ପିଏମଇଣ୍ଡିଆ

ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ, ସଂସ୍କୃତି ଏବଂ ସାହିତ୍ୟର ତରଙ୍ଗ ଓ ଉତ୍ସାହରେ ଭରପୁର କୋଲକାତାର ଏହି ବାତାବରଣକୁ ଆସି ମନ ଓ ମସ୍ତିଷ୍କ ଆନନ୍ଦରେ ଭରିଯାଇଥାଏ । ଏହା ଏକ ପ୍ରକାରରେ ମୋ ପାଇଁ ନିଜକୁ ଅଧିକ ସତେଜ କରିବା ଏବଂ ବଙ୍ଗଳାର ବୈଭବଶାଳୀ କଳା ଏବଂ ସଂସ୍କୃତିକୁ ଚିହ୍ନିବାର, ତାକୁ ପ୍ରଣାମ କରିବାର ଅବସର । ସାଥୀଗଣ, ଏବେ କିଛି ସମୟ ପୂର୍ବରୁ ଯେତେବେଳେ ଆସି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦେଖିଲି ବହୁତ ପୁରୁଣା ସ୍ମୃତି ତାଜା ହୋଇଗଲା । ସେତେବେଳେ ବାଲ୍ୟଚପଳତାର ସମୟ ଥିଲା, ଜୀବନକୁ, ଜୀବନର ରହସ୍ୟକୁ, ତାହାର ଜଟିଳତା-ସମାଧାନ, ଯାହା ପ୍ରତ୍ୟେକ କିଶୋରର ମନରେ ରହିଥାଏ; ମୋ ମନରେ ମଧ୍ୟ ରହିଥିଲା । ବହୁତ କିଛି ଜାଣିବାର ଉତ୍କଣ୍ଠା, ଇଚ୍ଛା ରହିଥିଲା । ଅନେକ ଗୁଡିଏ ପ୍ରଶ୍ନ ଆସୁଥିଲା, ଆଉ ବହୁତ ଗୁଡିଏ ଉତ୍ତର ରହିଥାଏ, ସେଥିମଧ୍ୟରୁ ବହୁତ ଗୁଡିଏ ଉତ୍ତର ଖୋଜିବା ମଧ୍ୟ ବଡ଼ କଠିନ କାର୍ଯ୍ୟ ଥିଲା । ସେହି ପ୍ରଶ୍ନ ଗୁଡିକର ସମାଧାନ ପାଇଁ, ସ୍ପଷ୍ଟତା ପାଇଁ କେବେ ଏଠାକୁ ତ କେବେ ସେଠାକୁ ଯାଇ କୌଣସି ମତେ ଖୋଜିବାରେ ଲାଗି ରହୁ । ଆଉ ସେତେବେଳେ ସେହି ବୟସରେ ଏହି କୋଲକାତା ଭୂମି, ଏହି ବେଲୁର ମଠର ପବିତ୍ର ମାଟି ମୋତେ ଏଠାକୁ ଟାଣି ଆଣୁଥିଲା ।
ଆଜି ଯେତେବେଳେ ଆପଣଙ୍କ ଗହଣରେ ଥିଲି, ଏହିସବୁ କଥାକୁ ଦେଖୁଥିଲି ତ ମନ ସେହି ସବୁ ଭାବରେ ଭରିଯାଉଥିଲା । ଆଉ ଏହି ପ୍ରଦର୍ଶନୀ, ଏପରି ଲାଗୁଥିଲା ଯେପରି ସେହିକ୍ଷଣ ମଧ୍ୟରେ ମୁଁ ସ୍ୱୟଂ ଜୀଇଁଛି ଯାହା ସେହି ମହାନ ଚିତ୍ରକରମାନେ, ରଙ୍ଗକାରମାନେ, କଳାକାରମାନେ ରଚନା କରିଛନ୍ତି, ଜୀଇଁଛନ୍ତି । ବଙ୍ଗଳା ଭୂମିର, ବଙ୍ଗଳା ମାଟିର ଏହି ଅଦ୍ଭୁତ ଶକ୍ତି, ମୋହିତ କରିବା ଭଳି । ମହକକୁ ପ୍ରଣାମ କରିବାର ଇଏ ହେଉଛି ମୋ ପାଇଁ ଅବସର । ଏହା ସହିତ ଜଡିତ ଅତୀତ ଏବଂ ବର୍ତ୍ତମାନର ସମସ୍ତ ଲୋକଙ୍କୁ ମଧ୍ୟ ମୁଁ ଶ୍ରଦ୍ଧାସୁମନ ଅର୍ପଣ କରୁଛି ।
ସାଥୀଗଣ, ଆଜି ପଶ୍ଚିମବଙ୍ଗ ସହିତ ଭାରତର କଳା, ସଂସ୍କୃତି ଏବଂ ସାହିତ୍ୟ କ୍ଷେତ୍ରରେ ହେଉଛି ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଦିବସ, ଏହା ହେଉଛି ଏକ ବହୁତ ବଡ଼ ଦିନ । ଭାରତର କଳା, ସଂସ୍କୃତି ନିଜର ଐତିହ୍ୟକୁ ଏକବିଂଶ ଶତାବ୍ଦୀ ଅନୁସାରେ ସଂରକ୍ଷିତ କରିବା ଏବଂ ତାହାକୁ ନବୀକରଣ କରିବା, ପୁନଃ ବ୍ରାଣ୍ଡ ଭାବେ ବିକଶିତ କରିବା, ପୁନରୁଦ୍ଧାର କରିବା ଏବଂ ପୁଣି ଘର ଭଳି ସଜାଇବା କାର୍ଯ୍ୟର ରାଷ୍ଟ୍ରବ୍ୟାପୀ ଅଭିଯାନ ଆଜି ପଶ୍ଚିମବଙ୍ଗର ଏହି ମାଟିରୁ ଆରମ୍ଭ ହେଉଛି । ଏହି ଅଭିଯାନର ବହୁତ ବଡ଼ ଲାଭ କୋଲକାତାକୁ, ପଶ୍ଚିମବଙ୍ଗକୁ ତ ମିଳିବ ହିଁ ମିଳିବ। ଏଥିପାଇଁ ପଶ୍ଚିମବଙ୍ଗର କଳା ଏବଂ ସଂସ୍କୃତି ସହିତ ଜଡ଼ିତ ଆପଣ ସମସ୍ତ ବନ୍ଧୁମାନଙ୍କୁ ଏବଂ କଳା, ସଂସ୍କୃତି ପାଇଁ ସମର୍ପିତ ବଙ୍ଗଳାର ଜନତାଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।
ସାଥୀଗଣ, ପରମ୍ପରା ଏବଂ ପର୍ଯ୍ୟଟନ ଏହି ଦୁଇଟି ହେଉଛି ଏପରି ଏକ ବିଷୟ ଯାହା ଆମର ଐତିହ୍ୟ ସହିତ ଏବଂ ଆମର ଭାବନାତ୍ମକ ଆବେଗ ସହିତ, ଆମର ପରିଚୟ ସହିତ ସିଧାସଳଖ ସଂଯୁକ୍ତ ହୋଇଛି । କେନ୍ଦ୍ର ସରକାରଙ୍କର ଏହି ପ୍ରୟାସ ହେଉଛି କି ଭାରତର ସାଂସ୍କୃତିକ ସାମର୍ଥ୍ୟକୁ ବିଶ୍ୱ ସମ୍ମୁଖରେ ନୂତନ ରଙ୍ଗ-ରୂପରେ ରଖିବା, ଯାହାଦ୍ୱାରା ଭାରତ ଦୁନିଆର ଐତିହ୍ୟ ପର୍ଯ୍ୟଟନର ବଡ଼ କେନ୍ଦ୍ର ଭାବେ ବିକଶିତ ହେବ । ଐତିହ୍ୟ ପର୍ଯ୍ୟଟନରେ ପଶ୍ଚିମବଙ୍ଗ ସହିତ ସମଗ୍ର ଦେଶର ପର୍ଯ୍ୟଟନ ଉଦ୍ୟୋଗକୁ ସୁଦୃଢ଼ କରିବାରେ ବଡ଼ ଭୂମିକା ରହିବ । ଏହାଦ୍ୱାରା ପଶ୍ଚିମବଙ୍ଗ ସମେତ ସମଗ୍ର ଦେଶରେ ରୋଜଗାରର ଅନେକ ସୁଯୋଗ ମଧ୍ୟ ସୃଷ୍ଟି ହେବ । ଏହି କାର୍ଯ୍ୟକ୍ରମ ପରେ ରବୀନ୍ଦ୍ର ସେତୁ-ହାୱଡ଼ା ବ୍ରିଜକୁ ପର୍ଯ୍ୟଟକମାନଙ୍କ ପାଇଁ ଆହୁରି ଆକର୍ଷକ କରିବା ନିମନ୍ତେ ଭାବ ବିନିମୟ ପାଇଁ ଆଲୋକ ଏବଂ ଶବ୍ଦ ସୁବିଧା ମଧ୍ୟ ଆରମ୍ଭ ହେବାକୁ ଯାଉଛି ।
ସାଥୀଗଣ, ଦେଶର ସଦା ସର୍ବଦା ଏହି ଇଚ୍ଛା ରହିଛି କି ନିଜ ସାଂସ୍କୃତିକ ପ୍ରତୀକ ଗୁଡ଼ିକର ସଂରକ୍ଷଣ ମଧ୍ୟ ହେଉ ଏବଂ ସେଗୁଡ଼ିକର ଆଧୁନିକୀକରଣ ମଧ୍ୟ ହେଉ । ଏହି ଭାବନା ସହିତ ଯୋଡ଼ି ହୋଇ କେନ୍ଦ୍ର ସରକାର ଦେଶର ଐତିହାସିକ ଭବନଗୁଡ଼ିକୁ ନବୀକରଣ କରୁଛନ୍ତି, ପୁନରୁଦ୍ଧାର କରୁଛନ୍ତି । ପ୍ରାରମ୍ଭରେ କୋଲକାତା, ଦିଲ୍ଲୀ, ମୁମ୍ବାଇ, ଅହମ୍ମଦାବାଦ ଏବଂ ବାରଣାସୀର ଐତିହ୍ୟଠାରୁ ଆରମ୍ଭ କରାଯାଉଛି । ଏହି ଭବନରେ ନୂତନ ଗ୍ୟାଲେରୀ, ନୂତନ ପ୍ରଦର୍ଶନୀ, ଥିଏଟର, ନାଟକ ଏବଂ ମ୍ୟୁଜିକ କନସର୍ଟ ପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି । ଏହା ମଧ୍ୟ ସ୍ଥିର କରାଯାଇଛି କି ଦେଶର 5ଟି ଐତିହ୍ୟ ସମ୍ପର୍ଣ୍ଣ ସଂଗ୍ରହାଳୟକୁ ଆନ୍ତର୍ଜାତୀୟ ମାନର କରାଯିବ । ଏହାର ଶୁଭାରମ୍ଭ ବିଶ୍ୱର ସବୁଠାରୁ ପୁରାତନ ସଂଗ୍ରହାଳୟ ମଧ୍ୟରୁ ଗୋଟିଏ, ଇଣ୍ଡିଆନ୍ ମ୍ୟୁଜିୟମ କୋଲକାତାଠାରୁ କରାଯାଉଛି । ଏହା ବ୍ୟତୀତ ଦିଲ୍ଲୀ, ଚେନ୍ନାଇ, ହାଇଦ୍ରାବାଦ, ଶ୍ରୀନଗରରେ ଥିବା ସଂଗ୍ରହାଳୟଗୁଡ଼ିକର ମଧ୍ୟ ଆଧୁନିକୀକରଣ କରାଯାଉଛି । ସାଥୀଗଣ, ଦେଶର ଏହିସବୁ ଐତିହ୍ୟକୁ ସଜାଇବା ପାଇଁ, ସୁଧାରିବା ପାଇଁ ଆଉ ଏଗୁଡ଼ିକର ସୌନ୍ଦର୍ଯ୍ୟକରଣ ମଧ୍ୟ ହେଉଛି ଜରୁରୀ, ଏହାର ରକ୍ଷଣାବେକ୍ଷଣ ଏବଂ ପରିଚାଳନା ପାଇଁ ଆବଶ୍ୟକ ସମ୍ବଳକୁ ମଧ୍ୟ ନିର୍ମାଣ କରିବାକୁ ହେବ । ଏହାକୁ ଦେଖି ‘ଭାରତୀୟ ଐତିହ୍ୟ ସଂରକ୍ଷଣ ପ୍ରତିଷ୍ଠାନ’ର ନିର୍ମାଣ ଏବଂ ତାହାକୁ ଡିମଡ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ଉପରେ ମଧ୍ୟ ଆଲୋଚନା କରାଯାଉଛି ।
ସାଥୀଗଣ, କୋଲକାତା, ହେଉଛି ଭାରତର ସର୍ବୋଚ୍ଚ ସାଂସ୍କୃତିକ କେନ୍ଦ୍ର ମଧ୍ୟରୁ ଗୋଟିଏ । ଆପଣଙ୍କର ଭାବନା ଅନୁସାରେ ଏବେ କୋଲକାତାର ଏହି ସମୃଦ୍ଧ ପରିଚୟକୁ ନୂତନ ରଙ୍ଗ, ରୂପରେ ବିଶ୍ୱ ସାମ୍ନାକୁ ଆଣିବାର ପ୍ରୟାସ କରାଯାଉଛି । କୋଲକାତାର ଚାରୋଟି ଐତିହ୍ୟ ଗ୍ୟାଲେରୀ, ପୁରାତନ କରେନ୍ସି ଭବନ ହେଉ, ୱେଲୱଡେୟର୍ ହାଉସ୍ ହେଉ, ଭିକ୍ଟୋରିଆ ମେମୋରିୟାଲ ହେଉ ଅବା ପୁଣି ମେଟକାଫ୍ ହାଉସ୍ ହେଉ, ଏହାର ନବୀକରଣର କାର୍ଯ୍ୟ ସଂପୂର୍ଣ୍ଣ ହୋଇ ସାରିଛି । ୱେଲୱଡେୟରକୁ ବିଶ୍ୱ ସଂଗ୍ରହାଳୟ କରିବାର ବିଚାର ଅନେକ ଥର ସାମ୍ନାରେ ଆସିଛି । ଏବେ ଆମର ପ୍ରୟାସ ସେହି ଦିଗକୁ ଅଛି । ଗୋଟିଏ ବିଚାର ଏଠାରେ ଯାହା ଭାରତ ସରକାରଙ୍କ ଟଙ୍କାଶାଳା ହେଉ, ତାହାକୁ ମୁଦ୍ରା ଓ ବାଣିଜ୍ୟର ସଂଗ୍ରହାଳୟ ରୂପେ ମଧ୍ୟ ବିକଶିତ କରିବାର ଅଛି ।
ସାଥୀଗଣ, ଭିକ୍ଟୋରିଆ ମେମୋରିୟାଲର 5ଟି ଗ୍ୟାଲେରୀ ମଧ୍ୟରୁ 2ଟି ଗ୍ୟାଲେରୀ ଦୀର୍ଘ ସମୟ ଧରି ବନ୍ଦ ରହିବ, ସଠିକ୍ ସ୍ଥିତି ନୁହେଁ । ବିଗତ କିଛି ସମୟ ଧରି ତାହାକୁ ଖୋଲିବାର ପ୍ରୟାସ ହେଉଛି । ଏହା ମଧ୍ୟ ମୋର ଅନୁରୋଧ ରହିବ କି ଯେଉଁ ତୃତୀୟ ଗ୍ୟାଲେରୀ ଅଛି, ସେଥିରେ ସ୍ୱାଧୀନତା ଆନ୍ଦୋଳନରେ ବଙ୍ଗଳାର କ୍ରାନ୍ତିକାରୀ ଯୋଗଦାନକୁ ସ୍ଥାନ ଦିଆଯାଉ ।
ବିପ୍ଳବୀ ଭାରତ ନାମରେ ସଂଗ୍ରହାଳୟ ନିର୍ମାଣ ହେଉ, ଯେଉଁଥିରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଅରବିନ୍ଦ ଘୋଷ, ରାସବିହାରୀ ବୋଷ, ଖୁଦୀରାମ ବୋଷ, ଦେଶବନ୍ଧୁ, ବାଘା ଯତୀନ୍, ବିନୟ, ବାଦଲ, ଦିନେଶ, ଏଭଳି ପ୍ରତ୍ୟେକ ମହାନ ସଂଗ୍ରାମୀଙ୍କୁ ଏଠାରେ ସ୍ଥାନ ମିଳିବା ଦରକାର । ସାଥୀଗଣ, ସ୍ୱାଧୀନତା ପରର ଦଶକ ଦଶକ ଧରି ଯାହା ହେଲା, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସହିତ ଜଡ଼ିତ ଯେଉଁ ଭାବନାଗୁଡ଼ିକ ଦେଶର ମନରେ ଥିଲା, ତାହା ଆମେ ସମସ୍ତେ ଭଲଭାବେ ଜାଣିଛେ । ଦେଶର ସେହି ଭାବନାକୁ ସମ୍ମାନ କରି ନେତାଜୀଙ୍କ ନାମରେ ଲାଲକିଲ୍ଲାରେ ସଂଗ୍ରହାଳୟ ନିର୍ମାଣ କରାଗଲା, ଆଣ୍ଡାମାନ ନିକୋବର ଦ୍ୱୀପ ସମୂହର ଗୋଟିଏ ଦ୍ୱୀପର ନାମକରଣ ନେତାଜୀଙ୍କ ନାମରେ କରାଗଲା, ଯେତେବେଳେ ଆଜାଦ ହିନ୍ଦ୍ ସରକାରଙ୍କ 75 ବର୍ଷ ପୂରଣ ହେଲା, ଲାଲକିଲ୍ଲାରେ ଧ୍ୱଜାରୋହଣ ସୌଭାଗ୍ୟ ସ୍ୱୟଂ ମୋତେ ମିଳିଥିଲା । ନେତାଜୀଙ୍କ ସହିତ ଜଡ଼ିତ ଫାଇଲଗୁଡ଼ିକୁ ସାର୍ବଜନିକ କରିବାର ଦାବୀ ମଧ୍ୟ ବର୍ଷ ବର୍ଷ ଧରି ହେଉଥିଲା, ଯାହା ଏବେ ସଂପୂର୍ଣ୍ଣ ହୋଇଛି ।
ସାଥୀଗଣ, ନବବର୍ଷରେ ନୂତନ ଦଶକରେ ଏବେ ଦେଶକୁ ଲାଗୁଛି କି ପଶ୍ଚିମବଙ୍ଗର ଅନ୍ୟ ସନ୍ତାନଙ୍କ ଯୋଗଦାନକୁ ମଧ୍ୟ ଉଚିତ ସମ୍ମାନ ମିଳିବା ଦରକାର । ଏବେ ଆମେ ସମସ୍ତେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ମହୋଦୟଙ୍କର 200ତମ ଜନ୍ମ ଜୟନ୍ତୀ ପାଳନ କରୁଛୁ । ଏହିଭଳି ଭାବେ 2022ରେ ଯେତେବେଳେ ଭାରତର ସ୍ୱାଧୀନତାର 75 ବର୍ଷ ହେବ, ସେତେବେଳେ ଏକ ଆହୁରି ସୁଖଦ ସଂଯୋଗ ହେଉଛି । ବର୍ଷ 2022ରେ ମହାନ ସମାଜ ସଂସ୍କାରକ ଏବଂ ଶିକ୍ଷାବିତ ରାଜାରାମ ମୋହନ ରାୟଙ୍କର 250 ତମ ଜନ୍ମ ଜୟନ୍ତୀ ଆସିବାକୁ ଯାଉଛି । ଦେଶର ଆତ୍ମବିଶ୍ୱାସକୁ ଜାଗ୍ରତ କରିବା ପାଇଁ, ସମାଜରେ ଝିଅ, ଭଉଣୀ, ଯୁବକମାନଙ୍କୁ ଗାରିମା ପ୍ରଦାନ କରିବା ପାଇଁ ତାଙ୍କର ଯେଉଁ ପ୍ରୟାସ ରହିଛି, ସେହି ପରମ୍ପରାକୁ ଆଗକୁ ବଢ଼ାଇବା ମଧ୍ୟ ଜରୁରୀ ଅଟେ । ତାଙ୍କର 250 ତମ ଜନ୍ମ ଜୟନ୍ତୀ ବର୍ଷକୁ ଆମେ ଏକ ପର୍ବ ଭାବେ ପାଳନ କରିବା, ଏହା ହେଉଛି ଆମ ସମସ୍ତଙ୍କର କର୍ତ୍ତବ୍ୟ ।
ସାଥୀଗଣ, ଦେଶର ପରମ୍ପରାର ସଂରକ୍ଷଣ, ଆମର ମହାନ ବ୍ୟକ୍ତିତ୍ୱ ମାନଙ୍କର, ଆମର ଇତିହାସର ଏହି ଚିତ୍ରଣ ରାଷ୍ଟ୍ର ନିର୍ମାଣର ହେଉଛି ପ୍ରମୁଖ ଅଙ୍ଗ । ଏହା ବହୁତ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା କି ଇଂରେଜ ଶାସନ ସମୟରେ ଏବଂ ସ୍ୱାଧୀନତା ପରେ ମଧ୍ୟ ଦେଶର ଯେଉଁ ଇତିହାସ ଲେଖାଗଲା, ସେଥିରେ ଇତିହାସର କିଛି ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକୁ ଅଣଦେଖା କରି ଦିଆଗଲା ।
ସାଥୀଗଣ, ଗୁରୁଦେବ ଟାଗୋର 1903ରେ ନିଜର ଏକ ଲେଖାରେ ଯାହା ଲେଖିଥିଲେ, ମୁଁ ତାହାର ଆଲୋଚନା ଆଜି ବଙ୍ଗଳାର ଏହି ପବିତ୍ର ଧରଣୀରେ ନିଶ୍ଚିତ କରିବାକୁ ଚାହୁଁଛି । ସେ ଲେଖିଥିଲେ –‘ ଭାରତର ଇତିହାସ ତାହା ନୁହେଁ, ଯାହା ଆମେ ପରୀକ୍ଷାଗୁଡ଼ିକ ପାଇଁ ପଢ଼ୁଛେ ଏବଂ ମନେ ରଖୁଛେ । କିଛି ଲୋକ ବାହାରୁ ଆସିଲେ, ପିତା-ପୁତ୍ରର ହତ୍ୟା କରୁଥିଲା, ଭାଇ-ଭାଇକୁ ମାରୁଥିଲା, ସିଂହାସନ ପାଇଁ ସଂଘର୍ଷ ହେଉଥିଲା, ଏହା ଭାରତର ଇତିହାସ ନୁହେଁ । ଏହି ଇତିହାସରେ ଏଇ କଥା ତ ବର୍ଣ୍ଣନା ହୋଇ ନାହିଁ କି ସେତେବେଳେ ଭାରତର ନାଗରିକ, ଭାରତର ଲୋକ କ’ଣ କରୁଥିଲେ ? କ’ଣ ତାଙ୍କର କୌଣସି ଅସ୍ତିତ୍ୱ ହିଁ ନଥିଲା ।
ସାଥୀଗଣ, ଗୁରୁଦେବ ନିଜ ଲେଖାରେ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଉଦାହରଣ ମଧ୍ୟ ଦେଇଥିଲେ ଝଡ଼ ଏବଂ ବାତ୍ୟାର । ସେ ଲେଖିଥିଲେ କି ‘ଯେତେ ବଡ଼ ବାତ୍ୟା ଆସୁ, ତା’ଠାରୁ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି କି ସଙ୍କଟର ସେହି ସମୟରେ ସେଠାକାର ଲୋକମାନେ ସେହି ବାତ୍ୟାର ସାମ୍ନା କିଭଳି କଲେ ।’
ସାଥୀଗଣ, ଗୁରୁଦେବ ଏହି କଥାର ଧ୍ୟାନ ଦେଇଥିଲେ କି ଐତିହାସିକମାନେ ସେହି ଝଡ଼କୁ ଘର ବାହାରୁ ହିଁ ଦେଖିଥିଲେ, ଯାହା ସେହି ଲୋକମାନେ ଝଡ଼ର ମୁକାବିଲା କରୁଥିଲେ, ସେହି ଐତିହାସିକମାନେ ସେମାନଙ୍କ ଘରକୁ ହିଁ ଯାଇ ନଥିଲେ । ଏବେ ଯିଏ ବାହାରୁ ଦେଖିବ, ସେ ତ କେବଳ ଝଡ଼କୁ ହିଁ ଦେଖି ପାରିବ ନା !!! ସେହି ଝଡ଼ ଦ୍ୱାରା, ସେତେବେଳେ ସେଠାକାର ସମାଜ, ସେଠାକାର ସାଧାରଣ ମଣିଷ କିଭଳି ମୁକାବିଲା କଲା, ଏହା ଉପରେ ଐତିହାସିକମାନଙ୍କର ଧ୍ୟାନ ପଡ଼ିଲା ନାହିଁ’ । ଏଭଳି ଭାବରେ ଭାରତ ବର୍ଷର ଇତିହାସର ବହୁତ ଗୁଡ଼ିଏ କଥା, ପଛରେ ହିଁ ରହିଯାଇଛି ।
ସାଥୀଗଣ, ଆମ ଦେଶର ଇତିହାସ ଏବଂ ତାହାର ପରମ୍ପରା ଉପରେ ଦୃଷ୍ଟି ନିକ୍ଷେପ କରିବା, ତ କିଛି ଲୋକ ତାହାକୁ କ୍ଷମତାର ସଂଘର୍ଷ, ହିଂସା ଉତ୍ତରାଧିକାରୀଙ୍କ ଲଢ଼େଇ ପର୍ଯ୍ୟନ୍ତ ହିଁ ସୀମିତ କରି ଦେଇଥିଲେ । କିନ୍ତୁ ଏସବୁ ପଛରେ, ଯାହା ଗୁରୁଦେବ ମଧ୍ୟ କହିଥିଲେ, ଇତିହାସର ଯେଉଁ ଗୋଟିଏ ଦିଗ ଯାହା ହେଉଛି ବହୁତ ମହତ୍ୱପୂର୍ଣ୍ଣ । ଆଜି ମୁଁ ସେ ବିଷୟରେ ମଧ୍ୟ ଆପଣମାନଙ୍କ ମଧ୍ୟରେ ଚର୍ଚ୍ଚା କରିବାକୁ ଚାହୁଁଛି ।
ସାଥୀଗଣ, ଅସ୍ଥିରତାର ସେହି ସମୟରେ ହିଂସାର ଏକ ବାତାବରଣରେ ତାହାର ସାମ୍ନା କରିବା, ରାଷ୍ଟ୍ରର ଚେତନାକୁ ଜାଗ୍ରତ ରଖିବା, ତାହାକୁ ସମ୍ଭାଳିବା, ତାହାକୁ ଭବିଷ୍ୟତ ପିଢି ପର୍ଯ୍ୟନ୍ତ ପହଞ୍ଚାଇବା ତ ମଧ୍ୟ ମହତ୍ୱପୂର୍ଣ୍ଣ ଥିଲା । ଦଶକ ପରେ ଦଶକ, ପିଢି ପରେ ପିଢି, ଶତାବ୍ଦୀ ପରେ ଶତାବ୍ଦୀ ଏହି କାର୍ଯ୍ୟ କିଏ କଲା ? ଆମର କଳା, ଆମର ସାହିତ୍ୟ, ଆମର ସଂଗୀତ, ଆମର ବୁଦ୍ଧିଜୀବୀ, ଆମର ସନ୍ଥ, ଆମର ଦାର୍ଶନିକମାନେ କରିଥିଲେ । ଆଉ ଏଥିପାଇଁ, ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ଆପଣମାନଙ୍କୁ ଭିନ୍ନ ଭିନ୍ନ ପ୍ରକାରର କଳା ଏବଂ ସଂଗୀତ ସହିତ ଜଡ଼ିତ ସ୍ୱତନ୍ତ୍ର ପରମ୍ପରାଗୁଡ଼ିକୁ ଦେଖିବାକୁ ମିଳିବ । ଭାରତର ପ୍ରତ୍ୟେକ କ୍ଷେତ୍ରରେ ଆପଣମାନଙ୍କୁ ବୁଦ୍ଧିଜୀବୀ, ସନ୍ଥଜନଙ୍କ ପ୍ରଭାବ ଦେଖିବାକୁ ମିଳିବ । ଏହି ବ୍ୟକ୍ତିମାନେ ନିଜ ବିଚାରରେ, କଳା ଏବଂ ସାହିତ୍ୟର ଭିନ୍ନ-ଭିନ୍ନ ସ୍ୱରୂପରେ, ଇତିହାସକୁ ନିଜସ୍ୱ ଢଙ୍ଗରେ ସମୃଦ୍ଧ କରିଛନ୍ତି । ଆଉ ଆପଣ ସମସ୍ତେ ଏହା ମଧ୍ୟ ଭଲ ଭାବେ ଜାଣିଛନ୍ତି କି ଏଭଳି ମହାନ ବ୍ୟକ୍ତିତ୍ୱମାନେ, ଭାରତର ଇତିହାସର କିଛି ସବୁଠାରୁ ବଡ଼ ସାମାଜିକ ସଂସ୍କାରର ନେତୃତ୍ୱ ନେଇଥିଲେ । ଭାରତକୁ ଆଦି ଶଙ୍କରାଚାର୍ଯ୍ୟ, ଥିରୁନାବୁକ୍କାକାରାସାର ଭଳି କବି, ସନ୍ଥମାନଙ୍କର ଆଶୀର୍ବାଦ ମିଳିଛି । ଅନ୍ଦାଲ, ଅକ୍କା ମହାଦେବୀ ଭଗବାନ ବସବେଶ୍ୱର, ଗୁରୁ ନାନକଦେବଜୀଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗ ଆଜି ମଧ୍ୟ ଆମକୁ ପ୍ରେରଣା ଦେଉଛି । ଯେତେବେଳେ ଭାରତର ଭିନ୍ନ-ଭିନ୍ନ ଭାଗରେ ଭକ୍ତି ଆନ୍ଦୋଳନ ଚାଲିଥିଲା ତ ସେହି ଦୀର୍ଘ କାଳଖଣ୍ଡରେ ଅନେକ ସନ୍ଥ ଏବଂ ସଂସ୍କାରକମାନଙ୍କର ଗୀତ, ଚିନ୍ତାଧାରା ତାହାକୁ ସମୃଦ୍ଧ କରିଥିଲା । ସନ୍ଥ କବିର, ତୁଳସୀ ଦାସଜୀ, ଏକନାଥଜୀ, ନାମଦେବଜୀ, ସନ୍ଥ ତୁକାରାମଜୀ ସମାଜକୁ ଜାଗ୍ରତ କରି ଚାଲିଲେ । ହିନ୍ଦୁସ୍ଥାନର ଏପରି କୌଣସି କୋଣ ନଥିଲା କି ଯେଉଁଠାରେ ସେହି ସମୟରେ ଏ ପ୍ରକାରର ମହାପୁରୁଷ କାର୍ଯ୍ୟରତ ନଥିଲେ । ସମାଜ ପରିବର୍ତ୍ତନ ପାଇଁ ରାଜା ରାମ ମୋହନରାୟ ମହୋଦୟ ଏବଂ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ମହୋଦୟଙ୍କ ପ୍ରୟାସ ଆଜି ମଧ୍ୟ ହେଉଛି ସେତିକି ପ୍ରେରଣାଦାୟୀ । ଏହିପରି ଭାବେ ଆମେ ଜ୍ୟୋତିବା ଫୁଲେ, ସାବିତ୍ରୀବାଈ ଫୁଲେ, ଗାନ୍ଧିଜୀ, ବାବା ସାହେବ ଆମ୍ବେଦକର ଏଭଳି ଅନେକ ବ୍ୟକ୍ତିତ୍ୱଙ୍କୁ ଭାରତକୁ, ଭାରତର ଇତିହାସକୁ ସମୃଦ୍ଧ କରୁଥିବା ଦେଖୁଛେ ।
ସାମାଜିକ ସଂସ୍କାର, ସମାଜର କୁପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ, ସେହି ସମୟରେ ମହିଳା ସଶକ୍ତୀକରଣ ପାଇଁ ଏତେ ପ୍ରୟାସ କରିବା, ଏହା ରାଷ୍ଟ୍ରର ଚେତନାକୁ ଜାଗ୍ରତ ରଖିବାର ହିଁ ତ ପ୍ରୟାସ ଥିଲା । ଆଉ ଯେତେ ମଧ୍ୟ ନାମ ଆପଣ ଦେଖିବେ, ବହୁତ ଗୁଡ଼ିଏ ନାମ ମୁଁ ମଧ୍ୟ ନେଇ ପାରୁନାହିଁ । କିନ୍ତୁ ସେମାନେ ସାହିତ୍ୟକୁ, କଳାକୁ, ସଂଗୀତକୁ ହିଁ ନିଜ ସନ୍ଦେଶର ମାଧ୍ୟମ କରିଥିଲେ । ଏହା ହେଉଛି କଳା-ସଂଗୀତ-ସାହିତ୍ୟର ଶକ୍ତି । ସେମାନେ ହତିଆର ଶକ୍ତି ସହିତ ନୁହେଁ, ଜନଶକ୍ତିରେ ପରିବର୍ତ୍ତନ ଆଣିବାର ଇତିହାସ ଲେଖିଲେ । ଶସ୍ତ୍ର ଆଗରେ ଶାସ୍ତ୍ରର ସାମର୍ଥ୍ୟ ସେମାନେ ଦେଖାଇଥିଲେ ।
ସାଥୀଗଣ, କୌଣସି ମଧ୍ୟ ଭୂଖଣ୍ଡର ଆତ୍ମାର ପ୍ରତିନିଧିତ୍ୱ ସେଠାକାର ଲୋକମାନଙ୍କର ଭାବନାଗୁଡ଼ିକ କରିଥାଏ । ଗୀତ, ସଂଗୀତ, କଳା-ସାହିତ୍ୟର ମାଧ୍ୟମରେ ଯାହା କୁହାଯାଇଥାଏ, ତାହା ଜନ ଭାବନା ହୋଇଥାଏ । ରାଜନୈତିକ ଏବଂ ସୈନ୍ୟ ଶକ୍ତି ତ ଅସ୍ଥାୟୀ ହୋଇଥାଏ । କିନ୍ତୁ କଳା ଏବଂ ସଂସ୍କୃତି ମାଧ୍ୟମରେ ଯେଉଁ ଜନ ଭାବନାଗୁଡ଼ିକ ଅଭିବ୍ୟକ୍ତ ହୋଇଥାଏ, ତାହା ସ୍ଥାୟୀ ହୋଇଥାଏ । ଆଉ ଏଥିପାଇଁ ଆପଣମାନେ ସମୃଦ୍ଧ ଏହି ଇତିହାସକୁ, ନିଜ ଐତିହ୍ୟକୁ ଯୋଡ଼ିକରି ରଖିବା ତାହାର ସମ୍ବର୍ଦ୍ଧନ କରିବା ଭାରତ ପାଇଁ, ପ୍ରତ୍ୟେକ ଭାରତବାସୀଙ୍କ ପାଇଁ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ । ଏହା ହେଉଛି ଏପରି ଏକ ସମ୍ପଦ ଯାହା ଆମକୁ ଅନ୍ୟ ଦେଶଠାରୁ ଭିନ୍ନ କରିଛି ।
ସାଥୀଗଣ, ସଂସ୍କୃତିର ରକ୍ଷା କରିବାର ବିଷୟରେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ କହିଥିଲେ- ‘ ଆମକୁ ସମସ୍ୟା ଏହି କଥା ପାଇଁ ନୁହେଁ କି ବିଦେଶୀ ଜ୍ଞାନର ଦରଜା ଆମ ପାଇଁ ଖୋଲୁ । ସମସ୍ୟା ଏହି କଥା ପାଇଁ କି ଏହି ଜ୍ଞାନ ଆମ ଉପରେ, ଭାରତୀୟ ସଂସ୍କୃତି ସହିତ ବୁଝାମଣା କରି ଲଦି ଦିଆଗଲା । ଆବଶ୍ୟକତା ଏହି କଥାର ଥିଲା କି ସେହି ସମୟରେ ଏକ ସମନ୍ୱୟ ହେଉ ଯେଉଁଥିରେ ଭାରତୀୟ ସଂସ୍କୃତିକୁ ଅଣଦେଖା କରାନଯାଉ, ତାହାକୁ ଶେଷ କରି ଦିଆନଯାଉ’ । ଡକ୍ଟର ମୁଖାର୍ଜୀଙ୍କର ଏହି କଥା ସେହି ସମୟରେ ମଧ୍ୟ ମହତ୍ୱପୂର୍ଣ୍ଣ ଥିଲା ଆଉ ଆଜି ମଧ୍ୟ ପ୍ରାସଙ୍ଗିକ ଅଛି । ଆମକୁ ଦୁନିଆର ପ୍ରତ୍ୟେକ ସଂସ୍କୃତିରୁ କିଛି ନା କିଛି ଶିଖିବାକୁ ମିଳି ପାରୁଛି, କିନ୍ତୁ ତାହାର ମଧ୍ୟ ଧ୍ୟାନ ରଖିବାକୁ ହେବ କି ଭାରତୀୟ ସଂସ୍କୃତିର ମୂଲ୍ୟବୋଧ ଉପରେ ଆଞ୍ଚ ନଆସୁ ।
ସାଥୀଗଣ, ବଙ୍ଗଳାର ଭୂମିରେ ଜନ୍ମ ନେଇ, ଲାଳନପାଳନ ହୋଇ ବଢ଼ିଥିବା ସନ୍ତାନମାନେ, ସନ୍ଥମାନେ ଭାରତର ସମୃଦ୍ଧ ସାଂସ୍କୃତିକ ପରମ୍ପରାର ମହତ୍ଵକୁ ସର୍ବଦା ବୁଝିଛନ୍ତି । ତାହାକୁ ବୌଦ୍ଧିକତାର ନେତୃତ୍ୱ ଦେଇଛନ୍ତି । ଆକାଶରେ ଯଦିଓ ଗୋଟିଏ ଚନ୍ଦ୍ର ଚମକି ଥାଏ, କିନ୍ତୁ ବିଶ୍ୱକୁ ଭାରତର ଚମକ ଦେଖାଇବା ପାଇଁ ପଶ୍ଚିମବଙ୍ଗ ଅନେକ ଚନ୍ଦ୍ର ଦେଇଛି । ନେତାଜୀ ସୁଭାଷ ଚନ୍ଦ୍ର, ଶରତ ଚନ୍ଦ୍ର, ବଙ୍କିମଚନ୍ଦ୍ର, ଈଶ୍ୱର ଚନ୍ଦ୍ର, ଜଗଦିଶ ଚନ୍ଦ୍ର, କେଶବ ଚନ୍ଦ୍ର, ବିପିନ ଚନ୍ଦ୍ର ଭଳି ଅନେକ ଚନ୍ଦ୍ର ଭାରତର ପରିଚୟକୁ ଆହୁରି ଉଜ୍ଜ୍ୱଳ କରିଛନ୍ତି ।
ଚୈତନ୍ୟ ମହାପ୍ରଭୁଙ୍କଠାରୁ ନେଇ ରାଜା ରାମମୋହନ ରାୟ, ସ୍ୱାମୀ ବିବେକାନନ୍ଦ ଏବଂ ରବୀନ୍ଦ୍ର ନାଥ ଟାଗୋର ମହାଶୟ, ସମଗ୍ର ସଂସାର ଏବଂ ସଂପୂର୍ଣ୍ଣ ଭାରତକୁ ଜାଗ୍ରତ କରିବାର କାର୍ଯ୍ୟ କରିଛନ୍ତି । ଏହି ସମସ୍ତ ମହାପୁରୁଷମାନେ ସାରା ବିଶ୍ୱକୁ ଜଣାଇ ଦେଇଛନ୍ତି ଯେ ଭାରତ ପ୍ରକୃତରେ ହେଉଛି କ’ଣ ତାହାର ପ୍ରକୃତ ଶକ୍ତି କ’ଣ । ସେମାନେ ଭାରତକୁ ମଧ୍ୟ ଏହି ଅନୁଭବ କରାଇଛନ୍ତି କି ଆମର ଅସଲ ପୁଞ୍ଜି ହେଉଛି ଆମର ସଂସ୍କୃତି, ହେଉଛି ଅତୀତର ଆମର ଜ୍ଞାନ ବିଜ୍ଞାନ । ନଜରୁଲ ଇସ୍ଲାମ୍ ଏବଂ ଲାଲନ୍ ଫକୀରଙ୍କ କବିତାଗୁଡ଼ିକ ଏବଂ ସତ୍ୟଜିତ ରଏଙ୍କ ସିନେମାଗୁଡ଼ିକରେ ମଧ୍ୟ ଏହି ଚିନ୍ତାଧାରାକୁ ସମ୍ପ୍ରସାରିତ କରିଛି ।
ସାଥୀଗଣ, ଭାରତର ଜ୍ଞାନ-ବିଜ୍ଞାନ ଏବଂ ପୁରାତନ ପରିଚୟରୁ ଦେଶ ଏବଂ ଦୁନିଆକୁ ପରିଚିତ କରିବାର କାର୍ଯ୍ୟ ଯାହା ବଙ୍ଗଳାର ମାଟି କରିଛି, ସେହି ପରିପାଟୀକୁ ନ୍ୟୁ ଇଣ୍ଡିଆରେ ମଧ୍ୟ ଜୀବିତ ରଖିବାର ଦାୟିତ୍ୱ ହେଉଛି ଆପଣ ସମସ୍ତଙ୍କର, ହେଉଛି ଏଠାକାର ଯୁବକମାନଙ୍କର । ଏହା ହେଉଛି ପ୍ରକୃତ ସମୟ ଯେତେବେଳେ ଏଠାରୁ ପ୍ରତ୍ୟେକ କ୍ଷେତ୍ରକୁ ନୂତନ ଏବଂ ସକ୍ଷମ ନେତୃତ୍ୱ ତିଆରି କରିବାର, ଯେଉଁମାନେ ସମଗ୍ର ଦୁନିଆରେ ଭାରତର ପ୍ରତିନିଧିତ୍ୱ କରି ପାରିବେ । ଆମ ସମସ୍ତଙ୍କୁ ସ୍ୱାମୀ ବିବେକାନନ୍ଦ ମହୋଦୟଙ୍କ ସେହି କଥା ସର୍ବଦା ମନେ ରଖିବାକୁ ହେବ, ଯାହା ସେ ମିଶିଗନ୍ ବିଶ୍ୱବିଦ୍ୟାଳୟରେ କିଛି ଲୋକଙ୍କ ସହିତ ଆଲୋଚନା ସମୟରେ କହିଥିଲେ । ସ୍ୱାମୀ ବିବେକାନନ୍ଦ କହିଥିଲେ- ‘ଏବେ ବର୍ତ୍ତମାନ ଶତାବ୍ଦୀ ହୁଏତ ଆପଣଙ୍କର, କିନ୍ତୁ ଏକବିଂଶ ଶତାବ୍ଦୀ ଭାରତର ହେବ’ । ସ୍ୱାମୀ ବିବେକାନନ୍ଦଙ୍କ ସେହି ବିଶ୍ୱାସକୁ, ସେହି ସଂକଳ୍ପକୁ ସିଦ୍ଧ କରିବା ପାଇଁ ଆମେ ସମସ୍ତେ, ପ୍ରତ୍ୟେକ ଦେଶବାସୀଙ୍କୁ ସଂପୂର୍ଣ୍ଣ ଶକ୍ତି ସହିତ ନିରନ୍ତର କାର୍ଯ୍ୟ କରିବା ଦରକାର । ଆଉ ଏହି ଅଭିଯାନରେ, ଯେତେବେଳେ ପଶ୍ଚିମବଙ୍ଗର ବୁଦ୍ଧିଜୀବୀବର୍ଗ, ଆପଣ ସମସ୍ତ ସାଥୀମାନଙ୍କର ଉର୍ଜ୍ଜା, ଆପଣମାନଙ୍କର ଆଶୀର୍ବାଦ ମିଳିବ, ସଂକଳ୍ପକୁ ସିଦ୍ଧ କରିବାର ଗତି ମଧ୍ୟ ଆହୁରି ବଢ଼ିଯିବ । ମୁଁ ସ୍ୱୟଂ ଏବଂ କେନ୍ଦ୍ର ସରକାର ମଧ୍ୟ ଆପଣଙ୍କର ପ୍ରତ୍ୟେକ ପଦକ୍ଷେପ ଆପଣଙ୍କର ପ୍ରତ୍ୟେକ ପ୍ରୟାସ ସହିତ ଠିଆ ହେବାର ପ୍ରୟାସ କରିବେ, ଆପଣଙ୍କଠାରୁ ଶିଖିବାର ପ୍ରୟାସ କରିବେ । ଆପଣ ଯେଉଁ ଆତ୍ମୀୟତାର ସହିତ ଆଜି ଏହି ମହତ୍ୱପୂର୍ଣ୍ଣ ଅବସରରେ ଆପଣଙ୍କ ଗହଣକୁ ଆସି କିଛି କଥା ହେବାର ସୁଯୋଗ ଦେଲେ, ଆପଣମାନେ ଯେଉଁ ସତ୍କାର କଲେ, ସମ୍ମାନ କଲେ, ଏଥିପାଇଁ ମଧ୍ୟ ମୁଁ ଆପଣ ସମସ୍ତଙ୍କୁ ହୃଦୟର ସହିତ ବହୁତ ବହୁତ କୃତଜ୍ଞତା ଜଣାଉଛି । ମୁଁ ଦେଶବାସୀଙ୍କୁ ମଧ୍ୟ ଅନୁରୋଧ କରିବି କି ଆପଣ ଯେତେବେଳେ ମଧ୍ୟ କୋଲକାତା ଯାଉଛନ୍ତି ତ ଏହି ଚାରୋଟି ଐତିହ୍ୟ ସମ୍ପନ୍ନ ସ୍ଥାନକୁ ନିଶ୍ଚିତ ଯାଆନ୍ତୁ । ଆମର ସେହି ମହାପୁରୁଷମାନଙ୍କର ସେ ସମୟର ଚିନ୍ତାଧାରାକୁ, ସେମାନଙ୍କର କଳାକୁ, ସେମାନଙ୍କର ଭାବନାଗୁଡ଼ିକୁ, ସେହି ସମୟର ଜନ ମାନସର ଅଭିବ୍ୟକ୍ତିକୁ ଆପଣମାନେ ଦେଖନ୍ତୁ, ଜାଣନ୍ତୁ ଏବଂ ବିଶ୍ୱକୁ ଜଣାନ୍ତୁ । ବହୁତ –ବହୁତ ଧନ୍ୟବାଦ ।
*******
संस्कृति और साहित्य की तरंग और उमंग से भरे कोलकाता के इस वातावरण में आकर मन और मस्तिष्क आनंद से भर जाता है।
— PMO India (@PMOIndia) January 11, 2020
ये एक प्रकार से मेरे लिए खुद को तरोताज़ा करने का और बंगाल की वैभवशाली कला और सांस्कृतिक पहचान को नमन करने का अवसर है: PM @narendramodi
अभी जब प्रदर्शनी देखी, तो ऐसा लगा था जैसे मैं उन पलों को स्वयं जी रहा हूं जो उन महान चित्रकारों, कलाकारों, रंगकारों ने रचे हैं, जीए हैं।
— PMO India (@PMOIndia) January 11, 2020
बांग्लाभूमि की, बंगाल की मिट्टी की इस अद्भुत शक्ति, मोहित करने वाली महक को मैं नमन करता हूं: PM @narendramodi
भारत की कला, संस्कृति और अपनी हैरिटेज को 21वीं सदी के अनुसार संरक्षित करने और उनको Reinvent, Rebrand, Renovate और Rehouse करने का राष्ट्रव्यापी अभियान आज पश्चिम बंगाल से शुरु हो रहा है: PM @narendramodi
— PMO India (@PMOIndia) January 11, 2020
केंद्र सरकार का ये प्रयास है कि भारत के सांस्कृतिक सामर्थ्य को दुनिया के सामने नए रंग-रूप में रखे, ताकि भारत दुनिया में हैरिटेज टूरिज्म का बड़ा सेंटर बनकर उभरे: PM @narendramodi
— PMO India (@PMOIndia) January 11, 2020
ये भी तय किया गया है कि देश के 5 Iconic Museums को International Standard का बनाया जाएगा। इसकी शुरुआत विश्व के सबसे पुराने म्यूजियम में से एक, Indian Museum Kolkata से की जा रही है: PM @narendramodi
— PMO India (@PMOIndia) January 11, 2020
बिप्लॉबी भारत नाम से म्यूज़ियम बने, जिसमें नेताजी सुभाषचंद्र बोस, ऑरबिंदो घोष, रास बिहारी बोस, खुदी राम बोस, देशबंधु, बाघा जतिन, बिनॉय, बादल, दिनेश, ऐसे हर महान सेनानी को यहां जगह मिलनी चाहिए: PM @narendramodi
— PMO India (@PMOIndia) January 11, 2020
जब आज़ाद हिंद सरकार के 75 वर्ष पूरे हुए तो लाल किले में ध्वजारोहण का सौभाग्य मुझे खुद मिला। नेताजी से जुड़ी फाइलों को सार्वजनिक करने की मांग भी बरसों से हो रही थी, जो अब पूरी हो चुकी है: PM @narendramodi
— PMO India (@PMOIndia) January 11, 2020
अभी हम सभी ईश्वर चंद्र विद्यासागर जी की 200वीं जन्मजयंति मना रहे हैं। इसी तरह 2022 में जब भारत की आज़ादी के 75 वर्ष होंगे, तब एक और सुखद संयोग बन रहा है। साल 2022 में महान समाज सुधारक और शिक्षाविद राजा राममोहन राय की 250वीं जन्मजयंति आने वाली है: PM @narendramodi
— PMO India (@PMOIndia) January 11, 2020
ये बहुत दुर्भाग्यपूर्ण रहा कि अंग्रेजी शासन के दौरान और स्वतंत्रता के बाद भी देश का जो इतिहास लिखा गया, उसमें इतिहास के कुछ अहम पक्षों को नजरअंदाज कर दिया गया: PM @narendramodi
— PMO India (@PMOIndia) January 11, 2020
गुरुदेव ने अपने एक लेख में एक बहुत महत्वपूर्ण उदाहरण भी दिया था आंधी और तूफान का। उन्होंने लिखा था कि “चाहे जितना भी तूफान आए, उससे भी ज्यादा अहम होता है कि संकट के उस समय में, वहां के लोगों ने उस तूफान का सामना कैसे किया”: PM @narendramodi
— PMO India (@PMOIndia) January 11, 2020
भारत को आदि शंकराचार्य, थिरुनावुक्कारासार जैसे कवि संतों का आशीर्वाद मिला। अंदाल, अक्का महादेवी, भगवान बशवेश्वर, गुरु नानक देव जी द्वारा दिखाया गया मार्ग, आज भी हमें प्रेरणा देता है: PM @narendramodi
— PMO India (@PMOIndia) January 11, 2020
राजनीतिक और सैन्यशक्ति तो अस्थाई होती है, लेकिन कला और संस्कृति के जरिए जो जनभावनाएं अभिव्यक्त होती हैं, वो स्थाई होती हैं।
— PMO India (@PMOIndia) January 11, 2020
और इसलिए, अपने समृद्ध इतिहास को, अपनी धरोहर को संजोकर रखना, उनका संवर्धन करना भारत के लिए, हर भारतवासी के लिए बहुत महत्वपूर्ण है: PM @narendramodi
हम सभी को स्वामी विवेकानंद जी की वो बात हमेशा याद रखनी है, जो उन्होंने मिशिगन यूनिवर्सिटी में कुछ लोगों से संवाद के दौरान कही थी।
— PMO India (@PMOIndia) January 11, 2020
स्वामी विवेकानंद ने उन्हें कहा था- “अभी वर्तमान सदी भले ही आपकी है, लेकिन 21वीं सदी भारत की होगी”: PM @narendramodi
Today, from the Old Currency Building in Kolkata, dedicated heritage buildings to the nation.
— Narendra Modi (@narendramodi) January 11, 2020
Such efforts are vital to connect our youth with our priceless heritage. pic.twitter.com/f10MWeqXPu
Iconic words of Gurudev Tagore, which aptly describe India’s greatness. pic.twitter.com/KpNq0GKbOB
— Narendra Modi (@narendramodi) January 11, 2020
India’s history isn’t merely about battles and power struggles.
— Narendra Modi (@narendramodi) January 11, 2020
Every part of India has unique art, culture and music.
Our land has produced outstanding Saints, seers and social reformers who have led extraordinary changes in society. pic.twitter.com/1j7yBK5lJS
The great land of Bengal has provided intellectual leadership to our nation. pic.twitter.com/59oeHXVzSH
— Narendra Modi (@narendramodi) January 11, 2020