ପିଏମଇଣ୍ଡିଆ
ଭାରତର ପ୍ରତିରକ୍ଷା ଏବଂ ଆଭ୍ୟନ୍ତରିଣ ସୁରକ୍ଷାକୁ ନେଇ ଆବଶ୍ୟକ ଅନୁଦାନ ପ୍ରଦାନ କ୍ଷେତ୍ରରେ ରହିଥିବା ଗୁରୁତର ସମସ୍ୟାକୁ ଦୂର କରିବା ପାଇଁ ପଞ୍ଚଦଶ ଅର୍ଥ କମିଶନକୁ ସମର୍ଥ କରିବା ଲାଗି ପ୍ରସ୍ତାବିତ ସଂଶୋଧନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ମଞ୍ଜୁର ପ୍ରଦାନ କରିଛନ୍ତି ।
ସମ୍ବିଧାନର ଧାରା 280 ଓ ଉପଧାରା(1) ଏବଂ ଅର୍ଥ କମିଶନ (ବିବିଧ ବ୍ୟବସ୍ଥା) ଆଇନ 1951 ଅନ୍ତର୍ଗତ ରାଷ୍ଟ୍ରପତିଙ୍କ ଦ୍ୱାରା 27 ନଭେମ୍ବର, 2017ରେ ପଞ୍ଚଦଶ ଅର୍ଥ କମିଶନ ଗଠନ କରାଯାଇଥିଲା । ଏହି ଆବଶ୍ୟକତା ଅନୁଯାଇ ଏପ୍ରିଲ 1, 2020ରୁ ଆରମ୍ଭ ହେଉଥିବା ପଞ୍ଚ ବାର୍ଷିକ କାର୍ଯ୍ୟକାଳକୁ ସୁପାରିଶ ପ୍ରଦାନ କରିବା ପାଇଁ ପଞ୍ଚଦଶ ଅର୍ଥ କମିଶନ ଗଠନ କରାଯାଇଥିଲା ।
କମିଶନ ସନ୍ଦର୍ଭର ସର୍ତ୍ତାବଳୀ ଅନୁଯାଇ ପ୍ରତିରକ୍ଷା ଏବଂ ଆଭ୍ୟନ୍ତରିଣ ସୁରକ୍ଷା କ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଅନୁଦାନ ରାଶି ସୁନିଶ୍ଚିତ କରିବା ଲାଗି ପ୍ରସ୍ତାବ ରହିଥିଲା । ସଂଶୋଧନରେ ବ୍ୟବସ୍ଥା ରହିଛି ଯେ, ପ୍ରତିରକ୍ଷା ଏବଂ ଆଭ୍ୟନ୍ତରିଣ ସୁରକ୍ଷା ବ୍ୟବସ୍ଥା ପାଇଁ ଅନୁଦାନ ପ୍ରଦାନ କରାଯିବା ଲାଗି ଏକ ସ୍ୱତନ୍ତ୍ର ବ୍ୟବସ୍ଥା ଲାଗୁ କରାଯିବ ନା ନାହିଁ । ଯଦି ଲାଗୁ କରାଯିବ, ତେବେ କିପରି ଭାବେ ଏହା କାର୍ଯ୍ୟକ୍ଷମ ହେବ ସେ ନେଇ ସଂଶୋଧନରେ ବ୍ୟବସ୍ଥା ରହିଛି ।
*******