Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ


ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ମିଷ୍ଟର ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି ।
ନୂତନ ବର୍ଷରେ ଉତ୍ତମ ସ୍ୱାସ୍ଥ୍ୟ, ସମୃଦ୍ଧି ଏବଂ ସଫଳତା ପାଇଁ ରାଷ୍ଟ୍ରପତି ଟ୍ରମ୍ପ, ତାଙ୍କ ପରିବାର ଏବଂ ଆମେରିକାବାସୀଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ-ଆମେରିକା ସମ୍ପର୍କ ବିଶ୍ୱାସ, ଆପୋଷ ସମ୍ମାନ ଓ ବୁଝାମଣାକୁ ନେଇ ସୁଦୃଢ ହେବାରେ ଲାଗିଛି । ବିଗତ ବର୍ଷରେ ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀତାରେ ଅଗ୍ରଗତି ନେଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ସମସ୍ତ କ୍ଷେତ୍ରରେ ସହମତି ଆଧାରରେ ସହଯୋଗକୁ ବୃଦ୍ଧି କରିବା ଲାଗି ଇଚ୍ଛା ବ୍ୟକ୍ତ କରିଥିଲେ ।

ନୂତନ ବର୍ଷରେ ଭାରତବାସୀଙ୍କ ସମୃଦ୍ଧି ଏବଂ ଅଗ୍ରଗତି ନେଇ ରାଷ୍ଟ୍ରପତି ଟ୍ରମ୍ପ ଶୁଭେଚ୍ଛା ଜଣାଇଥିଲେ । ଭାରତ-ଆମେରିକା ଉତ୍ତମ ସମ୍ପର୍କ ନେଇ ସେ ସନ୍ତୋଷବ୍ୟକ୍ତ କରିବା ସହିତ ଦ୍ଵିପାକ୍ଷିକ ସହଯୋଗକୁ ଆହୁରି ଦୃଢୀଭୂତ କରିବା ନେଇ ଆଗ୍ରହ ପ୍ରକାଶ କରିଥିଲେ ।

**********