Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭୂଟାନ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍ ବିବୃତ୍ତି


•    ଦକ୍ଷିଣ ଏସିଆ ଉପଗ୍ରହ ଆର୍ଥ ଷ୍ଟେସନ ଉଦଘାଟିତ

•    ଭୂଟାନରେ ରୂପେ କାର୍ଡର ଶୁଭାରମ୍ଭ

•    ମାସିକ ଏଲପିଜି ଯୋଗାଣ 700ରୁ ବଢ଼ି 1ହଜାର ମେଟ୍ରିକ ଟନ ହେଲା

•    ଭୂଟାନରେ ବହୁମୁଖୀ ସୁପର ସ୍ପେଶାଲିଟି ହସପିଟାଲ ପ୍ରତିଷ୍ଠା ଲାଗି ସହଯୋଗ କରିବ ଭାରତ

•    ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଭୂଟାନ ଲାଗି ସ୍ନାତ୍ତୋକୋତର ବୃତ୍ତି 2ରୁ 5କୁ ବୃଦ୍ଧି

•    ମାଙ୍ଗଦେଚ୍ଛୁ ଜଳବିଦ୍ୟୁତ ପ୍ରକଳ୍ପର ଉଦଘାଟନ

ଭୂଟାନର ମହାମହିମ ପ୍ରଧାନମନ୍ତ୍ରୀ

ଏବଂ ମୋର ମିତ୍ର ଡକ୍ଟର ସେରିଙ୍ଗ,

ଗଣମାନ୍ୟ ଅତିଥି,

ଭାଇ ଓ ଭଉଣୀମାନେ,

ନମସ୍କାର ।

ଭାରତର ଅଭିନ୍ନ ଏବଂ ବିଶେଷ ବନ୍ଧୁ ଭୂଟାନରେ ଆପଣମାନଙ୍କ ଗହଣରେ ଉପସ୍ଥିତ ହୋଇ ମୁଁ ଅତ୍ୟନ୍ତ ଆନନ୍ଦିତ । ମୋ ସହିତ ଆସିଥିବା ପ୍ରତିନିଧି ଦଳ ଏବଂ ମୋତେ ଉଦାରତା ପୂର୍ବକ ସ୍ୱାଗତ ସକ୍ରାର ଲାଗି, ପ୍ରଧାନମନ୍ତ୍ରୀ ମହାଶୟ, ମୁଁ ଆପଣଙ୍କୁ ଏବଂ ଭୂଟାନର ରାଜତନ୍ତ୍ରକୁ ହୃଦୟରୁ କୃତଜ୍ଞତା ବ୍ୟକ୍ତ କରୁଛି ।

ମହାମହିମ,

ଭାରତ-ଭୂଟାନର ଅଦ୍ୱିତୀୟ ବନ୍ଧୁତ୍ୱ ପାଇଁ ମୁଁ ଆପଣଙ୍କ ଉଦାର ବିଚାର ଲାଗି ମଧ୍ୟ ଆପଣଙ୍କୁ ହାର୍ଦ୍ଦିକ କୃତଜ୍ଞତା ବ୍ୟକ୍ତ କରୁଛି । 130 କୋଟି ଭାରତୀୟଙ୍କ ହୃଦୟରେ ଭୂଟାନ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । ମୋର ବିଗତ କାର୍ଯ୍ୟକାଳ ସମୟରେ, ପ୍ରଧାନମନ୍ତ୍ରୀ ଭାବେ ମୋର ପ୍ରଥମ ଗସ୍ତ ପାଇଁ ଭୂଟାନକୁ ବାଛିବା ସ୍ୱାଭାବିକ ଥିଲା । ଏଥର ମଧ୍ୟ, ନିଜର ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭରେ ହିଁ ଭୂଟାନକୁ ଆସି ମୁଁ ଆନନ୍ଦିତ । ଭାରତ ଏବଂ ଭୂଟାନ ମଧ୍ୟରେ ସମ୍ପର୍କ ଦୁଇ ଦେଶର ଲୋକମାନଙ୍କ ବିକାଶ, ସମୃଦ୍ଧି ଏବଂ ସୁରକ୍ଷାର ଆପୋସ ହିତ ଉପରେ ଆଧାରିତ । ତେଣୁ ସେଥିପାଇଁ ଦୁଇ ଦେଶରେ ଏଥିପ୍ରତି ସମ୍ପୂର୍ଣ୍ଣ ଜନସମର୍ଥନ ରହିଛି ।

ମହାମହିମ,

ଏହା ମୋର ସୌଭାଗ୍ୟ ଯେ ଭାରତର ଜନସାଧାରଣଙ୍କ ନିର୍ଣ୍ଣାୟକ ଜନାଦେଶ ଏହି ସମ୍ପର୍କକୁ ଆହୁରି ମଜବୁତ କରିବା ଲାଗି ଭୂଟାନ ନରେଶ ଏବଂ ଆପଣଙ୍କ ସହିତ କାମ କରିବାର ସୁଯୋଗ ମୋତେ ପୁଣିଥରେ ଦେଇଛନ୍ତି । ମୋତେ ଆଜି ଭୂଟାନର ମହାମହିମ ରାଜାଙ୍କ ସହିତ ଆମ ଭାଗୀଦାରୀ ବିଷୟରେ ଆଲୋଚନା କରିବାର ସୁଯୋଗ ମିଳିଲା । କିଛି ସମୟ ପରେ ମୁଁ ମହାମହିମ ଚତୁର୍ଥ ନରେଶଙ୍କୁ ମଧ୍ୟ ଭେଟିବି । ଭୂଟାନ ନରେଶଙ୍କ ବୁଦ୍ଧିମତା ଏବଂ ଦୂରଦର୍ଶିତା ଦୀର୍ଘ ସମୟ ଧରି ଆମର ଦ୍ୱିପାକ୍ଷିକ ସମ୍ପର୍କକୁ ମାର୍ଗଦର୍ଶନ ଦେଇଆସିଛି । କେବଳ ସେତିକି ନୁହେଁ, ତାଙ୍କର ସଂକଳ୍ପ ଭୂଟାନକୁ ସାରା ବିଶ୍ୱ ସମ୍ମୁଖରେ ଏପରି ଏକ ଅଭିନବ ଉଦାହରଣ ରୂପରେ ଉପସ୍ଥାପିତ କରିଛି, ଯେଉଁଠି ବିକାଶକୁ ତଥ୍ୟ ଜରିଆରେ ନୁହେଁ, ଖୁସି ଆଧାରରେ ମପା ଯାଉଛି । ଯେଉଁଠି ପରମ୍ପରା ଏବଂ ପରିବେଶ ସହିତ ଆର୍ଥିକ ବିକାଶ ଆଗକୁ ବଢ଼ୁଛି । ଏପରି ବନ୍ଧୁ ଏବଂ ଏପରି ପଡ଼ୋଶୀ କିଏ ନ ଚାହେଁ ।

ସାଥୀଗଣ,

ଏହା ଭାରତର ସୌଭାଗ୍ୟ ଯେ ଆମେ ଭୂଟାନର ବିକାଶରେ ପ୍ରମୁଖ ଭାଗୀଦାର । ଭୂଟାନର ପଞ୍ଚବର୍ଷୀୟ ଯୋଜନାରେ ଭାରତର ସହଯୋଗ ଆପଣଙ୍କ ଇଚ୍ଛା ଓ ପ୍ରାଥମିକତା ଆଧାରରେ ଆଗକୁ ମଧ୍ୟ ଜାରି ରହିବ ।

ସାଥୀଗଣ,

ଜଳବିଦ୍ୟୁତ ଆମ ଦୁଇ ଦେଶ ମଧ୍ୟରେ ସହଯୋଗର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର । ଦୁଇ ଦେଶ ମିଶି ଭୂଟାନ ନଦୀର ଶକ୍ତିକୁ ବିଦ୍ୟୁତରେ ନୁହେଁ, ପାରସ୍ପରିକ ସମୃଦ୍ଧିରେ ମଧ୍ୟ ରୂପାନ୍ତରିତ କରିଛୁ । ଆଜି ଆମେ ମାଙ୍ଗଦେଚ୍ଛୁ ପ୍ରକଳ୍ପର ଉଦଘାଟନ ସହିତ ଏହି ଯାତ୍ରାର ଆଉ ଏକ ଐତିହାସିକ ସୋପାନ ହାସଲ କରିଛୁ । ଦୁଇ ଦେଶର ସହଯୋଗରେ ଭୂଟାନର ଜଳବିଦୁ୍ୟତ ଉତ୍ପାଦନ କ୍ଷମତା 2 ହଜାର ମେଗାୱାଟକୁ ଅତିକ୍ରମ କରିଯାଇଛି । ମୋର ବିଶ୍ୱାସ ଯେ ଆମେ ଅନ୍ୟ ପ୍ରକଳ୍ପଗୁଡ଼ିକୁ ମଧ୍ୟ ଆଗକୁ ନେଇଯିବା ।

ମହାମହିମ,

ଭୂଟାନର ସାଧାରଣ ଲୋକମାନଙ୍କ ବୃଦ୍ଧି ପାଉଥିବା ଆବଶ୍ୟକତାକୁ ପୂରଣ କରିବା ଲାଗି ଭାରତରୁ ଏଲପିଜି ଯୋଗାଣ ମାସିକ 700ରୁ ବୃଦ୍ଧି କରି 1ହଜାର ମେଟ୍ରିକ ଟନ କରିଦିଆଯାଇଛି । ଏଥିରୁ ସ୍ୱଚ୍ଛ ଇନ୍ଧନ ଗ୍ରାମାଂଚଳ ପର୍ଯ୍ୟନ୍ତ ପହଁଚିବାରେ ସହାୟତା ମିଳିପାରିବ ।

ସାଥୀଗଣ,

ଡକ୍ଟର ସେରିଙ୍ଗ ଆମର ପ୍ରଥମ ସାକ୍ଷାତ ଅବସରରେ ମୋତେ କହିଥିଲେ ଯେ ରାଜନୀତିକୁ ଆସିବା ଲାଗି ତାଙ୍କର ପ୍ରମୁଖ ପ୍ରେରଣା ହେଉଛି ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା । ମୁଁ ତାଙ୍କ ଦୂରଦୃଷ୍ଟି ଦ୍ୱାରା ଅତ୍ୟନ୍ତ ପ୍ରଭାବିତ । ଭୂଟାନରେ ବହୁମୁଖୀ ସୁପର ସ୍ପେଶାଲିଟି ହସପିଟାଲ ପ୍ରତିଷ୍ଠା ଲାଗି ତାଙ୍କର ସ୍ୱପ୍ନକୁ ସାକାର କରିବାରେ ଭାରତ ଯଥାସମ୍ଭବ ସହାୟତା କରିବ ।

ମହାମହିମ,

ସାର୍କ କରେନ୍ସି ସ୍ୱାପ ଫ୍ରେମୱାର୍କ ଅନ୍ତର୍ଗତ ଭୂଟାନ ଲାଗି କରେନ୍ସି ସ୍ୱାପ (ମୁଦ୍ରା ବିନିମୟ) ର ସୀମା ବୃଦ୍ଧି କରିବା ଲାଗି ଆମର ଉଦ୍ଦେଶ୍ୟ ସକାରାତ୍ମକ । ଇତିମଧ୍ୟରେ ବିଦେଶୀ ମୁଦ୍ରାର ଆବଶ୍ୟକତାକୁ ପୂରଣ କରିବା ଲାଗି ଷ୍ଟାଣ୍ଡବାଏ ସ୍ୱାପ ବ୍ୟବସ୍ଥା ଅନ୍ତର୍ଗତ ଅତିରିକ୍ତ 100 ମିଲିୟନ ଡଲାର ଭୂଟାନ ପାଇଁ ଉପଲବ୍ଧ ହେବ ।

ସାଥୀଗଣ,

ମହାକାଶ ପ୍ରଯୁକ୍ତିର ଉପଯୋଗ ଦ୍ୱାରା ଭୂଟାନର ବିକାଶକୁ ତ୍ୱରାନ୍ୱିତ କରିବା ଲାଗି ଭାରତ ସଂକଳ୍ପବଦ୍ଧ । ଆମେ ଆଜି ଦକ୍ଷିଣ ଏସିଆ ଉପଗ୍ରହର ଆର୍ଥ ଷ୍ଟେସନକୁ ଉଦଘାଟନ କରିଛୁ । ଏହା ଭୂଟାନରେ ସଂଚାର, ସାର୍ବଜନୀନ ପ୍ରସାରଣ, ଏବଂ ବିପର୍ଯ୍ୟୟ ପରିଚାଳନାକୁ ବୃଦ୍ଧି କରିବ । ଏହି ଉଦ୍ଦେଶ୍ୟ ଲାଗି ଭୂଟାନର ଆବଶ୍ୟକତା ଅନୁଯାୟୀ ଏକ୍ସଟ୍ରା ବ୍ୟାଣ୍ଡୱିଡଥ  ଓ ଟ୍ରାନ୍ସପଣ୍ଡର ଉପଲବ୍ଧ କରାଯିବ । ଦୁଇ ଦେଶ କ୍ଷୁଦ୍ର ଉପଗ୍ରହର ନିର୍ମାଣ ଏବଂ ମହାକାଶ ପ୍ରଯୁକ୍ତି ସହିତ ଯୋଡ଼ି ହେବା ଦ୍ୱାରା ଭୂଟାନର ଛାତ୍ରଛାତ୍ରୀ ଏବଂ ଗବେଷକମାନଙ୍କୁ ଭାରତୀୟ ବିଶ୍ୱ ବିଦ୍ୟାଳୟର ନୂତନ ସାଧନ ସହିତ ଯୋଡ଼ିବ । ଏହା ଦୁଇ ଦେଶ ମଧ୍ୟରେ ସହଭାଗୀ ଜ୍ଞାନ ସମାଜର ପ୍ରତିଷ୍ଠା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ, ଯାହା ସ୍ୱତନ୍ତ୍ର ଭାବେ ଆମର ଯୁବକମାନଙ୍କୁ ଲାଭାନ୍ୱିତ କରିବ ।

ରୟାଲ ଭୂଟାନ ବିଶ୍ୱବିଦ୍ୟାଳୟ ଏବଂ ଭାରତର ଆଇଆଇଟି ଓ କେତେକ ଅନ୍ୟ ଶୀର୍ଷସ୍ତରୀୟ ଶିକ୍ଷା ପ୍ରତିଷ୍ଠାନ ମଧ୍ୟରେ ସହଯୋଗ ଓ ସମ୍ପର୍କ, ଶିକ୍ଷା ଓ ପ୍ରଯୁକ୍ତି ଲାଗି ଆଜିର ଆବଶ୍ୟକତା ଅନୁରୂପ ଅଟେ । ଆସନ୍ତାକାଲି ରୟାଲ ଭୂଟାନ ବିଶ୍ୱ ବିଦ୍ୟାଳୟରେ ଏ ଦେଶର ପ୍ରତିଭାବାନ ଯୁବକମାନଙ୍କୁ ଭେଟିବା ଲାଗି ମୁଁ ଉତ୍ସାହର ସହ ଅପେକ୍ଷା କରି ରହିଛି ।

ସାଥୀଗଣ,

ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ଆଜି ଆମେ ଭୂଟାନରେ ରୂପେ କାର୍ଡର ଶୁଭାରମ୍ଭ କରିଛୁ । ଏହାଦ୍ୱାରା ଡିଜିଟାଲ ପଇଠ ଏବଂ ବ୍ୟବସାୟ ତଥା ପର୍ଯ୍ୟଟନ କ୍ଷେତ୍ରରେ ଆମ ସମ୍ପର୍କ ଆହୁରି ବୃଦ୍ଧି ପାଇବ । ଆମର ସହଭାଗୀ ଆଧ୍ୟାତ୍ମିକ ପରମ୍ପରା ଏବଂ ମଜବୁତ ଲୋକ ସମ୍ପର୍କ ଆମ ବନ୍ଧୁତାର ଆଧାର । ଏହାକୁ ଦୃଷ୍ଟିରେ ରଖି, ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଭୂଟାନ ଲାଗି, ସ୍ନାତୋକୋତର ବୃତ୍ତିକୁ 2ରୁ ବଢ଼ାଇ 5 କରାଯାଉଛି । ମୁଁ ଆଜି ଏଠାରେ ଶବ ଡୁରୁଙ୍ଗଙ୍କ ଆଶୀର୍ବାଦ ପ୍ରାପ୍ତ କରିଛି । ମୁଁ ଏହି ଘୋଷଣା କରି ଆନନ୍ଦିତ ଯେ ଏହି ବିଲକ୍ଷଣ ପ୍ରତିମାଙ୍କୁ ଭୂଟାନରେ ଆହୁରି 5 ବର୍ଷ ରଖିବା ଲାଗି ଭାରତ ସହମତ ।

ମହାମହିମ,

ଭାରତ-ଭୂଟାନ ସମ୍ପର୍କର ଇତିହାସ ଯେତେ ଗୌରବଶାଳୀ, ଭବିଷ୍ୟତ ମଧ୍ୟ ସେତିକି ଆଶାଜନକ । ମୋର ବିଶ୍ୱାସ ଅଛି ଯେ ଭାରତ ଏବଂ ଭୂଟାନ ବିଶ୍ୱରେ ଦୁଇ ଦେଶ ମଧ୍ୟରେ ସମ୍ପର୍କର ଆଦର୍ଶ ଉଦାହରଣ ହୋଇ ରହିବେ ।

ଏହି ସୁନ୍ଦର ଡ୍ରୁକ ୟୁଲକୁ ପୁଣିଥରେ ଆସିବାର ସୁଯୋଗ ଦେବା ଲାଗି, ଆପଣମାନଙ୍କ ସ୍ୱାଗତ ସତ୍କାର ଓ ସ୍ନେହ ପାଇଁ ପୁଣିଥରେ ବହୁତ ବହୁତ ଧନ୍ୟବାଦ ।

ତାଶୀ ଦେଲକ!

**********