Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ୟୁଏନସିସିଡିର ଚତୁର୍ଦ୍ଦଶ ସିଓପିକୁ ସମ୍ବୋଧିତ କରିବେ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ୟୁଏନସିସିଡିର 14ତମ ସିଓପି ଉଚ୍ଚସ୍ତରୀୟ ଅଧିବେଶନକୁ ସମ୍ବୋଧିତ କରିବାକୁ ଯାଉଛନ୍ତି । ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ଏହି ସମ୍ମିଳନୀର ଆୟୋଜନ କରାଯାଉଛି ।

ଦୁଇ ବର୍ଷ ପାଇଁ ସିଓପି ଅଧ୍ୟକ୍ଷତା ଲାଗି ଚୀନଠାରୁ ଭାରତ କାର୍ଯ୍ୟଭାର ଗ୍ରହଣ କରିବା ସମୟରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି ।

ପରିବେଶ, ବିଶେଷଭାବେ ଭୂ-ପରିଚାଳନା ଆଧାରିତ ବିଶ୍ଵସ୍ତରୀୟ ଆଲୋଚନା ଏହି ସମ୍ମିଳନୀରେ ମତ ବିନିମୟ ହେବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ଓ ଭୂ-ପରିଚାଳନାକୁ ନେଇ ସମସ୍ତ ତିନୋଟି ରିଓ ସମ୍ମିଳନୀର ସିଓପି ଆୟୋଜନ କରିବାର ଗୌରବ ଭାରତକୁ ମିଳିଛି ।

ସମ୍ମିଳନୀରେ ସମସ୍ତ 197 ଅଂଶୀଦାରଙ୍କର ପ୍ରାୟ 7200 ପ୍ରତିନିଧି ଯୋଗଦେବେ । ଏମାନଙ୍କ ମଧ୍ୟରେ ମନ୍ତ୍ରୀ ଏବଂ ସରକାରୀ ପ୍ରତିନିଧିଗଣ, ବେସରକାରୀ ଏବଂ ଆନ୍ତଃସରକାରୀ ସଂଗଠନ, ବୈଜ୍ଞାନିକ, ମହିଳା ଓ ଯୁବକଗୋଷ୍ଠୀ ଭାଗ ନେବେ । ବିଶ୍ୱବ୍ୟାପୀ ଭୂମି ଉପଯୋଗ ନୀତିର କାର୍ଯ୍ୟକାରିତା ଓ ସୁଦୃଢୀକରଣ ଜନିତ 30 ଗୋଟି ନିଷ୍ପତ୍ତି ଉପରେ ସେମାନେ ଆଲୋଚନା କରିବେ । ଏଥିସହିତ ବାଧ୍ୟତାମୂଳକ ଦେଶାନ୍ତରଣ, ବାଲି ଓ ଧୁଳି ଝଡ ତଥା ମରୁଡି ଭଳି ବିଭିନ୍ନ ବିପଦର ମୁକାବିଲା ଲାଗି ସମାଧାନ ପନ୍ଥା ଉପରେ ଆଲୋଚାନା କରିବେ ।

******