଦ୍ଧତାକୁ ସେ ଦୋହରାଇଥିଲେ ।
*************