Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତର ମଧ୍ୟସ୍ଥତା ବଳରେ ଅନ୍ତର୍ଜାତୀୟ ସମାଧାନ ରାଜିନାମା ଉପରେ ମିଳିତ ଜାତିସଂଘ ସମ୍ମେଳନରେ ସ୍ୱାକ୍ଷରକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ


 

ଭାରତୀୟ ସାଧାରଣତନ୍ତ୍ରର ମଧ୍ୟସ୍ଥତାରେ 7 ଅଗଷ୍ଟ, 2019ରେ ସିଙ୍ଗାପୁର କିମ୍ବା ମିଳିତ ଜାତିସଂଘ ମୁଖ୍ୟାଳୟରେ ହେବାକୁ ଥିବା ଅନ୍ତର୍ଜାତୀୟ ସମାଧାନ ରାଜିନାମା ଉପରେ ମିଳିତ ଜାତିସଂଘ ସମ୍ମେଳନ (ୟୁଏନଆଇଏସଏ)ରେ ସ୍ୱାକ୍ଷର ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି ।

ଲାଭ :

ସମ୍ମେଳନରେ ସ୍ୱାକ୍ଷର ଫଳରେ ନିବେଶକମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଏବଂ ବିଦେଶୀ ନିବେଶକମାନଙ୍କୁ ବିକଳ୍ପ ବିବାଦ ସମାଧାନ (ଏଡିଆର)ରେ ଅନ୍ତର୍ଜାତୀୟ ପ୍ରକ୍ରିୟାର ପାଳନ ଲାଗି ଭାରତର ପ୍ରତିବଦ୍ଧାକୁ ନେଇ ସକାରାତ୍ମକ ବାର୍ତ୍ତା ମଧ୍ୟ ପ୍ରେରଣ କରାଯାଇପାରିବ ।

ଏଡିଆର ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବାର ପ୍ରୟାସ :

ଭାରତରେ ଅନ୍ତର୍ଜାତୀୟ ବାଣିଜ୍ୟିକ ମଧ୍ୟସ୍ଥତାକୁ ପ୍ରୋତ୍ସାହନ ଦେବାର କ୍ରମରେ ମଧ୍ୟସ୍ଥତା ଲାଗି ଏକ ବ୍ୟାପକ ବ୍ୟବସ୍ଥା ବିକଶିତ କରିବା ଲାଗି ସରକାର ଏକ ବୈଧାନିକ ସଂସ୍ଥା ରୂପରେ ନୂଆଦିଲ୍ଲୀ ଠାରେ ଅନ୍ତର୍ଜାତୀୟ ମଧ୍ୟସ୍ଥତା କେନ୍ଦ୍ର (ଏନଡିଆଇସି) ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ବାଣିଜ୍ୟିକ ନ୍ୟାୟାଳୟ ଆଇନ, 2015ରେ ସଂଶୋଧନ କରାଯାଇଛି ଏବଂ ମଧ୍ୟସ୍ଥତା ଓ ସମାଧାନ ଆଇନ, 1996ରେ ସଂଶୋଧନ ଲାଗି ବୈଧାନିକ ପ୍ରକ୍ରିୟା ବର୍ତ୍ତମାନ ଜାରି ରହିଛି । ଏହି ପ୍ରୟାସର ଉଦ୍ଦେଶ୍ୟ ଭାରତରେ ମଧ୍ୟସ୍ଥତା ଏବଂ ସମାଧାନର ଏଡିଆର ବ୍ୟବସ୍ଥା ମାଧ୍ୟମରେ ଘରୋଇ ଏବଂ ଅନ୍ତର୍ଜାତୀୟ ବାଣିଜ୍ୟ ବିବାଦର ସମାଧାନକୁ ପ୍ରୋତ୍ସାହନ ଦେବା । କେତେକ ନିର୍ଦ୍ଦିଷ୍ଟ ମାମଲାରେ ପୂର୍ବ-ସଂସ୍ଥାନସ୍ତରରେ ମଧ୍ୟସ୍ଥତା ଏବଂ ସମାଧାନକୁ ବାଧ୍ୟତାମୂଳକ କରିବା ଲାଗି ବାଣିଜ୍ୟିକ ନ୍ୟାୟାଳୟ ଆଇନ, 2015ରେ ଏକ ନୂଆ ଚାପ୍ଟର (3ଏ) ସାମିଲ କରାଯାଇଛି । ଏହିପରି ସମ୍ମେଳନ ବ୍ୟବସ୍ଥା ଘରୋଇ ଆଇନ ଏବଂ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥାକୁ ସୁଦୃଢ଼ କରିବାର ପ୍ରୟାସ ଅନୁରୂପ ଅଟେ ।

**********