Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅଯୋଧ୍ୟା ରାୟ ଆସିବା ପରେ ଶାନ୍ତି ଓ ସଦ୍ଭାବ ବଜାୟ ରଖିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ରାୟକୁ ହାର ବା ଜିତ ଭାବେ ଦେଖାଯିବା ଉଚିତ ନୁହେଁ


 

 

ଆଜି ଅଯୋଧ୍ୟା ରାୟ ପରେ ଶାନ୍ତି ଓ ସଦ୍ଭାବ ବଜାୟ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଅଯୋଧ୍ୟା ମାମଲାରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ରାୟ ଦେଇଛନ୍ତି । ଏହି ରାୟକୁ କେହି ହାର ବା ଜିତ ଭାବେ ଦେଖିବା ଉଚିତ ନୁହେଁ । ରାମ ଭକ୍ତି ହେଉ କିମ୍ବା ରହିମ ଭକ୍ତି, ରାଷ୍ଟ୍ର ଭକ୍ତିର ଭାବନା ବୃଦ୍ଧି କରିବା ଆମ ପାଇଁ ଅନିବାର୍ଯ୍ୟ । ଶାନ୍ତି ଓ ସଦ୍ଭାବ ବଜାୟ ରହୁ !

ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଉଲ୍ଲେଖନୀୟ, କାରଣ ଯେକୌଣସି ବିବାଦକୁ ଆଇନଗତ ପ୍ରକ୍ରିୟା ମାଧ୍ୟମରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ସମାଧାନ କରାଯିବା ଉପରେ ଏହା ଗୁରୁତ୍ୱାରୋପ କରୁଛିଏହା ଆମ ବିଚାର ବିଭାଗର ସ୍ୱାଧୀନତା, ସ୍ୱଚ୍ଛତା ଏବଂ ଦୂରଦର୍ଶିତାକୁ ଦୃଢ଼ୀଭୁତ କରୁଛି ଏହା ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ଆଇନ ଆଗରେ ସମସ୍ତେ ସମାନ ।

ଦଶନ୍ଧି ଧରି ଚାଲି ଆସୁଥିବା ଏକ ବିବାଦକୁ ଆମ ବିଚାର ବ୍ୟବସ୍ଥା ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ସମାଧାନ କରିଛି । ଭିନ୍ନ ଭିନ୍ନ ମତ ପ୍ରକାଶ କରିବା ପାଇଁ ପ୍ରତ୍ୟେକ ପକ୍ଷଙ୍କୁ ପ୍ରଚୁର ସମୟ ଓ ସୁଯୋଗ ପ୍ରଦାନ କରାଯାଇଥିଲା । ଏହି ରାୟ ଫଳରେ ନ୍ୟାୟିକ ପ୍ରକ୍ରିୟା ପ୍ରତି ଜନସାଧାରଣଙ୍କ ବିଶ୍ୱାସ ଆହୁରି ବୃଦ୍ଧି ପାଇବ ।

ଆଜିର ରାୟ ପରେ 130 କୋଟି ଭାରତୀୟ ଶାନ୍ତି ଓ ସଦ୍ଭାବ ବଜାୟ ରଖିଥିଲେ, ଯାହା ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଲାଗି ଭାରତର ଅନ୍ତର୍ନିହିତ ସଂକଳ୍ପବଦ୍ଧତାକୁ ସୂଚାଉଛି ଏହି ଏକତାର ଭାବନା ଆମ ଦେଶର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରୁ । ପ୍ରତ୍ୟେକ ଭାରତୀୟ ସଶକ୍ତ ହୁଅନ୍ତୁ ।

 

**********