ପିଏମଇଣ୍ଡିଆ
ଭାରତ ଓ କାତାର ମଧ୍ୟରେ କୌଶଳ ବିକାଶ ସହଯୋଗ ଏବଂ ଯୋଗ୍ୟତା ସ୍ୱୀକୃତି ସଂପର୍କିତ ବୁଝାମଣାପତ୍ରକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ପ୍ରଦାନ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ଏହି ନିଷ୍ପତି ନିଆଯାଇଛି । ଏହି ରାଜିନାମାର ସର୍ତ୍ତାବଳୀ ଅନୁସାରେ ଉଭୟ ରାଷ୍ଟ୍ର କୌଶଳ ବିକାଶ ଘେନି ପରସ୍ପରକୁ ସହଯୋଗ କରିବେ । ସେହିଭଳି ପ୍ରତିପକ୍ଷ ରାଷ୍ଟ୍ରଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଅନ୍ୟ ରାଷ୍ଟ୍ର ସ୍ୱୀକୃତି ପ୍ରଦାନ କରିବା ଦିଗରେ ମଧ୍ୟ ଏହି ବୁଝାମଣାପତ୍ର କାର୍ଯ୍ୟ କରିବ । ଏ ଦିଗରେ ଥିବା ସମସ୍ତ ସମସ୍ୟାକୁ ଆଲୋଚନା ମାଧ୍ୟମରେ ଦୂର କରାଯିବ । ଏହାଦ୍ୱାରା ଉଭୟ ରାଷ୍ଟ୍ର ଶ୍ରମିକ-କାରିଗରଙ୍କ ଚଳନଶୀଳତା, କୌଶଳବିକାଶ ଏବଂ ନିଯୁକ୍ତି କ୍ଷେତ୍ରରେ ସୁଧାର ଆସିବ ।