Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

16ତମ ଭାରତ-ଆସିଆନ ଶିଖର ସମ୍ମିଳନୀର ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ


ମହାମହିମ ପ୍ରଧାନମନ୍ତ୍ରୀ ପ୍ରୟୁତ ଚାନ-ଓ-ଚା,

ମହାମହିମ ଗଣ,

ମହାଭାଗ,

ଭାରତ-ଆସିଆନ ଶିଖର ସମ୍ମିଳନୀରେ ଆପଣମାନଙ୍କ ସ ଆଉ ଥରେ ଭେଟ ହେବା ନେଇ ମୁଁ ଖୁସି ଅନୁଭବ କରୁଛି । ମୁଁ ଥାଇଲାଣ୍ଡକୁ ଉତ୍କୃଷ୍ଟ ବ୍ୟବସ୍ଥା ଏବଂ ଉଚ୍ଚକୋଟ୍ଟୀର ଆତିଥ୍ୟ ପାଇଁ ଧନ୍ୟବାଦ ପ୍ରଦାନ କରୁଛି । ମୁଁ ଭିଏତନାମକୁ ମଧ୍ୟ ଆଗାମୀ ବର୍ଷ ଆସିଆନ ତଥା ଇଷ୍ଟ ଏସିଆ ଶିଖର ସମ୍ମିଳନୀର ଅଧ୍ୟକ୍ଷତା ପାଇଁ ଶୁଭକାମନା ଜଣାଉଛି ।

ମହାମହିମଗଣ,

ଭାରତ ଓ ଆସିଆନ ମଧ୍ୟରେ ଭାରତ-ପ୍ରଶାନ୍ତ ମହାସାଗର ଆଉଟଲୁକର ପାରସ୍ପରିକ ସମନ୍ୱୟକୁ ମୁଁ ସ୍ୱାଗତ କରୁଛି । ଭାରତର ଆକ୍ଟ ଇଷ୍ଟ ନୀତି ଆମର ଭାରତ-ପ୍ରଶାନ୍ତ ମହାସାଗର ପରିକଳ୍ପନାର ଏକ ମହତ୍ୱପୂର୍ଣ୍ଣ ଅଂଶବିଶେଷ । ଆସିଆନ ହେଉଛି ଆମ ଆକ୍ଟ ଇଷ୍ଟ ନୀତିର ମର୍ମ ଏବଂ ସବୁବେଳେ ଏହା ବଜାୟ ରହିବ । ସମନ୍ୱିତ, ସଙ୍ଗଠିତ ଏବଂ ଆର୍ଥିକ ଭାବେ ବିକାଶଶୀଳ ଆସିଆନ ଭାରତର ମୌଳିକ ହିତରେ ରହିଛି । ଅଧିକ ମଜଭୁତ ସଡକ, ସାମୁଦ୍ରିକ ଓ ବିମାନ  ସଂଯୋଗ ମାଧ୍ୟମରେ ତଥା ଡିଜିଟାଲ-ଲିଙ୍କ ମାଧ୍ୟମରେ ଆମର ଭାଗିଦାରୀକୁ ଆହୁରି ଅଧିକ ବୃଦ୍ଧି କରିବା ପାଇଁ ଆମେ ପ୍ରତିବଦ୍ଧ । ଭୌତିକ ଓ ଡିଜିଟାଲ ସଂଯୋଗ ପାଇଁ 1 ବିଲିଅନ ଡଲାରର ଲାଇନ ଅଫ କ୍ରେଡିଟ ଉପଯୋଗୀ ହେବ । ଆମର ଉଦ୍ଦେଶ୍ୟ ହେଉଛି ଅଧ୍ୟୟନ, ଗବେଷଣା, ବ୍ୟବସାୟ ଓ ପର୍ଯ୍ୟଟନକୁ ନେଇ ଲୋକମାନଙ୍କ ଆଗମନକୁ ବହୁ ଭାବେ ବୃଦ୍ଧି କରିବା ।

ଏହି ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ଭାରତ ଆସିଆନ ସହିତ ପାରସ୍ପରିକ ହିତ କ୍ଷେତ୍ରରେ ଭାଗିଦାରୀ ବୃଦ୍ଧି କରିବା ପାଇଁ ପ୍ରସ୍ତୁତ । ଗତ ବର୍ଷ ସ୍ମାରକୀ ଶିଖର ସମ୍ମିଳନୀ ତଥା ସିଙ୍ଗାପୁରରେ ଅନୌପଚାରିକ ସମ୍ମିଳନୀରେ ନିଆଯାଇଥିବା ନିଷ୍ପତ୍ତିକୁ ଲାଗୁ କରାଯିବା ଦ୍ୱାରା ଆମ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଛି । କୃଷି, ବିଜ୍ଞାନ, ଗବେଷଣା, ଆଇସିଟି ଓ ଇଞ୍ଜିନିୟରିଂ ପରି କ୍ଷେତ୍ରରେ ସାମର୍ଥ୍ୟ ବୃଦ୍ଧି ଏବଂ ଭାଗିଦାରୀକୁ ଅଧିକ ବୃଦ୍ଧି କରିବା ପାଇଁ ଆମେ ପ୍ରସ୍ତୁତ । ଏଇ ନିକଟରେ ଆସିଆନ-ଭାରତ ଏଫଟିଏର ସମୀକ୍ଷାର ନିଷ୍ପତ୍ତିକୁ ମୁଁ ସ୍ୱାଗତ କରୁଛି । ଏହାଦ୍ୱାରା ଆମର ଆର୍ଥିକ ସମ୍ବନ୍ଧ କେବଳ ଅଧିକ ମଜଭୁତ ହେବ ନାହିଁ ବରଂ ଆମ ବ୍ୟବସାୟ ମଧ୍ୟ ଅଧିକ ସନ୍ତୁଳିତ ହେବ । ସାମୁଦ୍ରିକ ସୁରକ୍ଷା, ନୀଳ ଅର୍ଥବ୍ୟବସ୍ଥା ଓ ମାନବୀୟ ସହାୟତା କ୍ଷେତ୍ରରେ ମଧ୍ୟ ଆମର ଭାଗିଦାରୀକୁ ଆମେ ଅଧିକ ମଜଭୁତ କରିବାକୁ ଚାହୁଁଛୁ । ମହାମହିମଙ୍କ ବକ୍ତବ୍ୟକୁ ଶୁଣିବା ପରେ ମୁଁ କିଛି ପଦକ୍ଷେପ ଉପରେ ବିସ୍ତୃତ ଭାବେ ବିଚାର କରିବାକୁ ଚାହିଁବି । ମୁଁ ପୁଣିଥରେ ଥାଇଲାଣ୍ଡକୁ ଏବଂ ଆପଣମାନଙ୍କୁ ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ।