Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶ୍ରୀ ରାମ ଜେଠମାଲାନୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ବୟୋଜ୍ୟଷ୍ଠ ଆଇନଜ୍ଞ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ରାମ ଜେଠମାଲାନୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରିଛନ୍ତି ।

“ଶ୍ରୀ ରାମ ଜେଠମାଲାନୀ ଜୀଙ୍କ ବିୟୋଗରେ ଭାରତ ଜଣେ ଅସାଧାରଣ ଆଇନଜ୍ଞ ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ହରାଇଛି, ଯିଏକି ଉଭୟ ନ୍ୟାୟାଳୟ ଏବଂ ସଂସଦରେ ଉଚ୍ଚ ମାନର ଯୋଗଦାନ କରିଛନ୍ତି । ସେ ଥିଲେ ତୀକ୍ଷ୍ନ ବୁଦ୍ଧି ସମ୍ପନ୍ନ ଓ ସାହସୀ ଏବଂ ଯେକୌଣସି ବିଷୟରେ ନିର୍ଭୀକତାର ସହ ମତ ଦେବାକୁ ସଙ୍କୋଚ କରୁନଥିଲେ ।

ଶ୍ରୀ ରାମ ଜେଠାମାଲାନୀଙ୍କ ସବୁଠାରୁ ଭଲ ଦିଗ ଥିଲା ସେ ଖୋଲାଖୋଲି ଭାବରେ ତାଙ୍କ ମତ ପ୍ରକାଶ କରୁଥିଲେ ଏବଂ ନିର୍ଭୀକତାର ସହ ସେ ଏହା କରୁଥିଲେ । ଜରୁରୀକାଳୀନ ପରିସ୍ଥିତିର କଳା ସମୟରେ ଦୃଢ଼ତା ଏବଂ ସାର୍ବଜନୀକ ସ୍ୱତନ୍ତ୍ରତା ନେଇ ତାଙ୍କ ସଂଗ୍ରାମ ପାଇଁ ସେ ସ୍ମରଣୀୟ ରହିବେ ।

ଅସହାୟମାନଙ୍କୁ ସହାୟତା ପ୍ରଦାନ କରିବା ତାଙ୍କ ବ୍ୟକ୍ତିତ୍ୱର ଏକ ଅବିଚ୍ଛେଦ୍ୟ ଅଂଶ ଥିଲା ।

ଶ୍ରୀ ରାମ ଜେଠାମାଲାନୀ ଜୀଙ୍କ ସହିତ ଭାବ ବିନିମୟ କରିବାର ଅନେକ ସୁଯୋଗ ପାଇଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେକରୁଛି । ଏହି ଦୁଃଖଦ ମୁହୂର୍ତ୍ତରେ, ତାଙ୍କ ପରିବାର, ବନ୍ଧୁବର୍ଗ ଏବଂ ପ୍ରଶଂସକମାନଙ୍କୁ ମୁଁ ସହାନୁଭୂତି ଜଣାଉଛି । ସେ ଏବେ ଆଉ ଆମ ଗହଣରେ ନଥାଇ ପାରନ୍ତି, ମାତ୍ର ତାଙ୍କ ଅଗ୍ରଣୀ କାର୍ଯ୍ୟ ସବୁବେଳେ ଜୀବନ୍ତ ରହିବ ! ଓମ ଶାନ୍ତି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

******