Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇଣ୍ଡୋନେସିଆ ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ଶ୍ରୀ ଜୋକୋ ୱିଡୋଡୋଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ଇଣ୍ଡୋନେସିଆର ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଥିବାରୁ ଶ୍ରୀ ଜୋକୋ ୱିଡୋଡୋଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । “ଆମର ନିବିଡ଼ ସାମୁଦ୍ରିକ ପଡ଼ୋଶୀ ରାଷ୍ଟ୍ର ଇଣ୍ଡୋନେସିଆରେ ନିଜର ଦ୍ୱିତୀୟ ରାଷ୍ଟ୍ରପତି କାର୍ଯ୍ୟକାଳ ଆରମ୍ଭ କରିଥିବାରୁ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ମୋର ଦୃଢ଼ ବିଶ୍ୱାସ ଯେ ତାଙ୍କର ଉତ୍ସାହୀ ନେତୃତ୍ୱରେ ଆମର ବନ୍ଧୁତା ଏବଂ ବିସ୍ତୃତ ରଣନୈତିକ ଭାଗିଦାରୀ ଆହୁରି ଗଭୀର ହେବ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**************