ପିଏମଇଣ୍ଡିଆ
• 10ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ବିଲୟ ଘଟି ହେବ 4ଟି ବ୍ୟାଙ୍କ
• ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପରିଦୃଶ୍ୟରେ ଆସିବ ବ୍ୟାପକ ପରିବର୍ତ୍ତନ
• ଡିଜିଟାଲ ଭାବେ ପରିଚାଳିତ ବ୍ୟାଙ୍କରେ ବିଶ୍ୱସ୍ତରୀୟ କାର୍ଯ୍ୟପ୍ରଣାଳୀ ଓ ବ୍ୟବସାୟିକ ତାଳମେଳରେ ଆସିବ ସୁଧାର
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ 10ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ 4ଟି ବ୍ୟାଙ୍କରେ ବିଲୟ ସହିତ ବ୍ୟାପକ ବ୍ୟାଙ୍କ ସମ୍ମିଶ୍ରଣ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି । ଏଥିରେ ସାମିଲ ରହିଛି:-
1. ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଓ ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆର ବିଲୟ ।
2. କାନାରା ବ୍ୟାଙ୍କରେ ସିଣ୍ଡିକେଟ ବ୍ୟାଙ୍କର ମିଶ୍ରଣ ।
3. ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆରେ ଆନ୍ଧ୍ରା ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କର ବିଲୟ ।
4. ଇଣ୍ଡିଆନ ବ୍ୟାଙ୍କରେ ଆହ୍ଲାବାଦ ବ୍ୟାଙ୍କର ମିଶ୍ରଣ ।
ଏହି ବିଲୟ 1 ଏପ୍ରିଲ, 2020 ଠାରୁ ଲାଗୁ ହେବ ଏବଂ ଏହାର ପରିଣାମ ସ୍ୱରୂପ ରାଷ୍ଟ୍ରାୟତ୍ତ କ୍ଷେତ୍ରର 7ଟି ବଡ଼ ବ୍ୟାଙ୍କ ସୃଷ୍ଟି ହେବ । ପ୍ରତ୍ୟେକ ଏକୀକୃତ ବ୍ୟାଙ୍କରେ 80 ଲକ୍ଷ କୋଟି ଟଙ୍କାରୁ ଅଧିକ କାରବାର ସହିତ ଏହାର ରାଷ୍ଟ୍ରୀୟ ପ୍ରସାର ମଧ୍ୟ ବିସ୍ତାରିତ ହେବ । ଏହି ବ୍ୟାପକ ବ୍ୟାଙ୍କ ସମ୍ମିଶ୍ରଣ ଫଳରେ ଭାରତୀୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ତୁଳନାତ୍ମକ କ୍ଷେତ୍ରରେ ବିଶ୍ୱସ୍ତରୀୟ ବ୍ୟାଙ୍କଗୁଡ଼ିକ ସହ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବାରେ ସକ୍ଷମ ହୋଇପାରିବେ । ଏହି ଏକୀକରଣ ଫଳରେ ବ୍ୟାପକ ପୁଞ୍ଜିଗତ ଲାଭ ବୃଦ୍ଧି ପାଇବ ଫଳରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଭାରତୀୟ ବ୍ୟାଙ୍କିଙ୍ଗ ପ୍ରଣାଳୀରେ ନିଜର ପ୍ରତିଦ୍ୱନ୍ଦ୍ୱୀ କ୍ଷମତା ଏବଂ ସକାରାତ୍ମକ ପ୍ରଭାବକୁ ସମ୍ପ୍ରସାରିତ କରିପାରିବେ ।
ଏହାବ୍ୟତୀତ ଏହି ବିଲୟ ଫଳରେ ବ୍ୟାଙ୍କଗୁଡ଼ିକରେ ବ୍ୟାପକ ପରିମାଣରେ ଋଣ ସହାୟତା ସହିତ ଆର୍ଥିକ କ୍ଷମତା ମାଧ୍ୟମରେ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ପରିଚାଳନାକୁ ମଧ୍ୟ ପ୍ରୋତ୍ସାହନ ମିଳିବ । ସମସ୍ତ ସମନ୍ୱିତ ବ୍ୟାଙ୍କରେ ସର୍ବୋତମ କାର୍ଯ୍ୟପ୍ରଣାଳିକୁ ଆପଣାଇବା ଫଳରେ ସେମାନଙ୍କ ପୁଞ୍ଜି ବିନିଯୋଗ ଦକ୍ଷତା ଓ ବିପତି ପରିଚାଳନାରେ ସୁଧାର ଆସିପାରିବ । ବ୍ୟାଙ୍କଗୁଡ଼ିକର ବ୍ୟାପକ ବିସ୍ତାର ଫଳରେ ଆର୍ଥିକ ସମାବେଶନ ଲକ୍ଷ୍ୟ ମଧ୍ୟ ବୃଦ୍ଧି ପାଇବ ।
ସମସ୍ତ ଏକୀକୃତ ବ୍ୟାଙ୍କରେ ଉନ୍ନତ ଜ୍ଞାନକୌଶଳକୁ ଆପଣାଇବା ଫଳରେ ବ୍ୟାପକ ଯୋଗ୍ୟ ସମୂହ ଏବଂ ଏକ ବଡ଼ ଡାଟା ବେସ ପର୍ଯ୍ୟନ୍ତ ପହଁଚ ସୁନିଶ୍ଚିତ ହେବ । ଏଥିସହିତ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଖୁବ ଦ୍ରୁତ ଗତିରେ ଡିଜିଟାଲ ହେଉଥିବା ବ୍ୟାଙ୍କିଙ୍ଗ ପରିଦୃଶ୍ୟରେ ବିଶ୍ଳେଷାତ୍ମକ କାର୍ଯ୍ୟକ୍ଷମତା ଦ୍ୱାରା ପ୍ରତିଦ୍ୱନ୍ଦ୍ୱିତାର ଲାଭ ନେବାର ସ୍ଥିତିରେ ରହିପାରିବେ ।
**********