ପିଏମଇଣ୍ଡିଆ
ଫେନୀ ନଦୀରୁ ଭାରତ ଦ୍ୱାରା 1.82 କ୍ୟୁସେକ ଜଳ ପ୍ରାପ୍ତି ବିଷୟରେ ଭାରତ ଓ ବାଂଲାଦେଶ ମଧ୍ୟରେ ବୁଝାମଣା ପତ୍ରକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ଅନୁମୋଦନ କରିଛି । ତ୍ରିପୁରାର ସବରୁମ ସହରକୁ ପାନୀୟ ଜଳ ଆପୂର୍ତ୍ତି ପାଇଁ ଭାରତ ଫେନୀ ନଦୀରୁ ଜଳ ନେବାକୁ ଚାହୁଁଛି ।
ଲାଭ:
ଏବେ ଫେନୀ ନଦୀର ଜଳ ବଣ୍ଟନ ସମ୍ବନ୍ଧରେ ଭାରତ ଓ ବାଂଲାଦେଶ ମଧ୍ୟରେ କୌଣସି ବୁଝାମଣା ହୋଇନାହିଁ । ସବରୁମ ସହରକୁ ଯେଉଁ ପାନୀୟ ଜଳ ଯୋଗାଇ ଦିଆଯାଇଥାଏ ତାହା ଅପର୍ଯ୍ୟାପ୍ତ । ଏହି କ୍ଷେତ୍ରରେ ମହଜୁଦ ଭୂତଳ ଜଳ ଅଧିକ ଲୌହ ଅଂଶଯୁକ୍ତ । ଏହି ଯୋଜନା ଚାଲୁ ହେବା ପରେ ସବରୁମ ସହରର 7,000 ଲୋକଙ୍କୁ ଲାଭ ମିଳିବ ।