Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

‘ଚନ୍ଦ୍ରଶେଖର-ଦ ଲାଷ୍ଟ ଆଇକନ ଅଫ ଆଇଡିଓଲୋଜିକାଲ ପଲିଟିକ୍ସ’ ପୁସ୍ତକର ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ


ଆଦରଣୀୟ ଉପରାଷ୍ଟ୍ରପତି ଜୀ, ଲୋକସଭାର ବାଚସ୍ପତି ଶ୍ରୀ ଓମ ବିର୍ଲା ଜୀ, ଶ୍ରୀ ଗୁଲାମ ନବୀ ଜୀ ଏବଂ ଏକ ପ୍ରକାର ଆଜିର କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ ଶ୍ରୀମାନ ହରିବଂଶ ଜୀ, ଚନ୍ଦ୍ରଶେଖର ଜୀଙ୍କର ସମସ୍ତ ପରିବାର ବର୍ଗ ଏବଂ ତାଙ୍କ ବିଚାର ଯାତ୍ରାର ସମସ୍ତ ସହଯୋଗୀ ବନ୍ଧୁଗଣ ।
ଆଜିର ରାଜନୈତିକ ଜୀବନରେ ରାଜନୀତିର ପରିଦୃଶ୍ୟରେ ଜୀବନ ଅତିବାହିତ କରି ବିଦାୟ ନେବା ପରେ, ଦୁଇ ବର୍ଷ ପରେ ମଧ୍ୟ ହୁଏତ ଜୀବିତ ରହିବା ଅତ୍ୟନ୍ତ କଷ୍ଟକର । ଲୋକମାନେ ମଧ୍ୟ ଭୁଲି ଯାଆନ୍ତି, ସାଥୀମାନେ ମଧ୍ୟ ଭୁଲି ଯାଆନ୍ତି ଏବଂ ହୁଏତ ଇତିହାସର କୌଣସି କୋଣରେ ଏହିପରି ବ୍ୟକ୍ତିତ୍ୱ ହଜି ଯାଆନ୍ତି ।

ଆମକୁ ଏହି ବିଷୟ ସ୍ମରଣ ରଖିବାକୁ ହେବ ଯେ ତାଙ୍କ ବିଦାୟର ପାଖାପାଖି 12 ବର୍ଷ ପରେ ଆଜି ମଧ୍ୟ ଚନ୍ଦ୍ରଶେଖର ଜୀ ଆମ ମଧ୍ୟରେ ସେହିପରି ଜୀବିତ ରହିଛନ୍ତି । ମୁଁ ହରିବଂଶଜୀଙ୍କୁ ଅନେକ ଅଭିନନ୍ଦନ ପ୍ରଦାନ କରିବାକୁ ଚାହୁଁଛି-ଏକରେ ତ ସେ ଏ କାମ କରିଛନ୍ତି, ଏବଂ ଦ୍ୱିତୀୟତଃ ଏ କାମ କରିବା ପାଇଁ ସାହସ କରିଛନ୍ତି । ସାହସ ଏଥିପାଇଁ ଯେ ଆମ ଦେଶରେ ବାତାବରଣ ଏପରି ହୋଇଯାଇଛି କିଛି ବର୍ଷ ମଧ୍ୟରେ, ଯେଉଁଥିରେ କି ରାଜନୈତିକ ଛୁଆଁଅଛୁଆଁ ଭାବ ଅନେକ ତୀବ୍ର ରହିଛି; କାଲି ପର୍ଯ୍ୟନ୍ତ ହରିବଂଶ ଜୀ ସାମ୍ବାଦିକତା ଜଗତରୁ ଆସିଥିବା ଏକ ନିରପେକ୍ଷ ଏବଂ ଏପରି ମଧ୍ୟ ରାଜ୍ୟସଭାରେ ଡେପୁଟି ଚେୟାରମ୍ୟାନ ଭାବେ କାମ କରିଥିବା ବ୍ୟକ୍ତି, ମାତ୍ର ଏହି ପୁସ୍ତକ ପରେ ଜଣା ନାହିଁ ଯେ ହରିବଂଶ ଜୀଙ୍କ ଉପରେ କେଉଁ କେଉଁ ଲେବୁଲ ଲାଗିବ ।

ଚନ୍ଦ୍ରଶେଖର ଜୀ- ତାଙ୍କ ସହିତ କାମ କରିବା ପାଇଁ ତ ଆମକୁ ସୌଭାଗ୍ୟ ମିଳି ନାହିଁ, ଯେତବେଳେ ପ୍ରଥମେ ତାଙ୍କୁ ଭେଟିଥିଲି 1977ରେ, ଭେଟିବାର ତ ଅବସର ମିଳିଥିଲା । କିଛି ଘଟଣା ମୁଁ ନିଶ୍ଚିତ ବାଂଟିବାକୁ ଚାହିଁବି । ଦିନେ ମୁଁ ଏବଂ ଭୈରୋସିଂହ ଶେଖାୱତ, ଦୁଇଜଣ ଆମ ପାର୍ଟି କାମରେ ଗସ୍ତରେ ଯାଇଥିଲୁ ଏବଂ ଦିଲ୍ଲୀ ବିମାନବନ୍ଦରରେ ଆମେ ଦୁଇ ଜଣ ଥିଲୁ । ଚନ୍ଦ୍ରଶେଖର ଜୀ ମଧ୍ୟ ନିଜ କାମରେ କୁଆଡେ ଯାଉଥିଲେ । ବିମାନ ବନ୍ଦରରେ ଦୂରରୁ ଦେଖାଗଲା ଯେ ଚନ୍ଦ୍ରଶେଖର ଜୀ ଆସୁଛନ୍ତି । ଭୈରୋସିଂହ ଜୀ ମୋତେ ଧରି କଡକୁ ନେଇଗଲେ ଏବଂ ତାଙ୍କ ପକେଟରେ ଯାହା ଥିଲା ମୋ ପକେଟରେ ରଖିଦେଲେ । ଖୁବ ଶୀଘ୍ର ସେ ଏହା କରୁଥିଲେ, ଏ ସବୁକୁ ମୋ ପକେଟରେ କାହିଁକି ରଖୁଥିଲେ? ଏତିକି ବେଳେ ଚନ୍ଦ୍ରଶେଖର ଜୀ…, ଆସିବା ମାତ୍ରେ ଚନ୍ଦ୍ରଶେଖର ଜୀ ପ୍ରଥମ କାମ କରିଥିଲେ, ଭୈରୋସିଂହ ଜୀଙ୍କ ପକେଟରେ ହାତ ପୁରାଇଥିଲେ ଏବଂ ଏତେ ଲୋକ ଥିଲେ; ମୁଁ ସେତବେଳେ ବୁଝିଥିଲି ଯେ କାହିଁକି ହାତ ପୁରାଇଥିଲେ, କାରଣ ଭୈରୋସିଂହ ଜୀଙ୍କୁ ପାନ ପରାଗ ଏବଂ ତମ୍ବାଖୁ ଆଦି ଖାଇବାର ଅଭ୍ୟାସ ଥିଲା ଏବଂ ଚନ୍ଦ୍ରଶେଖର ଜୀ ଏହାର ବଡ ବିରୋଧି ଥିଲେ । ଯେତେବେଳେ ବି ଭୈରୋସିଂହ ଜୀ ଭେଟୁଥିଲେ ସେ ଏହାକୁ ଛଡାଇ ନେଉଥିଲେ ଏବଂ ଆବର୍ଜନା ଭିତରେ ଫୋପାଡି ଦେଉଥିଲେ । ଏଥିରୁ ରକ୍ଷା ପାଇବା ପାଇଁ ଭୈରୋସିଂହ ଜୀ ତାଙ୍କ ଜିନିଷ ମୋ ପକେଟରେ ରଖି ଦେଇଥିଲେ ।

କେଉଁଠି ଜନସଙ୍ଘ ଏବଂ ଭାରତୀୟ ଜନତା ପାର୍ଟିର ଲୋକ, ସେମାନଙ୍କ ବିଚାରଧାରା ଏବଂ କେଉଁଠାରେ ଚନ୍ଦ୍ରଶେଖର ଜୀ ଏବଂ ତାଙ୍କ ବିଚାରଧାରା, ମାତ୍ର ଏକ ଖୋଲାପଣ, ଏହି ଆପଣାପଣ ଏବଂ ଭୈରୋସିଂହ ଜୀଙ୍କୁ ଭବିଷ୍ୟତରେ କିଛି ନହେଉ, ଏହି ଚିନ୍ତା ଚନ୍ଦ୍ରଶେଖର ଜୀଙ୍କୁ ରହିଥାଏ, ଏହା ଏକ ବଡ କଥା । ଚନ୍ଦ୍ରଶେଖର ଜୀ ଅଟଳ ଜୀଙ୍କୁ ସବୁବେଳେ ବ୍ୟକ୍ତିଗତ ଭାବେ ଏବଂ ସାର୍ବଜନୀକ ଭାବେ ଗୁରୁ ଜୀ କହି ଡାକୁଥିଲେ ଏବଂ ଗୁରୁ ଜୀ ଭଳି ସବୁବେଳେ ସମ୍ବୋଧନ କରୁଥିଲେ । ଆଉ କିଛି ବି କହିବା ପୂର୍ବରୁ ସଦନ ମଧ୍ୟରେ କହୁଥିଲେ ଯେ, ଗୁରୁ ଜୀ ଆପଣ ମୋତେ କ୍ଷମା କରନ୍ତୁ, ମୁଁ ଟିକିଏ ଆପଣଙ୍କ ଆଲୋଚନା କରିବି, ଏପରି କରି କହିଥା’ନ୍ତି । ଯଦି ଆପଣ ପୁରୁଣା ରେକର୍ଡ ଦେଖିବେ ତ ତାଙ୍କର ସଂସ୍କାର ଏବଂ ତାଙ୍କର ଗରିମା, ପ୍ରତି ମୁହୂର୍ତ୍ତରେ ଝଲକି ଥାଏ ।

ଯେତବେଳେ କଂଗ୍ରେସ ପାର୍ଟିର ତାରକା ମାନେ ଚମକୁ ଥିଲେ, ସବୁଆଡେ ଜୟ ଜୟ କାର ଚାଲୁଥିଲା, ତାହା କ’ଣ ବା ତଥ୍ୟ ଥିଲା ସେହି ମଣିଷ ଭିତରେ, ସେ କିପରି ପ୍ରେରଣା ଥିବ ଯେ ସେ ବିଦ୍ରୋହର ରାସ୍ତା ବାଛିନେଲେ, ହୁଏତ ବିଦ୍ରୋହୀ ବଲିୟାର ସଂସ୍କାର ହୋଇଥିବ, ହୁଏତ ବିଦ୍ରୋହୀ ବଲିୟାର ମାଟିରେ ଆଜି ବି ସେହି ସୁଗନ୍ଧ ଥିବ । ଏହାର ପରିମାଣ ହେଉଛି ଇତିହାସର ଦୁଇ ଘଟଣାକୁ ମୁଁ ବିଶେଷ ମହତ୍ୱପୂର୍ଣ୍ଣ ଭାବେ ନଜର କରିଥାଏ- ଜୟପ୍ରକାଶ ନାରାୟଣ ଜୀ-ବିହାର, ମହାତ୍ମା ଗାନ୍ଧୀ-ଗୁଜୁରାଟ, ଦେଶ ସ୍ୱାଧୀନ ହେବା ପରେ ଦେଶର ପ୍ରଧାନମନ୍ତ୍ରୀ ନିର୍ଣ୍ଣୟ କରିବାର ଅବସର ଏକ ଗୁଜୁରାଟୀ ପାଇଁ ଆସିଥିଲା ତ ସେ ଏକ ଅଣ ଗୁଜୁରାଟୀକୁ ବାଛିଥିଲେ ଏବଂ ଲୋକତନ୍ତ୍ରର ଲଢ଼େଇରେ ବିଜୟୀ ହେବା ପରେ ଏକ ବିହାରୀଙ୍କୁ ପ୍ରଧାନମନ୍ତ୍ରୀ ନିର୍ଣ୍ଣୟ କରିବାର ଅବସର ଆସିଲା ତ ସେ ଜଣେ ଗୁଜୁରାଟୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବାଛିଥିଲେ ।

ସେ ସମୟରେ ଥିଲା ଯେ-ଚନ୍ଦ୍ରଶେଖର ଜୀ ହେବେ ନା ମୋରାରଜୀ ଭାଇ ହେବେ । ଏବଂ ସେତବେଳେ ମୋହନ ଲାଲ ଧାରିୟା, କାରଣ ମୋତେ ଚନ୍ଦ୍ରଶେଖର ଜୀଙ୍କର କିଛି ସାଥୀଙ୍କ ସହିତ ଯିଏ ଅଧିକ ସମ୍ପର୍କରେ ରହିଥିଲା, ସେମାନଙ୍କ ମଧ୍ୟରେ ଥିଲେ ମୋହନ ଧାରିୟା ଏବଂ ଜର୍ଜ ଫର୍ଣ୍ଣାଣ୍ଡିସ । ଏବଂ ସେମାନଙ୍କ କଥାରେ ଚନ୍ଦ୍ରଶେଖର ଜୀଙ୍କ ଆଚାର ଓ ବିଚାର ସବୁବେଳେ ପ୍ରତିବିମ୍ବିତ ହେଉଥିଲା ଏବଂ ଆଦରପୂର୍ବକ ହେଉଥିଲା । ଆହୁରି ମଧ୍ୟ ଲୋକ ଥିବେ ଯେଉଁମାନଙ୍କ ସମ୍ପର୍କରେ ମୁଁ ଆସିନଥିଲି ।

ଚନ୍ଦ୍ରଶେଖର ଜୀ ବେମାର ଥିଲେ ଏବଂ ମୃତ୍ୟୁର କିଛି ସମୟ ପୂର୍ବରୁ, କିଛି ମାସ ପୂର୍ବରୁ ମୋ ପାଖକୁ ତାଙ୍କ ଟେଲିଫୋନ ଆସିଥିଲା, ମୁଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲି, ସେ କହିଥିଲେ-ଭାଇ ଦିଲ୍ଲୀ କେବେ ଆସୁଛ? ମୁଁ କହିଲି-କୁହନ୍ତୁ ସାହେବ କଥା କ’ଣ? ନାଁ ଏମିତି ଯଦି କେତବେଳେ ଆସୁଛ ତେବେ ଘରକୁ ଆସିବ, ବସିବା, ମୋ ସ୍ୱାସ୍ଥ୍ୟ ଠିକ ଥିଲେ ମୁଁ ନିଜେ ଯାଇଥା’ନ୍ତି ଭାରି । ମୁଁ କହିଲି ମୋ ପାଇଁ ବହୁତ ବଡ କଥା ଆପଣ ମୋତେ ଟେଲିଫୋନ କରି ମନେ ପକାଇଲେ । ମୁଁ ତାଙ୍କ ଘରକୁ ଗଲା ପରେ ଆଚମ୍ବିତ ହୋଇ ଗଲି, ତାଙ୍କ ସ୍ୱାସ୍ଥ୍ୟ ଠିକ ନଥିଲା, ଦୀର୍ଘ ସମୟ ପର୍ଯ୍ୟନ୍ତ ମୋ ସହିତ ସେ କଥାବାର୍ତା ହେଲେ ଏବଂ ଗୁଜୁରାଟ ବିଷୟରେ ଜାଣିବା ପାଇଁ ପ୍ରୟାସ କଲେ, ସରକାର ଭାବେ କ’ଣ କ’ଣ ଚାଲିଛି, ସେ ଜାଣିବାକୁ ପ୍ରୟାସ କରିଥିଲେ । ମାତ୍ର ପରେ ଦେଶ ସମ୍ବନ୍ଧରେ ତାଙ୍କର ଭାବନା କ’ଣ, କ’ଣ ସମସ୍ୟା ରହିଛି, କିଏ ଏହାକୁ ଦୂର କରିବ, କିପରି କରିବ-ଭାଇ ତୁମେମାନେ ନୌଯବାନ, ଦେଖ କ’ଣ ହୋଇ ପାରିବ, ବହୁତ ଭାବୁକ ମଧ୍ୟ ଥିଲେ; ଏହା ତାଙ୍କ ସହିତ ମୋର ଶେଷ ଭେଟ ଥିଲା । ମାତ୍ର ଆଜି ବି ସେହି ସ୍ପଷ୍ଟ ଛାୟା, ବିଚାରର ସ୍ପଷ୍ଟତା, ଜନ ସାଧାରଣଙ୍କ ପ୍ରତି ସଂକଳ୍ପବଦ୍ଧତା, ଲୋକତାନ୍ତ୍ରିକ ବ୍ୟବସ୍ଥା ପ୍ରତି ସମର୍ପଣ-ଏହା ତାଙ୍କ ପ୍ରତ୍ୟେକ ଶବ୍ଦରେ ନିଖାରୁଥିଲା,ପ୍ରକଟ ହେଉଥିଲା ।

ଚନ୍ଦ୍ରଶେଖର ଜୀଙ୍କ ଏହି ପୁସ୍ତକ, ଯାହାକୁ ହରିବଂଶ ଜୀ ଲେଖିଛନ୍ତି, ସେଥିରେ ଆମକୁ ଚନ୍ଦ୍ରଶେଖର ଜୀଙ୍କୁ ଭଲ ଭାବେ ବୁଝିବାର ଅବସର ମିଳିବ, ମାତ୍ର ଏହି କାଳଖଣ୍ଡର ଯେଉଁ ଘଟଣା ରହିଛି, ଏହି ଘଟଣା ସମ୍ବନ୍ଧରେ ଏପର୍ଯ୍ୟନ୍ତ ଯାହା ଆମକୁ କୁହାଯାଇଛି, ସେଥିରୁ ଅନେକ କିଛି ବିପରୀତ । ଏବଂ ଏଥିପାଇଁ ହୋଇପାରେ ଯେ ଗୋଟିଏ ବର୍ଗ ଏହି ପୁସ୍ତକକୁ ସେହିପରି ଭାବେ ବିଶ୍ଳେଷଣ କରିବେ, କାରଣ ସେ ସମୟରେ ଏତେଟା…ଏବଂ ଆମ ଦେଶରେ ଫ୍ୟାସନ ରହିଛି କି କିଛି ଲୋକମାନଙ୍କୁ ହିଁ କିଛି ଅଧିକାର ପ୍ରାପ୍ତ ହେବ, ସେଠାରେ ସଂରକ୍ଷଣ ରହିଛି ।
ଆଜି ଛୋଟ ମୋଟ ନେତା 10-12 ଘଣ୍ଟା ପଦଯାତ୍ରା କଲେ ମଧ୍ୟ 24 ଘଣ୍ଟା ଟିଭିରେ ଚାଲିବ, ଗଣମାଧ୍ୟମର ପ୍ରଥମ ପୃଷ୍ଠାରେ ଛପିବ; ଚନ୍ଦ୍ରଶେଖର ଜୀ ନିର୍ବାଚନର ପାଖାପାଖି ନୁହେଁ, ପୂର୍ଣ୍ଣତଃ ଗ୍ରାମର ଗରିବ କୃଷକ ମାନଙ୍କୁ ଧ୍ୟାନରେ ରଖି ପଦଯାତ୍ରା କରୁଥିଲେ । ଏହି ଦେଶ ତାଙ୍କୁ ଯେଉଁ ଗୌରବ ପ୍ରଦାନ କରିବା ଆବଶ୍ୟକ, ତାହା ଦେଇ ନାହିଁ, ଆମେ ତାହା ହରେଇ ଦେଇଛୁ । ଆଉ ଦୁର୍ଭାଗ୍ୟ ହେଉଛି-ମୁଁ ବଡ କଷ୍ଟର ସହିତ କହୁଛି କି, ଦୁର୍ଭାଗ୍ୟ ।

ତାଙ୍କ ବିଚାର ସମ୍ବନ୍ଧରେ ବିବାଦ ହୋଇପାରେ, ଆଜି ମଧ୍ୟ କେହି କେହି ଅସହମତ ହୋଇ ପାରନ୍ତି । ଏହା ହିଁ ତ ହେଉଛି ଲୋକତନ୍ତ୍ରର ବିଶେଷତା । ମାତ୍ର ଅନେକ ଜାଣିଶୁଣି, ବିଚାର-ବିମର୍ଶ କରି ରଣନୀତି ପ୍ରସ୍ତୁତ କରି ଚନ୍ଦ୍ରଶେଖର ଜୀଙ୍କୁ ଏହି ଯାତ୍ରାକୁ ଦାନ, ଦୂର୍ନୀତି, ପୁଞ୍ଜିପତି ମାନଙ୍କ ଅର୍ଥ ଆଦି ଚର୍ଚ୍ଚା ମଧ୍ୟରେ ରଖନ୍ତି । ଏପରି ଘୋର ଅନ୍ୟାୟର ପ୍ରଭାବ ସାର୍ବଜନୀନ ଜୀବନରେ ପଡିଥାଏ । ମୁଁ ଜାଣିନାହିଁ କି ଏହାକୁ ହରିବଂଶ ଜୀ ପାଠ୍ୟକୋଷରେ ନେଇଛନ୍ତି କି ନାହିଁ, ମାତ୍ର ମୁଁ ଏହି କଥାକୁ ନିକଟରୁ ଅଧ୍ୟୟନ କରିବାର ପ୍ରୟାସ କରିଛି ।

ଆମ ଦେଶରେ ଆଉ ଏକ କଥା ରହିଛି । ଆଜିର ପିଢ଼ୀଙ୍କୁ ଯଦି ପଚରାଯିବ ବି ଦେଶରେ କେତେ ଜଣ ପ୍ରଧାନମନ୍ତ୍ରୀ ହୋଇଛନ୍ତି, ହୁଏତ କାହାକୁ ଜଣା ନଥିବ । କିଏ ହୋଇଥିଲେ- ବହୁତ କମ ଲୋକଙ୍କୁ ଜଣାଥିବ, ଅନେକ ପ୍ରଯତ୍ନପୂର୍ବକ ସେମାନଙ୍କୁ ଭୁଲେଇ ଦିଆଯାଇଛି । ଏପରି ସ୍ଥିତିରେ ହରିବଂଶଜୀ, ଆପଣ ଖୁବ ବଡ ସାହସ କରିଛନ୍ତି, ଆପଣ ଅଭିନନ୍ଦନର ପାତ୍ର । ସମସ୍ତଙ୍କର ଯୋଗଦାନ ରହିଛି, ମାତ୍ର ଏକ ଜାତି ଅଛନ୍ତି, ମୋତେ କ୍ଷମା କରିବେ-ଦେଶ ସ୍ୱାଧୀନତା ହେବା ପରେ ବାବା ସାହେବ ଆମ୍ବେଦକରଙ୍କ ଛବିକୁ କିପରି କରି ଦିଆଯାଇଛି, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଛବିକୁ କିପରି କରି ଦିଆଯାଇଛି-ଏମାନେ ତ କିଛି ବୁଝନ୍ତି ନାହିଁ ।

ଲାଲ ବାହାଦୁର ଶାସ୍ତ୍ରୀ ଜୀ- ସେ ମଧ୍ୟ ଯଦି ବଂଚିକିରି ଫେରି ଆସନ୍ତେ ତେବେ ଏହି ଜାତି ତାଙ୍କୁ ମଧ୍ୟ ଜାଣିପାରିବେ ନାହିଁ ଏବଂ ତାଙ୍କୁ ଭିନ୍ନ ରୂପରେ ପ୍ରଦର୍ଶିତ କରି ଦେଇଥାନ୍ତେ । ଲାଲ ବାହାଦୁର ଶାସ୍ତ୍ରୀ ବଂଚିଗଲେ କାରଣ ତାଙ୍କ ପରଲୋକ ବଡ ଘଟଣା ହୋଇଗଲା ।

ଏହା ବ୍ୟତୀତ କେଉଁ ପ୍ରଧାନମନ୍ତ୍ରୀ କ’ଣ ପିଏ- ମୋରାରଜୀ ଭାଇଙ୍କ ପାଇଁ ଏହି ଚର୍ଚ୍ଚା କରାଗଲା, କେଉଁ ପ୍ରଧାନମନ୍ତ୍ରୀ ବୈଠକ ସମୟରେ ଶୋଇପଡନ୍ତି, କେଉଁ ପ୍ରଧାନମନ୍ତ୍ରୀ ପଛରେ ଛୁରୀ ମାରନ୍ତି । ଯେତେ ବି ପ୍ରଧାନମନ୍ତ୍ରୀ ଅଛନ୍ତି-ସମସ୍ତଙ୍କ ପାଇଁ ଗୋଟିଏ ଗୋଟିଏ ଟାଇଟଲ ଲଗାଇ ଦିଆଯାଇଛି ଯାହାଫଳରେ କି ତାଙ୍କ କାମ, ତାଙ୍କ ପରିଚୟ ବିଶ୍ୱରେ ରହିବ ନାହିଁ, ସମସ୍ତେ ତାଙ୍କୁ ଭୁଲିଯିବେ ।

ମାତ୍ର ଆପଣ ମାନଙ୍କ ଆଶୀର୍ବାଦ ଫଳରେ ମୁଁ ନିଷ୍ପତ୍ତି ଗ୍ରହଣ କରିଛି କି ଦିଲ୍ଲୀରେ ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କର ଏକ ବହୁତ ବଡ ଆଧୁନିକ ମ୍ୟୁଜିୟମ ନିର୍ମାଣ କରାଯିବ । ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିବାର ଜନଙ୍କଠାରୁ ଆରମ୍ଭ କରି ମିତ୍ର ଜନଙ୍କ ଠାରୁ ମୁଁ ଆଗ୍ରହ ପ୍ରକାଶ କରୁଛି କି ସବୁ ଜିନିଷ ଏକାଠି କରନ୍ତୁ ଯାହାଫଳରେ କି ଆଗାମୀ ପିଢି ଜାଣିପାରିବେ ଯେ ଚନ୍ଦ୍ରଶେଖରଜୀ ଆମ ପ୍ରଧାନମନ୍ତ୍ରୀ ଥିଲେ ଏବଂ ତାଙ୍କ ଜୀବନରେ ଏହି ଏହି ବିଶେଷତ୍ୱ ଥିଲା, ତାଙ୍କର ଏହି ଏହି ଯୋଗଦାନ ଥିଲା; ଚରଣ ସିଂ ଜୀଙ୍କର ଏହି ଏହି ବିଶେଷତା ଥିଲା, ଯୋଗଦାନ ଥିଲା; ଦେବଗୌଢା ଜୀଙ୍କର ଏହି ଏହି ଯୋଗଦାନ ଥିଲା; ଆଇ କେ ଗୁଜୁରାଲଙ୍କର ଏହି ଏହି ଯୋଗଦାନ ଥିଲା, ଡଃ ମନମୋହନ ସିଂ ଜୀଙ୍କର ଏହି ଏହି ଯୋଗଦାନ ଥିଲା, ସମସ୍ତ ରାଜନୈତିକ ଭେଦଭାବର ଉଦ୍ଧ୍ୱର୍ରେ ।

ଦେଶକୁ ଆଉ ଏକ ରାଜନୈତିକ ସଂସ୍କୃତିର ଆବଶ୍ୟକତା ରହିଛି, ଏହାକୁ ଆମେ ଏହିପରି ଆଣିବା ପାଇଁ ପ୍ରୟାସ କରୁଛୁ । ଚନ୍ଦ୍ରଶେଖର ଜୀଙ୍କୁ ଯଦି ଏହି ଭାବରେ ଲୋକମାନଙ୍କ ସାମନାକୁ ଅଣାଯାଏ ତେବେ ଆଜିବି ସେ ନୂତନ ପିଢିଙ୍କୁ ପ୍ରେରଣା ଦେଇପାରିବେ । ଆଜି ମଧ୍ୟ ତାଙ୍କ ଚିନ୍ତନ ଦ୍ୱାରା ଯୁବବର୍ଗଙ୍କ ମିଜାଜ ଲୋକତାନ୍ତ୍ରିକ ଭାବରେ ଭରିଯିବ । ଅଗଣତାନ୍ତ୍ରିକ ରାସ୍ତା ଗ୍ରହଣ କରିବାର ଆବଶ୍ୟକତା ପଡିବ ନାହିଁ ।
ମୋର ସମ୍ପୂର୍ଣ୍ଣ ସ୍ମରଣ ରହିଛି କି ଯେତବେଳେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାର ଥିଲା, ଏଠି ଦିଲ୍ଲୀରେ ଝଡ ଉଠିଥିଲା ଏବଂ ଏହା ମଧ୍ୟ କେଉଁ ଆଇବିର ପୋଲିସ ବାଲା କାରଣରୁ, ଅର୍ଥାତ ବିଶ୍ୱରେ ଯେତବେଳେ ଲେଖାଯିବ ଯେ କୌଣସି ପୋଲିସ ବାଲା କାରଣରୁ ସରକାର ଭାଙ୍ଗି ଯାଇ ପାରେ ।

ସେହିଦିନ ମୁଁ ନାଗପୁରରେ ଥିଲି, ଅଟଳ ଜୀ, ଆଡଭାନୀ ଜୀଙ୍କର ଏକ କାର୍ଯ୍ୟକ୍ରମ ଥିଲା ସେଠାରେ । ମାତ୍ର ସେମାନଙ୍କ ବିମାନ ପରେ ଆସିବାର ଥିଲା, ମୁଁ ପୂର୍ବରୁ ପହଂଚି ଯାଇଥିଲି । ଯେଉଁଠାରେ ମୋର ସ୍ଥାନ ଥିଲା, ସେଠାକୁ ଚନ୍ଦ୍ରଶେଖର ଜୀଙ୍କ ଫୋନ ଆସିଲା । ମୁଁ ଫୋନ ଉଠେଇଲି, ସିଧାସଳଖ ସେ ଫୋନରେ ଥିଲେ । ସେ କହିଲେ-ଭାଇ, ଗୁରୁଜୀ କୋଉଠି ଅଛନ୍ତି? ମୁଁ କହିଲି ଏପର୍ଯ୍ୟନ୍ତ ତ ତାଙ୍କ ବିମାନ ପହଂଚି ନାହିଁ, ହୁଏତ ଆସିବାରେ ଏକ ଘଂଟା ଲାଗିବ । କହିଲେ-ମୁଁ ଅପେକ୍ଷା କରୁଛି, ତୁରନ୍ତ ମୋ ସହିତ କଥା କରାନ୍ତୁ ଏବଂ ତାଙ୍କୁ କହନ୍ତୁ ଯେ ମୁଁ ଇସ୍ତଫା ପ୍ରଦାନ କରିବାକୁ ସ୍ଥିର କରି ସାରିଛି, ମାତ୍ର ମୁଁ ତାଙ୍କ ସହିତ କଥା ହେବାକୁ ଚାହୁଁଛି ।

ଦିଲ୍ଲୀରେ ଯାହା କିଛି ବି ଘଟଣା ଘଟୁଥିଲା, ଅଟଳ ଜୀ ସେହି ଦିନ ନାଗପୁରରେ ଥିଲେ, ମୁଁ ଏହି କାର୍ଯ୍ୟକ୍ରମ ଲାଗି ବ୍ୟବସ୍ଥା କରିବା ପାଇଁ ସେଠାରେ ପହଂଚିଥିଲି, ମାତ୍ର ଚନ୍ଦ୍ରଶେଖର ଜୀ ସେ ସମୟରେ ମଧ୍ୟ, ଯାହାକୁ ଗୁରୁ ଜୀ କହୁଥିଲେ, ତାଙ୍କ ଶେଷ ନିଷ୍ପତ୍ତି ପୂର୍ବରୁ ତାଙ୍କ ସହିତ କଥା ହେବା ପାଇଁ ବଡ ଆତୁର ଥିଲେ ।

ଏହିପରି ଅନେକ ବିଶେଷତା ସହିତ ଯିଏ ଦେଶ ପାଇଁ ତାଙ୍କ ପୁରା ଜୀବନ ଏବଂ ଏହି ପରିସର, ଏକ ପ୍ରକାର ଦେଶର ପୀଡ଼ିତ, ଶୋଷିତ, ବଂଚିତ, ଗରିବ-ଯେଉଁମାନଙ୍କର ଦୁଃଖ-ଯନ୍ତ୍ରଣାକୁ ନିଜେ ଅନୁଭବ କରି ଏକ ମଣିଷ 40 ବର୍ଷ ପର୍ଯ୍ୟନ୍ତ ତାଙ୍କ ଯୁବକ ସମୟ ଏହି ପରିସରରେ ଅତିବାହିତ କରି ଯାଇଛନ୍ତି, ସାଂସଦ ଭାବେ । ଏହି ପରିସରରେ ଆଜି ଆମେ ପୁଣି ଥରେ ତାଙ୍କୁ ସ୍ମରଣ କରୁଛୁ, ପୁନର୍ଜୀବିତ କରୁଛୁ । ତାଙ୍କଠାରୁ ପ୍ରେରଣା ଗ୍ରହଣ କରି ଆମେ ମଧ୍ୟ ଦେଶର ଜନସାଧାରଣଙ୍କ ପାଇଁ କିଛି କରିବା । ଏହା ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହେବ ।
ମୁଁ ପୁଣି ଥରେ ହରିବଂଶଜୀଙ୍କୁ ଦୃଦୟରୁ ଅନେକ ଅନେକ ଅଭିନନ୍ଦନ ଜଣାଇ ଏବଂ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ସ୍ମରଣ କରି ମୋର ବାଣୀକୁ ବିରାମ ଦେଉଛି ।

ଧନ୍ୟବାଦ ।

*******