Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆଇସିଏମଆର-ଜାତୀୟ ବୃତ୍ତିଗତ ସ୍ୱାସ୍ଥ୍ୟ ସଂସ୍ଥାନ ସହ ଜାତୀୟ ଖଣି ଶ୍ରମିକ ସ୍ୱାସ୍ଥ୍ୟ ସଂସ୍ଥାନର ଏକୀକରଣକୁ କ୍ୟାବିନେଟ ମଞ୍ଜୁରି


 

 

ଖଣି ମନ୍ତ୍ରଣାଳୟ ଅଧୀନ ସ୍ୱାୟତ୍ତ ସଂସ୍ଥାନ ଜାତୀୟ ଖଣି ଶ୍ରମିକ ସ୍ୱାସ୍ଥ୍ୟ ସଂସ୍ଥାନ (ଏନଆଇଏମଏଚ)କୁ ସମାପ୍ତ କରାଯିବ । ସମସ୍ତ ସମ୍ପତ୍ତି ଓ ଦେୟତା ସହିତ ଏହାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନ ଆଇସିଏମଆର-ଜାତୀୟ ବୃତ୍ତିଗତ ସ୍ୱାସ୍ଥ୍ୟ ସଂସ୍ଥାନ (ଏନଆଇଓଏଚ), ଅହମ୍ମଦାବାଦ ସହ ବିଲୟ/ଏକୀକରଣ କରାଯିବ । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏନଆଇଏମଏଚର ସମସ୍ତ କର୍ମଚାରୀଙ୍କୁ ସମାନ ପଦବୀ/ବେତନ ହାରରେ ଏନଆଇଓଏଚରେ ମିଶ୍ରଣ କରିବା ଏବଂ ସେମାନଙ୍କୁ ବେତନ ସୁରକ୍ଷା ପ୍ରଦାନ କରିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରି ଦେଇଛନ୍ତି । ଏନଆଇଏମଏଚକୁ ସମାପ୍ତ କରିବା ଏବଂ ଏନଆଇଓଏଚ ସହିତ ଏନଆଇଏମଚର ବିଲୟ/ଏକୀକରଣ କରିବା ଲାଗି ଏନଆଇଏମଚଏଚ, ଆଇସିଏମଆର, ଏନଆଇଓଏଚ, ଖଣି ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ

ପ୍ରଭାବ :

ଏନଆଇଓଏଚ ସହିତ ଏନଆଇଏମଚର ବିଲୟ/ଏକୀକରଣ ଫଳରେ ଉଭୟ ସଂସ୍ଥାନକୁ ରାଷ୍ଟ୍ରାୟତ୍ତ ଅର୍ଥର ସକ୍ଷମ ପରିଚାଳନା ବ୍ୟତୀତ ବୃତ୍ତିଗତ କ୍ଷେତ୍ରରେ ବିଶେଷଜ୍ଞତା ବୃଦ୍ଧି କରିବାରେ ମଧ୍ୟ ଲାଭ ମିଳିପାରିବ ।

 

**********