Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନଭେମ୍ବର 02 ରୁ 04 ଥାଇଲାଣ୍ଡ ଗସ୍ତ କରିବେ ପ୍ରଧାନମନ୍ତ୍ରୀ


 

ଏସିଆନ ସମିତିରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ଆଜି ବାଙ୍କକଠାରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଥାଇଲାଣ୍ଡର ବାଙ୍କକ ଗସ୍ତ କରୁଛନ୍ତି ସେ ଏସିଆନ ସମିତି, ଏସିଆନ-ଭାରତ ସମିତି, ପୂର୍ବ ଏସିଆ ସମିତି ଏବଂ ଆରସିଇପି ବୁଝାମଣା ବୈଠକରେ ଯୋଗଦେବେ ସେ ବିଶ୍ଵ ନେତୃବୃନ୍ଦଙ୍କୁ ଭେଟି ବିଭିନ୍ନ ଦ୍ଵିପାକ୍ଷିକ ଏବଂ ବୈଶ୍ଵିକ ପ୍ରସଙ୍ଗ ଆଲୋଚନା କରିବେ ।

ଗସ୍ତ ପୂର୍ବରୁ ନିଜ ବିବୃତ୍ତିରେ ପ୍ରଧାନମନ୍ତ୍ରୀ କହିଥିଲେ, ଏସିଆନ ସମିତି ଭାରତର ବୈଦେଶିକ ନୀତି ବିଶେଷକରି ଆକ୍ଟ ଇଷ୍ଟ ପଲିସିର ଗୁରୁତ୍ଵପୂର୍ଣ୍ଣ ଦିଗ ଇଷ୍ଟ ଏସିଆ ସମିତିର ଗୁରୁତ୍ଵ ବିଷୟରେ ପ୍ରଧାନମନ୍ତ୍ରୀ କହିଲେ ଯେ, ଏହା ଆମକୁ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ଆମ ଦୁରଦୃଷ୍ଟିକୁ ଉପସ୍ଥାପନ କରିବାର ଏକ ସୁଯୋଗ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଆଜି ସନ୍ଧ୍ୟା 6ଟାରେ ବାଙ୍କକଠାରେ ସାସ୍ଵଦୀ ପି ଏମ ମୋଦୀ କାର୍ଯ୍ୟକ୍ରମରେ ଉଦବୋଧନ ଦେବେ ଥାଇଲାଣ୍ଡରେ ଭାରତୀୟ ସମୁଦାୟଙ୍କ ଗୁରୁତ୍ଵପୁର୍ଣ୍ଣ ଯୋଗଦାନ ରହିଛି ଏବଂ ସେମାନଙ୍କ ସହ ମତ ବିନିମୟ କରିବା ପାଇଁ ସେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।