Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମେକ୍ସିକୋ ରାଷ୍ଟ୍ରପତିଙ୍କ ସହ ମିଳିତ ଗଣମାଧ୍ୟମ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

ମେକ୍ସିକୋ ରାଷ୍ଟ୍ରପତିଙ୍କ ସହ ମିଳିତ ଗଣମାଧ୍ୟମ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ


ମହାମହିମ ଏନରିକ ପେନା ନିଏତୋ

ଶ୍ରଦ୍ଧେୟ ବନ୍ଧୁଗଣ,

ମୁଚାସ ଗ୍ରାସିଆସ, ସେନର ପ୍ରେସିଡେଣ୍ଟେ !

ରାଷ୍ଟ୍ରପତି ମହୋଦୟ ଆପଣଙ୍କ ହାର୍ଦ୍ଦିକ ସ୍ୱାଗତ ପାଇଁ ଅଶେଷ ଧନ୍ୟବାଦ ।

ମୋ ପ୍ରତି ଆପଣ ଖୁବ ସୁନ୍ଦର ଆତିଥ୍ୟ ଦେଇଥିବାରୁ ମୁଁ ଆପଣଙ୍କ ନିକଟରେ କୃତଜ୍ଞ । ପ୍ରଧାନମନ୍ତ୍ରୀ ହେବାପରେ ଆପଣଙ୍କର ପ୍ରସିଦ୍ଧ ଦେଶକୁ ଏହା ମୋର ପ୍ରଥମ ଗସ୍ତ । ଜଣେ ସାଧାରଣ ଭାରତୀୟ ଭାବେ ନବେ ଦଶକରେ ମୁଁ ଆପଣଙ୍କ ଦେଶକୁ ଆସିଥିଲି ଏବଂ ସେତେବେଳେ ଆପଣଙ୍କ ଦେଶର ସାଂସ୍କୃତିକ ସମୃଦ୍ଧିର ଅନୁଭବ କରିଥିଲି । ବିଗତ ଦୁଇ ବର୍ଷ ମଧ୍ୟରେ ଏହା ହେଉଛି ଆମର ତୃତୀୟ ସାକ୍ଷାତ । ଆପଣଙ୍କ ସହିତ ଆଲୋଚନାଗୁଡିକ ଗଭୀର ଭାବେ ଉତ୍ସାହପ୍ରଦ ହୋଇଥାଏ । ମୁଁ ବାସ୍ତବରେ ରାଷ୍ଟ୍ରପତି ମହୋଦୟଙ୍କର ବନ୍ଧୁତ୍ୱକୁ ଅତି ଗୁରୁତ୍ୱ ପ୍ରଦାନ କରେ ।

ବନ୍ଧୁଗଣ,

ମେକ୍ସିକୋ ହେଉଛି ପ୍ରଥମ ଲାଟିନ ଆମେରିକା ଦେଶ ଯିଏକି ଭାରତର ଚିହ୍ନଟ କରିଥିଲା । ସେବେଠାରୁ ଆମର ସମସ୍ତ ଦ୍ୱିପକ୍ଷୀୟ ବନ୍ଧୁତ୍ୱରେ ଦୃତ ବିକାଶ ହୋଇଛି । ୨୦୦୭ ମସିହାରେ ବିଶେଷ ଭାଗିଦାରୀରେ ବନ୍ଧୁତ୍ୱ ସ୍ଥାପନ କରିଥିଲୁ । ଆଜି ଆମ ଆଲୋଚନାରେ ଦ୍ୱିପକ୍ଷୀୟ ବନ୍ଧୁତ୍ୱ, ଦୁଇ ଦେଶର ପାରସ୍ପରିକ ବିଶ୍ୱିକ ସମସ୍ୟା ଉପରେ ରାଷ୍ଟ୍ରପତି ଏବଂ ମୁଁ ଆଲୋଚନା କରିଥିଲୁ । ଦ୍ୱିପକ୍ଷୀୟ ବନ୍ଧୁତ୍ୱକୁ ଆହୁରି ସୁଦୃଢ କରିବାକୁ ଏକ ରୋଡମ୍ୟାପ ପ୍ରସ୍ତୁତ କରାଯିବ ବୋଲି ଆମେ ସହମତି ଜଣାଇଛୁ ।

ବନ୍ଧୁଗଣ,

ବାଣିଜ୍ୟ ଏବଂ ପୁଞ୍ଜି ନିବେଶ ଆମ ବନ୍ଧୁତ୍ୱର ଗୁରୁତ୍ୱପୂର୍ଣ୍ଣ ଚାଳକ । ମେକ୍ସିକୋ ଭାରତର ଶକ୍ତି ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର । ଏବେ ଆମେ କେବଳ କ୍ରେତା-ବିକ୍ରେତା ସମ୍ପର୍କର ଉର୍ଦ୍ଧ୍ଵରେ ଏକ ଦୀର୍ଘକାଳୀନ ଭାଗୀଦାରୀ ପାଇଁ ଆଗ୍ରହୀ । ସୂଚନା ପ୍ରଯୁକ୍ତି ସେବା, ଶକ୍ତି, ଫାର୍ମାସ୍ୟୁଟିକାଲ ଏବଂ ମୋଟର ବାହନ ଉଦ୍ୟୋଗଗୁଡିକ ଆମର ବାଣିଜ୍ୟିକ ସମ୍ପର୍କର ମୁଖ୍ୟ ବିକାଶ କ୍ଷେତ୍ରଗୁଡିକ ମଧ୍ୟରୁ ଅନ୍ୟତମ । ବାଣିଜ୍ୟିକ, ପୁଞ୍ଜି ନିବେଶ ଏବଂ ନୂତନ କ୍ଷେତ୍ରରେ ବିଜ୍ଞାନ ଏବଂ କାରିଗରୀ କୌଶଳ ଭାଗୀଦାରୀକୁ ବିସ୍ତୃତ କରିବାର ପ୍ରଚ୍ଛନ୍ନ କ୍ଷମତା ରହିଛି । ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଏବଂ ମୁଁ ଅନ୍ତରୀକ୍ଷ ବିଜ୍ଞାନ ଏବଂ ପ୍ରଯୁକ୍ତି କୌଶଳ କ୍ଷେତ୍ରରେ ସହଯୋଗକୁ ଆହୁରି ସମୃଦ୍ଧ କରିବା ପାଇଁ ସହମତି ଜଣାଇଛୁ । କୃଷି ଅନୁସନ୍ଧାନ, ଜୈବ ପ୍ରଦ୍ୟୋଗିକି, ବର୍ଜ୍ୟବସ୍ତୁ ପରିଚାଳନା, ବିପର୍ଯ୍ୟୟ ଚେତାବନୀ ଏବଂ ପ୍ରବନ୍ଧନ ଏବଂ ସୌର ଶକ୍ତିକୁ ପ୍ରାଥମିକତା ଦିଆଯିବ । ଅନ୍ତର୍ରାଷ୍ଟ୍ରୀୟ ସୌର ଚୁକ୍ତି ପାଇଁ ଭାରତକୁ ସମର୍ଥନ କରିଥିବାରୁ ମୁଁ ରାଷ୍ଟ୍ରପତି ପେନା ନିଏତୋଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି । ଏହା ବିଶେଷ ଭାବେ ବିକାଶଶୀଳ ଏବଂ ବିକାଶଶୀଳ ଛୋଟ ଦ୍ୱୀପ ଦେଶଗୁଡିକ ପାଇଁ ସୌର ପ୍ରଯୁକ୍ତି କୌଶଳ ବିଶ୍ୱିକ କାନଭାସରେ ପରିବର୍ତ୍ତନ ଆଣିବ ।

ବନ୍ଧୁଗଣ,

ରାଷ୍ଟ୍ରପତି ଏବଂ ମୁଁ ଏହି ଦଶନ୍ଧିର ଆହ୍ୱାନ ଏବଂ ସୁଯୋଗଗୁଡିକର ଚିହ୍ନଟ କରିସାରିଛୁ । ଆମେ ଅନୁଭବ କରୁଛୁ ଯେ ଅନ୍ତର୍ରାଷ୍ଟ୍ରୀୟ ସ୍ତରର ସମସ୍ୟା ଉପରେ ଆମର ଏକାଭିମୁଖତା ରହିଛି । ଏନଏସଜିରେ ଭାରତର ସଦସ୍ୟତାକୁ ସକାରାତ୍ମକ ଏବଂ ରଚନାତ୍ମକ ସମର୍ଥନ ଦେଇଥିବାରୁ ମୁଁ ରାଷ୍ଟ୍ରପତି ପେନା ନିଏତୋଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ।

ମହାମାନ୍ୟ,

ମୁଁ ଆପଣଙ୍କଠାରେ ଏହି ଦେଶର ସଂସ୍କାର ଏବଂ ଏହାର ଭାଗ୍ୟ ଦେଖୁଛି । ମୁଁ ମଧ୍ୟ ଭାରତର ଅର୍ଥନୈତିକ ଏବଂ ପ୍ରଶାସନିକ ଢାଞ୍ଚାରେ ସଂସ୍କାର ଆଣିବା ଦିଗରେ ଅଧିକ ଧ୍ୟାନ ଦେଉଛି । ଏହା ଏଭଳି ଏକ କ୍ଷେତ୍ର ଅଟେ ଯେଉଁଠି ଶ୍ରେଷ୍ଠ କାର୍ଯ୍ୟ ପଦ୍ଧତି ଆଦାନ ପ୍ରଦାନ ଦୁଇ ଦେଶର ସମାଜ ପାଇଁ ହିତକର ହେବ । ବନ୍ଧୁଗଣ, ‘ଇନ ଲାଇଟ ଅଫ ଇଣ୍ଡିଆ’ ପୁସ୍ତକରେ ମହାନ ଲେଖକ ଅକ୍ଟୋଭିଓ ପାଜ ଲେଖିଛନ୍ତି ଯେ ‘ମୁଁ ବୁଝିପାରେ ଯେ ଭାରତୀୟ ହେବାର ମର୍ଯ୍ୟାଦା କଣ, କାରଣ ମୁଁ ହେଉଛି ଜଣେ ମେକ୍ସିକାନ’ । ମୋର ବିଶ୍ୱାସ ଯେ ଆମର ଦ୍ୱିପକ୍ଷୀୟ ବନ୍ଧୁତ୍ୱକୁ ସୁଦୃଢ କରିବାରେ ଆମେ ସଫଳ ହୋଇଛୁ ଯାହା ଆଗକୁ ଆହୁରି ଅନେକ ସଫଳତା ଆଣିଦେବ । ଏହା ମୋ ପାଇଁ ଏକ ଆନନ୍ଦଦାୟକ ଗସ୍ତ ଥିଲା । ମହାମାନ୍ୟ, ଆପଣଙ୍କ ଆତିଥ୍ୟ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସ୍ୱାଗତ ପାଇଁ ମୁଁ ପୁଣି ଥରେ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି । ମୁଁ ଅତିଶୀଘ୍ର ଭାରତରେ ଆପଣଙ୍କୁ, ରାଷ୍ଟ୍ରପତି ମହୋଦୟଙ୍କୁ ସ୍ୱାଗତ କରିବାର ସୁଯୋଗ ପାଇବି ବୋଲି ଆଶା କରୁଛି ।

ଧନ୍ୟବାଦ,

ଅନେକ ଅନେକ ଧନ୍ୟବାଦ ।

**********