Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପାଦ ଓ ମୁଖ ରୋଗ ଓ ବୃସେଲୋସିଶ ଲାଗି ରାଷ୍ଟ୍ରୀୟ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର 11, 2019ରେ ମଥୁରାରେ ପାଦ ମୁଖ ରୋଗ ବୃସେଲୋସିଶ ପାଇଁ ରାଷ୍ଟ୍ରୀୟ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପଶୁ ବିଜ୍ଞାନ ଏବଂ ଆରୋଗ୍ୟ ମେଳାରେ ମଧ୍ୟ ଅଂଶଗ୍ରହଣ କରିବେ ଏବଂ ବାବୁଗଡ ସେକ୍ସ ବୀର୍ଯ୍ୟ ସୁବିଧା ତଥା ଦେଶର ସମସ୍ତ 687 ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ରରେ କାର୍ଯ୍ୟଶାଳାର ଶୁଭାରମ୍ଭ କରିବେ କାର୍ଯ୍ୟଶାଳାର ବିଷୟ ଟୀକାକରଣ ଏବଂ ରୋଗ ନିୟନ୍ତ୍ରଣ, କୃତ୍ରିମ ପ୍ରଜନନ ଉତ୍ପାଦକତା

ପାଦ ମୁଖ ରୋଗ ତଥା ବୃସେଲୋସିଶ ପାଇଁ ରାଷ୍ଟ୍ରୀୟ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଶତ ପ୍ରତିଶତ ଅର୍ଥ କେନ୍ଦ୍ର ବହନ କରିବ ଯାହାପାଇଁ 2019 ରୁ 2024 ବର୍ଷ ପାଇଁ ମୋଟ 12,652 କୋଟି ଟଙ୍କା ଆବଣ୍ଟିତ କରାଯାଇଛି ପାଦ ମୁଖ ରୋଗ ତଥା ବୃସେଲୋସିଶକୁ 2025 ସୁଦ୍ଧା ନିୟନ୍ତ୍ରଣ ଏବଂ 2030 ସୁଦ୍ଧା ସଂପୂର୍ଣ୍ଣ ରୂପେ ସମାପ୍ତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ

 

**********