Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସ୍ୱତନ୍ତ୍ର ଅର୍ଥନୈତିକ ଜୋନ (ସଂଶୋଧନ) ବିଲ, 2019କୁ କ୍ୟାବିନେଟର ଅନୁମୋଦନ


ସ୍ୱତନ୍ତ୍ର ଅର୍ଥନୈତିକ ଜୋନ (ସଂଶୋଧନ) ବିଲ, 2019କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛନ୍ତି । ଏହି ବିଲ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ (ସଂଶୋଧନ) ଅଧ୍ୟାଦେଶ, 2019 (2019ର 12)ର ସ୍ଥାନ ନେବ । ସଂସଦର ଆଗାମୀ ଅଧିବେଶନରେ ଏହି ବିଲ ଆଗତ କରାଯିବ ।

ସ୍ୱତନ୍ତ୍ର ଅର୍ଥନୈତିକ ଜୋନ, 2005ର ଧାରା 2ର ଉପଧାରା (v)ର ସଂଶୋଧନ ପରେ ଏକ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ବିଜ୍ଞପ୍ତି ପ୍ରାପ୍ତ ଯେକୌଣସି ଅନୁଷ୍ଠାନ ଅନୁମତି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବ ।

****