ପିଏମଇଣ୍ଡିଆ
• 22 ମାର୍ଚ୍ଚ ସକାଳ 7ଟାରୁ ରାତି 9ଟା ପର୍ଯ୍ୟନ୍ତ ଜନତା କର୍ଫୁ ପାଇଁ ନିବେଦନ
• 22 ମାର୍ଚ୍ଚ ଅପରାହ୍ଣ 5ଟାରେ ନିଃସ୍ୱାର୍ଥପର ସେବାପ୍ରଦାନକାରୀଙ୍କ ପ୍ରତି କୃତଜ୍ଞତା ପ୍ରକଟ କରିବାକୁ ଆହ୍ୱାନ
• ଭୟଭୀତ ହୋଇ ସାମଗ୍ରୀ ନ କିଣିବାକୁ ନାଗରିକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ; ଜରୁରୀ ସାମଗ୍ରୀ ମହଜୁଦ ନେଇ ଦେଲେ ଆଶ୍ୱାସନା
• ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ‘କୋଭିଡ-19 ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସ’ ଗଠନ ପାଇଁ ଘୋଷଣା
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋଭିଡ-19 ମୁକାବିଲା ଲାଗି ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ନବରାତ୍ର ଅବସରରେ ପ୍ରଧାନମନ୍ତ୍ରୀ ଦେଶର ଜନସାଧାରଣଙ୍କୁ 9ଟି ଅନୁରୋଧ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ଏହି ମହାମାରୀର ମୁକାବିଲା ଲାଗି ସଂଯମ ଓ ସଂକଳ୍ପର ଆବଶ୍ୟକତା ରହିଛି । ସେ ସମସ୍ତ ନାଗରିକଙ୍କୁ ରୋଗ ସଂକ୍ରମଣ ରୋକିବା ଲାଗି କେତେକ ପଦକ୍ଷେପ ନେବାକୁ ଆହ୍ୱାନ କରିଥିଲେ । ଏହି ମହାମାରୀକୁ ହାଲୁକା ଭାବେ ନ ନେବାକୁ ସେ ଅନୁରୋଧ କରିବା ସହିତ ଏହାର ନିରାକରଣ ଲାଗି ସତର୍କ ରହିବା ପାଇଁ ଆହ୍ୱାନ କରିଥିଲେ ।
ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ “ଆମେ ସୁସ୍ଥ ରହିଲେ ବିଶ୍ୱ ସୁସ୍ଥ ରହିବ” ମନ୍ତ୍ର ପାଳନ ପାଇଁ ଆହ୍ୱାନ କରିଥିଲେ । ‘ସାମାଜିକ ଦୂରତା’ ବା ସୋସିଆଲ ଡିଷ୍ଟାନ୍ସିଂ ନିୟମ ପାଳନ କରିବା ଲାଗି ସେ ନାଗରିକମାନଙ୍କୁ ଅନୁରୋଧ କରିଥିଲେ । ଏହି ନିୟମକୁ ଧୈର୍ଯ୍ୟର ସହ ପାଳନ କରିବା ଲାଗି ସେ ନାଗରିକମାନଙ୍କୁ ଅନୁରୋଧ କରିବା ସହ ଅତି ଜରୁରୀ ହେଲେ ଘରୁ ବାହାରିବା ଏବଂ ଘରେ ଥାଇ କାମ କରିବା ତଥା ଅଯଥା ଯାତ୍ରା ନକରିବା ପାଇଁ ଆହ୍ୱାନ କରିଥିଲେ । ଆସନ୍ତା କିଛି ସପ୍ତାହ ପର୍ଯ୍ୟନ୍ତ 60 ବର୍ଷରୁ ଊର୍ଦ୍ଧ୍ଵ ବୟସର ଲୋକମାନେ ଘରୁ ନବାହାରିବା ଲାଗି ପ୍ରଧାନମନ୍ତ୍ରୀ ବରିଷ୍ଠ ନାଗରିକମାନଙ୍କୁ ଅନୁରୋଧ କରିଥିଲେ । ସେ ଡାକ୍ତରଖାନାଗୁଡ଼ିକ ଉପରେ ପଡ଼ୁଥିବା ଚାପ ବିଷୟରେ ଉଲ୍ଲେଖ କରି ନାଗରିକମାନଙ୍କୁ ଅନୁରୋଧ କରିଥିଲେ ଯେ ରୁଟିନ ସ୍ୱାସ୍ଥ୍ୟ ପରୀକ୍ଷା ଆବଶ୍ୟକ ନଥିଲେ ତାହାକୁ ଏଡ଼ାଇଯିବା ଦରକାର ।
ଜନତା କର୍ଫ୍ୟୁ
ଆସନ୍ତା 22 ମାର୍ଚ୍ଚ ରବିବାର ଦିନ ସକାଳ 7ଟା ଠାରୁ ରାତି 9ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ଆହ୍ୱାନ କରିଥିଲେ । ଜରୁରୀ ସେବାରେ ନିୟୋଜିତ ଥିବା ଲୋକମାନଙ୍କୁ ବାଦ ଦେଇ ଅନ୍ୟମାନଙ୍କୁ ଘରୁ ନବାହାରିବା ଲାଗି ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ । ଏପରି ଜନ ଆନ୍ଦୋଳନ ଏବଂ ଏଥିରୁ ମିଳିଥିବା ଅଭିଜ୍ଞତାକୁ ଆଧାର କରି ଆମେ ଆଗାମୀ ଦିନର ଆହ୍ୱାନକୁ ମୁକାବିଲା କରିପାରିବା । ମାର୍ଚ୍ଚ 22ରେ ଆମର ପ୍ରୟାସ ଆମର ଆତ୍ମସଂଯମ ଏବଂ ଦେଶର ହିତ ପାଇଁ କର୍ତ୍ତବ୍ୟ ପାଳନ ଦିଗରେ ଆମ ପ୍ରତିବଦ୍ଧତାର ପରିଚାୟକ ହେବ । ରାଜ୍ୟ ସରକାରମାନଙ୍କୁ ନେତୃତ୍ୱ ନେବାକୁ ଅନୁରୋଧ କରି ପ୍ରଧାନମନ୍ତ୍ରୀ ଏନସିସି, ଏନଏସଏସ, ନାଗରିକ ସମାଜ ଭଳି ସଂଗଠନକୁ ଜନତା କର୍ଫ୍ୟୁ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଅନୁରୋଧ କରିଥିଲେ । ସେ ସମସ୍ତଙ୍କ ଅତିକମରେ 10 ଜଣ ଲେଖାଏଁ ଲୋକଙ୍କୁ ଫୋନରେ ଜନତା କର୍ଫ୍ୟୁ ପାଳନ କରିବା ଲାଗି ସୂଚନା ଦେବାକୁ ଅନୁରୋଧ କରିଥିଲେ ।
ନିଃସ୍ୱାର୍ଥ ସେବକମାନଙ୍କୁ ଧନ୍ୟବାଦ
ପ୍ରଧାନମନ୍ତ୍ରୀ କହିଥିଲେ ଯେ କୋଭିଡ-19 ମହାମାରୀର ମୁକାବିଲା ଦିଗରେ ବହୁ ସାହସୀ ଲୋକ ଅଗ୍ରଣୀ ଭୂମିକା ନିର୍ବାହ କରୁଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ସ୍ୱାସ୍ଥ୍ୟ କର୍ମୀ, ପୋଲିସ, ସରକାରୀ କର୍ମଚାରୀ, ବିମାନ ବନ୍ଦର କର୍ମଚାରୀ, ଗଣମାଧ୍ୟମ କର୍ମୀ, ବସ, ଟ୍ରେନ, ଅଟୋ ସେବାରେ ଥିବା କର୍ମୀ ଏବଂ ହୋମ ଡେଲିଭରି କରୁଥିବା କର୍ମଚାରୀ । ଏଭଳି କଷ୍ଟକର ସମୟରେ ସେମାନେ ଦେଶ ପାଇଁ ବହୁତ ବଡ଼ ସେବା କରୁଛନ୍ତି । ସେମାନଙ୍କୁ ସମ୍ମାନ ଜଣାଇବା ଲାଗି ମାର୍ଚ୍ଚ 22 ସନ୍ଧ୍ୟା 5ଟାରେ ସମସ୍ତେ ସେମାନଙ୍କ ଘର ଦ୍ୱାର କିମ୍ବା ବାଲକୋନିରେ ଛିଡ଼ା ହୋଇ 5 ମିନିଟ ପର୍ଯ୍ୟନ୍ତ ତାଳି ମାରି କିମ୍ବା ଘଣ୍ଟି ବଜାଇ ଧନ୍ୟବାଦ ପ୍ରକଟ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ ।
ସେହିପରି ଅପରାହ୍ଣ 5ଟାରେ ସାଇରନ ବଜାଇ ସେମାନଙ୍କୁ ଧନ୍ୟବାଦ ଜଣାଇବା ଲାଗି ସେ ସ୍ଥାନୀୟ ପ୍ରଶାସନକୁ ଅନୁରୋଧ କରିଥିଲେ ।
ଆର୍ଥିକ ଆହ୍ୱାନର ମୁକାବିଲା
ଏହି ମହାମାରୀ ଦ୍ୱାରା ପଡ଼ିଥିବା ଆର୍ଥିକ ଆହ୍ୱାନର ମୁକାବିଲା ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ‘କୋଭିଡ-19 ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସ’ ଗଠନ କରାଯିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଏହି ଟାସ୍କଫୋର୍ସ ବିଭିନ୍ନ ଅଂଶୀଦାରଙ୍କ ସହିତ ଆଲୋଚନା କରି ମତାମତ ସଂଗ୍ରହ କରିବ ଏବଂ ଏହାରି ଆଧାରରେ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ପଦକ୍ଷେପ ନେବ । ଏହି ଟାସ୍କଫୋର୍ସ ମଧ୍ୟ ନିଆଯାଇଥିବା ନିଷ୍ପତ୍ତିର କାର୍ଯ୍ୟାନ୍ୱୟନ ତଦାରଖ କରିବ ।
ପ୍ରଧାନମନ୍ତ୍ରୀ ମଧ୍ୟ ବ୍ୟବସାୟୀ ଗୋଷ୍ଠୀ ଏବଂ ଉଚ୍ଚ ଆୟ ବର୍ଗର ଲୋକମାନଙ୍କୁ ଅନୁରୋଧ କରି କହିଥିଲେ ଯେ ସେବା ଯୋଗାଉଥିବା ନିମ୍ନ ଆୟ ବର୍ଗର ଲୋକମାନଙ୍କ ଦରମା ଏଭଳି ସଂକଟଜନକ ପରିସ୍ଥିତିରେ ସେମାନେ କାଟିବା ଅନୁଚିତ । କାର୍ଯ୍ୟସ୍ଥଳୀକୁ ଆସିନପାରି ସେବା ଯୋଗାଇବାକୁ ଅସମର୍ଥ ହେଉଥିବା ଲୋକଙ୍କ ପ୍ରତି ମାନବିକତାର ସହ ବିଚାର କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ ।
ଖାଦ୍ୟ, କ୍ଷୀର, ଔଷଧ ଆଦି ଜରୁରୀ ସାମଗ୍ରୀର ଅଭାବ ହେବ ନାହିଁ ଏବଂ ଏ ଦିଗରେ ଯଥେଷ୍ଟ ପଦକ୍ଷେପ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆଶ୍ୱାସନା ଦେଇଥିଲେ । ତେଣୁ ଅଯଥା ଆତଙ୍କିତ ହୋଇ କିଣାକିଣି ନ କରିବାକୁ ସେ ଅନୁରୋଧ କରିଥିଲେ ।
କୋଭିଡ-19 ମୁକାବିଲା ଲାଗି ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ । ଗୁଜବ ଓ ଭୁଲ ସୂଚନାକୁ ବିଶ୍ୱାସ ନକରିବା ଲାଗି ସେ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ । ଏଭଳି ବୈଶ୍ୱିକ ମହାମାରୀ ସମୟରେ “ମାନବତାର ବିଜୟ ଓ ଭାରତର ବିଜୟ” ଜରୁରୀ ବୋଲି ସେ କହିଥିଲେ ।
Watch Live! https://t.co/UHSCp7Wcu9
— PMO India (@PMOIndia) March 19, 2020
मेरे प्रिय देशवासियों,
— PMO India (@PMOIndia) March 19, 2020
पूरा विश्व इस समय संकट के बहुत बड़े गंभीर दौर से गुजर रहा है: PM @narendramodi #IndiaFightsCorona
मैं आज प्रत्येक देशवासी से एक और समर्थन मांग रहा हूं।
— PMO India (@PMOIndia) March 19, 2020
ये है जनता-कर्फ्यू।
जनता कर्फ्यू यानि जनता के लिए,
जनता द्वारा खुद पर लगाया गया कर्फ्यू: PM @narendramodi #IndiaFightsCorona
इस रविवार,
— PMO India (@PMOIndia) March 19, 2020
यानि
22 मार्च को,
सुबह 7 बजे से रात
9 बजे तक, सभी देशवासियों को,
जनता-कर्फ्यू का पालन करना है: PM @narendramodi #IndiaFightsCorona
साथियों,
— PMO India (@PMOIndia) March 19, 2020
22 मार्च को हमारा ये प्रयास, हमारे आत्म-संयम,
देशहित में कर्तव्य पालन के संकल्प का एक प्रतीक होगा।
22 मार्च को जनता-कर्फ्यू की सफलता, इसके अनुभव, हमें आने वाली चुनौतियों के लिए भी तैयार करेंगे: PM @narendramodi #IndiaFightsCorona
संभव हो तो हर व्यक्ति प्रतिदिन कम से कम
— PMO India (@PMOIndia) March 19, 2020
10 लोगों को फोन करके कोरोना वायरस से बचाव के उपायों के साथ ही जनता-कर्फ्यू के बारे में भी बताए।
साथियों,
ये जनता कर्फ्यू एक प्रकार से हमारे लिए,
भारत के लिए एक कसौटी की तरह होगा: PM @narendramodi #IndiaFightsCorona
ये कोरोना जैसी वैश्विक महामारी के खिलाफ लड़ाई के लिए भारत कितना तैयार है, ये देखने और परखने का भी समय है।
— PMO India (@PMOIndia) March 19, 2020
आपके इन प्रयासों के बीच, जनता-कर्फ्यू के दिन,
22 मार्च को मैं आपसे एक और सहयोग चाहता हूं: PM @narendramodi #IndiaFightsCorona
मैं चाहता हूं कि
— PMO India (@PMOIndia) March 19, 2020
22 मार्च, रविवार के दिन हम ऐसे सभी लोगों को धन्यवाद अर्पित करें।
रविवार को ठीक
5 बजे,
हम अपने घर के दरवाजे पर खड़े होकर,
बाल्कनी में,
खिड़कियों के
सामने खड़े होकर
5 मिनट तक ऐसे लोगों का आभार व्यक्त करें: PM @narendramodi #IndiaFightsCorona
पूरे देश के स्थानीय प्रशासन से भी मेरा आग्रह है कि
— PMO India (@PMOIndia) March 19, 2020
22 मार्च को
5 बजे,
सायरन की आवाज से इसकी सूचना लोगों तक पहुंचाएं।
सेवा परमो धर्म के हमारे संस्कारों को मानने वाले ऐसे देशवासियों के लिए हमें पूरी श्रद्धा के साथ अपने भाव व्यक्त करने होंगे: PM @narendramodi #IndiaFightsCorona
संकट के इस समय में,
— PMO India (@PMOIndia) March 19, 2020
आपको ये भी ध्यान रखना है कि हमारी आवश्यक सेवाओं पर,
हमारे हॉस्पिटलों पर दबाव भी निरंतर बढ़ रहा है।
इसलिए मेरा आपसे आग्रह ये भी है कि रूटीन चेक-अप के लिए अस्पताल जाने से जितना बच सकते हैं,
उतना बचें: PM @narendramodi #IndiaFightsCorona
कोरोना महामारी से उत्पन्न हो रही आर्थिक चुनौतियों को ध्यान में रखते हुए, वित्त मंत्री के नेतृत्व में सरकार ने एक
— PMO India (@PMOIndia) March 19, 2020
कोविड-19-Economic Response Task Force
के गठन का फैसला लिया है: PM @narendramodi #IndiaFightsCorona
ये टास्क फोर्स,
— PMO India (@PMOIndia) March 19, 2020
ये भी सुनिश्चित करेगी कि, आर्थिक मुश्किलों को कम करने के लिए जितने भी कदम उठाए जाएं,
उन पर प्रभावी रूप से अमल हो: PM @narendramodi #IndiaFightsCorona
संकट के इस समय में मेरा देश के व्यापारी जगत,
— PMO India (@PMOIndia) March 19, 2020
उच्च आय वर्ग से भी आग्रह है कि अगर संभव है तो आप
जिन-जिन लोगों से सेवाएं लेते हैं, उनके आर्थिक हितों का ध्यान रखें: PM @narendramodi #IndiaFightsCorona
मैं देशवासियों को इस बात के लिए भी आश्वस्त करता हूं कि देश में दूध,
— PMO India (@PMOIndia) March 19, 2020
खाने-पीने का सामान, दवाइयां,
जीवन के लिए ज़रूरी ऐसी आवश्यक चीज़ों की कमी ना हो इसके लिए तमाम कदम उठाए जा रहे हैं: PM @narendramodi #IndiaFightsCorona
पिछले दो महीनों में,
— PMO India (@PMOIndia) March 19, 2020
130 करोड़ भारतीयों ने,
देश के हर नागरिक ने,
देश के सामने आए इस संकट को अपना संकट माना है,
भारत के लिए,
समाज के लिए उससे जो बन पड़ा है,
उसने किया है: PM @narendramodi #IndiaFightsCorona
मुझे भरोसा है कि आने वाले समय में भी आप अपने कर्तव्यों का,
— PMO India (@PMOIndia) March 19, 2020
अपने दायित्वों का इसी तरह निर्वहन करते रहेंगे।
हां, मैं मानता हूं कि ऐसे समय में कुछ कठिनाइयां भी आती हैं, आशंकाओं और अफवाहों का वातावरण भी पैदा होता है: PM @narendramodi #IndiaFightsCorona
कुछ दिन में नवरात्रि का पर्व आ रहा है।
— PMO India (@PMOIndia) March 19, 2020
ये शक्ति उपासना का पर्व है।
भारत पूरी शक्ति के साथ आगे बढ़े, यही शुभकामना है: PM @narendramodi #IndiaFightsCorona
On 22nd March 2020, let us observe a Janata Curfew and add strength to the fight against COVID-19. #IndiaFightsCorona. pic.twitter.com/qOqhQaJES5
— Narendra Modi (@narendramodi) March 19, 2020
At 5 PM on 22nd March 2020, the day of the Janata Curfew, I have a special request. Will you all help? #IndiaFightsCorona pic.twitter.com/Qi63adPUJh
— Narendra Modi (@narendramodi) March 19, 2020
At 5 PM on 22nd March 2020, the day of the Janata Curfew, I have a special request. Will you all help? #IndiaFightsCorona pic.twitter.com/Qi63adPUJh
— Narendra Modi (@narendramodi) March 19, 2020
A request to the people of India- please do not indulge in panic buying. #IndiaFightsCorona pic.twitter.com/ZG1ho45hQG
— Narendra Modi (@narendramodi) March 19, 2020