ପିଏମଇଣ୍ଡିଆ
କୋଭିଡ-19 ନୋଭେଲ କରୋନା ଭୂତାଣୁ ଉପରେ ହୋଇଥିବା ପ୍ରସ୍ତୁତି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମୀକ୍ଷା କରିଛନ୍ତି ।
“କୋଭିଡ-19 ନୋଭେଲ କୋରୋନା ଭୂତାଣୁକୁ ଦୃଷ୍ଟିରେ ରଖି ଏହାକୁ ପ୍ରତିରୋଧ କରିବା ନେଇ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଛି । ଭାରତରେ ପହଞ୍ଚୁଥିବା ସବୁ ଲୋକଙ୍କୁ ଯାଞ୍ଚ କରାଯିବା ଠାରୁ ଆରମ୍ଭ କରି ତୁରନ୍ତ ଚିକିତ୍ସା ପ୍ରଦାନ କରାଯିବା ଦିଗରେ ବିଭିନ୍ନ ମନ୍ତ୍ରଣାଳୟ ଏବଂ ରାଜ୍ୟମାନେ ମିଳିମିଶି କାର୍ଯ୍ୟ କରୁଛନ୍ତି ।
ଏଥିଲାଗି ଭୟଭୀତ ହେବାର କାରଣ ନାହିଁ । ଆମକୁ ମିଳିମିଶି କାମ କରିବାକୁ ହେବ ଏବଂ ଆତ୍ମସୁରକ୍ଷା ସୁନିଶ୍ଚିତ କରିବା ଲାଗି ଛୋଟ କିନ୍ତୁ ମହତ୍ଵପୂର୍ଣ୍ଣ ଉପାୟ ଅବଲମ୍ବନ କରିବାକୁ ପଡିବ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Had an extensive review regarding preparedness on the COVID-19 Novel Coronavirus. Different ministries & states are working together, from screening people arriving in India to providing prompt medical attention.
— Narendra Modi (@narendramodi) March 3, 2020
There is no need to panic. We need to work together, take small yet important measures to ensure self-protection. pic.twitter.com/sRRPQlMdtr
— Narendra Modi (@narendramodi) March 3, 2020