ପିଏମଇଣ୍ଡିଆ

ମୁଁ କହିବି ସର୍ଦ୍ଦାର ପଟେଲ – ଆପଣ ସମସ୍ତେ ଦୁଇ ହାତ ଉପରକୁ କରି ସଂପୂର୍ଣ୍ଣ ଶକ୍ତିର ସହିତ କହିବେ – ଅମର ରହେ, ଅମର ରହେ ।
ସର୍ଦ୍ଦାର ପଟେଲ – ଅମର ରହେ, ଅମର ରହେ ।
ସର୍ଦ୍ଦାର ପଟେଲ – ଅମର ରହେ, ଅମର ରହେ ।
ସର୍ଦ୍ଦାର ପଟେଲ – ଅମର ରହେ, ଅମର ରହେ ।
ସାଥୀଗଣ, ଆମେ ସବୁ ସର୍ଦ୍ଦାର ପଟେଲଙ୍କ ବିଚାରଧାରାଗୁଡ଼ିକୁ ଏବେ ଏବେ ଶୁଣିଛୁ । ତାଙ୍କର ସ୍ୱର ଆମମାନଙ୍କ କାନରେ ଗୁଞ୍ଜରିତ ହେଉଛି । ତାଙ୍କ ବିଚାରଧାରାର ମହତ୍ତ୍ଵ, ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ତାଙ୍କ ଚିନ୍ତା ପ୍ରତିକ୍ଷଣ ତାଙ୍କର ବାଣୀରେ ଆମେ ଅନୁଭବ କରୁଥିଲେ । ତାଙ୍କର ବାଣୀରେ ଯେଉଁ ଶକ୍ତି ଥିଲା, ବିଚାରରେ ଯେଉଁ ପ୍ରେରଣା ଥିଲା ତାହାକୁ ପ୍ରତ୍ୟେକ ହିନ୍ଦୁସ୍ଥାନୀ ଅନୁଭବ କରି ପାରିବେ ଏବଂ ଏହା ମଧ୍ୟ ବହୁତ ବିଶେଷ କଥା କି ଆମେ ସର୍ଦ୍ଦାର ସାହେବଙ୍କ ସ୍ୱର ତାଙ୍କର ହିଁ ସବୁଠାରୁ ଉଚ୍ଚ ପ୍ରତିମାର ସାନିଧ୍ୟରେ ଶୁଣୁଥିଲେ ।
ସାଥୀଗଣ, ଯେଉଁଭଳି ଭାବେ କୌଣସି ଶ୍ରଦ୍ଧାସ୍ଥଳରେ ଆସି ଏକ ଅସୀମ ଶାନ୍ତି ମିଳିଥାଏ, ଏକ ନୂତନ ଉର୍ଜ୍ଜା ମିଳିଥାଏ, ସେହିଭଳି ଅନୁଭୂତି ଏଠାରେ ସର୍ଦ୍ଦାର ସାହେବଙ୍କ ପାଖକୁ ଆସି ହୋଇଥାଏ । ଲାଗୁଛି ଯେଭଳି ତାଙ୍କ ପ୍ରତିମାର ମଧ୍ୟ ଏକ ନିଜସ୍ୱ ବ୍ୟକ୍ତିତ୍ୱ ରହିଛି, ସାମର୍ଥ୍ୟ ରହିଛି, ସନ୍ଦେଶ ରହିଛି, ସେତିକି ହିଁ ବିଶାଳ, ସେତିକି ହିଁ ଦୂରଦର୍ଶୀ ଏବଂ ସେତିକି ହିଁ ପବିତ୍ର । ଦେଶର କୋଣ ଅନୁକୋଣରୁ, କୃଷକମାନଙ୍କଠାରୁ ମିଳିଥିବା ଲୁହାରୁ, ଭିନ୍ନ ଭିନ୍ନ ଅଞ୍ଚଳରୁ ଆସିଥିବା ମାଟିରୁ ଏହି ଭବ୍ୟ ପ୍ରତିମାର ନିର୍ମାଣ କରାଯାଇଛି । ଏହି ପ୍ରତିମା ହେଉଛି ଆମର ବିବିଧତା ମଧ୍ୟରେ ଏକତାର ଜୀବନ୍ତ ପ୍ରତୀକ, ଜୀବନ୍ତ ସନ୍ଦେଶ ।
ସାଥୀଗଣ, ଆଜିଠାରୁ ଠିକ୍ ଏକ ବର୍ଷ ପୂର୍ବେ ଦୁନିଆର ସବୁଠାରୁ ଉଚ୍ଚ ପ୍ରତିମାକୁ ଦେଶକୁ ସମର୍ପିତ କରାଯାଇଥିଲା । ଆଜି ଏହି ପ୍ରତିମା କେବଳ ଭାରତବାସୀଙ୍କୁ ନୁହେଁ, ସମଗ୍ର ବିଶ୍ୱକୁ ଆକର୍ଷିତ କରୁଛି, ପ୍ରେରିତ କରୁଛି । ଆଜି ଏହି ପ୍ରେରଣା ସ୍ଥଳୀରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରି ସଂପୂର୍ଣ୍ଣ ରାଷ୍ଟ୍ର ଗୌରବ ଅନୁଭବ କରୁଛି ।
ଏବେ କିଛି ସମୟ ପୂର୍ବରୁ ହିଁ ରାଷ୍ଟ୍ରୀୟ ଏକତାର ସନ୍ଦେଶ ଦୋହରାଇବା ପାଇଁ, ଏକତାର ମନ୍ତ୍ରକୁ ଜୀଇଁବା ପାଇଁ, ଏକତାର ଭାବକୁ ଚରିତାର୍ଥ କରିବା ପାଇଁ, ଏକତା – ଏ ହେଉଛି ଆମର ସଂସ୍କାର, ଏକତା – ଏହା ହେଉଛି ଆମର ଭବିଷ୍ୟତ ସ୍ୱପ୍ନର ସବୁଠାରୁ ବଡ଼ ସମ୍ବଳ ଆଉ ଏହାକୁ ଧ୍ୟାନରେ ରଖି ରନ୍ ଫର୍ ୟୁନିଟି – ରାଷ୍ଟ୍ରୀୟ ଏକତା ଦୌଡ଼ ହିନ୍ଦୁସ୍ଥାନର ପ୍ରତ୍ୟେକ କୋଣ ଅନୁକୋଣରେ ସମ୍ପନ୍ନ ହୋଇଛି । ଦେଶର ଭିନ୍ନ ଭିନ୍ନ ସହରଗୁଡ଼ିକରେ, ଗାଁଗୁଡ଼ିକରେ, ଭିନ୍ନ ଭିନ୍ନ କ୍ଷେତ୍ରରେ, ଦେଶର ନାଗରିକମାନେ, ଆବାଳ ବୃଦ୍ଧବନିତା ଖୁବ୍ ଉତ୍ସାହର ସହିତ ଏଥିରେ ଅଂଶଗ୍ରହଣ କରିଛନ୍ତି । ଏଠାରେ ମଧ୍ୟ ଆଜି ରାଷ୍ଟ୍ରୀୟ ପରେଡର ଆୟୋଜନ କରାଯାଇଛି । ଏହି ଭବ୍ୟ ଆୟୋଜନରେ ଅଂଶଗ୍ରହଣ କରିବା ପାଇଁ ମୁଁ ପ୍ରତ୍ୟେକ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି ।
ସାଥୀଗଣ, ସମଗ୍ର ଦୁନିଆରେ ଭିନ୍ନ-ଭିନ୍ନ ଦେଶ, ଭିନ୍ନ ଭିନ୍ନ ପନ୍ଥ, ଭିନ୍ନ ଭିନ୍ନ ବିଚାରଧାରା, ଭିନ୍ନ ଭିନ୍ନ ଭାଷା, ରୂପ-ରଙ୍ଗ, ଦୁନିଆରେ ପ୍ରତ୍ୟେକ ଦେଶ ନିର୍ମାଣରେ ଲୋକମାନେ ଯୋଡ଼ି ହୋଇ ଚାଲିଲେ । କିନ୍ତୁ ଆମେ ଏହା କେବେ ହେଲେ ମଧ୍ୟ ଭୁଲି ନଯାଉ କି – ସେହି ଦେଶମାନଙ୍କର ବିଶେଷତା ରହି ଆସିଛି, ସ୍ଵତନ୍ତ୍ର ପରିଚୟ ରହିଆସିଛି ଆଉ ତାହାକୁ ସେହି ଭାବରେ ଗଢିବାର ଯୋଜନାବଦ୍ଧ ପ୍ରୟାସ ମଧ୍ୟ କରାଯାଇଛି । ଭଲ ହେଉ, ମନ୍ଦ ହେଉ, ଠିକ୍ ହେଉ, ଭୁଲ ହେଉ – ଇତିହାସ ନିଜର ମୂଲ୍ୟାଙ୍କନ କରି ଚାଲିଥାଏ କିନ୍ତୁ ଖୁବ୍ ଚେଷ୍ଟା କରିବାକୁ ପଡ଼ିଛି ।
କିନ୍ତୁ ଭାରତର ପରିଚୟ ହେଉଛି ଭିନ୍ନ । ଭାରତର ବିଶେଷତା ହେଉଛି ଭାରତର ବିବିଧତା ମଧ୍ୟରେ ଏକତା । ଆମେ ବିବିଧତାରେ ଭରି ହୋଇ ରହିଛେ । ବିବିଧତା ମଧ୍ୟରେ ଏକତା ହେଉଛି ଆମର ଗର୍ବ, ଗୌରବ, ଗରିମା ଏବଂ ପରିଚୟ । ଆମର ଏଠି ବିବିଧତାର ଉତ୍ସବ ପାଳନ କରାଯାଇଥାଏ । ଆମକୁ ବିବିଧତା ମଧ୍ୟରେ କେବେ ହେଲେ ମଧ୍ୟ ବିରୋଧାଭାଷ ଦେଖାଯାଇ ନଥାଏ, ବରଂ ଆମକୁ ବିବିଧତାରେ ଅନ୍ତର୍ନିହିତ ଏକତାର ସାମର୍ଥ୍ୟ ଦେଖାଯାଇଥାଏ ।
ବିବିଧତାର ସମାରୋହ, ବିବିଧତାର ଉତ୍ସବ.. ତା’ ମଧ୍ୟରେ ଲୁଚି ରହିଥିବା ଏକତାର ସ୍ପର୍ଶ କରାଇଥାଏ, ସେଥିରୁ ଉପରକୁ ଉଠି ବାହାରି ଆସିଥାଏ, ବଞ୍ଚିବାର ପ୍ରେରଣା ପ୍ରଦାନ କରିଥାଏ, ଯୋଡ଼ି ହେବାର ମନୋଭାବ ଜାଗ୍ରତ କରିଥାଏ ।
ଯେତେବେଳେ ଆମେ ଦେଶର ଭିନ୍ନ ଭିନ୍ନ ଭାଷା ଏବଂ ଶହ ଶହ ଉପଭାଷାକୁ ନେଇ ଗର୍ବ କରିଥାଉ, ଉପଭାଷା ଭିନ୍ନ ହେବା ସତ୍ତ୍ୱେ ମଧ୍ୟ ଭାବର ବନ୍ଧନ ବାନ୍ଧି ହୋଇ ଯାଇଥାଏ! ଯେତେବେଳେ ଆମେ ଭିନ୍ନ ଭିନ୍ନ କ୍ଷେତ୍ରରେ ଉତ୍ସବରେ ସାମିଲ ହୋଇଥାଉ, ସେମାନଙ୍କ ଖୁସି ଆହୁରି ବୃଦ୍ଧି ପାଇଥାଏ ଏବଂ ନୂଆ ରଙ୍ଗ ଭରି ଯାଇଥାଏ ଆଉ ନୂତନ ମହକ ଆସିଥାଏ ।
ଯେତେବେଳେ ଆମେ ଭିନ୍ନ ଭିନ୍ନ ରାଜ୍ୟର ପରମ୍ପରା, ବିଶେଷତ୍ୱ ଓ ସାଂସ୍କୃତିକ ବିବିଧତାର ଆନନ୍ଦ ନେଇଥାଉ, ଭାରତୀୟ ହେବାର ଗୌରବ, ଭାରତୀୟତାର ଭାବ, ଚାରି ଦିଗରେ ପ୍ରସ୍ଫୁଟିତ ହୋଇ ଯାଇଥାଏ, ମହକି ଯାଇଥାଏ ଏବଂ ଖେଳି ଯାଇଥାଏ, ଗୌରବ ବହୁତ ବଢ଼ି ଯାଇଥାଏ । ଯେତେବେଳେ ଆମେ ବିଭିନ୍ନ ପନ୍ଥ, ସମ୍ପ୍ରଦାୟ, ସେମାନଙ୍କର ପରମ୍ପରା, ଆସ୍ଥାର ସମାନ ଭାବେ ସମ୍ମାନ କରିଥାଉ, ତ ସେତେବେଳେ ସଦଭାବ, ସ୍ନେହଭାବ ସେଥିରେ ମଧ୍ୟ ଅନେକ ଗୁଣ ବୃଦ୍ଧି ହୋଇ ଯାଇଥାଏ, ଆଉ ଏଥିପାଇଁ ଆମକୁ ପ୍ରତିକ୍ଷଣ ବିବିଧତାର ପ୍ରତ୍ୟେକ ଅବସରକୁ ପାଳନ କରିବାର ଅଛି, ଉତ୍ସବ ଭାବେ ତାହାକୁ ପାଳନ କରିବାର ଅଛି, ମନପ୍ରାଣ ସହିତ ଯୋଡ଼ି ହେବାର ଅଛି ଆଉ ଏହା ହିଁ ତ ଏକ ଭାରତ ଶ୍ରେଷ୍ଠ ଭାରତ, ଏହା ହିଁ ତ ହେଉଛି ରାଷ୍ଟ୍ର ନିର୍ମାଣ ।
ସାଥୀଗଣ, ଏହା ହେଉଛି ସେହି ଶକ୍ତି ଯାହା ସମଗ୍ର ବିଶ୍ୱରେ ଅନ୍ୟ ଦେଶର ଭାଗ୍ୟରେ ମିଳିବ ନାହିଁ । ଏଠାରେ ଦକ୍ଷିଣରୁ ବାହାରି ଶଙ୍କରାଚାର୍ଯ୍ୟ ଉତ୍ତରରେ ଯାଇ ହିମାଳୟ କୋଳରେ ପହଞ୍ଚି ମଠ ଗୁଡିକର ସ୍ଥାପନା କରଛନ୍ତି, ଏଠାରେ ବଙ୍ଗଳାରୁ ବାହାରି ସ୍ୱାମୀ ବିବେକାନନ୍ଦଙ୍କୁ ଦେଶର ଦକ୍ଷିଣ ଭାଗ, କନ୍ୟାକୁମାରୀରେ ନୂତନ ଜ୍ଞାନ ପ୍ରାପ୍ତ ହୋଇଥାଏ, ଏଠାରେ ପାଟଣାରେ ଅବତରିତ ହୋଇ ଜନ୍ମଧାରଣ କରି ଗୁରୁ ଗୋବିନ୍ଦ ସିଂହଜୀ ପଞ୍ଜାବରେ ଯାଇ ଦେଶ ରକ୍ଷା ପାଇଁ ଖାଲସା ପନ୍ଥ ସ୍ଥାପନା କରିଥାନ୍ତି, ଏଠାରେ ରାମେଶ୍ୱରମରେ ଜନ୍ମିତ ଏପିଜେ ଅବଦୁଲ କଲାମ ଦିଲ୍ଲୀରେ ଦେଶର ସବୋର୍ଚ୍ଚ ପଦରେ ଆସୀନ ହୋଇଥାନ୍ତି, ଗୁଜରାଟର ପୋରବନ୍ଦରର ମାଟିରେ ଜନ୍ମ ନେଇ ମୋହନଦାସ କରମଚାନ୍ଦ ଗାନ୍ଧୀ ଚମ୍ପାରଣରେ, ବିହାର ଯାଇ ଦେଶକୁ ଜାଗ୍ରତ କରିବାର କଷ୍ଟ ଉଠାଇ ଥାନ୍ତି ଆଉ ଏଥିପାଇଁ ମୁଁ ମାନୁଛି ନିଜର ଏକତାର ଏହି ଶକ୍ତିର ପର୍ବ ନିରନ୍ତର ପାଳନ କରିବାର ବହୁତ ଆବଶ୍ୟକତା ଅଛି ।
ଏକତାର ଏହି ଶକ୍ତି ହିଁ ହେଉଛି ଭାରତୀୟତାର ପ୍ରବାହ, ଗତି; ଏକତାର ଏହି ଶକ୍ତି ହିଁ ହେଉଛି ପ୍ରକୃତ ଅର୍ଥରେ ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ ଦ୍ୱାରା ଲିଖିତ ଆମ ସମ୍ବିଧାନର ପ୍ରେରଣା । ଉଇ ଦ ପିପୁଲ ଅଫ୍ ଇଣ୍ଡିଆ- ଆମେ ଭାରତର ଲୋକ ଏହା ତିନି-ଚାରୋଟି ଶବ୍ଦ ନୁହେଁ, କେବଳ ଆମର ସମ୍ବିଧାନର ଶୁଭାରମ୍ଭ ନୁହେଁ, ଏହା ହେଉଛି ହଜାର ହଜାର ବର୍ଷ ଧରି ଚାଲି ଆସୁଥିବା ଭାରତୀୟଙ୍କର ଏକତା ଭାବକୁ ଶବ୍ଦରେ ସଜାଇ ଆମର ଚିର ପୁରାତନ ସାଂସ୍କୃତିକ ଇତିହାସ, ହେଉଛି ପରମ୍ପରା, ହେଉଛି ବିଶ୍ୱାସ, ହେଉଛି ପ୍ରତିବିମ୍ବ ।
ସାଥୀଗଣ, ମୁଁ ଆପଣମାନଙ୍କୁ ଖେଳ ଦୁନିଆରୁ ଏକ ଉଦାହରଣ ଦେଉଛି । ଆମେ ଜାଣିଛେ ଯେତେବେଳେ ଗାଁ ଗାଁ ମଝିରେ ଖେଳ ଆରମ୍ଭ ହୋଇଥାଏ, ପ୍ରତିଯୋଗିତା ହୋଇଥାଏ ତ ସେହି ଗାଁର ଦୁଇ ଦଳ ଜିତିବା ପାଇଁ ପୁରା ଶକ୍ତି ଲଗାଇ ଦେଇଥାନ୍ତି । ଗୋଟିଏ ଦଳ ହାରିଥାଏ, ଗୋଟିଏ ଜିତିଥାଏ- ଜିତିଲାବାଲା ତହସିଲ ପର୍ଯ୍ୟାୟକୁ ଚାଲିଯାଇଥାଏ । ଯେତେବେଳେ ତହସିଲ ମଧ୍ୟରେ ଖେଳ ହୋଇଥାଏ ତ ହାରିଯାଇଥିବା ଦଳ ସମେତ ସେହି ଗାଁର ଲୋକ ମଧ୍ୟ ଏବଂ ଅନ୍ୟ ତହସିଲର ଲୋକ ମଧ୍ୟ ନିଜ ନିଜ ଦଳ ଜିତିଯାଉ, ଏଥିପାଇଁ ଏକତାର ସହିତ ଠିଆ ହୋଇ ଯାଆନ୍ତି । କିନ୍ତୁ ଯେତେବେଳେ ଅନ୍ୟ ତହସିଲ ହାରିଯାଇଥାଏ, କିନ୍ତୁ ଯେତେବେଳେ ଦଳ ଜିଲ୍ଲାସ୍ତରକୁ ଯାଇଥାଏ ପ୍ରତିଯୋଗିତା କରିବା ପାଇଁ ତ ସେତେବେଳେ ହାରି ଯାଇଥିବା ଦଳ ମଧ୍ୟ ଜିଲ୍ଲାର ବିଜୟ ପାଇଁ ଲାଗି ପଡ଼ିଥାଏ ଏବଂ ସଂପୂର୍ଣ୍ଣ ଜିଲ୍ଲା ଏକାଠି ହୋଇ ଆଗେଇ ଆସି ଥାଆନ୍ତି ଆଉ ଯେତେବେଳେ ରାଜ୍ୟ ମଧ୍ୟରେ ଜିଲ୍ଲା ସ୍ତରୀୟ ପ୍ରତିସ୍ପର୍ଦ୍ଧା ହୋଇଥାଏ, ତ ଜିଲ୍ଲା ଆଗକୁ ବଢ଼ିଥାଏ; ଯେତେବେଳେ ଦେଶ ମଧ୍ୟରେ ରାଜ୍ୟଗୁଡ଼ିକର ପ୍ରତିଯୋଗିତା ହୋଇଥାଏ, ତ ରାଜ୍ୟର ବିଜୟ ପାଇଁ ସମସ୍ତେ ଏକାଠି ହୋଇ ଯାଇଥାଆନ୍ତି । ଜୟ-ପରାଜୟ କୌଣସି ମାନ୍ୟତା ରଖି ନଥାଏ ।
ଏକତାର ଭାବ ଏବଂ ଯେତେବେଳେ ଆନ୍ତରାଷ୍ଟ୍ରୀୟ ଜଗତରେ ଖେଳିବା ପାଇଁ ଯାଇ ଥାଆନ୍ତି ତ ଯେ କେହି ଭୁଲି ଯାଇ ଥାଆନ୍ତି କି ସେହି ଦଳ କେଉଁଠି ଥିଲା, ଖେଳାଳୀ କେଉଁଠାର ଥିଲେ, ତାଙ୍କର ଭାଷା କ’ଣ ଥିଲା, ସେ ମୋତେ ହରାଇଥିଲା ନା ହରାଇ ନଥିଲା; ସମସ୍ତେ ଭୁଲି ଯାଇ ଥାଆନ୍ତି ଆଉ ଯେତେବେଳେ ହିନ୍ଦୁସ୍ଥାନର ତ୍ରିରଙ୍ଗାକୁ ନିଜ କାନ୍ଧରେ ନେଇ ଯେତେବେଳେ ସେ ବିଜୟର ଦୌଡ଼ ଲଗାଇଥାଏ, ତ ପୂରା ହିନ୍ଦୁସ୍ଥାନ ଦୌଡ଼ିଥାଏ, ଏକ ସ୍ୱରରେ ଭାରତ ମାଆର ଜୟ ଜୟକାର ବାହାରି ଆସିଥାଏ; ଏହା ତ ହେଉଛି ଏକତାର ଶକ୍ତି ଯାହାକୁ ଆମେ ଅନୁଭବ କରୁଛେ ।
ଯେତେବେଳେ ବିଦେଶ ମାଟିରେ ପଦକ ଜିତିବା ପରେ ତ୍ରିରଙ୍ଗା ଉଡ଼ିଥାଏ, ତ କଶ୍ମୀରରୁ ନେଇ କନ୍ୟାକୁମାରୀ ପର୍ଯ୍ୟନ୍ତ, ମହାରାଷ୍ଟ୍ରରୁ ନେଇ ମଣିପୁର ପର୍ଯ୍ୟନ୍ତ ଏକାଠି ପ୍ରତ୍ୟେକ ହିନ୍ଦୁସ୍ଥାନୀ ରୋମାଞ୍ଚିତ ହୋଇ ଉଠି ଥାଆନ୍ତି । ପ୍ରତ୍ୟେକଙ୍କର ଭାବନା ଉଛୁଳି ଉଠିଥାଏ ।
ସାଥୀଗଣ, ଯେତେବେଳେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ 500ରୁ ଅଧିକ ରାଜ୍ୟର ଏକତ୍ରୀକରଣର ଭଗୀରଥ କାର୍ଯ୍ୟ ପାଇଁ ବାହାରିଥିଲେ, ତ ଏହା ସେହି ଚୁମ୍ବକୀୟ ଶକ୍ତି ଥିଲା, ଯେଉଁଥିରେ ଅଧିକାଂଶ ରାଜା ରାଜୁଡ଼ା ସେହି ଭାବରେ ବିଶ୍ୱ ଭିତରକୁ ଟାଣି ହୋଇ ଆସିଥିଲେ । ସେହି ସମୟ ପ୍ରତ୍ୟେକ ରାଜ ପରିବାର ଏବଂ ସେଠାକାର ଲୋକମାନଙ୍କ ମଧ୍ୟରେ କେଉଁଠି ନା କେଉଁଠି ଭାରତୀୟତାର ଭାବନା ପୂରି ରହିଥିଲା । ଶହ ଶହ ବର୍ଷର ପରାଧୀନତାର କାଳଖଣ୍ଡରେ ଭାରତୀୟତାର ଏହି ଭାବ ପ୍ରକଟ ହେବାର ଅବସର ମିଳିଥିଲା ଅବା ମିଳି ନ ଥିଲା, କେବେ ତାହା ପ୍ରକଟ କରି ପାରିଥିଲେ ଅବା କରି ପାରିନଥିଲେ, କିନ୍ତୁ ଭାରତୀୟତାର ଏହି ଭାବ ଶତାବ୍ଦୀ ଶତାବ୍ଦୀ ଧରି ପରାଧୀନତାର ପରେ ମଧ୍ୟ, ବିଭିନ୍ନ ସଙ୍କଟ ପରେ ମଧ୍ୟ, ଅନେକ ପ୍ରକାରର ଲୋଭ, ତାହା ପରେ ମଧ୍ୟ ଭାରତୀୟତାର ସେହି ଭାବନା ହିନ୍ଦୁସ୍ଥାନର କୌଣସି କୋଣରେ କେବେ ମଧ୍ୟ ଲୁପ୍ତ ହୋଇ ନଥିଲା ଆଉ ଏଥିପାଇଁ ସର୍ଦ୍ଦାର ପଟେଲ ଯେତେବେଳେ ଏକତାର ମନ୍ତ୍ର ନେଇକରି ବାହାରିଥିଲେ, ତ ସମସ୍ତେ ସେହି ଛତ୍ରଛାୟାରେ ଠିଆ ହୋଇଗଲେ ।
ଭାଇ ଓ ଭଉଣୀମାନେ, ଆମକୁ ଏହା ସର୍ବଦା ମନେ ରଖିବାକୁ ହେବ ଯେ ଶହ ଶହ ବର୍ଷ ପୂର୍ବେ ସମସ୍ତ ରାଜତନ୍ତ୍ର, ରାଜା ରାଜୁଡ଼ାଙ୍କୁ ସାଙ୍ଗରେ ନେଇ, ଭିନ୍ନ ଭିନ୍ନ ପରମ୍ପରା, ବିବିଧତାକୁ ସାଙ୍ଗରେ ନେଇ ଏକ ଭାରତର ସ୍ୱପ୍ନ ନେଇ ରାଷ୍ଟ୍ରର ପୁନରୁଦ୍ଧାର ପାଇଁ ସଫଳ ପ୍ରୟାସ କରିଥିବା ଇତିହାସରେ ଆଉ ଏକ ନାମ ହେଉଛି ଚାଣକ୍ୟଙ୍କର । ଚାଣକ୍ୟ ଶତାବ୍ଦୀ ପୂର୍ବରୁ ନିଜ କାଳଖଣ୍ଡରେ ଦେଶର ଶକ୍ତିକୁ ଏକାଠି କରିବାର ପ୍ରୟାସ କରିଥିଲେ । ଚାଣକ୍ୟଙ୍କ ଶହ ଶହ ବର୍ଷ ପରେ ଯଦି ଏହି କାର୍ଯ୍ୟ କେହି କରି ପାରିଲେ ତ ସେ ଆମର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। ନଚେତ ଇଂରେଜମାନେ ତ ଚାହୁଁଥିଲେ କି ସ୍ୱାଧୀନତା ସହିତ ଆମର ଭାରତ ବିଭାଜିତ ହୋଇଯାଉ । କିନ୍ତୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ନିଜର ଇଚ୍ଛାଶକ୍ତି ବଳରେ ଦେଶକୁ ଏକତା ସୂତ୍ରରେ ଗୁନ୍ଥି ଦେଶ ବିରୋଧୀ ସମସ୍ତ ଶକ୍ତିକୁ ପରାସ୍ତ କରିଦେଲେ ।
ଭାଇ ଓ ଭଉଣୀମାନେ, ଆଜି ବିଶ୍ୱମଞ୍ଚରେ ଆମର ପ୍ରଭାବ ଏବଂ ସମ୍ମାନ ଉଭୟ ବୃଦ୍ଧି ପାଇଛି ତ ତାହାର କାରଣ ହେଉଛି ଆମର ଏକତା । ବିବିଧତାରେ ଏକତା – ଏହା ହେଉଛି ଆମର ପରିଚୟ । ଆଜି ସମଗ୍ର ବିଶ୍ୱ ଭାରତର କଥାକୁ ଗମ୍ଭୀରତାର ସହିତ ଶୁଣୁଛି ଆଉ ସେହି କାରଣ କଶ୍ମୀରରୁ କନ୍ୟାକୁମାରୀ, ଅଟକରୁ କଟକ- ଏକ ରାଷ୍ଟ୍ର, ଶ୍ରେଷ୍ଠ ରାଷ୍ଟ୍ର, ମହାନ ସଂସ୍କୃତି, ମହାନ ପରମ୍ପରା – ଏହା ତ ହେଉଛି ଆମର ଶକ୍ତି ।
ଆଜି ଭାରତ ବିଶ୍ୱର ବଡ଼ ଆର୍ଥିକ ଶକ୍ତି ମଧ୍ୟରେ ନିଜର ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି, ନିଜ ଅଧିକାର ପାଇଛି; ତାହା ଅର୍ଥ ଜଗତ ହେଉ, ଟଙ୍କା ମାମଲାରେ ହେଉ, ଡଲାର ଏବଂ ପାଉଣ୍ଡରେ ହେଉ। ଏହା ପଛରେ ଥିବା ଶକ୍ତି ହେଉଛି ଦେଶର ଏକତା, ଦେଶବାସୀଙ୍କର ସଂକଳ୍ପ, ଦେଶବାସୀଙ୍କର ପୁରୁଷାର୍ଥ, ଦେଶବାସୀଙ୍କ ସଂକଳ୍ପକୁ ସିଦ୍ଧି କରିବା ପାଇଁ ଅମାପ ପୁରୁଷାର୍ଥ ଏବଂ ପରିଶ୍ରମ । ବାହାର ଦୁନିଆକୁ ଆମର ଏହି ବିବିଧତା ଆଶ୍ଚର୍ଯ୍ୟ ଭଳି ଲାଗିଥାଏ, ଯାଦୁକରୀ ଭଳି ଲାଗିଥାଏ, କିନ୍ତୁ ଆମ ଭାରତୀୟମାନଙ୍କ ପାଇଁ ଏହା ତ ହେଉଛି ଆମର ଅନ୍ତପ୍ରବାହିତ ଜୀବନଧାରା । ଏହା ତ ହେଉଛି ସେହି ଜୀବନଧାରା ଯାହା ଆଦିମ କାଳରୁ ଅନବରତ ଆମ ସଂସ୍କାର ସରିତା ହୋଇ ଆମ ମନ ମନ୍ଦିରରେ ପ୍ରବାହିତ ହୋଇ ଚାଲିଛି, ପୁଲକିତ କରି ଚାଲିଛି, ସମୟାନୁକୂଳରେ ସେଥିରେ ନୂଆ ନୂଆ ଜିନିଷ ଯୋଡ଼ି ଚାଲିଛି । ଯେଉଁ ଜୀବନଧାରା ପ୍ରତି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଅତୁଟ ଏବଂ ଅଖଣ୍ଡ ବିଶ୍ୱାସ ଥିଲା ।
ସାଥୀଗଣ, ଏକବିଂଶ ଶତାବ୍ଦୀରେ ଭାରତର ଏହି ଏକତା, ଭାରତୀୟମାନଙ୍କର ଏହି ଏକତା, ଭାରତର ବିରୋଧୀଙ୍କ ସମ୍ମୁଖରେ ହେଉଛି ସବୁଠାରୁ ବଡ଼ ଆହ୍ୱାନ । ମୁଁ ଆଜି ରାଷ୍ଟ୍ରୀୟ ଏକତା ଦିବସରେ ପ୍ରତ୍ୟେକ ଦେଶବାସୀଙ୍କୁ ଦେଶ ସମ୍ମୁଖରେ ରହିଥିବା ଏସବୁ ଆହ୍ୱାନଗୁଡ଼ିକର ସ୍ମରଣ କରାଉଛି । କେତେ ଆସିଲେ, କେତେ ଚାଲିଗଲେ, ବଡ଼-ବଡ଼ ସ୍ୱପ୍ନ, ବଡ଼-ବଡ଼ ଲକ୍ଷ୍ୟ ନେଇ ଆସିଥିଲେ, ଆହୁରି ପୁଣି କଥା ବାହାରିଲା ଯେ ଆମର ଅସ୍ତିତ୍ୱ କେବେ ମାଟିରେ ମିଶି ଯାଇ ନାହିଁ।
ଭାଇ ଓ ଭଉଣୀମାନେ, ଯେଉଁମାନେ ଆମଠାରୁ ଯୁଦ୍ଧରେ ଜିତି ପାରିବେ ନାହିଁ, ସେମାନେ ଆମର ଏହି ଏକତାକୁ ଆହ୍ୱାନ ଦେଉଛନ୍ତି, ଆମ ଏକତା ମଧ୍ୟରେ ଫାଟ ସୃଷ୍ଟି କରିବାର ପ୍ରୟାସ କରୁଛନ୍ତି । ବିଛିନ୍ନତାଭାବ ଜାଗ୍ରତ କରିବା ପାଇଁ ପ୍ରୟାସ କରୁଛନ୍ତି । ଆମର ଏକତା ଭାବକୁ ଆହ୍ୱାନ ଦେଉଛନ୍ତି । ଶତାବ୍ଦୀ ଶତାବ୍ଦୀ ଧରି ଯୋଡ଼ି ହୋଇ ରହିଥିବା ଆମ ଭିତରର ସାମର୍ଥ୍ୟ ପାଲଟି ଜୀବିତ ରହିଥିବା ଏକତାକୁ ଆହ୍ୱାନ କରାଯାଉଛି କିନ୍ତୁ ସେମାନେ ଭୁଲି ଯାଉଛନ୍ତି ଯେ ଶତାବ୍ଦୀ ଶତାବ୍ଦୀ ଧରି ଏପରି ପ୍ରୟାସ ପରେ ମଧ୍ୟ ଆମକୁ କେହି ମାଟିରେ ମିଶାଇ ପାରି ନାହିଁ, ଆମର ଏକତାକୁ କେହି ପରାସ୍ତ କରି ପାରି ନାହିଁ ।
ସାଥୀଗଣ, ଯେତେବେଳେ ଆମର ବିବିଧତା ମଧ୍ୟରେ ଏକତାକୁ ବଳ ଦେବାଭଳି ଯେଉଁସବୁ କଥା ହୋଇଥାଏ, ତାହା ଏହି ଶକ୍ତିକୁ ଉଚିତ ଜବାବ ଦେବାର ସାମର୍ଥ୍ୟ ରଖିଥାଏ, ଓ ସେମାନଙ୍କୁ ଜବାବ ମଧ୍ୟ ମିଳିଥାଏ । ଯେତେବେଳେ ଆମର ବିବିଧତାଗୁଡ଼ିକ ମଧ୍ୟରେ ଆମେ ଏକତାର ମାର୍ଗରେ ଚାଲିଥାଉ ତ ଏହି ଶକ୍ତିଗୁଡ଼ିକୁ ମାଡିମକଚି ଧୂଳିସାତ କରି ଦେଇଥାଉ, ସେଥିପାଇଁ ଆମେ 130 କୋଟି ଭାରତବାସୀଙ୍କୁ ଏକଜୁଟ ହୋଇ ସେମାନଙ୍କର ମୁକାବିଲା କରିବାର ଅଛି ଏବଂ ଏହା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତି ହେବ ପ୍ରକୃତ ଶ୍ରଦ୍ଧାଞ୍ଜଳି । ଆମକୁ ଏହାର ପ୍ରତ୍ୟେକ ପରୀକ୍ଷାରେ ସଫଳ ହେବାର ଅଛି ।
ଭାଇ ଓ ଭଉଣୀମାନେ, ସର୍ଦ୍ଦାର ସାହେବଙ୍କ ଆଶୀର୍ବାଦରୁ ଏହି ଶକ୍ତିଗୁଡ଼ିକୁ ପରାସ୍ତ କରିବାର ଏକ ବହୁତ ବଡ଼ ନିଷ୍ପତ୍ତି ଦେଶ କିଛି ସପ୍ତାହ ପୂର୍ବରୁ ନେଇଛି । ସାଥୀଗଣ, ଧାରା-370, ଅନୁଚ୍ଛେଦ-370 ଜମ୍ମୁ କଶ୍ମୀରକୁ ବିଚ୍ଛିନ୍ନତାବାଦ ଏବଂ ଆତଙ୍କବାଦ ବିନା କିଛି ଦେଇ ନାହିଁ । ସମଗ୍ର ଦେଶରେ ଜମ୍ମୁ କଶ୍ମୀର ହିଁ ଏକମାତ୍ର ସ୍ଥାନ ଥିଲା, ଯେଉଁଠାରେ ଧାରା-370 ଥିଲା । ଆଉ ସମଗ୍ର ଦେଶରେ ଜମ୍ମୁ କଶ୍ମୀର ହିଁ ଏକମାତ୍ର ସ୍ଥାନ ଥିଲା, ଯେଉଁଠାରେ ତିନି ଦଶକରେ ଆତଙ୍କବାଦ ପ୍ରାୟ 40 ହଜାରରୁ ଅଧିକ ଲୋକଙ୍କ ପ୍ରାଣ ନେଇଥିଲା, ମୃତ୍ୟୁର ଶ୍ମଶାନରେ ପହଞ୍ଚାଇ ଦେଇଥିଲା । ଅନେକ ମାତା ନିଜ ପୁଅଙ୍କୁ ହରାଇ ସାରିଛନ୍ତି, ଅନେକ ଭଉଣୀ ନିଜ ନିଜର ଭାଇମାନଙ୍କୁ ହରାଇଛନ୍ତି, ଅନେକ ପିଲା ନିଜର ମାତା-ପିତାଙ୍କୁ ହରାଇଛନ୍ତି ।
ସାଥୀଗଣ, କେତେଦିନ ପର୍ଯ୍ୟନ୍ତ ? କେତେଦିନ ପର୍ଯ୍ୟନ୍ତ ଦେଶ ନିର୍ଦ୍ଦୋଷୀଙ୍କର ମୃତ୍ୟୁକୁ ଦେଖୁଥିବ? ସାଥୀଗଣ, ଦଶକ ଦଶକ ଧରି ଆମ ଭାରତୀୟଙ୍କ ମଧ୍ୟରେ ଏହି ଧାରା-370 ଏକ ଅସ୍ଥାୟୀ ପ୍ରାଚୀର ହୋଇ ରହିଥିଲା । ଆମର ଯେଉଁ ଭାଇଭଉଣୀମାନେ ଏହି ଅସ୍ଥାୟୀ ପ୍ରାଚୀରର ସେପଟେ ଥିଲେ, ସେମାନେ ମଧ୍ୟ ଦ୍ଵନ୍ଦ୍ଵରେ ରହୁଥିଲେ । ଯେଉଁ ପ୍ରାଚୀର କଶ୍ମୀରରେ ବିଚ୍ଛିନ୍ନତାବାଦ ଏବଂ ଆତଙ୍କବାଦ ବଢ଼ାଉଥିଲା, ଆଜି ସର୍ଦ୍ଦାର ସାହେବଙ୍କର ଏହି ଭବ୍ୟ ପ୍ରତିମା ଆଗରେ ଠିଆ ହୋଇଛି ତ ମୁଣ୍ଡ ନୁଆଁଇ ନମ୍ରତାର ସହିତ ସର୍ଦ୍ଦାର ସାହେବଙ୍କୁ ହିସାବ ଦେଉଛି । ହେ ସର୍ଦ୍ଦାର ସାହେବ – ଆପଣଙ୍କର ଯେଉଁ ସ୍ୱପ୍ନ ଅଧୁରା ଥିଲା – ଏବେ ସେହି ପ୍ରାଚୀର ଭାଙ୍ଗି ଦିଆ ଯାଇଛି ।
ଭାଇ ଓ ଭଉଣୀମାନେ, ଥରେ ସର୍ଦ୍ଦାର ପଟେଲ କହିଥିଲେ ଯଦି କଶ୍ମୀର ପ୍ରସଙ୍ଗ ତାଙ୍କ ପାଖରେ ରହିଥାଆନ୍ତା ତ ତାହାର ସମାଧାନ ପାଇଁ ଏତେ ଡେରି ହୋଇ ନଥାଆନ୍ତା । ସେ ଦେଶକୁ ସତର୍କ କରି ଯାଇଥିଲେ ଯେ ଜମ୍ମୁ କଶ୍ମୀର ଭାରତରେ ସଂପୂର୍ଣ୍ଣ ଏକାଠି ହୋଇ ରହିବା ହିଁ ହେଉଛି ଏକମାତ୍ର ଉପାୟ । ଧାରା 370 ଉଚ୍ଛେଦ ନିଷ୍ପତ୍ତି ଭାରତର ସଂସଦରେ ବହୁମତ ସହିତ 5 ଅଗଷ୍ଟରେ ନିଆଯାଇଥିଲା। ଏହି ମହାନ ନିଷ୍ପତ୍ତିକୁ ଏହି ଭବ୍ୟ ପ୍ରତିମା ସାମ୍ନାରେ ଠିଆ ହୋଇ, ଯେଉଁଠି ମଧ୍ୟ ସର୍ଦ୍ଦାର ସାହେବଙ୍କ ଆତ୍ମା ରହିଥିବ, ଆଜି ତାଙ୍କ ଜନ୍ମ ଜୟନ୍ତୀରେ ମୁଁ ସର୍ଦ୍ଦାର ସାହେବଙ୍କୁ ସମର୍ପିତ କରୁଛି । ଏହା ଆମ ସମସ୍ତ ଲୋକଙ୍କ ସୌଭାଗ୍ୟ ଯେ ଆମକୁ ସର୍ଦ୍ଦାର ସାହେବଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ଅବସର ମିଳିଛି । ଆମକୁ ମଧ୍ୟ ଏ କଥା ପାଇଁ ଖୁସି ଲାଗୁଛି କି ଆଜିଠାରୁ ହିଁ ଜମ୍ମୁ-କଶ୍ମୀର ଏବଂ ଲଦ୍ଦାଖ ଏକ ନୂତନ ଭବିଷ୍ୟତ ଆଡ଼କୁ ପାଦ ବଢ଼ାଉଛନ୍ତି ଆଉ ଏହା ମଧ୍ୟ ହେଉଛି ସୁନା ଠାରୁ ବଳି ମୂଲ୍ୟବାନ ଯେ ଏକତାର ପୂଜାରୀ ସର୍ଦ୍ଦାର ସାହେବଙ୍କ ଜୟନ୍ତୀରେ ହିଁ ଲଦ୍ଦାଖ, ଜମ୍ମୁ-କଶ୍ମୀର ନିଜର ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ସୁଦୃଢ଼ ପଦକ୍ଷେପ ନେଉଛନ୍ତି ।
ଏହି ନିକଟରେ ମୋ ଭାଇ ଓ ଭଉଣୀମାନେ, ଏବେ ବିଗତ ସପ୍ତାହରେ ସେଠାରେ ବ୍ଲକ୍ ଉନ୍ନୟନ ସମିତି ନିର୍ବାଚନରେ ଆଉ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ କି ସ୍ୱାଧୀନତା ପରେ ଏତେ ବର୍ଷ ପର୍ଯ୍ୟନ୍ତ ଲୋକତନ୍ତ୍ରର ବହୁତ କଥା ହୋଇଛି କିନ୍ତୁ ଜମ୍ମୁ-କଶ୍ମୀରର ନାଗରିକମାନଙ୍କୁ ଗଣତନ୍ତ୍ରର ସେ ଅଧିକାର ମିଳି ପାରିନଥିଲା । ଧାରା-370ର ବାହାନା କରାଯାଉଥିଲା, ବିଡିସିର ନିର୍ବାଚନ କେବେ ହୋଇନଥିଲା । ପ୍ରଥମ ଥର ସ୍ୱାଧୀନତା ପରେ ବିଡିସିର ନିର୍ବାଚନ ହେଲା ଏବଂ ମତଦାତା ପଞ୍ଚ ସରପଞ୍ଚ ଭୋଟ ଦେଇଥିଲେ । ଗତ ସପ୍ତାହରେ ନିର୍ବାଚନ ହୋଇଥିଲା, 98 ପ୍ରତିଶତ ପଞ୍ଚ-ସରପଞ୍ଚମାନେ ଭୋଟ ଦେଇଥିଲେ । ଏହି ଭାଗିଦାରୀ ଏକତାର ବାର୍ତ୍ତା ଦେଉଛି, ସର୍ଦ୍ଦାର ସାହେବଙ୍କ ପୂଣ୍ୟ ସ୍ମରଣରେ ।
ଏବେ ଜମ୍ମୁ-କଶ୍ମୀରରେ ଏକ ରାଜନୈତିକ ସ୍ଥିରତା ଆସିବ, ନିଜ ସ୍ୱାର୍ଥ ପାଇଁ ସରକାର ଗଠନ କରିବା ଆଉ ଭାଙ୍ଗିବାର ଖେଳ ବନ୍ଦ ହୋଇଯିବ, କ୍ଷେତ୍ର ଆଧାରରେ ଭେଦଭାବ ଆପତ୍ତି ଅଭିଯୋଗ ଶେଷ ହୋଇଯିବ, ଏବେ ସହଯୋଗୀ ସଙ୍ଘୀୟ ବ୍ୟବସ୍ଥାର ପ୍ରକୃତ ଭାଗିଦାରୀ – ବିକାଶ ଯାତ୍ରା ପାଇଁ ପାଦରେ ପାଦ ମିଳାଇ ଚାଲିବାର ଯୁଗ ଆରମ୍ଭ ହେବ । ନୂତନ ରାଜପଥ, ନୂତନ ରେଳଲାଇନ, ନୂତନ ସ୍କୁଲ, ନୂତନ କଲେଜ, ନୂତନ ଡାକ୍ତରଖାନା, ଜମ୍ମୁ-କଶ୍ମୀର ଏବଂ ଲଦ୍ଦାଖର ଲୋକଙ୍କୁ ବିକାଶର ନୂତନ ଶିଖରକୁ ନେଇଯିବ ।
ସାଥୀଗଣ, ଅଗଷ୍ଟରେ ରାଷ୍ଟ୍ରକୁ ସମ୍ବୋଧନ କରି ମୁଁ ଜମ୍ମୁ-କଶ୍ମୀରର ଲୋକଙ୍କୁ ଆଉ ଏକ ପ୍ରତିଶ୍ରୁତି ଦେଇଥିଲି । ମୁଁ କହିଥିଲି କି ରାଜ୍ୟର କର୍ମଚାରୀଙ୍କୁ, ଜମ୍ମୁ-କଶ୍ମୀର ପୋଲିସକୁ ଅନ୍ୟ କେନ୍ଦ୍ରଶାସିତ ପ୍ରଦେଶର କର୍ମଚାରୀଙ୍କ ଭଳି ସମାନ, କେନ୍ଦ୍ର ଶାସିତ ଅଞ୍ଚଳର କର୍ମଚାରୀଙ୍କ ଭଳି ସମାନ ସୁବିଧା ମିଳିବ । ମୁଁ ଖୁସି ଯେ ଆଜିଠାରୁ ଜମ୍ମୁ-କଶ୍ମୀର ଏବଂ ଲଦ୍ଦାଖର ସମସ୍ତ କର୍ମଚାରୀଙ୍କୁ ସପ୍ତମ ବେତନ ଆୟୋଗ ଦ୍ୱାରା ମଞ୍ଜୁର ଦରମା ଓ ଭତ୍ତାର ମଧ୍ୟ ଲାଭ ମିଳିବା ଆରମ୍ଭ ହୋଇଯିବ ।
ସାଥୀଗଣ, ଜମ୍ମୁ-କଶ୍ମୀର ଏବଂ ଲଦ୍ଦାଖରେ ନୂତନ ବ୍ୟବସ୍ଥାଗୁଡ଼ିକର ରୂପାୟନ କେବଳ ଭୂମିର ରେଖା ଟାଣିବା ପାଇଁ ନୁହେଁ, ବରଂ ବିଶ୍ୱାସର ଏକ ସୁଦୃଢ଼ ଇତିହାସ ନିର୍ମାଣ ପାଇଁ ସାର୍ଥକ ପ୍ରୟାସ। ଏହି ବିଶ୍ୱାସର କାମନା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ମଧ୍ୟ ଜମ୍ମୁ-କଶ୍ମୀର ଏବଂ ଲଦ୍ଦାଖ ପାଇଁ କରିଥିଲେ, ସ୍ୱପ୍ନ ଦେଖିଥିଲେ । ମୁଁ ପୁଣି ଦୋହରାଇବି- ଦେଶର ଏକତା, ଦେଶର ଅଖଣ୍ଡତା ଉପରେ ହେଉଥିବା ପ୍ରତ୍ୟେକ ଆକ୍ରମଣକୁ ଆମେ ପରାସ୍ତ କରିବୁ, ଉଚିତ ଜବାବ ଦେବୁ । ଦେଶର ଏକତାକୁ ଭାଙ୍ଗିବା ପାଇଁ କୌଣସି ପ୍ରକାରର ପ୍ରୟାସକୁ ମଧ୍ୟ – ଗଣତାନ୍ତ୍ରିକ ଶକ୍ତି ଏତେ ବଡ଼ ହୋଇଥାଏ, ଜନ ଭାଗିଦାରୀ ଏତେ ସୁଦୃଢ଼ ହୋଇଥାଏ କି ସେମାନେ କେବେ ତିଷ୍ଠି ରହି ପାରିବେ ନାହିଁ ।
ସାଥୀଗଣ, ସର୍ଦ୍ଦାର ସାହେବଙ୍କ ପ୍ରେରଣାରେ ହିଁ ସଂପୂର୍ଣ୍ଣ ଭାରତର ଭାବାବେଗ, ଅର୍ଥବ୍ୟବସ୍ଥା ଏବଂ ସାମ୍ବିଧାନିକ ସମନ୍ୱୟ ଉପରେ ଗୁରୁତ୍ୱ ଦେବାର ପରମ୍ପରାକୁ ଆଗକୁ ବଢ଼ାଉଛୁ । ଏହା ହେଉଛି ସେହି ପ୍ରୟାସ ଯାହା ବ୍ୟତୀତ ଏକବିଂଶ ଶତାବ୍ଦୀର ବିଶ୍ୱରେ ଭାରତର ଦୃଢ଼ତାର କଳ୍ପନା ଆମେ କରି ପାରିବା ନାହିଁ ।
ଭାଇ ଓ ଭଉଣୀମାନେ, ମନେ ପକାନ୍ତୁ ଗୋଟିଏ ସମୟ ଥିଲା, ଯେତେବେଳେ ଉତ୍ତର-ପୂର୍ବାଞ୍ଚଳ ଏବଂ ଅବଶିଷ୍ଟ ଭାରତ ମଧ୍ୟରେ ଅବିଶ୍ୱାସର ଦୂରତା ଏତେ ଗଭୀର ହୋଇ ଯାଉଥିଲା, ସେଠାକାର ଯୋଗାଯୋଗ ମାର୍ଗ ଏବଂ ଭାବଗତ ସମ୍ପର୍କ, ଉଭୟଙ୍କୁ ନେଇ ଗମ୍ଭୀର ପ୍ରଶ୍ନ ବାରମ୍ବାର ଉଠୁଥିଲା କିନ୍ତୁ ଏବେ ପରିସ୍ଥିତି ବଦଳି ଯାଇଛି । ଆଜି ଉତ୍ତର-ପୂର୍ବାଞ୍ଚଳର ବିଚ୍ଛିନ୍ନତାବାଦୀ ଏବେ ଯୋଗସୂତ୍ରକାରୀ ଭାବେ ବଦଳି ଯାଇଛନ୍ତି । ଦଶକ ଦଶକ ପୁରୁଣା ସମସ୍ୟାର ସମାଧାନ ଆଗକୁ ବଢ଼ିଚାଲିଛି । ହିଂସା ଏବଂ ଅବରୋଧର ଏକ ଦୀର୍ଘ ସମୟ କବଳରୁ ଉତ୍ତର-ପୂର୍ବାଞ୍ଚଳକୁ ମୁକ୍ତି ମିଳିଛି ଆଉ ଏହା ମଧ୍ୟ ଲାଠିର ବଳରେ ନୁହେଁ, ସେମାନଙ୍କ ସହିତ ଭାବନାତ୍ମକ ସମ୍ପର୍କ ଯୋଡ଼ିବା ଦ୍ୱାରା । ଦେଶରେ ଏକତାର ଅନ୍ୟ ଏକ ପ୍ରୟାସ, ଏକ ଅବିରତ ପ୍ରକ୍ରିୟା, ନିରନ୍ତର ଦାୟିତ୍ୱ ଆଉ ସମସ୍ତ ଦେଶବାସୀଙ୍କର ଦାୟିତ୍ୱ ମଧ୍ୟ ।
ଭାଇ ଓ ଭଉଣୀମାନେ, କ୍ରମାଗତ ଆମର ପ୍ରୟାସ ଜାରି ରହିଛି ଯେ ଆପଣ ଦେଖୁଥିବେ, ଆଧାରର ଚର୍ଚ୍ଚା ହେଉଛି । ଆଧାର ଅର୍ଥାତ ଗୋଟିଏ ରାଷ୍ଟ୍ର ଗୋଟିଏ ପରିଚୟ । ଜିଏସଟି ଅର୍ଥାତ ଗୋଟିଏ ରାଷ୍ଟ୍ର ଗୋଟିଏ ଟିକସ । ଇ-ନାମ୍ ଅର୍ଥାତ ଗୋଟିଏ ରାଷ୍ଟ୍ର ଗୋଟିଏ କୃଷି ବଜାର। ବିଜୁଳି ଏବଂ ଗ୍ୟାସ ପାଇଁ ଗୋଟିଏ ରାଷ୍ଟ୍ର ଗୋଟିଏ ଗ୍ରୀଡ଼୍। ଗୋଟିଏ ରାଷ୍ଟ୍ର ଗୋଟିଏ ମୋବିଲିଟି କାର୍ଡ ହେଉ, ଗୋଟିଏ ରାଷ୍ଟ୍ର ଗୋଟିଏ ଅପ୍ଟିକାଲ ଫାଇବର ନେଟୱାର୍କ, ଅବା ପୁଣି ଗୋଟିଏ ରାଷ୍ଟ୍ର ଗୋଟିଏ ରାସନ କାର୍ଡ, ଏହି ସମସ୍ତ ଏକ ଭାରତ – ଶ୍ରେଷ୍ଠ ଭାରତ ଦୃଷ୍ଟିଭଙ୍ଗୀକୁ ସୁଦୃଢ଼ କରିବାର କାର୍ଯ୍ୟ ଆମେ କରୁଛୁ ।
ଭାଇ ଓ ଭଉଣୀମାନେ, ସର୍ଦ୍ଦାର ସାହେବ କହୁଥିଲେ ଭାରତରେ ସ୍ଥାୟିତ୍ୱ ପାଇଁ ଅତି ଆବଶ୍ୟକ ହେଉଛି ଏକତାର ଉଦ୍ଦେଶ୍ୟ, ଏକତାର ଲକ୍ଷ୍ୟ ଏବଂ ଏକତାର ପ୍ରୟାସ। ଆମ ଉଦ୍ଦେଶ୍ୟରେ ସମାନତା ରହୁ, ଆମ ଲକ୍ଷ୍ୟରେ ସମାନତା ରହୁ, ଆମ ପ୍ରୟାସରେ ସମାନତା ରହୁ ।
ଭାଇ ଓ ଭଉଣୀମାନେ, ବିଗତ ବର୍ଷ ଆମେ ନୂତନ ଭାରତର ସମାନ ଉଦ୍ଦେଶ୍ୟ ସହିତ ଭାରତର ସାମୂହିକତାକୁ, ଆମର ପ୍ରକୃତ ଶକ୍ତିକୁ ଆହୁରି ସୁଦୃଢ଼ କରିବାର ପ୍ରୟାସ କରିଛୁ । ସାଧାରଣ ମଣିଷର ଜୀବନରେ ସରକାରଙ୍କ ପ୍ରଭାବ ବହୁତ ହ୍ରାସ କରିବା ଓ ଭାରତର ଭବିଷ୍ୟତ ପାଇଁ ଭାଗିଦାରୀ କରିଛୁ । ଆଜି ଆପଣ ନିଜ ଅଧିକାର ପ୍ରତି ସଚେତନ ହେଉଛନ୍ତି, ନିଜ କର୍ତ୍ତବ୍ୟକୁ ନେଇ ମଧ୍ୟ ଆଜି ହିନ୍ଦୁସ୍ତାନର ନାଗରିକ ଅଧିକ ସକ୍ରିୟ ଏବଂ ସଚେତନ ଅଛନ୍ତି । ସ୍ୱଚ୍ଛତା ପ୍ରତି ନିଜର ଦାୟିତ୍ୱ, ରାଷ୍ଟ୍ର ପ୍ରତି ନିଜର ଦାୟିତ୍ୱ ତୁଲାଉଛନ୍ତି, ହିନ୍ଦୁସ୍ତାନର ପ୍ରତ୍ୟେକ ନାଗରିକ ଆଗକୁ ଆସିଛନ୍ତି । ସେମାନେ ନିଜର କାର୍ଯ୍ୟ ମାନିଛନ୍ତି । ଯେତେବେଳେ ମୁଁ ଫିଟ୍ ଇଣ୍ଡିଆର କଥା କହୁଛି, ଫିଟନେସକୁ ମଧ୍ୟ ସେମାନେ ଦେଶ ପାଇଁ ନିଜର ଯୋଗଦାନ ଭାବେ ଦେଖୁଛନ୍ତି । ଜଳ ସଞ୍ଚୟକୁ ସେମାନେ ନିଜର ରାଷ୍ଟ୍ରୀୟ କର୍ତ୍ତବ୍ୟ ବୋଲି ଭାବୁଛନ୍ତି । ନିୟମ – ଆଇନକାନୁନକୁ ପାଳନ କରିବାକୁ ମଧ୍ୟ ବାଧ୍ୟବାଧକତା ବୋଲି ଭାବୁଥିଲେ । ଆଜି ସେମାନେ ତାହାକୁ ନିଜର ଦାୟିତ୍ୱ ଭାବି ତୁଲାଉଛନ୍ତି । ଆଜି ଘରୁ ବାହାରୁଛନ୍ତି ତ ନିଜ ହାତରେ କପଡାର ଏକ ବ୍ୟାଗ ମଧ୍ୟ ଧରି ନେଉଛନ୍ତି, ଯେମିତି ପ୍ଲାଷ୍ଟିକର ବ୍ୟବହାର କରିବାକୁ ନ ପଡ଼ୁ ।
ସାଥୀଗଣ, ମୁଁ ସମଗ୍ର ଦେଶକୁ ଆହ୍ୱାନ କରୁଛି, ଆସନ୍ତୁ-ଆମେ ସେହି ପୁରାତନ ଉଦଘୋଷକୁ ସ୍ମରଣ କରି ଆଗକୁ ବଢ଼ିବା, ଯାହା ଆମକୁ ସର୍ବଦା ପ୍ରେରଣା ଯୋଗାଇ ଆସିଛି । ଆମେ ଅନେକ ଥର ଶୁଣିଛୁ, ଆମେ ଅନେକ ଥର ବୁଝିବାକୁ ଚେଷ୍ଟା କରିଛୁ, କିନ୍ତୁ ଦେଶ ଯେଭଳି ଭାବେ ଆଗକୁ ବଢ଼ୁଛି, ଏବେ ପ୍ରତ୍ୟେକ ହିନ୍ଦୁସ୍ତାନୀଙ୍କୁ ସେହି ମନ୍ତ୍ର ସହିତ ବଞ୍ଚି ଦେଶକୁ ଆଗକୁ ନେବାର ଅଛି ଆଉ ସେହି ମନ୍ତ୍ର ହେଉଛି –
ସଂ ଗଚ୍ଛ- ଧ୍ୱଂ, ସଂ ବଦ-ଧ୍ୱଂ, ସଂ ଭୋ ମନାଂସି ଜାନତାମ୍
ଅର୍ଥାତ ଆମେ ସମସ୍ତେ ଏକାଠି ମିଳିମିଶି ଚାଲିବା, ଏକ ସ୍ୱରରେ କଥା ହେବା, ଏକ ମନ ସହିତ ଆଗକୁ ବଢ଼ିବା ।
ସାଥୀଗଣ, ଏହା ହେଉଛି ଏକତାର ସେହି ମାର୍ଗ, ଯେଉଁଥିରେ ଚାଲି ଏକ ଭାରତ – ଶ୍ରେଷ୍ଠ ଭାରତର ସଂକଳ୍ପ ପୂରଣ ହେବ, ନୂତନ ଭାରତର ନିର୍ମାଣ ହେବ ।
ଶେଷରେ ମୁଁ ପୁଣିଥରେ ଆପଣ ସମସ୍ତଙ୍କୁ, ସାରା ଦେଶକୁ ରାଷ୍ଟ୍ରୀୟ ଏକତା ଦିବସର ଅନେକ ଅନେକ ଶୁଭକାମନା ଜଣାଉଛି । ମୁଁ ଆଜି ଅନୁଭବ କରୁଛି ଯେ ସର୍ଦ୍ଦାର ସାହେବଙ୍କ ଭବ୍ୟ ପ୍ରତିମା – ଏହା କେବଳ ପ୍ରୟାସର ନୁହେଁ, ଏହା ହେଉଛି ପ୍ରେରଣାର ସ୍ଥାନ । ଆଉ ମୋତେ ଶ୍ରଦ୍ଧା ଲାଗୁଛି ଯେ ଆଜି ସର୍ଦ୍ଦାର ସାହେବଙ୍କ ଆତ୍ମା ଯେଉଁଠି ବି ଥିବ, ଏକତାର ଯେଉଁ ବୀଜ ସେ ବୁଣିଥିଲେ, ଆଜି ହିନ୍ଦୁସ୍ତାନର ପ୍ରତ୍ୟେକ କୋଣରେ ଏକତାର ସେହି ବୀଜ ବଟବୃକ୍ଷ ପାଲଟି ପ୍ରସ୍ଫୁଟିତ ହେଉଛି । ଆଉ ତା’ ଛାୟାରେ ଶହେ ତିରିଶ କୋଟି ସ୍ୱପ୍ନ ଜନ୍ମ ନେଉଛନ୍ତି । ଯେଉଁମାନଙ୍କର ସାମର୍ଥ୍ୟରେ ବିଶ୍ୱ ଆଶ୍ୱସ୍ତ ହୋଇ ଚାଲିଛି, ବିଶ୍ୱରେ ଏକ ନୂତନ ବିଶ୍ୱାସ ସୃଷ୍ଟି ହେବାରେ ଲାଗିଛି । ସର୍ଦ୍ଦାର ସାହେବ ଯେଉଁ ବୀଜ ବପନ କରିଥିଲେ, ସେହି ବୁଣା ଯାଇଥିବା ବୀଜକୁ ନିଜ ପରିଶ୍ରମରେ, ନିଜ ସ୍ୱପ୍ନରେ, ନିଜ ସଂକଳ୍ପରେ ଆମକୁ ଆହୁରି ସମୃଦ୍ଧ କରିବାର ଅଛି, ଆହୁରି ସାମର୍ଥ୍ୟବାନ କରିବାର ଅଛି, ଜନ କଲ୍ୟାଣ ଦ୍ୱାରା ଜଗତ କଲ୍ୟାଣର ପଥରେ ଚାଲି ଆମକୁ ଆଗେଇ ଯିବାର ଅଛି ।
ମୋ ତରଫରୁ ମୁଁ ଆଜି ପୁଣିଥରେ ଦେଶବାସୀଙ୍କ ତରଫରୁ, ଭାରତ ସରକାରଙ୍କ ତରଫରୁ, ବ୍ୟକ୍ତିଗତ ଭାବେ ନିଜ ତରଫରୁ ସର୍ଦ୍ଦାର ସାହେବଙ୍କ ଜନ୍ମ ଜୟନ୍ତୀରେ ମୁଣ୍ଡ ନୁଆଇଁ ଆଦରପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଉଛି । ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ । ସମ୍ପୂର୍ଣ୍ଣ ଶକ୍ତିର ସହିତ ଦୁଇ ହାତମୁଠା କରି ମୋ ସହିତ କୁହନ୍ତୁ-
ଭାରତମାତା କୀ –ଜୟ
ଭାରତମାତା କୀ -ଜୟ
ଭାରତମାତା କୀ -ଜୟ
ବହୁତ ବହୁତ ଧନ୍ୟବାଦ ।
***
जिस तरह किसी श्रद्धास्थल पर आकर असीम शांति मिलती है, एक नई ऊर्जा मिलती है, वैसी ही अनुभूति मुझे यहां सरदार साहब के पास आकर होती है।
— Narendra Modi (@narendramodi) October 31, 2019
In a span of a year, the ‘Statue of Unity’ has emerged as a global tourist attraction. pic.twitter.com/od9TB7Y9U4
भारत की विशेषता है विविधता में एकता।
— Narendra Modi (@narendramodi) October 31, 2019
विविधता में एकता हमारा गर्व है, हमारा गौरव है, पहचान है।
We the People of India, हम भारत के लोग, ये सिर्फ शब्द नहीं हैं, हमारे संविधान की शुरुआत नहीं है।
ये हजारों वर्षों से चली आ रही भारतीयों की एकता का प्रतिबिंब है https://t.co/LUQL5QKnbR
दशकों तक हम भारतीयों के बीच आर्टिकल 370 ने एक अस्थायी दीवार बना रखी थी।
— Narendra Modi (@narendramodi) October 31, 2019
हमारे जो भाई-बहन इस अस्थायी दीवार के उस पार थे, वो भी असमंजस में रहते थे।
जो दीवार कश्मीर में अलगाववाद और आतंकवाद बढ़ा रही थी, अब वो दीवार गिरा दी गई है। pic.twitter.com/cktYZSOfMB
PM: अब Co-Operative Federalism की असली भागीदारी देखने को मिलेगी।नए हाईवे, नई रेलवे लाइनें, नए स्कूल, नए कॉलेज, नए अस्पताल, जम्मू-कश्मीर के लोगों के विकास को नई ऊँचाई पर ले जाएंगे।
— PMO India (@PMOIndia) October 31, 2019
PM: सरदार साहेब की प्रेरणा से ही हम संपूर्ण भारत के Emotional, Economic और Constitutional Integration पर बल दे रहे हैं।ये वो प्रयास हैं जिसके बगैर 21वीं सदी के विश्व में भारत की मज़बूती की कल्पना हम नहीं कर सकते।
— PMO India (@PMOIndia) October 31, 2019