ପିଏମଇଣ୍ଡିଆ
ଶ୍ରୀମାନ ଅର୍ଣ୍ଣବ ଗୋସ୍ୱାମୀଜୀ, ଉପସ୍ଥିତ ସକଳ ମହାନୁଭବ, ରିପବ୍ଲିକ ଟିଭି, ଭାରତର ସାଧାରଣତନ୍ତ୍ରର ସମସ୍ତ ଟିମ୍, ଏଠାରେ ଉପସ୍ଥିତ ସମସ୍ତ ଗଣ୍ୟମାନ୍ୟ ଅତିଥିଗଣ, ବନ୍ଧୁଗଣ,
ଗତଥର ଯେତେବେଳେ ମୁଁ ଆପଣମାନଙ୍କ ଗହଣକୁ ଆସିଥିଲି ତ ତାହା ରିପବ୍ଲିକ ଟେଲିଭିଜନର ଚର୍ଚ୍ଚା ହିଁ ହୋଇଥିଲା । କିନ୍ତୁ ଏବେ ଆପଣମାନେ ରିପବ୍ଲିକ୍ ଭାରତକୁ ମଧ୍ୟ ସ୍ଥାପିତ କରିଦେଇଛନ୍ତି । ଏବେ ଅର୍ଣ୍ଣବ କହୁଥିଲେ ଯେ କିଛି ଦିନ ମଧ୍ୟରେ ଆପଣମାନେ ଆଞ୍ଚଳିକ ଚାନେଲ ଆରମ୍ଭ କରିବାର ଯୋଜନା ଅଛି ଏବଂ ବୈଶ୍ୱିକ ଉପସ୍ଥିତିର ବି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏଥିପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଶୁଭକାମନା ଜଣାଉଛି ।
ସାଥୀଗଣ, ଆଜି ଆମର ସମ୍ବିଧାନକୁ 70 ବର୍ଷ ପୂର୍ଣ୍ଣ ହୋଇଛି । ଏହା ଏକ ପ୍ରକାର ବହୁତ ବଡ଼ ଐତିହାସିକ ଦିବସ । ମୁଁ ଆପଣମାନେ ସମସ୍ତେ ଏବଂ ରିପବ୍ଲିକ୍ ଟିଭିର ସମସ୍ତ ଦର୍ଶକଗଣଙ୍କୁ ଏଭଳି ଏକ ଆୟୋଜନ ପାଇଁ ତଥା ସମ୍ବିଧାନ ଦିବସ ଅବସରରେ ଅନେକ ଅନେକ ବଧେଇ ଜଣାଉଛି ।
ସାଥୀଗଣ, ଆପଣମାନଙ୍କ ସମସ୍ତଙ୍କ ଠାରୁ କିଏ ଭଲା ଏକଥା ଉତ୍ତମ ଭାବେ ବୁଝିଛନ୍ତି ଯେ ‘Nation wants to know’ ଏଇଠାରୁ ଯେଉଁ ଯାତ୍ରା ଆରମ୍ଭ ହୋଇଥିଲା, ସେଠାରେ ରାଷ୍ଟ୍ର ପ୍ରଥମେ – ଏଇ ଯାତ୍ରା କିଭଳି ଆରମ୍ଭ ହୋଇଥିଲା ? ବିଗତ ପାଞ୍ଚ ବର୍ଷ ମଧ୍ୟରେ ସାରା ଦେଶ ଏଇ ପରିବର୍ତ୍ତନକୁ ଦେଖି ଆସିଛି । ପାଞ୍ଚ – ଛଅ ବର୍ଷ ପର୍ଯ୍ୟନ୍ତ ପ୍ରଥମେ ଜନତା ଏବଂ ଗଣମାଧ୍ୟମରେ କେବଳ ପ୍ରଶ୍ନ ହିଁ ପ୍ରଶ୍ନ – ପ୍ରଶ୍ନ ହିଁ ପ୍ରଶ୍ନ, ଏହି କଥା ଚାଲୁଥିଲା । ଏବଂ ଏପରି ଲାଗୁଥିଲା ଯେ ଯେମିତି ରେକର୍ଡ଼େଡ଼ ବୁଲେଟିନ ଚାଲିଛି ଏବଂ ମଝିରେ ମଝିରେ ସେହି କଥାସବୁ ବାରମ୍ବାର ଦୋହରା ଯାଉଛି । ସାଧାରଣ ଭାବେ ଆଲୋଚନା ରହୁଥିଲା – ହଜାର ହଜାର କୋଟି ଟଙ୍କାର ଘୋଟାଲା ତ ଦ୍ୱିତୀୟ ସପ୍ତାହ ଆସିଲା ବେଳକୁ ଲକ୍ଷ ଲକ୍ଷ କୋଟି ଟଙ୍କାର ଘୋଟାଲା । କେତେବେଳେ ଭ୍ରଷ୍ଟାଚାର ଆରୋପ ତ କେତେବେଳେ ମୁମ୍ବାଇ ତ ଆଉ କେତେବେଳେ ଦିଲ୍ଳୀ, କେତେବେଳେ ଜୟପୁର- ବମ ଧମାକା, କେତେବେଳେ ଦେଶର ଉତ୍ତର ପୂର୍ବାଞ୍ଚଳରେ ବ୍ଲକେଡ଼ କେତେବେଳ ଆକାଶଛୁଆଁ ଦରଦାମ ବୃଦ୍ଧି – ଅର୍ଥାତ୍, ଗୋଟିଏ ବୁଲେଟିନ ଶେଷ ହେଉଥିଲା ତ ସେଇ ବୁଲେଟିନ ପୁଣି ଥରେ ଆସି ଯାଉଥିଲା ଓ ସେହିସବୁ ପୁରୁଣା ଖବରମାନଙ୍କ ସହ । ଏବେ ସେଭଳି ପରିସ୍ଥିତିକୁ ଏବଂ ପରିସ୍ଥିତିମାନଙ୍କରୁ ଦେଶ ବହୁତ ଆଗକୁ ବଢ଼ି ସାରିଛି । ଏବେ ସମସ୍ୟା ଓ ଚାଲେଞ୍ଜଗୁଡ଼ିକ ସହ ସେସବୁର ସମାଧାନ ପନ୍ଥା ଉପରେ ମଧ୍ୟ ଆଲୋଚନା ହେଉଛି । ଦଶନ୍ଧି ଦଶନ୍ଧି ଧରି ପୁରୁଣା ସମସ୍ୟାମାନଙ୍କ ସମାଧାନ ହୋଇ ହୋଇ ଆଜି ଦେଶ ସ୍ୱଚକ୍ଷୁରେ ନିଜ ଅବସ୍ଥାକୁ ଦେଖିପାରୁଛି । ପୁଣି ଏଭଳି ସମୟ ଥିଲା ଯେତେବେଳେ ଲୋକମାନେ କଥାବାର୍ତ୍ତା ହେଉଥିଲେ ଯେ ଆମ ଜୀବିତାବସ୍ଥାରେ ଆମେ ଏଭଳି କଥା କେତେ ଦେଖିପାରିବୁ – ଲୋକମାନେ ଏକଥା ବି କହୁଥିଲେ । ଏବଂ ଏହାର ଦୁଇଟି ପ୍ରମୁଖ କାରଣ ରହିଛି- ପ୍ରଥମତଃ, ଭାରତ 130 କୋଟି ଲୋକଙ୍କ ଆତ୍ମବିଶ୍ୱାସ, ଯେଉଁମାନେ କହନ୍ତି – ହଁ, ଏହା ହେଉଛି ଭାରତର ସମୟ, ଏବଂ ଦ୍ୱିତୀୟ କାରଣଟି ହେଲା- ଭାରତର 130 କୋଟି ଜନତାଙ୍କ ଚିନ୍ତାଧାରା- ଯିଏ କହନ୍ତି- ପ୍ରଥମେ ରାଷ୍ଟ୍ର । ଅର୍ଥାତ, ସର୍ବପ୍ରଥମେ ଦେଶ, ସବୁଠୁ ଉପରେ ଦେଶ, ସବୁଠାରୁ ଆଗରେ ଦେଶ ।
ସାଥୀଗଣ, ଆପଣମାନଙ୍କ ସ୍ମରଣ ଥିବ ଯେ କିଛି ବର୍ଷ ପୂର୍ବେ ମୁଁ ଆପଣମାନଙ୍କୁ ଗୋଟିଏ ଛୋଟିଆ ନିବେଦନ କରିଥିଲି । ଏବଂ ମୁଁ କହିଥିଲି ଯେ ଯାହାଙ୍କ ଦ୍ୱାରା ସମ୍ଭବପର ହେଉଛି ସେମାନେ ନିଜ ନିଜ ଗ୍ୟାସ ସବସିଡ଼ି ଫେରସ୍ତ କରିଦିଅନ୍ତୁ । କେଡ଼େ ଛୋଟ ନିବେଦନଟିଏ, କିନ୍ତୁ ଏହି ନିବେଦନ ପରେ ଏକ କୋଟିରୁ ଅଧିକ ଲୋକ ସେମାନଙ୍କର ଗ୍ୟାସ ସବସିଡ଼ି ଛାଡ଼ି ଦେଇଥିଲେ । ଏଇଆକୁ ତ କହନ୍ତି ପ୍ରଥମେ ରାଷ୍ଟ୍ର । ଜୁଲାଇ 2017 ପରେ ଦେଶର 63 ଲକ୍ଷ ଲୋକ ,ତାହା ଠାରୁ ଅଧିକ ସଂଖ୍ୟକ ବରିଷ୍ଠ ନାଗରିକ, ଯେଉଁମାନଙ୍କୁ ରେଳଯାତ୍ରା କରିବା ବେଳେ ସବସିଡ଼ି ମିଳୁଥିଲା । 63 ଲକ୍ଷ ଏଭଳି ବରିଷ୍ଠ ନାଗରିକ ଯେଉଁମାନଙ୍କୁ ରେଳଯାତ୍ରା କଲାବେଳେ ସବସିଡ଼ି ମିଳୁଥିଲା ସେମାନେ ସ୍ୱେଚ୍ଛାକୃତ ଭାବେ ସେମାନଙ୍କର ସବସିଡ଼ି ଛାଡ଼ିଦେଲେ । ଏହାକୁ ତ କହନ୍ତି ପ୍ରଥମେ ରାଷ୍ଟ୍ର । ଆପଣମାନଙ୍କର ମନେଥିବ, ନିଜ ନିଜ ଗାଁରେ ଶୌଚାଳୟ ନିର୍ମାଣ କରିବା ସକାଶେ 105 ବର୍ଷର ଜଣେ ଆଦିବାସୀ ଗୁରୁଜନ ମହିଳା ନିଜ ରୋଜଗାରର ଏକମାତ୍ର ସାଧାନ- ନିଜର ଛେଳିମାନଙ୍କୁ ବିକ୍ରି କରି ଦେଇଥିଲେ ଏବଂ ସେହି ଅର୍ଥରେ ସେ ଶୌଚାଳୟ ନିର୍ମାଣ କରିଥିଲେ ଓ ଶୌଚାଳୟ ନିର୍ମାଣର ଆନ୍ଦୋଳନ ଆରମ୍ଭ କରିଥିଲେ । ଏହାକୁ କହନ୍ତି ପ୍ରଥମେ ରାଷ୍ଟ୍ର । ପୁଣେର ଜଣେ ଅବସରପ୍ରାପ୍ତ ଶିକ୍ଷକ ଯିଏ ସ୍ୱଚ୍ଛତା ଅଭିଯାନ ପାଇଁ ନିଜ ପେନସନର ଏକ ସିଂହଭାଗ ଦାନ କରି ଦେଇଥିଲେ । କ’ଣ ଏହାକୁ ଆମେ ପ୍ରଥମେ ରାଷ୍ଟ୍ର ବୋଲି ବିବେଚନା କରିବା ନାହିଁ ? ଅନେକ ଲୋକ ନିଜ ଇଚ୍ଛାରେ ସ୍ୱତଃପ୍ରବୃତ୍ତ ଭାବେ ସମୁଦ୍ର ତଟକୁ ସଫା କରିବା କାର୍ଯ୍ୟରେ ନେତୃତ୍ୱ ନେଉଛନ୍ତି । କିଏ ଗରିବ ପିଲାମାନଙ୍କ ଭବିଷ୍ୟତ ନିର୍ମାଣ କରିବା ସକାଶେ ସେମାନଙ୍କୁ ପାଠ ପଢ଼ାଉଛନ୍ତି । ଆଉ କିଏ ଗରିବ ଲୋକମାନଙ୍କୁ ଡ଼ିଜିଟାଲ କାରବାର ସଂପର୍କର ଶିକ୍ଷା ଦେଉଛନ୍ତି । ଭାରତର ପ୍ରତ୍ୟେକ କୋଣରେ ଏଇଭଳି ଅସଂଖ୍ୟ କାର୍ଯ୍ୟ ଜାରି ରହିଛି । ଏହାକୁ କହନ୍ତି ପ୍ରଥମେ ରାଷ୍ଟ୍ର । ସାଥୀଗଣ, ପ୍ରଥମେ ରାଷ୍ଟ୍ର ନିର୍ମାଣ ପ୍ରତି ପ୍ରତ୍ୟେକ ଦେଶବାସୀ ସମର୍ପିତ ରହିଛନ୍ତି । ଅନେକ ଲୋକଙ୍କ ମନରେ ଦେଶ ପ୍ରତି ନିଜର ଦାୟିତ୍ୱର ଭାବ ଭରି ରହିଛି ଯାହା ଆଜି ଭାରତକୁ ନୂତନ ଶକ୍ତି ପ୍ରଦାନ କରିଛି ଏବଂ ସେଇଥିପାଇଁ ଚଳିତ ଥର ସମ୍ମିଳନୀର ଯେଉଁ ଶୀର୍ଷକ ଆପଣମାନେ ରଖିଛନ୍ତି- ‘ଇଣ୍ଡିଆସ ମୁମେଣ୍ଟ, ନେସନ ଫାଷ୍ଟ’ ତାହା ହେଉଛି ଭାରତ ଭାବାବେଗ ଏବଂ ଭାରତର ଆକାଂକ୍ଷା । ଅର୍ଥାତ, ସବୁକିଛିକୁ ମିଶାଇ ଆଜି ରାଷ୍ଟ୍ରର ମାନସିକତାକୁ ପ୍ରତିବିମ୍ବିତ କରୁଛି, ପ୍ରତିଫଳିତ କରୁଛି ।
ସାଥୀଗଣ, ପ୍ରଥମେ ରାଷ୍ଟ୍ର, ଏପରି ଭାବନାରେ ପରିଚାଳିତ ହୋଇ ଆମେ ଯେଉଁ କାର୍ଯ୍ୟ କରିଛେ, ତାହା ଉପରେ ଦେଶର ଜନସାଧାରଣଙ୍କର କେତେ ମାତ୍ରାରେ ଅଧିକ ଭରସା ରହିଛି ତାହା ଆପଣମାନେ ଚଳିତ ବର୍ଷ ସଂପନ୍ନ ହୋଇଥିବା ଲୋକସଭା ନିର୍ବାଚନ ଫଳାଫଳରୁ ଦେଖି ସାରିଛନ୍ତି । ଦେଶର ଜନତା ଜାଣନ୍ତି ଏବଂ ଏକଥା ସ୍ୱୀକାର ମଧ୍ୟ କରନ୍ତି ଯେ ପ୍ରଥମେ ରାଷ୍ଟ୍ର ଚିନ୍ତାଧାରାକୁ ଆମେ ସଦାବେଳେ ପ୍ରାଣ ତତ୍ତ୍ୱ ମାନିକରି କାର୍ଯ୍ୟ କରିଆସୁଛୁ । ଚଳିତ ଥର ଆମକୁ ଯେଉଁ ଜନ ସମର୍ଥନ ମିଳିଛି ସେଥିରେ ଆମକୁ ଦେଶବାସୀ ଏଇ ଆଦେଶ ଦେଇଛନ୍ତି ଯେ ଆବଶ୍ୟକତା ସହ ହିଁ ଆକାଂକ୍ଷାଗୁଡ଼ିକୁ, ଅପେକ୍ଷାଗୁଡ଼ିକୁ ପୂରା କରିବା ସକାଶେ ନିରନ୍ତର କାର୍ଯ୍ୟ କରିବାକୁ ପଡ଼ିବ । ତେବେ ଏସବୁ ପ୍ରତ୍ୟାଶା କ’ଣ ? ଏସବୁର ମର୍ମ ଏଇଆ ଯେ – ଦେଶ ଦଶନ୍ଧି ଦଶନ୍ଧି ଧରି ଯେଉଁସବୁ ସମସ୍ୟାର କାଦୁଅ ଭିତରେ ଫସି ରହିଥିଲା ସେଥିରୁ ବାହାର କରିବାକୁ ପଡ଼ିବ ।
ସାଥୀଗଣ, ଯେତେବେଳେ ପ୍ରଥମେ ରାଷ୍ଟ୍ରୀୟ ଚିନ୍ତାଧାରା କାର୍ଯ୍ୟ କରିଥାଏ ସେତେବେଳେ ଆମର ସଂକଳ୍ପ ବି ଆପଣାଛାଏଁ ବଡ଼ ହୋଇ ଯାଇଥାଏ ଏବଂ ତାହାକୁ ସିଦ୍ଧ କରିବା ସକାଶେ ପ୍ରୟାସ ବି ବ୍ୟାପକ ହୋଇଥାଏ । ମୁଁ କିଛି ଉଦାହରଣର ସହ ମୋର ବକ୍ତବ୍ୟ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ଚାହିଁବି ।
ସାଥୀଗଣ, ସମ୍ବିଧାନର ଧାରା 370 ଏବଂ 35A- ଏହି କାରଣରୁ ଭାରତ ଯେତେ କଷ୍ଟ ଭୋଗିଛି ତାହା ଆପଣମାନେ ସମସ୍ତେ ଜାଣନ୍ତି । ଏବେ ଏହି ସମସ୍ୟାର କିଭଳି ସମାଧାନ କରାଯାଇପାରିଲା ତାହା ବି ଆପଣମାନେ ଦେଖିଛନ୍ତି । ଧାରା 370କୁ ଆମର ସମ୍ବିଧାନରେ ପ୍ରଥମ ଦିନଠାରୁ ହିଁ ଅସ୍ଥାୟୀ ବୋଲି କୁହାଯାଇ ଆସିଛି । ଟେମ୍ପୋରାରୀ ବୋଲି କୁହାଯାଇଛି । କିଛି ଲୋକ ଏବଂ କିଛି ପରିବାର ନିଜର ରାଜନୈତିକ ସ୍ୱାର୍ଥ ସିଦ୍ଧି ସକାଶେ ଏହାକୁ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ସ୍ଥାୟୀ ବୋଲି ମାନି ନେଇଥିଲେ । ଏଭଳି କରି ସେମାନେ ସମ୍ବିଧାନର ଭାବନାକୁ ଅପମାନିତ କରିଛନ୍ତି । ଏହାକୁ ଅଣଦେଖା କରିଛନ୍ତି । ଧାରା 370 ପାଇଁ ଯେଉଁ ଅନିଶ୍ଚିତତା ସୃଷ୍ଟି ହୋଇଥିଲା, ତାହା ସେଠାରେ ବିଚ୍ଛିନ୍ନତାବାଦୀ ଚିନ୍ତାଧାରା ପ୍ରସାରକୁ ପ୍ରୋତ୍ସାହନ ଯୋଗାଉଥିଲା । ଆମ ସରକାର ଧାରା 370 ଏବଂ ଧାରା 35A- ଏହି ଦୁଇ ଧାରାକୁ ହଟାଇ ଦେଶର ସମ୍ବିଧାନର ସର୍ବମାନ୍ୟତାକୁ ପୁନଃ ସ୍ଥାପିତ କରିପାରିଛି । ଏବେ ଜମ୍ମୁ କଶ୍ମୀର ଏବଂ ଲଦାଖରେ ବିକାଶର ନୂତନ ମାର୍ଗ ଖୋଲିବା ଆରମ୍ଭ କରିଛି ।
ସାଥୀଗଣ, ଦେଶ ସାମ୍ନାରେ ଆଉ ଏକ ପ୍ରସଙ୍ଗ ଥିଲା ଯାହା ଶହ ଶହ ବର୍ଷ ଧରି ଚଳି ଆସୁଥିଲା । ଦଶନ୍ଧି ଦଶନ୍ଧି ଧରି ଭିନ୍ନ ଭିନ୍ନ ଅଦାଲତରେ ଏହି ପ୍ରସଙ୍ଗରେ ଥିବା ମାମଲାଗୁଡ଼ିକ ଉପରେ ଶୁଣାଣି ଜାରି ରହିଥିଲା । ଏବଂ ସେହି ପ୍ରସଙ୍ଗଟି ଥିଲା ଅଯୋଧ୍ୟା । ପୂର୍ବରୁ ଯେଉଁ ଦଳ କ୍ଷମତାରେ ରହି ଆସିଥିଲେ ଏହି ସମ୍ବେଦନଶୀଳ ଓ ଭାବାତ୍ମକ ବିଷୟର ସମାଧାନ ସକାଶେ ସେମାନେ କୌଣସି ଇଚ୍ଛାଶକ୍ତି ପ୍ରଦର୍ଶନ କରିନଥିଲେ । ଏହି ପ୍ରସଙ୍ଗରୁ ସେମାନେ ନିଜର ଭୋଟ ଖୋଜୁଥିଲେ । ସେଇଥିପାଇଁ ଅଦାଲତରେ ଏହି ପ୍ରସଙ୍ଗକୁ ଅଟକେଇ ରଖିବା ଲାଗି ସେମାନେ ଜୋରସୋର ପ୍ରୟାସ ଜାରି ରଖିଥିଲେ । ପୂର୍ବରୁ ଏ ସମସ୍ୟାର ସମାଧାନ ନହେବାର ସେପରି କୌଣସି କାରଣ ନଥିଲା । କିନ୍ତୁ କିଛି ରାଜନୈତିକ ଦଳ ଏବଂ ସଂଗଠନମାନଙ୍କ ସ୍ୱାର୍ଥପୂର୍ଣ୍ଣ ରାଜନୀତି ଯୋଗୁ ହିଁ ଅଯୋଧ୍ୟା ବିବାଦ ଏତେ ଦିନ ପର୍ଯ୍ୟନ୍ତ ଅଟକି ରହିଥିଲା । ଯଦି ସେପରି ଲୋକଙ୍କ ଆୟତ୍ତ ଭିତରେ ଥାଆନ୍ତା, ତା’ହେଲେ ସେମାନେ ଏହି ପ୍ରସଙ୍ଗକୁ କଦାପି ସମାଧାନ କରିବାକୁ ଦେଇନଥାନ୍ତେ ।
ସାଥୀଗଣ, ନିଜର ରାଜନୀତିକୁ ଉଜ୍ଜ୍ୱଳ କରି ରଖିବା ସକାଶେ, ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଟାଳି ଚାଲିବା ସକାଶେ, କିଛି ଲୋକ ସଦାସର୍ବଦା ଦେଶରେ ଭୟର ଏକ କୃତ୍ରିମ ଯୁକ୍ତି ବାଢିଥିଲେ । ଭାରତ ଯଦି ଏପରି କରିଚାଲିବ, ଦେଶରେ ଯଦି ଏଭଳି ଚିନ୍ତାଧାରାର ବାତାବରଣ ପ୍ରସାରଣ କରାଯିବ, ଏହାର ସଂପ୍ରସାରଣ ଘଟିବ, ଏହାର ପ୍ରତିକ୍ରିୟା ସୃଷ୍ଟି କରାଯିବ, ହସ୍ତକ୍ଷେପ ଭଳି ଯୁକ୍ତି ଦ୍ୱାରା ସେମାନେ ନିଜର ନିଷ୍ପତ୍ତିକୁ ଯଥାର୍ଥ ବୋଲି ପ୍ରମାଣିତ କରିଚାଲିବେ, ତେବେ ଦେଶର କିଛି ଲାଭ ହେବ କି ?
ସାଥୀଗଣ, ଆଜି 26/11 ମୁମ୍ବାଇ ଆକ୍ରମଣର ବର୍ଷପୂର୍ତ୍ତି । ଆମେ ଭଲଭାବେ ଜାଣିଛେ ଏହି ଆକ୍ରମଣ ପରେ ଆତଙ୍କବାଦ/ଉପରେ କିଭଳି ନରମ ମନୋଭାବ ପୋଷଣ କରାଯାଇଥିଲା । ଏବେ ଦେଶ ଆତଙ୍କବାଦ ବିରୁଦ୍ଧରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ଏହା କ’ଣ ଆପଣମାନଙ୍କୁ ବୁଝାଇବା ମୋ ପକ୍ଷେ କୌଣସି ଆବଶ୍ୟକତା ରହିଛି ? ଆତଙ୍କବାଦକୁ ବଞ୍ଚାଇ ରଖିବାର ସବୁ ପ୍ରୟାସ ଧ୍ୱସ୍ତ ହୋଇଛି ଏବଂ ସେଭଳି ତତ୍ତ୍ଵ ବିରୋଧରେ ଏବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ବନ୍ଧୁଗଣ, ତିନି ତଲାକ ପ୍ରସଙ୍ଗରେ ବି ଏତେ ଦଶନ୍ଧି ଧରି ସେଇଭଳି ମାମଲାକୁ ଟଣା ଚାଲିଥିଲା । ଏହି ପ୍ରସଙ୍ଗକୁ ମଧ୍ୟ ଯେତିକି ଟାଣିଭିଡ଼ି ଲମ୍ବାଯାଇପାରିବ, ସେତିକି ଟଣାଗଲା ଓ ସେହି ଭୟର କୃତ୍ରିମ ଯୁକ୍ତି ଦେଶବାସୀଙ୍କ ଆଗରେ ଉପସ୍ଥାପନ କରାଗଲା । ସେହିଭଳି ଗରିବମାନଙ୍କ ସକାଶେ ସଂରକ୍ଷଣ ବ୍ୟବସ୍ଥା ପ୍ରସଙ୍ଗରେ ସଦାବେଳେ ଏକ ଭ୍ରମ ସୃଷ୍ଟି କରାଗଲା । ଭୋଟ ବ୍ୟାଙ୍କ ରାଜନୀତି କରୁଥିବା ଏହି ଲୋକମାନେ କେତେବେଳେ କାହାକୁ ମିଛ ପ୍ରତିଶ୍ରୁତି ଦେଇ ଉସୁକାଉଥିଲେ ତ ଆଉ କାହାକୁ ଡ଼ରେଇ ଧମକେଇ ନିଜ ସ୍ୱାର୍ଥ ହାସଲ କରିଚାଲିଥିଲେ । ଏଭଳି ଘଟଣା କେତେ ଦିନ ଅବା ଚାଲିଥାନ୍ତା ? ତାହା ଧାରା 370 ପ୍ରସଙ୍ଗରେ ହୋଇଥାଉ, କିମ୍ବା ଅଯୋଧ୍ୟା ପ୍ରସଙ୍ଗରେ ହୋଇଥାଉ, ତିନି ତଲାକ ଘଟଣା ହୋଇଥାଉ ଅଥବା ଗରିବମାନଙ୍କ ସକାଶେ ସଂରକ୍ଷଣ ମାମଲା ହୋଇଥାଉ – ଦେଶ ଏଭଳି ସିଦ୍ଧାନ୍ତ ଗ୍ରହଣ କରିଛି, ପୁରୁଣା ଆହ୍ଵାନଗୁଡ଼ିକୁ ସାମ୍ନା କରିଛି ଓ ଏବେ ଆଗକୁ ଅଗ୍ରସର ହେଉଛି । ଏକଥା ନୁହେଁ ଯେ ଦେଶ ବିରୋଧୀ ଏଭଳି ତତ୍ତ୍ୱମାନେ ଲୋକଙ୍କୁ ବିଭ୍ରାନ୍ତ କରିବାକୁ, ବିଚ୍ଛିନ୍ନତାବାଦୀ ଶକ୍ତିଙ୍କୁ ବଢ଼ିବାକୁ ସେମାନଙ୍କୁ ଉସୁକାଇବାକୁ ପ୍ରୟାସ କରିନଥିଲେ । ସେମାନେ ସବୁ ପ୍ରକାର ପ୍ରୟାସ କରିଛନ୍ତି, କିନ୍ତୁ ଏ ଦେଶର ଜନତା ହିଁ ସେମାନଙ୍କୁ ବିଫଳ କରିଦେଇଛନ୍ତି ଏବଂ ଜନସାଧାରଣଙ୍କ ଏହି ଭାବନା ହିଁ ପ୍ରଥମେ ରାଷ୍ଟ୍ର ଚିନ୍ତାଧାରାକୁ ପ୍ରମାଣିତ କରୁଛି । ଆଜି ସମୟ ଚକ୍ର ଏକଥା ମଧ୍ୟ ଦେଖୁଛି ଯେ ଯେତେବେଳେ ରାଷ୍ଟ୍ର ପ୍ରଥମେ ବୋଲି ସଭିଏଁ ଚିନ୍ତା କରୁଛନ୍ତି ତ ଦେଶ ବଡ଼ ବଡ଼ ସିଦ୍ଧାନ୍ତ ଖୁବ୍ ସହଜରେ ନେଇ ପାରୁଛି ଏବଂ ସେଭଳି ସିଦ୍ଧାନ୍ତକୁ ସ୍ୱୀକାର କରିବାର କ୍ଷମତା ପ୍ରଦର୍ଶନ କରି ଆଗକୁ ବଢ଼ି ଚାଲିଛି ।
ସାଥୀଗଣ, ଦ୍ରୁତ ପରିବର୍ତ୍ତନଶୀଳ ଭାରତରେ ଆମର ଏଭଳି ଭାବନା, ଆପଣମାନଙ୍କୁ, ଦେଶର ପ୍ରତ୍ୟେକ ରାଜନୈତିକ ଦଳଙ୍କ ପାଇଁ ମଧ୍ୟ ଏକ ବଡ଼ ସନ୍ଦେଶ ଦେଉଛି । ଏ ଦେଶର ଜନତା ଦୁଶଶ୍ଚିନ୍ତା ଭିତରେ ରହିବାକୁ ଚାହାନ୍ତିନାହିଁ । ନୈରାଶ୍ୟ ଭିତରେ ରହିବାକୁ ଚାହାନ୍ତିନାହିଁ । ସେମାନେ କେବଳ ଦେଶର ବିକାଶ ଦେଖିବାକୁ ହିଁ ଚାହାନ୍ତି । ତାହା ହିଁ କାମନା କରନ୍ତି ।
ସାଥୀଗଣ, ନୂଆ ନୂଆ ସଫଳତାର ଦ୍ୱାର ସେତିକି ବେଳେ ଉନ୍ମୁକ୍ତ ହେବ ଯେତେବେଳେ ଜୀବନରେ ଆମେ ସମସ୍ତ ଆହ୍ଵାନକୁ ସ୍ୱୀକାର କରିବା । ଏବେ ଆପଣମାନେ ଅର୍ଣ୍ଣବ କଥାକୁ ଦେଖନ୍ତୁ, ତାଙ୍କର ଟିଭି ସୋ ଦେଖନ୍ତୁ, ଯିଏ ଏତେ ଲମ୍ବା ଚଉଡ଼ା ୱିଣ୍ଡୋ ବନେଇ, ଏତେ ସବୁ ଅତିଥିମାନଙ୍କୁ ଆମନ୍ତ୍ରଣ କରି ଅର୍ଣ୍ଣବ ନିଜର ଅଦାଲତ ଆରମ୍ଭ କରିଛନ୍ତି ଏବଂ ଏହାକୁ କମ୍ ରାସ୍ତା ଅତିକ୍ରମ କରିବା ଭଳି କାର୍ଯ୍ୟ ବୋଲି ଭାବନ୍ତୁ ନାହିଁ । ଅର୍ଣ୍ଣବଙ୍କ ଅତିଥିଗଣ ବି ତ ତାଙ୍କର ସୋ’କୁ ଆସିବାର ରିସ୍କ ନେଉଛନ୍ତି । ଥାଉ, ପରିହାସ ତା’ ସ୍ଥାନରେ ଥାଉ । ଅର୍ଣ୍ଣବ ଆହ୍ଵାନକୁ ସ୍ୱୀକାର କରିଛନ୍ତି ଓ ସେଇଥିପାଇଁ ଆଜି ରିପବ୍ଲିକ୍ ଟିଭି ଭଳି ନେଟୱାର୍କ ସ୍ଥାପିତ କରିପାରିଛନ୍ତି ।
ସାଥୀଗଣ, ଆମ ସରକାର କେବଳ ଆହ୍ଵାନକୁ ସ୍ୱୀକାର କରିନାହିଁ, ଅପରନ୍ତୁ ସେସବୁର ସମାଧାନକୁ ନେଇ ଗମ୍ଭୀରତା ମଧ୍ୟ ପ୍ରକଟ କରିଛି । ମୋର ମନେଅଛି, ଯେତେବେଳେ 2014ରେ ସରକାର ଗଠିତ ହେବା ପରେ ପରେ ପୂର୍ବବର୍ତ୍ତୀ ସରକାରଙ୍କ ସମୟରେ ହୋଇଥିବା ଏନପିଏସ ଓ ତାକୁ ଲୁଚାଇ ରଖିବା ଲାଗି ହୋଇଥିବା ଗଡ଼ବଡ଼ କଥା ପଦାକୁ ଆସିଲା, ତ ସେତେବେଳେ କିପ୍ରକାର ସ୍ଥିତି ରହିଥିଲା । ଆମେ ଏଭଳି ଦୁର୍ନୀତିକୁ ଦେଶବାସୀଙ୍କ ସାମ୍ନାକୁ ଆଣି ସେଥିରୁ ନିସ୍ତାର ପାଇବାର ମାର୍ଗ ପ୍ରସ୍ତୁତ କରିଥିଲୁ । ଏବେ insolvency and bankruptcy code (IBC) ଯୋଗୁ ପ୍ରାୟ ତିନି ଲକ୍ଷ କୋଟି ଟଙ୍କା ଫେରସ୍ତର ମାର୍ଗ ସୁନିଶ୍ଚିତ ହୋଇପାରିଛି । ଆପଣମାନଙ୍କର ଏନପିସି କଥା ମନେ ଅଛି ନା ? ଏନପିସିକୁ ନେଇ ଲୋକମାନେ କେତେ ହୋହଲ୍ଲା କରିଥିଲେ ? ଏହା ସେଇ ଗୋଟିଏ ପଦ୍ଧତିର ଅଂଶବିଶେଷ । ପ୍ରତ୍ୟେକ ଥର ସଂସଦର ଅଧିବେଶନ ପୂର୍ବରୁ ଲୋକମାନେ କିଛି ନା କିଛି ନୂଆ ମିଛ ସୃଷ୍ଟି କରିଥାନ୍ତି ଏବଂ ପୁଣି ତାକୁ ସମସ୍ତଙ୍କ ମୁଣ୍ଡ ଉପରେ ଥାପି ଦେବାରେ ଲାଗିପଡ଼ନ୍ତି । ଏପରି ଏକ ଅଧିବେଶନ ହେବ, କୌଣସି ଏକ ମନପସନ୍ଦ ସ୍ଥାନରେ କୌଣସି ଖବର ପ୍ରକାଶିତ ହେବ ବା ବ୍ରେକିଂ ନ୍ୟୁଜ ବନେଇ ଦିଆଯିବ ଓ ପୁଣି ଏହାର ସଂପୂର୍ଣ୍ଣ ଇକୋ ସିଷ୍ଟମ୍, ତାକୁ ନେଇ ଉଡ଼ିଯିବ । ଆପଣମାନେ ତ ଗଣମାମଧ୍ୟମରେ ବ୍ୟାକଗ୍ରାଉଣ୍ଡର ପ୍ୟାକେଜ୍ ପ୍ରସ୍ତୁତ କରିଥାନ୍ତି, ସବୁ ସଂପର୍କୀତ ଖବରକୁ ଯୋଡ଼ିଥାନ୍ତି । ସ୍ମରଣ କରନ୍ତୁ ଏନପିଏସକୁ ନେଇ ଏହି ପଦ୍ଧତି ଚାଲିଥିଲା, ଇଭିଏମକୁ ନେଇ ଏହି ପଦ୍ଧତି ଚାଲିଲା, ରାଫେଲକୁ ନେଇ ଏହି ପଦ୍ଧତି ଚାଲିଲା । କିଛି ଦିନ ପୂର୍ବେ ଯେତେବେଳେ ସରକାର ଐତିହାସିକ ଭାବେ ବାଣିଜ୍ୟିକ ଟିକସ କମ କଲେ ତ ପୁଣି ଥରେ କିଛି କିଛି କାମ ଆରମ୍ଭ କରାଗଲା ଓ ଆଜିକାଲି ନିର୍ବାଚନ ବୋର୍ଡ଼ ତାଙ୍କର ଅତି ପ୍ରିୟ ହୋଇଯାଇଛି ।
ସାଥୀଗଣ, ଦେଶରେ ଏକ ପାରଦର୍ଶୀ ବ୍ୟବସ୍ଥା ସକାଶେ ପାରଦର୍ଶୀ ଢ଼ଙ୍ଗରେ କିଛି ତ ହେଉଛି । ତା’ହେଲେ କିଛି ଲୋକଙ୍କ ପେଟ ଏହାକୁ ନେଇ କାହିଁକି ବଥାଉଛି ? ଆପଣମାନେ ମୋତେ କହନ୍ତୁ, ଆଧାର କାର୍ଡ଼କୁ ନେଇ ମୁଣ୍ଡ ଟେକିଥିବା ବିବାଦ କଥା ଆପଣମାନଙ୍କର ସ୍ମରଣ ଥିବ । ଏ ଲୋକମାନେ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଚାଲି ଯାଇଥିଲେ ଯେ ଆଧାରକୁ ଆଇନଗତ ମାନ୍ୟତା ଯେଭଳି ନମିଳି ପାରିବ । ସେଇ ଲୋକମାନେ ଆଧାରକୁ ବଦନାମ କରିବା ସକାଶେ ନିଜର ସମସ୍ତ ଶକ୍ତି ଖଟାଇ ଦେଇଥିଲେ ।
ସାଥୀଗଣ, ଆଜି ଆଧାର ଦେଶ ସାମ୍ନାରେ ମାନବିକ ଅଧିକାର ସାବ୍ୟସ୍ତ କରିବାର ବହୁତ ବଡ଼ ମାଧ୍ୟମ ହୋଇପାରିଛି ଏବଂ କେବଳ ସେତିକି ନୁହେଁ, ଆଧାର ବାୟୋମେଟ୍ରିକ୍- ଚିହ୍ନଟର ଏ ଯେଉଁ ଡ଼ାଟା ଆମ ପାଖରେ ରହିଛି, ସାରା ଦୁନିଆ ଏଥିରେ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି । ବିଶ୍ୱର କୌଣସି ଗୋଟିଏ ରାଷ୍ଟ୍ରରେ ଏଭଳି ନେତା ନାହାନ୍ତି, ଯିଏ ମୋତେ ଆଧାର ଓ ଆଧାର ପ୍ରକ୍ରିୟା, ଏହାର ସୁଫଳ, ଏ ବିଷୟରେ ଆଲୋଚନା କରିନାହାନ୍ତି । ଏଭଳି ମହତ୍ତ୍ୱପୂର୍ଣ୍ଣ ଅମାନତ ଆମ ପାଖରେ ରହିଛି- ତାକୁ କଣ ବିବାଦରେ ଫସାଇଦେବା ।
ସାଥୀଗଣ, ଆମର ଏଠାରେ ଆଧାର ବ୍ୟବସ୍ଥା କାରଣରୁ କି ସୁଫଳ ମିଳିଛି ତାହାର ଗୋଟିଏ ଛୋଟିଆ ଉଦାହରଣ ଆମଣମାନଙ୍କୁ ଦେବାକୁ ଚାହୁଁଛି । ଆମର ଏଠାରେ କାଗଜ କଲମରେ ଆଠ କୋଟିରୁ ଅଧିକ ଲୋକ, ଆପଣମାନେ ସେକଥା ଶୁଣିଲେ ଚିନ୍ତାରେ ପଡ଼ିଯିବେ । ଆଠ କୋଟିରୁ ଅଧିକ ଲୋକ ଏଭଳି ଥିଲେ, ଯେଉଁମାନେ କେବେ ଜନ୍ମ ହିଁ ହୋଇନଥିଲେ । ଜନ୍ମ ହୋଇନାହାନ୍ତି, ତଥାପି ବିବାହ କରିଛନ୍ତି, ବିଧବା ବି ହୋଇ ଯାଇଛନ୍ତି, ବିଧବା ଭତ୍ତା ପାଉଛନ୍ତି । ସେମାନେ ସେଇ ଲୋକ ଯାହାଙ୍କର ଅସ୍ତିତ୍ୱ କେବଳ କାଗଜ କଲମରେ ହିଁ ରହିଥିଲା । ଏହି କାଗଜ କଲମର ଲୋକ ଗ୍ୟାସ ସବସିଡ଼ି ନେଇ ଚାଲିଥିଲେ । ପେନସନ୍ ଭୋଗ କରୁଥିଲେ, ଦରମା ନେଇ ଚାଲିଥିଲେ, ସ୍କଲାରସିପ୍ ହଡ଼ପ କରି ଚାଲିଥିଲେ । ସରକାରଙ୍କ ରାଜକୋଷରୁ ସେମାନଙ୍କ ପକେଟକୁ ପଇସାର ସ୍ରୋତ ବହି ଚାଲିଥିଲା । ସରକାରୀ ଫାଇଦା ହଡ଼ପେଇ ଚାଲିଥିଲେ । ଏବେ ସେମାନେ କୁଆଡ଼େ ଗଲେ, ସେକଥା ଆପଣମାନଙ୍କୁ ମୁଁ କହିବାର କୌଣସି ଆବଶ୍ୟକତା ନାହିଁ । ଆଧାର ବ୍ୟବସ୍ଥା ଯୋଗୁ ସେମାନଙ୍କ ସ୍ୱରୂପ ସମସ୍ତଙ୍କ ସାମ୍ନାକୁ ଆସିପାରିଛି ଓ ଏଥିରେ ଆଧାରର ସହଯୋଗ ସର୍ବାଧିକ । ଏଥିଯୋଗୁ ପାଖାପାଖି ଦେଢ଼ ଲକ୍ଷ କୋଟି ଟଙ୍କା – ମୁଁ ପୁଣି ଥରେ ଦୋହରାଉଛି- ଦେଢ଼ ଲକ୍ଷ କୋଟି ଟଙ୍କା ଭୁଲ ଲୋକଙ୍କ ହାତକୁ ଯିବାରୁ ବଞ୍ଚି ଯାଇପାରିଛି । ବାଟମାରଣା ବନ୍ଦ୍ ହୋଇପାରିଛି, ଭ୍ରଷ୍ଟାଚାର ଖତମ୍ ହୋଇପାରିଛି । ଦେଢ଼ ଲକ୍ଷ କୋଟି ଟଙ୍କା କିଛି କମ୍ ଅର୍ଥ ନୁହେଁ । ଯଦି ବର୍ଷ ବର୍ଷ ଧରି ଏଭଳି ବିପୁଳ ପରିମାଣର ଟଙ୍କା ଭୁଲ୍ ଲୋକଙ୍କ ନିକଟରେ ପହଞ୍ଚୁଥିଲା, ଏବଂ ତାକୁ କେହି ରୋକିବା ଲୋକ ନଥିଲେ, ତାହା କଣ ଉଚିତ କାର୍ଯ୍ୟ ହେଉଥିଲା ? ବ୍ୟବସ୍ଥାରେ ଥିବା ଏଭଳି ବଡ଼ ଜଳାବାଟକୁ ରୋକିକା କାର୍ଯ୍ୟ ଆମେ ସଂପାଦନ କଲୁ, ଆଧାର ମାଧ୍ୟମରେ ହିଁ ତାହା ସମ୍ପନ୍ନ ହୋଇପାରିଲା । କାରଣ – ଆପଣମାନେ ସଭିଏଁ ଏକଥା ଜାଣନ୍ତି ଯେ ଏଇ କାରଣରୁ କେତେ ଲୋକଙ୍କୁ କ୍ଷତି ସହିବାକୁ ପଡ଼ିଥିବ । କେତେ ଲୋକଙ୍କ ପକେଟ ପୂର୍ବରୁ ଯେଉଁଭଳି ଭାବେ ଭରି ଚାଲିଥିଲା, ତାହା ବନ୍ଦ ହୋଇ ଯାଇଥିବ ? କେତେ ଲୋକଙ୍କ ମନରେ ଆମେ କଣ୍ଟା ଫୁଟାଇବା ଭଳି କାର୍ଯ୍ୟ କରିଛୁ ? କିନ୍ତୁ ଏ କାର୍ଯ୍ୟ ସେଇଥି ପାଇଁ କରାଯାଇଥିଲା, କାରଣ, ଦେଶ ଆମ ଲାଗି ପ୍ରଥମ ଚିନ୍ତା ।
ସାଥୀଗଣ, ଯଦି ଏ ଲୋକମାନେ ସୁଯୋଗ ପାଇଥାନ୍ତେ, ତ ଦେଶରେ ବି ଜିଏସଟି ବ୍ୟବସ୍ଥା କେବେ ଲାଗୁ ହୋଇ ପାରିନଥାନ୍ତା । ଜିଏସଟିକୁ ବିଶେଷଜ୍ଞମାନେ ବହୁତ ବଡ଼ ରାଜନୈତିକ ରିସ୍କ ବୋଲି ଭାବୁଥିଲେ । ଯେଉଁ ବି ଦେଶରେ ଏହାକୁ ଲାଗୁ କରାଯାଇଛି ସେଠାରେ ସରକାରଙ୍କ ପତନ ଘଟିଛି । ଏଭଳି ଆହ୍ଵାନ ଆମର ପଦକ୍ଷେପକୁ ରୋକି ପାରିନଥିଲା, ବରଂ ଆମେ ରାଜନୈତିକ ଲାଭ କ୍ଷତି କଥା ଚିନ୍ତା ନକରି ଦେଶର ହିତ ସକାଶେ ଏହାକୁ ଲାଗୁ କରିଛୁ । ଆଜି ଜିଏସଟି କାରଣରୁ ଦେଶରେ ସ୍ୱଚ୍ଛ ବ୍ୟାବସାୟିକ ସଂସ୍କୃତି ମଜଭୁତ ଭାବେ ସୁପ୍ରତିଷ୍ଠିତ ହୋଇପାରିଛି ଏବଂ ଦରଦାମ ବୃଦ୍ଧି ଉପରେ ମଧ୍ୟ ନିୟନ୍ତ୍ରଣ ବ୍ୟବସ୍ଥା ଲାଗୁ କରାଯାଇପାରୁଛି । ଆଜି ଦେଶର ସାଧାରଣ ନାଗରିକଙ୍କ ସ୍ୱାର୍ଥ ସହିତ ଜଡ଼ିତ, ଏକଥା ସମ୍ଭବତଃ ଗଣମାଧ୍ୟମରେ ସୁଦ୍ଧା ଦେଖିବାକୁ ମିଳେନାହିଁ, ଜାଣେନା ସେମାନଙ୍କୁ କାହିଁକି କଷ୍ଟ ହେଉଛି ? ଆଜିକାଲି ସାଧାରଣ ନାଗରିକଙ୍କ ସହିତ ସଂଶ୍ଳିଷ୍ଟ 99 ପ୍ରତିଶତ, ମୁଁ ଏକଥା ବେଶ୍ ଦାୟିତ୍ୱସମ୍ପନ୍ନ ଭାବେ କହିବାକୁ ଚାହେଁ, 99 ପ୍ରତିଶତ ସାମଗ୍ରୀ ଉପରେ, ପୂର୍ବ ତୁଳନାରେ ହାରାହାରି ଅଧା ଟିକସ ଲାଗୁ ହୋଇଛି । ଜିଏସଟି ପୂର୍ବରୁ ଯାହା ଲାଗୁଥିଲା ତାହା ତୁଳନାରେ ଅଧା ଟିକସ ଲାଗୁ ହୋଇଛି । ଏଭଳି ଏକ ସମୟ ଥିଲା ଯେତେବେଳେ ରେଫ୍ରିଜେରେଟର, ଜୁସର, ଭେକ୍ୟୁମ୍ କ୍ଲିନର, ଗିଜର, ମୋବାଇଲ ଫୋନ, ୱାସିଂ ମେସିନ, ଘଣ୍ଟା – ସେସବୁ ଉପରେ 31 ପ୍ରତିଶତରୁ ଅଧିକ ଟିକସ ଲାଗୁ ହେଉଥିଲା । ଅଜି ସେସବୁ ସାମଗ୍ରୀ ଉପରେ 10ରୁ 12 ପ୍ରତିଶତ ଟିକସ ଲାଗୁଛି । ଏପରିକି ପୂର୍ବରୁ ଗହମ, ଚାଉଳ, ଦହି, ଲସି – ଏଭଳି ସାମଗ୍ରୀ ଉପରେ ବି ଟିକସ ଦେବାକୁ ପଡ଼ୁଥିଲା । ଆଜି ଏ ସବୁ ଜିଏସଟି ବ୍ୟବସ୍ଥା ଲାଗୁ ହେବାପରେ ଟିକସମୁକ୍ତ ହୋଇଯାଇଛି ।
ସାଥୀଗଣ, ମୁଁ ଆପଣମାନଙ୍କୁ ଗୋଟିଏ ଉଦାହରଣ ଦେବାକୁ ଚାହେଁ । ଦଶକ ଦଶକ ଧରି ଦିଲ୍ଳୀର ଲକ୍ଷ ଲକ୍ଷ ପରିବାରଙ୍କ ଜୀବନରେ ଢ଼େର୍ ଅନିଶ୍ଚିତତା ରହି ଆସିଥିଲା । ଅର୍ଥାତ୍, ଏକ ପ୍ରକାର ଭାରତ ବିଭାଜନ ହେବା ପରଠାରୁ ନେଇ ଆଜି ପର୍ଯ୍ୟନ୍ତ । ସ୍ୱାଧୀନ ଭାରତର ବୟସ ସହିତ ସେମାନଙ୍କର ସମସ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଥିଲା । ଲୋକମାନେ ନିଜର ଉପାର୍ଜନରୁ ଯେମିତି ସେମିତି ପଇସା ଜୁଟାଇ, ଏଠାରେ ଘର କିଣୁଥିଲେ, କିନ୍ତୁ ସେ ଘର ସଂପୂର୍ଣ୍ଣ ରୂପେ ସେମାନଙ୍କର ହୋଇପାରୁନଥିଲା । ଏଭଳି ସମସ୍ୟା ନିରନ୍ତର ଲାଗି ରହିଥିଲା । ଆମ ସରକାର ଏଥିରେ ପୂର୍ଣ୍ଣଚ୍ଛେଦ ପକାଇବା ସକାଶେ ନିଷ୍ପତ୍ତି ନେଲା ଏବଂ ଏବେ କେବଳ ଦିଲ୍ଲୀ କଥା ମୁଁ ସୂଚାଉଛି । 50 ଲକ୍ଷରୁ ଅଧିକ ଦିଲ୍ଲୀବାସୀଙ୍କୁ ନିଜର ଘର ଓ ଉତ୍ତମ ଜୀବନ ବଞ୍ଚିବାର ଭରସା ମିଳିପାରିଛି । ଏଇଭଳି ଭାବେ ଦଶନ୍ଧି ଦଶନ୍ଧି ଧରି ଆମ ଦେଶର ରିଅଲ୍ ଇଷ୍ଟେଟ ସେକ୍ଟର କୌଣସି ପର୍ଯ୍ୟପ୍ତ ନିୟନ୍ତ୍ରଣ ବିନା ଚାଲି ଆସୁଥିଲା । ଏହାର ପ୍ରତିକୂଳ ପ୍ରଭାବ ଦିଲ୍ଲୀ- ଏନସିଆରରେ ବସବାସ କରୁଥିବା ଲୋକମାନେ କେତେ ମାତ୍ରାରେ ଭୋଗ କରିଆସିଛନ୍ତି, ସେକଥା କେବଳ ସେଇମାନେ ହିଁ ଜାଣିଛନ୍ତି । କିନ୍ତୁ ଏ ସମସ୍ୟା ପୂରା ଦେଶରେ ସଭିଏଁ ଭୋଗ କରୁଥିଲେ । ବର୍ଷ ବର୍ଷର ପୁରୁଣା ସ୍ଥିତିକୁ ବଦଳାଇବା ସକାଶେ ଆମ ସରକାର ‘ରେସା’ ସମେତ ଅନେକ ଆଇନ ପ୍ରଣୟନ କରିଛନ୍ତି, ଏ ଦିଗରେ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତ ଗ୍ରହଣ କରିଛନ୍ତି । ଏବେ ନିକଟରେ ଆମ ସରକାର ରିଅଲ୍ ଇଷ୍ଟେଟର ଅଧୁରା ଏବଂ ଅଟକି ରହିଥିବା ପ୍ରକଳ୍ପଗୁଡ଼ିକୁ ସଂପୂର୍ଣ୍ଣକରିବା ସକାଶେ ପାଖା ପାଖି 25 ହଜାର କୋଟି ଟଙ୍କା ଯୋଗାଡ଼ କରିବା କାର୍ଯ୍ୟ ଆରମ୍ଭ କରିଛନ୍ତି । ନିଶ୍ଚିନ୍ତ ଭାବେ ଏହାର ଲାଭ ଆମର ମଧ୍ୟମ ବର୍ଗର ଲୋକମାନଙ୍କୁ ହେବ ଓ ସେମାନଙ୍କ ମନରେ ଘରଟିଏ ପାଇବାର ଯେଉଁ ସ୍ୱପ୍ନ ରହିଛି ତାହାକୁ ବଳ ମିଳିବ ଓ ତାହା ସାକାର ହୋଇପାରିବ । ବିଲ୍ଡରମାନେ କେମିତି ତିଷ୍ଠି ରହିବେ, କେମିତି ମଜୁରୀ ଖଟୁଥିବା ଲୋକମାନଙ୍କୁ ସେମାନଙ୍କର ପାଉଣା ମିଳିବ, ସେ ଦିଗରେ ମଧ୍ୟ ସରକାର ଫଇସଲା ନେଇଛନ୍ତି । ଆଜି ଆମ ସରକାରଙ୍କ କାର୍ଯ୍ୟକୁ ଯଦି ପରଖାଯାଏ ସେଥିରୁ ଗୋଟିଏ କଥା ସ୍ପଷ୍ଟ ହେବ ଯେ ପ୍ରଥମେ ରାଷ୍ଟ୍ର – ଏଇ ମନ୍ତ୍ରକୁ ଆଧାର କରି ଆମେ ଆଗକୁ ଆଗେଇ ଚାଲିଛୁ । ସରକାର କେଉଁ ଦିଗରେ କାର୍ଯ୍ୟ କରୁଛନ୍ତି, ତାଙ୍କର ନୀତି କଣ ହେଉଛି, ନିୟମ କଣ ହେଉଛି ଓ ସାଧାରଣ ଜନତାଙ୍କ ଉପକାର ପାଇଁ କି କି ପ୍ରକାର ନୀତି ଗ୍ରହଣ କରାଯାଉଛି, ସେଥିରେ ପ୍ରଥମେ ରାଷ୍ଟ୍ର ମନ୍ତ୍ରକୁ ହିଁ ଆଧାର ଭାବେ ଆମେ ଗ୍ରହଣ କରିଆସିଛୁ ।
ସାଥୀଗଣ, ଆଜି ଭାରତରେ ଯେଉଁ ବେଗରେ ଯେଉଁ ଆକାରରେ ବିକାଶ କାର୍ଯ୍ୟ ଜାରି ରହିଛି ତାହା ଅଭୂତପୂର୍ବ । 60 ମାସ ଭିତରେ ପାଖାପାଖି 60 କୋଟି ଭାରତୀୟଙ୍କ ପାଖରେ ଶୌଚାଳୟ ସୁବିଧା ପହଞ୍ଚାଇବା, ତିନି ବର୍ଷରୁ କମ୍ ସମୟ ଭିତରେ ଆଠ କୋଟି ଘରକୁ ମାଗଣାରେ ଗ୍ୟାସ ସଂଯୋଗ କରିବା, ଏକ ହଜାର ଦିନରୁ କମ୍ ସମୟ ଭିତରେ 18 ହଜାର ଗାଁକୁ ବିଜୁଳି ପହଞ୍ଚାଇବା, ପାଞ୍ଚ ବର୍ଷରେ ଦେଢ଼ କୋଟିରୁ ଅଧିକ ଲୋକଙ୍କୁ ନିଜର ବାସଗୃହ ଯୋଗାଇବା, 37 କୋଟିରୁ ଅଧିକ ଗରିବ ଲୋକଙ୍କୁ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହ ଯୋଡ଼ିବା, ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତ ଆରମ୍ଭ କରିବା, 50 କୋଟି ଲୋକଙ୍କୁ ବର୍ଷକୁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇବାର ବ୍ୟବସ୍ଥା କରିବା, ପାଖାପାଖି 15 କୋଟି କୃଷକ ପରିବାରଙ୍କ ଖାତାକୁ ସିଧାସଳଖ ସହାୟତା ରାଶି ପହଞ୍ଚାଇବା- ଏସବୁ ପ୍ରକାର କାର୍ଯ୍ୟ ଯୋଜନା ଓ ସ୍କିମ୍ ସେତିକି ବେଳେ ଆମେ ସାକାର କରିପାରିବୁ ଯେତେବେଳେ ଆପଣ ଓ ଆପଣମାନଙ୍କ ପୂରା ଟିମ୍ ଦ୍ୱାରା ପ୍ରଥମେ ରାଷ୍ଟ୍ର ମନ୍ତ୍ରକୁ ଜୀବନ ମନ୍ତ୍ର ରୂପେ ଗ୍ରହଣ କରାଯିବ । ଯେତେବେଳେ ଆପଣ ସ୍ୱାର୍ଥ ଠାରୁ ନିଜକୁ ମୁକ୍ତ କରି ସବ୍କା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସକୁ ନୀତି ଓ ରାଜନୀତିର ଆଧାର ଭାବେ ଗ୍ରହଣ କରିପାରିବେ ।
ଭାଇ ଓ ଭଉଣୀମାନେ, ପ୍ରଥମେ ରାଷ୍ଟ୍ର, ଏଭଳି ଚିନ୍ତାଧାରା ପୂର୍ବୋତ୍ତର ରାଜ୍ୟମାନଙ୍କରେ ବିଚ୍ଛିନ୍ନତାବାଦୀ ତତ୍ତ୍ୱଙ୍କୁ ନିଃଶେଷ କରିବାରେ, ସେମାନଙ୍କୁ ଦେଶର ବିକାଶର ନୂଆ ଇଂଜିନ ସୃଷ୍ଟି କରିବା ଦିଗରେ ପ୍ରେରିତ କରିଛି । ଏହି ଭଳି ଚିନ୍ତାଧାରା ଆମେ ବିକାଶ ଦୌଡ଼ରେ ସବୁଠାରୁ ପଛରେ ରହି ଯାଇଥିବା 112ଟି ଆକାଂକ୍ଷା ଜିଲ୍ଲା ଉପରେ ନୂତନ ଆଭିମୁଖ୍ୟର ସହ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇଛି ।
ସାଥୀଗଣ, ପ୍ରଥମେ ରାଷ୍ଟ୍ର, ଏହି ଚିନ୍ତାଧାରା ହିଁ ଦୀର୍ଘ ବର୍ଷ ଧରି ଚାଲି ଆସୁଥିବା ଟୀକାକରଣ ଅଭିଯାନକୁ ରିଡ଼ିଜାଇନ କରିବା ପାଇଁ ଆମକୁ ପ୍ରେରଣା ଯୋଗାଇଥିଲା । ଆମେ ଅନେକ ଜୀବନନାଶକାରୀ ରୋଗରୁ ରକ୍ଷାକରିବା ଭଳି ଟୀକାର ସଂଖ୍ୟା ତ ବଢ଼ାଇଛୁ, ମିଶନ ଇନ୍ଦ୍ରଧନୁଶ ମାଧ୍ୟମରେ ଦୂର ଦୂରାନ୍ତ କ୍ଷେତ୍ର ପର୍ଯ୍ୟନ୍ତ ଟୀକାକରଣ ଅଭିଯାନକୁ ମଧ୍ୟ ପହଞ୍ଚାଇ ପାରିଛୁ ।
ସାଥୀଗଣ, ପ୍ରଥମେ ରାଷ୍ଟ୍ର ଚିନ୍ତାଧାରା ମାଧ୍ୟମରେ ଆମେ ପ୍ରସବକାଳୀନ ଛୁଟିର ଅବଧିକୁ 12 ସପ୍ତାହରୁ ବଢ଼ାଇ 26 ସପ୍ତାହ କରିବା ଦିଗରେ ମାର୍ଗ ପ୍ରଦର୍ଶନ କରିଛୁ । ତଦ୍ୱାରା ମା’ମାନେ ନିଜର ନବଜାତ ଶିଶୁଙ୍କୁ ପର୍ଯ୍ୟାପ୍ତ ସମୟ ପର୍ଯ୍ୟନ୍ତ ଯତ୍ନ ନେଇପାରିବେ ଓ ସେଥିପାଇଁ ସେମାନଙ୍କୁ ସମୟ ମିଳିବ । ଏହି ଚିନ୍ତାଧାର ହିଁ ଆମକୁ ଦେଶର ପ୍ରତି ବିଦ୍ୟାଳୟରେ ବାଳିକାମାନଙ୍କ ସକାଶେ ପୃଥକ୍ ଶୌଚାଳୟ ନିର୍ମାଣ କରିବା ସକାଶେ ମାର୍ଗ ପ୍ରଦର୍ଶନ କରିଥିଲା । ଏହା ଫଳରେ ବାଳିକାମାନଙ୍କୁ ଆଉ ଅଧାରେ ପାଠ ଛାଡ଼ିବାକୁ ପଡ଼ିବନାହିଁ ।
ସାଥୀଗଣ, ପ୍ରଥମେ ରାଷ୍ଟ୍ର , ଏହି ଭାବନା ଦ୍ୱାରା ହିଁ ଗରିବ ଲୋକମାନଙ୍କୁ ବ୍ୟାଙ୍କିଙ୍ଗ୍ ସିଷ୍ଟମ୍ ସହ ଯୋଡ଼ିବା ସକାଶେ 37 କୋଟିରୁ ଅଧିକ ବ୍ୟାଙ୍କ ଜମାଖାତା ଖୋଲାଯାଇଛି । ଦେଶର ସାଧାରଣ ନାଗରିକଟିଏ ବି ଅତି ସହଜରେ ଡ଼ିଜିଟାଲ କାରବାର କରିପାରିବ । ଏହି ଚିନ୍ତାଧାରାର ସହ ଆମେ ସେମାନଙ୍କୁ ରୁପେ କାର୍ଡ଼ ପ୍ରଦାନ କରିଛୁ । ଭିମ୍ ଆପ୍ର ଶୁଭାରମ୍ଭ କରିଛୁ । ଆପଣମାନେ ଏକଥା ଜାଣି ଖୁସି ହେବେ ଯେ ଏପର୍ଯ୍ୟନ୍ତ ଦେଶରେ 55 କୋଟିରୁ ଅଧିକ ରୁପେ ଡ଼େବିଟ୍ କାର୍ଡ଼ ଜାରି କରାଯାଇଛି ଓ ସେହି କାର୍ଡ଼ର ବଜାର ସେୟାର ଏବେ 30 ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିବାକୁ ଯାଉଛି । ରୁପେ କାର୍ଡ଼- ଏହା ଧୀରେ ଧୀରେ ଗ୍ଲୋବାଲ୍ ବ୍ରାଣ୍ଡରେ ପରିଣତ ହେବା ଦିଗରେ ଅଗ୍ରସର ହେଉଛି।
ଭାଇ ଓ ଭଉଣୀମାନେ, ପ୍ରଥମେ ରାଷ୍ଟ୍ର ଭଳି ଚିନ୍ତାଧାରା ଯୋଗୁଁ ହି ଜଳ ଜୀବନ ମିଶନର ଶୁଭାରମ୍ଭ କରାଯାଇଛି । ଆଗାମୀ ଦିନରେ ଏହି ମିଶନ ଉପରେ ପାଖାପାଖି ସାଢ଼େ ତିନି ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ । ତଦ୍ୱାରା ଦେଶର ଦୂର ଦୂରାନ୍ତ କ୍ଷେତ୍ରରେ ବସବାସ କରୁଥିବା ଲୋକମାନେ ସ୍ୱଚ୍ଛ ପାନୀୟ ଜଳ ପାଇପାରିବେ, ସେମାନଙ୍କର ଘର ପର୍ଯ୍ୟନ୍ତ ତାହା ପହଞ୍ଚିପାରିବ ।
ସାଥୀଗଣ, ସାଧାରଣ ଲୋକଙ୍କ ଜୀବନକୁ ଅଧିକ ସହଜ ଓ ସରଳ କରିବା ସକାଶେ, ସେମାନଙ୍କର ଆୟ ବୃଦ୍ଧି କରିବା ନିମନ୍ତେ, ଦେଶର ଅର୍ଥ ବ୍ୟବସ୍ଥାକୁ 5 ଟ୍ରିଲୟନ ଡ଼ଲାର ଅର୍ଥନୀତିରେ ପରିଣତ କରିବା ଲକ୍ଷ୍ୟ ନେଇ ସରକାର କାର୍ଯ୍ୟ କରୁଛନ୍ତି । ମୋର ଦୃଢ଼ ବିଶ୍ୱାସ ଯେ ପ୍ରଥମେ ରାଷ୍ଟ୍ର, ଏଇ ଭାବନା ସହ କାମ କରି ଆମେ ପ୍ରତ୍ୟେକ କାର୍ଯ୍ୟକ୍ରମରୁ ଉଚିତ ପରିଣାମ ପ୍ରାପ୍ତ ହେବୁ ଏବଂ ଦେଶ ପ୍ରତ୍ୟେକ ଲକ୍ଷ୍ୟ ହାସଲ କରିପାରିବ ।
ସାଥୀଗଣ, ମୋର ବିଶ୍ୱାସ ଯେ ଏହି ବୈଠକରେ ଏହି ଭାବନାର ସହ, ନୂତନ ଭାରତର ନୂତନ ସମ୍ଭାବନା, ନୂତନ ଅବସର ଉପରେ ବିସ୍ତୃତ ଆଲୋଚନା କରାଯିବା ଆବଶ୍ୟକ ଏବଂ ପୁଣି ଥରେ ସମ୍ବିଧାନ ଦିବସ ଅବସରରେ, ରିପବ୍ଲିକ୍ ପରିବାରକୁ ଭେଟିବାର ସୁଯୋଗ ମୋତେ ମିଳିଛି । ଆପଣମାନଙ୍କ ମାଧ୍ୟମରେ ଦେଶର ଓ ଦୁନିଆରେ ବ୍ୟାପ୍ତ ଆପଣମାନଙ୍କ ଦର୍ଶକମାନଙ୍କ ପର୍ଯ୍ୟନ୍ତ ନିଜର କଥା ପହଞ୍ଚାଇବାର ଅବସର ମିଳିଛି । ସେଥିପାଇଁ ମୁଁ ଆପଣମାନଙ୍କ ନିକଟରେ ଋଣୀ ଏବଂ ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଛି ।
ମୋତେ ଏଠାରେ ଆଲୋଚନା କରିବାର ଅବସର ଆପଣମାନେ ମୋତେ ଦେଇଛନ୍ତି, ସେଥିପାଇଁ ବି ମୁଁ ଆପଣମାନଙ୍କ ନିକଟରେ ଢ଼େର ଋଣୀ ।
ବହୁତ ବହୁତ ଧନ୍ୟବାଦ ।
****************
In a short while from now, PM @narendramodi will address the #RepublicSummit.
— PMO India (@PMOIndia) November 26, 2019
Do watch his speech. pic.twitter.com/6vA1piGZJk
आधार पर विवाद याद है न आपको?
— PMO India (@PMOIndia) November 26, 2019
ये लोग सुप्रीम कोर्ट तक चले गए कि आधार को कानूनी मान्यता न मिल पाए।
इन लोगों ने आधार को बदनाम करने के लिए सारी ताकत लगा दी: PM @narendramodi
आधार ने इनकी सच्चाई सामने लाने में बहुत मदद की।इससे करीब-करीब डेढ़ लाख करोड़ रुपए गलत हाथों में जाने से बचे हैं: PM @narendramodi
— PMO India (@PMOIndia) November 26, 2019
साल दर साल लगभग इतनी ही राशि गलत हाथों में पहुंच रही थी और कोई रोकने वाला नहीं था।
— PMO India (@PMOIndia) November 26, 2019
सिस्टम की इस बड़ी लीकेज को रोकने का काम हमने किया, क्योंकि हमारे लिए India First है: PM @narendramodi
इन लोगों की चली होती तो देश में GST भी कभी लागू नहीं हो पाता: PM @narendramodi
— PMO India (@PMOIndia) November 26, 2019
आज सामान्य नागरिक से जुड़ी 99 प्रतिशत चीजों पर, पहले के मुकाबले औसतन आधा टैक्स लग रहा है: PM @narendramodi
— PMO India (@PMOIndia) November 26, 2019
दशकों से दिल्ली के लाखों परिवारों के जीवन में बहुत बड़ी अनिश्चितता थी।
— PMO India (@PMOIndia) November 26, 2019
लोग अपनी मेहनत की कमाई से, जैसे-तैसे पैसा जुटाकर, यहां घर खरीदते थे, लेकिन वो घर पूरी तरह उनका नहीं हो पाता था।ये समस्या निरंतर बनी हुई थी: PM @narendramodi
हमारी सरकार ने इसे खत्म करने का फैसला लिया और अब 50 लाख से अधिक दिल्लीवालों को अपने घर और बेहतर जीवन का भरोसा मिला है: PM @narendramodi
— PMO India (@PMOIndia) November 26, 2019
निश्चित तौर पर इसका लाभ हमारे मध्यम वर्ग को होगा और उनके सपनों का घर मिलने में मदद मिलेगी: PM @narendramodi
— PMO India (@PMOIndia) November 26, 2019
आज भारत में जिस Speed और Scale पर काम हो रहा है, वो अभूतपूर्व है।
— PMO India (@PMOIndia) November 26, 2019
60 महीने में करीब 60 करोड़ भारतीयों तक टॉयलेट की सुविधा पहुंचाना: PM @narendramodi
इस प्रकार की योजनाएं और प्रोग्राम आप तभी प्लान और एग्जीक्यूट कर सकते हैं, जब Nation First होता है।
— PMO India (@PMOIndia) November 26, 2019
जब आप स्वार्थों से निकलकर सबका साथ- सबका विकास और सबका विश्वास को नीति और राजनीति का आधार बनाते हैं: PM @narendramodi
इसी सोच ने हमें, विकास की दौड़ में सबसे पीछे रह गए, देश के 112 Aspirational Districts पर नई अप्रोच के साथ काम करने की सीख दी: PM @narendramodi
— PMO India (@PMOIndia) November 26, 2019
Nation First की यही भावना थी जिसने गरीबों को बैंकिंग सिस्टम से जोड़ने के लिए 37 करोड़ से ज्यादा बैंक खाते खुलवाए: PM @narendramodi
— PMO India (@PMOIndia) November 26, 2019
Nation First की इसी सोच की वजह से जल जीवन मिशन की शुरुआत हुई। आने वाले समय में इस मिशन पर करीब-करीब साढ़े तीन लाख करोड़ रुपए खर्च किए जाएंगे, ताकि देश के दूर-दराज वाले इलाकों में लोगों को पीने का स्वच्छ पानी मिल सके, हर घर तक जल पहुंच सके: PM @narendramodi
— PMO India (@PMOIndia) November 26, 2019
उनकी आय बढ़ाने के इरादे के साथ ही, देश की अर्थव्यवस्था को 5 ट्रिलियन डॉलर का बनाने का लक्ष्य देश ने रखा है।
— PMO India (@PMOIndia) November 26, 2019
मुझे विश्वास है कि नेशन फर्स्ट की भावना के साथ काम करते हुए हमें हर फैसले का उचित परिणाम मिलेगा और देश हर लक्ष्य को प्राप्त करेगा: PM @narendramodi
मुझे उम्मीद है कि इस समिट में इसी भावना के साथ, नए भारत की नई संभावनाओं, नए अवसरों पर विस्तृत चर्चा होगी।आप सभी को बहुत-बहुत शुभकामनाएं: PM @narendramodi
— PMO India (@PMOIndia) November 26, 2019
From ‘nation wants to know’ (about scams, loot, plunder, terror attacks, misgovernance) five years ago to Nation First, India has come a long way in the last five years. pic.twitter.com/K1gjRpcA9N
— Narendra Modi (@narendramodi) November 26, 2019
There were expectations that India will emerge out of past problems, which were dragging on for decades.
— Narendra Modi (@narendramodi) November 26, 2019
Our NDA Government has left no stone unturned in freeing the nation from these challenges. pic.twitter.com/vvGxB3b9wE
To suit their vested political interests, artificial logics of fear were created.
— Narendra Modi (@narendramodi) November 26, 2019
The ‘Nation First’ spirit has changed that. pic.twitter.com/ocJbb8uREj
Working with a futuristic vision for the betterment of people irks many. But, we are unwavering in our efforts and the results are visible. pic.twitter.com/9WVHeKYqzp
— Narendra Modi (@narendramodi) November 26, 2019
For seven decades, the people of Delhi faced a challenge that our Government had the opportunity of recently solving. pic.twitter.com/56HJSCUwlE
— Narendra Modi (@narendramodi) November 26, 2019