ପିଏମଇଣ୍ଡିଆ
ଲକଡାଉନ ନିୟମକୁ ଦେଶର କିଛି ଲୋକ ଗମ୍ଭୀର ଭାବେ ନେଉନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁଃଖ ପ୍ରକାଶ କରି କହିଛନ୍ତି ।
ଏକ ଟ୍ଵିଟରେ ଶ୍ରୀ ମୋଦୀ ଲୋକଙ୍କୁ ନିବେଦନ କରି କହିଛନ୍ତି ଯେ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଦତ୍ତ ନିର୍ଦ୍ଦେଶଗୁଡ଼ିକୁ କଡାକଡି ଭାବେ ପାଳନ କରି ସେମାନଙ୍କ ପରିବାରର ସଦସ୍ୟ ଓ ନିଜକୁ ସୁରକ୍ଷିତ ରଖନ୍ତୁ ।
ସେ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ, ଲୋକମାନେ ଯେପରି ଲକଡାଉନକୁ କଡାକଡି ପାଳନ କରିବେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ ।
लॉकडाउन को अभी भी कई लोग गंभीरता से नहीं ले रहे हैं। कृपया करके अपने आप को बचाएं, अपने परिवार को बचाएं, निर्देशों का गंभीरता से पालन करें। राज्य सरकारों से मेरा अनुरोध है कि वो नियमों और कानूनों का पालन करवाएं।
— Narendra Modi (@narendramodi) March 23, 2020