ପିଏମଇଣ୍ଡିଆ
ନମସ୍ତେ!
ବାଣିଜ୍ୟ ଜଗତର ନେତୃବୃନ୍ଦ,
ବିଶିଷ୍ଟ ଅତିଥିବୃନ୍ଦ,
ଆମେରିକା-ଭାରତ ବ୍ୟବସାୟିକ ପରିଷଦକୁ ମୁଁ ଧନ୍ୟବାଦ ଜଣାଉଛି ଯେ ଏହି ସଂସ୍ଥାନ ମୋତେ ଆଜି “ଇଣ୍ଡିଆ ଆଇଡିଆ ସମିଟ”ରେ ଉଦ୍ବୋଧନ ଦେବା ଲାଗି ଏଠାକୁ ଆମନ୍ତ୍ରଣ କରିଛନ୍ତି । ଏହି ଅବସରରେ ୟୁଏସଆଇବିସି ତା’ର 45ତମ ପ୍ରତିଷ୍ଠା ବାର୍ଷିକୀ ପାଳନ କରୁଥିବାରୁ ମୁଁ ମଧ୍ୟ ଏହି ସଂଗଠନକୁ ଅଭିନନ୍ଦନ ଜ୍ଞାପନ କରୁଛି । ବିଗତ କେଇ ଦଶନ୍ଧି ମଧ୍ୟରେ ୟୁଏସଆଇବିସି ଭାରତ ଓ ଆମେରିକାର ବ୍ୟବସାୟ କ୍ଷେତ୍ରକୁ ପରସ୍ପରର ନିକଟତର କରାଇ ପାରିଛି । ୟୁଏସଆଇବିସି ଚଳିତ ବର୍ଷର ଶୀର୍ଷକ – ‘ଏକ ଉତ୍ତମ ଭବିଷ୍ୟତର ନିର୍ମାଣ” ଭାବେ ଚୟନ କରିବା ମଧ୍ୟ ବେଶ୍ ପ୍ରାସଙ୍ଗିକ ମନେହୁଏ।
ବନ୍ଧୁଗଣ,
ଆମେ ସଭିଏଁ ଏହି କଥାରେ ନିଶ୍ଚିତ ରୂପେ ସହମତ ହେବା ଯେ ବିଶ୍ୱ ପାଇଁ ଅବଶ୍ୟ ଏକ ଉତ୍ତମ ଭବିଷ୍ୟତର ଆବଶ୍ୟକତା ରହିଛି । ଏବଂ, ଆମେମାନେ ସଭିଏଁ ଆମର ଭବିଷ୍ୟତକୁ ଏହି ଦିଗରେ ସାମୂହିକ ଭାବେ ଏକ ଉତ୍ତମ ରୂପରେଖ ଦେବାର ଆବଶ୍ୟକତା ରହିଛି । ମୋର ଦୃଢ଼ ବିଶ୍ୱାସ ଯେ ଭବିଷ୍ୟତ ପ୍ରତି ଆମର ଚିନ୍ତନ ଓ କାର୍ଯ୍ୟଧାରା ମୁଖ୍ୟତଃ ମାନବ କୈନ୍ଦ୍ରିକ ହେବା ଆବଶ୍ୟକ । ଆମର ବିକାଶ କାର୍ଯ୍ୟକ୍ରମର ସୂଚୀରେ ଗରିବ ଓ ଦୁର୍ବଳ ଶ୍ରେଣୀର ଲୋକମାନେ ପ୍ରାଧାନ୍ୟ ଲାଭ କରିବା ଉଚିତ । “ଇଜ୍ ଅଫ୍ ଡୁଇଂ ବିଜିନେସ୍” ଯେତିକି ଗୁରୁତ୍ୱପୂର୍ଣ୍ଣ “ଇଜ୍ ଅଫ୍ ଲିଭିଂ” ମଧ୍ୟ ସେତିକି ମହତ୍ତ୍ୱ ବହନ କରେ ।
ବନ୍ଧୁଗଣ,
ନିକଟ ଅତୀତର ଅନୁଭୂତି ଆମମାନଙ୍କୁ ଏହି ଶିକ୍ଷା ଦେଇଛି ଯେ ବୈଶ୍ୱିକ ଅର୍ଥନୀତି ଅଧିକତର ଭାବେ ସକ୍ରିୟତା ଏବଂ ସର୍ବାଧିକତା ଉପରେ ଗୁରୁତ୍ୱ ଆରୋପ କରିଛି । ସକ୍ରିୟତା ନିଶ୍ଚିତ ଭାବେ ଏକ ଉତ୍ତମ ଚିନ୍ତାଧାରା । କିନ୍ତୁ ଗୋଟିଏ ଦୃଷ୍ଟିରୁ ଦେଖିଲେ ଆମେମାନେ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ଆଉ ଗୋଟିଏ କଥା ଉପରେ ମଧ୍ୟ ଧ୍ୟାନ ଦେବାକୁ ଭୁଲି ଯାଉଛେ । ତାହା ହେଲା ବାହ୍ୟ ପ୍ରତିକୂଳ ପ୍ରଭାବକୁ ସହ୍ୟ କରିବାର ଶକ୍ତି । ଏକ ବୈଶ୍ୱିକ ମହାମାରୀ ଆମ ସଭିଙ୍କୁ ସ୍ମରଣ କରାଇ ଦେଇଛି ଯେ ସହନଶୀଳତାର କେତେ ମହତ୍ତ୍ୱ ରହିଛି ।
ବନ୍ଧୁଗଣ,
ବୈଶ୍ୱିକ ଅର୍ଥନୈତିକ ସହନଶୀଳତା ସେତିକି ବେଳେ ହାସଲ କରାଯାଇ ପାରିବ ଯେତେବେଳେ ଘରୋଇ ଆର୍ଥିକ କ୍ଷମତା ବୃଦ୍ଧି ପାଇବ । ଏହାର ଅର୍ଥ ହେଲା, ଘରୋଇ କ୍ଷମତା ବୃଦ୍ଧି । ତାହା ଉତ୍ପାଦନ ହୋଇଥାଉ ଅଥବା ଆର୍ଥିକ ବ୍ୟବସ୍ଥାର ପୁନଃ ସଂସ୍ଥାପନ ହୋଇଥାଉ କିମ୍ବା ଅନ୍ତରାଷ୍ଟ୍ରୀୟ ବାଣିଜ୍ୟ କାରବାରର ବିବିଧକରଣ ହୋଇଥାଉ ।
ବନ୍ଧୁଗଣ,
ଭାରତ “ଆତ୍ମନିର୍ଭର ଭାରତ” କାର୍ଯ୍ୟକ୍ରମ ମାଧ୍ୟମରେ ଏକ ସମୃଦ୍ଧ ଓ ସହନଶୀଳ ବିଶ୍ୱ ନିର୍ମାଣ ପାଇଁ ବଜ୍ର ଆହ୍ୱାନ ଜଣାଇଛି ଓ ଏହି ଦିଗରେ ତା’ର ଅବଦାନ ପାଇଁ ଅଣ୍ଟା ଭିଡ଼ିଛି । ଏବଂ, ସେହି ଲକ୍ଷ୍ୟ ହାସଲ କରିବା ସକାଶେ, ଆମେ ଆପଣମାନଙ୍କ ସହଭାଗୀତାକୁ ଅପେକ୍ଷା କରି ରହିଛୁ!
ବନ୍ଧୁଗଣ,
ଆଜି, ଭାରତ ପ୍ରତି ସାରା ବିଶ୍ୱରେ ଏକ ସକାରାତ୍ମକ ମନୋଭାବ ସୃଷ୍ଟି ହୋଇପାରିଛି । ଏହା ଏଥି ପାଇଁ ହୋଇ ପାରିଛି କାରଣ ଭାରତ ଉନ୍ମୁକ୍ତତା, ସୁଯୋଗ ଏବଂ ପ୍ରୟାସର ଏକ ସୁବ୍ୟବସ୍ଥିତ ସମନ୍ୱୟ ଓ ମିଶ୍ର ବାତାବରଣ ପ୍ରଦାନ କରିପାରିଛି । ମୁଁ ଏହାକୁ ଆଉ ସାମାନ୍ୟ ବିସ୍ତାରିତ ଭାବେ ସୂଚୀତ କରୁଛି । ଭାରତ ସଦା ସର୍ବଦା ଏହାର ନାଗରିକମାନଙ୍କ ପାଇଁ ଏବଂ ଶାସନ କ୍ଷେତ୍ରରେ ଉନ୍ମୁକ୍ତତାର ବାତାବରଣ ସୃଷ୍ଟି କରିଆସିଛି । ମୁକ୍ତ ମନ ହିଁ ଏକ ମୁକ୍ତ ବଜାର ପାଇଁ ସୁଯୋଗ ସୃଷ୍ଟି କରିବ । ମୁକ୍ତ ବଜାର ଆମକୁ ଅଧିକତର ସମୃଦ୍ଧି ପଥରେ ଆଗେଇନେବ । ଏହିସବୁ ନୀତି ଉପରେ ଉଭୟ ଭାରତ ଏବଂ ଆମେରିକା ସହମତ ହୋଇଛନ୍ତି ।
ବନ୍ଧୁଗଣ,
ଗତ ଛଅ ବର୍ଷ ଭିତରେ, ଆମେ ଆମର ଅର୍ଥନୀତିକୁ ମୁକ୍ତ ଏବଂ ସଂସ୍କାରଧର୍ମୀ କରିବା ସକାଶେ ଅନେକ ଗୁଡ଼ିଏ ପ୍ରୟାସ କରିଆସିଛୁ । ସଂସ୍କାର “ପ୍ରତିଯୋଗିତାର ଭାବନା”ର ବୃଦ୍ଧିକୁ ସୁନିଶ୍ଚିତ କରିଛି, “ସ୍ୱଚ୍ଛତା”କୁ ସମୃଦ୍ଧ କରିଛି, “ଡିଜିଟାଇଜେସନ”କୁ ସଂମ୍ପ୍ରସାରିତ କରିଛି, “ଅଭିନବତ୍ୱ”କୁ ବଢ଼ାଇଛି ଏବଂ “ନୀତିଗତ ସ୍ଥିରତା”କୁ ବୃହତ୍ତର କହିଛି ।
ବନ୍ଧୁଗଣ,
ଭାରତ ଏବେ ସୁଯୋଗର ଏକ ଭୂମି ରୂପେ ମୁଣ୍ଡ ଟେକିଛି । ମୁଁ ଏହାର ଗୋଟିଏ ଉଦାହରଣ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ଚାହେଁ, ଏବଂ ତାହା ପ୍ରଯୁକ୍ତି କ୍ଷେତ୍ରର ଉଦାହରଣ ରୂପେ ମୁଁ ପ୍ରଦାନ କରୁଛି । ନିକଟରେ, ଭାରତରେ ଏକ ଚମତ୍କାର ରିପୋର୍ଟ ବାହାରିଛି । ସେଥିରେ ଦର୍ଶାଯାଇଛି ଯେ ପ୍ରଥମ ଥର ପାଇଁ ଗ୍ରାମାଞ୍ଚଳର ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟ ସହରାଞ୍ଚଳରେ ବସବାସ କରୁଥିବା ଲୋକମାନେ ଯେତିକି ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି ତାହାଠାରୁ ଅଧିକ । କଳ୍ପନା କରନ୍ତୁ ଏହାର ମାତ୍ରାକୁ ! ବର୍ତ୍ତମାନ ଭାରତରେ ପ୍ରାୟ 50 କୋଟିରୁ ଅଧିକ ସଂଖ୍ୟକ ଇଣ୍ଟରନେଟ ବ୍ୟବହାରକାରୀ ରହିଛନ୍ତି । ଅର୍ଥାତ୍ 50 କୋଟି ଲୋକ ପରସ୍ପର ସହ ଏବଂ ସାରା ବିଶ୍ୱ ସହ ସଂଯୁକ୍ତ ହୋଇ ରହିଛନ୍ତି । ଏହା ଆପଣମାନଙ୍କୁ ବିଶାଳ ବୋଲି ଲାଗୁଛି କି ? ଏକଥା ଶୁଣି ଆମର ନିଃଶ୍ୱାସ ଦଣ୍ଡକ ପାଇଁ ରୋକି ଯାଉଛି କି ? କାରଣ, 50 କୋଟିରୁ ଅଧିକ ଲୋକ ପରସ୍ପର ସହ ସଂଯୁକ୍ତ ହୋଇ ରହିଛନ୍ତି ! ପ୍ରଯୁକ୍ତି କ୍ଷେତ୍ରରେ ଯେଉଁ ସୁଯୋଗ ରହିଛି ସେଥିରେ ସର୍ବାଧୁନିକ ପ୍ରଯୁକ୍ତି ଯଥା 5G, ବିଗ୍ ଡାଟା ଆନାଲିଟିକ୍ସ, କ୍ୱାଣ୍ଟମ୍ କମ୍ପ୍ୟୁଟିଂ, ବ୍ଲକ୍ ଚେନ୍ ଓ ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ ଭଳି ପର୍ଯ୍ୟାପ୍ତ ସୁଯୋଗ ଭରି ରହିଛି ।
ବନ୍ଧୁଗଣ,
ଭାରତରେ ନିବେଶ କରିବାର ଯେଉଁସବୁ ସୁଯୋଗ ରହିଛି ତାହାର କ୍ଷେତ୍ର ବେଶ୍ ବ୍ୟାପକ । ଭାରତ ଆପଣମାନଙ୍କୁ ଆମ ଦେଶର କୃଷକମାନଙ୍କ କଠିନ ପରିଶ୍ରମ କ୍ଷେତ୍ରରେ ନିବେଶ ପାଇଁ ଆହ୍ୱାନ ଜଣାଉଛି । ଭାରତ କୃଷି କ୍ଷେତ୍ରରେ ନିକଟରେ ଅନେକ ଐତିହାସିକ ସଂସ୍କାର କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରିଛି । ତେଣୁ ଏହି କ୍ଷେତ୍ରରେ ପୁଂଜି ନିବେଶର ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ହୋଇଛି । ତାହା କୃଷି ଇନ୍ପୁଟ୍ ହୋଇଥାଉ ଅଥବା କୃଷି ଯନ୍ତ୍ରପାତି କ୍ଷେତ୍ରରେ ହୋଇଥାଉ । କୃଷି ଯୋଗାଣ ଚେନରେ ହୋଇଥାଉ ବା ରେଡ଼ି – ଟୁ – ଇଟ୍ ସାମଗ୍ରୀ କ୍ଷେତ୍ରରେ ହେଉ । ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ହେଉ ଅବା ଜୈବ ଉତ୍ପାଦ କ୍ଷେତ୍ରରେ ହେଉ । ଭାରତର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ 2025 ମସିହା ସୁଦ୍ଧା ପ୍ରାୟ ଅର୍ଦ୍ଧ ଟ୍ରିଲିଅନ୍ ଡଲାର ନିବେଶର ସୁଯୋଗ ରହିଛି । ଏହି କ୍ଷେତ୍ରରେ ଯେଭଳି ଅଧିକ ରାଜସ୍ୱ ପ୍ରବାହିତ ହୋଇପାରିବ, ସେଥିପାଇଁ ଭାରତୀୟ କୃଷି କ୍ଷେତ୍ରରେ ଥିବା ନିବେଶର ସୁଯୋଗକୁ ହାସଲ କରିବାର ପ୍ରକୃଷ୍ଟ ସମୟ ଏବେ ଉପଲବ୍ଧ !
ଭାରତ ଆପଣମାନଙ୍କୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିବେଶ ପାଇଁ ଆହ୍ୱାନ ଜଣାଉଛି । ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ର ପ୍ରତିବର୍ଷ 22 ପ୍ରତିଶତ ଠାରୁ ଅଧିକ କ୍ଷିପ୍ରତା ସହ ଅଭିବୃଦ୍ଧି କରିଚାଲିଛି । ଆମର ଘରୋଇ କମ୍ପାନୀମାନେ ମେଡ଼ିକାଲ ପ୍ରଯୁକ୍ତି, ଟେଲି ମେଡ଼ିସିନ୍ ଏବଂ ଡାଏଗ୍ନୋଷ୍ଟିକ୍ସ ଉତ୍ପାଦନ କ୍ଷେତ୍ରରେ ବେଶ୍ ସଫଳତାର ସହ ପ୍ରଗତି କରି ଚାଲିଛନ୍ତି । ଫାର୍ମା କ୍ଷେତ୍ରରେ ଭାରତ ଓ ଆମେରିକା ଏବେ ସୁଦ୍ଧା ଏକ ବିଶାଳ ପାରସ୍ପରିକ ସହଯୋଗର ସହବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ଏହାର ମାତ୍ରା ଓ ବେଗକୁ ହାସଲ କରିବା ନିମନ୍ତେ, ଏବେ ସବୁଠାରୁ ବଡ଼ ସୁଯୋଗଟି ହେଲା ଭାରତୀୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୁଂଜି ନିବେଶକୁ ସଂପ୍ରସାରଣ କରିବା !
ଭାରତ ଆପଣମାନଙ୍କୁ ଶକ୍ତି କ୍ଷେତ୍ରରେ ପୁଂଜି ଖଟାଇବା ନିମନ୍ତେ ଆମନ୍ତ୍ରଣ କରୁଛି । ଯେହେତୁ ଭାରତ ଏବେ ବାଷ୍ପଭିତ୍ତିକ ଅର୍ଥନୀତି ଦିଗରେ ମୁଣ୍ଡ ଟେକୁଛି, ସେଥିପାଇଁ ଆମେରିକୀୟ କମ୍ପାନୀମାନଙ୍କ ସକାଶେ ଭାରତର ଏହି କ୍ଷେତ୍ରରେ ପୁଂଜି ପ୍ରବେଶ କରିବାର ଅପୂର୍ବ ସୁଯୋଗ ଭରି ରହିଛି । ସେହିଭଳି ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ମଧ୍ୟ ପୁଂଜି ଖଟାଇବାର ବିଶାଳ ସୁଯୋଗ ଅପେକ୍ଷାରତ । ଆପଣମାନଙ୍କ ନିବେଶ ପାଇଁ ଅଧିକ ଶକ୍ତି ସଂଗ୍ରହ କରିବା ସକାଶେ ଭାରତର ଶକ୍ତି କ୍ଷେତ୍ରରେ ପ୍ରବେଶ ଓ ପୁଂଜି ପ୍ରବାହ କରିବାର ଏହା ହେଉଛି ଉପଯୁକ୍ତ ମୁହୂର୍ତ୍ତ ।
ଭାରତ ଆପଣମାନଙ୍କୁ ଭିତ୍ତିଭୂମି କ୍ଷେତ୍ରରେ ପୁଂଜି ନିବେଶ ନିମନ୍ତେ ଆହ୍ୱାନ ଜଣାଉଛି । ଆମର ଦେଶ ଏବେ ଇତିହାସରେ ପ୍ରଥମ ଥର ଲାଗି ସର୍ବାଧିକ ଭିତ୍ତିଭୂମି ସୃଷ୍ଟି ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଛି । ତେଣୁ ଆଗେଇ ଆସନ୍ତୁ, ଆମ ସହ ସହଭାଗୀତାରେ ଯୋଗ ଦିଅନ୍ତୁ ଏବଂ ଭାରତର ଲକ୍ଷ ଲକ୍ଷ ଲୋକଙ୍କ ସକାଶେ ବାସଗୃହ ନିର୍ମାଣ କିମ୍ବା ସଡ଼କ ନିର୍ମାଣ, ରାଜମାର୍ଗ ନିର୍ମାଣ ଓ ବନ୍ଦର ନିର୍ମାଣ ଆଦି କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ ।
ବେସାମରିକ ବିମାନ ଚଳାଚଳ କ୍ଷେତ୍ର ହେଉଛି ଏ ଦିଗରେ ଆଉ ଏକ ସ୍ଥାନ ଯେଉଁଠାରେ ବିକାଶର ବିଶାଳ ସାମର୍ଥ୍ୟ ଭରି ରହିଛି । ଆଗାମୀ 8 ବର୍ଷ ଭିତରେ ଆମର ବିମାନ ଯାତ୍ରାକାରୀଙ୍କ ସଂଖ୍ୟା ଦୁଇଗୁଣ ଠାରୁ ଅଧିକ ହେବାର ଆଶା କରାଯାଉଛି । ଭାରତର ପ୍ରମୁଖ ବିମାନ ସରବରାହକାରୀ ସଂସ୍ଥାମାନେ ଏଥିପାଇଁ ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି ସେଥିରେ ଏକ ହଜାରରୁ ଅଧିକ ନୂତନ ବିମାନ ସାମିଲ କରିବା ରହିଛି ଏବଂ ତାହା ଆଗାମୀ ଦଶନ୍ଧିରେ ହିଁ କରାଯିବ ।
ଯେକୌଣସି ଉତ୍ପାଦନକାରୀ ସଂସ୍ଥା ସକାଶେ ଭାରତକୁ ଏଥିପାଇଁ ଚୟନ କରିବା ଏବଂ ଏହି କ୍ଷେତ୍ରରେ ନିବେଶ କରିବାର ବିପୁଳ ସୁଯୋଗ ଭରି ରହିଛି । ଭାରତକୁ କ୍ଷେତ୍ରୀୟ ବଜାରର ମୂଳସ୍ଥଳୀ ଭାବେ ଚୟନ କରି ତାହା କରାଯାଇପାରିବ । ସେହିଭଳି ଆଉ ଏକ ଅନୁରୂପ କ୍ଷେତ୍ର ହେଉଛି ରକ୍ଷଣାବେକ୍ଷଣ, ମରାମତି ଏବଂ ଅପରେସନ୍ ସୁବିଧାର କ୍ଷେତ୍ର । ଆପଣମାନଙ୍କର ବୈମାନିକ କ୍ଷେତ୍ରର ଲକ୍ଷ୍ୟ ପୂରଣ ସକାଶେ ଏହା ହେଉଛି ଭାରତୀୟ ବିମାନ ଚଳାଚଳ କ୍ଷେତ୍ରରେ ପୁଂଜି ନିବେଶ କରିବାର ଶୁଭ ମୁହୂର୍ତ୍ତ ।
ଭାରତ ଆପଣମାନଙ୍କୁ ପ୍ରତିରକ୍ଷା ଏବଂ ମହାକାଶ ବିଜ୍ଞାନ ଅନୁସନ୍ଧାନ କ୍ଷେତ୍ରରେ ମଧ୍ୟ ନିବେଶ ସକାଶେ ଆମନ୍ତ୍ରଣ ଜଣାଉଛି । ଆମେ ପ୍ରତିରକ୍ଷା କ୍ଷେତ୍ରରେ ପୂର୍ବରୁ ଥିବା ଏଫଡ଼ିଆଇ ସୀମାକୁ 74 ପ୍ରତିଶତକୁ ବଢ଼ାଇ ଦେଇଛୁ । ଭାରତ ଏବେ ଦେଶରେ ଦୁଇଟି ପ୍ରତିରକ୍ଷା କରିଡର ସ୍ଥାପନ କରିଛି ଯାହାକି ପ୍ରତିରକ୍ଷା ଉପକରଣ ଉତ୍ପାଦନ ଏବଂ ପ୍ଲାଟଫର୍ମ ସୃଷ୍ଟି ପାଇଁ ଉଦ୍ଦିଷ୍ଟ । ଏଥିରେ ଘରୋଇ ଏବଂ ବିଦେଶୀ ନିବେଶକାରୀମାନଙ୍କ ପୁଂଜି ନିବେଶ ସକାଶେ ଆମେ ସ୍ୱତନ୍ତ୍ର ପ୍ରୋତ୍ସାହନ ସୁଯୋଗ ପ୍ରଦାନର ବ୍ୟବସ୍ଥା କରିଛୁ । ମାତ୍ର କେଇ ସପ୍ତାହ ତଳେ, ଆମେ ମହାକାଶ କ୍ଷେତ୍ରରେ ମଧ୍ୟ ଏକ ଯୁଗାନ୍ତକାରୀ ସଂସ୍କାର ପ୍ରକ୍ରିୟା କାର୍ଯ୍ୟକାରୀ କରିଛୁ । ତେଣୁ ଆସନ୍ତୁ, ଏଭଳି ଆଗାମୀ କାର୍ଯ୍ୟ ଯୋଜନାରେ ଆମ ସହ ସାମିଲ ହୁଅନ୍ତୁ ।
ଭାରତ ଆପଣମାନଙ୍କୁ ଆର୍ଥିକ ଓ ବୀମା କ୍ଷେତ୍ରରେ ପୁଂଜି ପ୍ରବେଶ ନିମନ୍ତେ ଆମନ୍ତ୍ରଣ ଜଣାଉଛି । ଭାରତ ଏବେ ବୀମା କ୍ଷେତ୍ରରେ ବିଦେଶୀ ପୁଂଜି ପ୍ରବେଶର ସୀମାକୁ 49 ପ୍ରତିଶତକୁ ବଢ଼ାଇ ଦେଇଛି । ଏବେ ବୀମା ଇଣ୍ଟରମିଡ଼ିଆରୀରେ 100 ପ୍ରତିଶତ ଏଫଡ଼ିଆଇ ନିବେଶ ପାଇଁ ଅନୁମତି ପ୍ରଦାନ କରାଯାଉଛି । ଭାରତରେ ଏବେ ବୀମା ବଜାର ବର୍ଷକୁ 12 ପ୍ରତିଶତରୁ ଅଧିକ ମାତ୍ରାରେ ଅଭିବୃଦ୍ଧି କରିଚାଲିଛି ଏବଂ 2025 ମସିହା ସୁଦ୍ଧା ଏହା 250 ବିଲିଅନ୍ ଡଲାରକୁ ବୃଦ୍ଧି ପାଇବାର ଆଶା କରାଯାଉଛି । ଆୟୁଷ୍ମାନ ଭାରତ ଯୋଜନା, ଆମର ସ୍ୱାସ୍ଥ୍ୟ ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଆମର ଫସଲ ବୀମା ଯୋଜନା ଓ ଜନ ସୁରକ୍ଷା ଯୋଜନା ହେଉ କିମ୍ବା ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ହୋଇଥାଉ, ସରକାର ତତ୍କାଳ ଗ୍ରହଣଶୀଳତାର ବାତାବରଣ ସୃଷ୍ଟି କରି ସାରିଛନ୍ତି ଏବଂ ସମସ୍ତ ପ୍ରକାର ବୀମା ଉତ୍ପାଦକୁ ଜନସାଧାରଣ ଗ୍ରହଣ କରିନେଇଛନ୍ତି । ତଥାପି ଏବେ ସୁଦ୍ଧା ହାସଲ କରାଯାଇନଥିବା ଅନେକ କ୍ଷେତ୍ର ରହିଛି ଯାହାକି ସ୍ୱାସ୍ଥ୍ୟ, କୃଷି, ବାଣିଜ୍ୟ ବ୍ୟବସାୟ ଓ ଜୀବନ ବୀମା କ୍ଷେତ୍ରରେ ରହିଛି । ସେଥିରୁ ସୁନିଶ୍ଚିତ ତଥା ଦୀର୍ଘକାଳୀନ ରାଜସ୍ୱ ଉପାର୍ଜନ ନିମନ୍ତେ, ଭାରତୀୟ ବୀମା କ୍ଷେତ୍ରରେ ନିବେଶ କରିବାର ଏବେ ପର୍ଯ୍ୟାପ୍ତ ସୁଯୋଗ ଉପଲବ୍ଧ ଏବଂ ଏହା ହିଁ ହେଉଛି ନିବେଶର ଉପଯୁକ୍ତ ମୁହୂର୍ତ୍ତ ।
ମୁଁ ଆପଣମାନଙ୍କୁ କେବଳ କେତେଗୋଟି ସୁଯୋଗର କ୍ଷେତ୍ର ସଂପର୍କରେ ସୂଚୀତ କରିଛି ଏବଂ ସେଥିପାଇଁ ଆପଣମାନଙ୍କ ଠାରୁ କୌଣସି ପରାମର୍ଶ ଦେୟ ମାଗିନାହିଁ ।
ବନ୍ଧୁଗଣ,
ଯେତେବେଳେ ବଜାର ଉନ୍ମୁକ୍ତ, ଯେତେବେଳେ ସୁଯୋଗର ମାତ୍ରା ବ୍ୟାପକ ଏବଂ ଏଭଳି ସୁଯୋଗର ସଂଖ୍ୟ ମଧ୍ୟ ଅଧିକ, ସେତେବେଳେ ଆମମାନଙ୍କ ମନରୁ ସକାରାତ୍ମକ ଭାବନା କେବେ ଦୂରେଇ ରହି ପାରିବ କି ! ଭାରତ ଯେତେବେଳେ ପ୍ରମୁଖ ବ୍ୟବସାୟିକ ରେଟିଂରେ ବଢ଼ି ବଢ଼ି ଆଗକୁ ଚାଲିଛି ସେତେବେଳେ ଆପଣମାନେ ସେଭଳି ସୁଯୋଗକୁ ଜଳ ଜଳ କରି ଦେଖିପାରିବେ । ବିଶେଷ କରି ବିଶ୍ୱ ବ୍ୟାଙ୍କ୍ କରିଥିବା ଇଜ୍ ଅଫ୍ ଡୁଇଂ ବିଜିନେସ୍ ରେଟିଂରେ ।
ନିବେଶ ହେଉଛି ଦୃଢ଼ ମନୋବଳ ପୋଷଣର ଶ୍ରେଷ୍ଠ ପ୍ରଦର୍ଶନ । ପ୍ରତି ବର୍ଷ, ଆମେ ଏଫଡ଼ିଆଇ କ୍ଷେତ୍ରରେ ଗୋଟିଏ ଗୋଟିଏ ନୂଆ ନୂଆ ରେକର୍ଡ଼ ସୃଷ୍ଟି କରିଚାଲିଛୁ । ପ୍ରତିଟି ବର୍ଷ ପୂର୍ବ ବର୍ଷ ଅପେକ୍ଷା ଅଧିକ ମହତ୍ତ୍ୱ ବହନ କରୁଛି । 2019-20ରେ ଭାରତକୁ ବୈଦେଶିକ ପୁଂଜି ପ୍ରବେଶର ପରିମାଣ ଥିଲା 74 ବିଲିଅନ୍ ଡଲାର । ବିଗତ ବର୍ଷ ତୁଳନାରେ ତାହା ଥିଲା 20 ପ୍ରତିଶତ ଅଧିକ । ବନ୍ଧୁଗଣ, ୟୁଏସଆଇବିସିର ସୂଚନା ଅନୁସାରେ “ପ୍ରତିଶ୍ରୁତିବଦ୍ଧ ନିବେଶ” ଯାହାକି ଆମେରିକା ଠାରୁ ମିଳିଛି ତାହା ଚଳିତ ବର୍ଷ 40 ବିଲିଅନ୍ ଡଲାରକୁ ଟପି ସାରିଛି ! ଏବଂ ଆପଣମାନେ ଲକ୍ଷ୍ୟ କରିପାରିବେ ଏଭଳି ବୈଶ୍ୱିକ ମହାମାରୀ ଯାହା ଏବେ ଜାରି ରହିଛି, ସେତେବେଳେ କ’ଣ ଘଟିଛି । କୋଭିଡ଼ – 19 ଭଳି ପରିସ୍ଥିତି ମଧ୍ୟରେ ସୁଦ୍ଧା, ଭାରତ 20 ବିଲିଅନ ଡଲାରରୁ ଅଧିକ ବିଦେଶୀ ପୁଂଜି ଦେଶ ପାଇଁ ଅର୍ଜନ କରିସାରିଛି ଏବଂ ତାହା କେବଳ ଏପ୍ରିଲ ଠାରୁ ଜୁଲାଇ 2020 ମଧ୍ୟରେ !
କିନ୍ତୁ, ଭାରତ ଆହୁରି ଅନେକ ସୁଯୋଗର ଅବସର ପ୍ରଦାନ କରେ । ଆମେ ଯାହା ସେହିଭଳି ଭାବେ ଆମେ ବିଶ୍ୱ ଅର୍ଥନୈତିକ ପରିପୂରଣ କାର୍ଯ୍ୟକ୍ରମକୁ ଶକ୍ତି ପ୍ରଦାନ କରିବା ସକାଶେ ପ୍ରତିଶ୍ରୁତିବଦ୍ଧ ।
ବନ୍ଧୁଗଣ,
ଭାରତର ଉତ୍ଥାନର ଅର୍ଥ ହେଲା: କୌଣସି ନିର୍ଭରଯୋଗ୍ୟ ରାଷ୍ଟ୍ର ସହ ବାଣିଜ୍ୟ କାରବାରର ସୁଯୋଗ ବୃଦ୍ଧି ; ବର୍ଦ୍ଧିଷ୍ଣୁ ଉନ୍ମୁକ୍ତତା ସହ ବୈଶ୍ୱିକ ସମନ୍ୱୟର ଅଭିବୃଦ୍ଧି, ନିଜର ପ୍ରତିଯୋଗିତା ଦକ୍ଷତା ବୃଦ୍ଧି ଯଦ୍ୱାରା ଅଧିକ ସୁଯୋଗ ସୃଷ୍ଟି କରୁଥିବା ବଜାର ସହିତ ସଂଯୁକ୍ତ ହୋଇପାରିବା ଏବଂ ସର୍ବୋପରି ଆପଣମାନେ ଯେଉଁ ନିବେଶ କରିଛନ୍ତି ସେଥିରୁ କିଭଳି ଭାବେ ଉତ୍ତମ ଲାଭ ମିଳିପାରିବ ଏବଂ ସେଥିପାଇଁ ଆବଶ୍ୟକ କୁଶଳୀ ମାନବ ସମ୍ବଳର ଉପଲବ୍ଧତା ।
ବନ୍ଧୁଗଣ,
ଏଭଳି ପରିକଳ୍ପନା ସକାଶେ, ଯୁକ୍ତରାଷ୍ଟ୍ର ଆମେରିକା ଠାରୁ କ୍ୱଚିତ୍ ଉତ୍ତମ ସହଯୋଗୀ ଉପଲବ୍ଧ । ଭାରତ ଏବଂ ଆମେରିକା ହେଉଛନ୍ତି ବିଶ୍ୱର ଦୁଇଟି ସକ୍ରିୟ ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ଉଭୟଙ୍କ ମଧ୍ୟରେ ମୂଲ୍ୟବୋଧ ଦୃଷ୍ଟିରୁ ଅନେକ ସାଦୃଶ୍ୟ ରହିଛି । ଆମେ ହେଲୁ ପରସ୍ପରର ସ୍ୱାଭାବିକ ସହଯୋଗୀ । ଭାରତ-ଆମେରିକା ବନ୍ଧୁତା ବିଗତ ଦିନରେ ଏକ ନୂତନ ଶୀର୍ଷ ହାସଲ କରିଛି । ବର୍ତ୍ତମାନ ସମୟ ଆସିଛି ଯେତେବେଳେ ଆମର ସେହି ସହଭାଗୀତା ବିଶ୍ୱକୁ ମହାମାରୀ ଜନିତ ପରିସ୍ଥିତିରୁ ଉଦ୍ଧାର ପାଇ କିଭଳି ଭାବେ ପୁଣି ଥରେ ସ୍ୱାଭାବିକତାକୁ ଫେରିବ ଏ ଦିଗରେ ଆମର ସହଯୋଗୀତାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାର ଅଛି । ଆମେରିକାର ନିବେଶକାରୀ ସଂସ୍ଥାମାନେ ପୁଂଜି ନିବେଶ ନିମନ୍ତେ ଅଧିକତର ଉପଯୁକ୍ତ ସୁଯୋଗର ସମୟକୁ ଅପେକ୍ଷା କରିଥାନ୍ତି । ସେମାନଙ୍କୁ ମୁଁ ସୂଚାଇ ଦେବାକୁ ଚାହିଁବି ଯେ : ଭାରତରେ ନିବେଶ ସକାଶେ କୌଣସି ଉତ୍ତମ ସମୟକୁ ଅପେକ୍ଷା କରିବାର ଆବଶ୍ୟକତା ନାହିଁ !
ମୁଁ ପୁଣି ଥରେ ୟୁଏସଆଇବିସି ନେତୃବର୍ଗଙ୍କୁ ଭାରତ-ଆମେରିକା ଆର୍ଥିକ ସହଭାଗୀତାକୁ ଆଗକୁ ଆଗେଇ ନେବାରେ ସେମାନଙ୍କର ପ୍ରତିବଦ୍ଧତା ନିମନ୍ତେ ଧନ୍ୟବାଦ ଜଣାଉଛି । ୟୁଏସଆଇବିସି ଆଗାମୀ ଦିନରେ ଅଧିକରୁ ଅଧିକ ସଫଳତାର ନୂତନ ଶୀର୍ଷ ହାସଲ କରୁ, ଏହା କାମନା କରୁଛି ।
ଭାରତ-ଆମେରିକା ବନ୍ଧୁତା ଆହୁରି ଅଧିକ ବୃଦ୍ଧି ପାଉ, ଏହି କାମନା କରୁଛି ।
ନମସ୍ତେ !
ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ !
I thank the US-India Business Council for inviting me to address the 'India Ideas Summit'. I also congratulate the USIBC on its forty fifth anniversary this year. Over the past decades, the USIBC has brought Indian and American business closer: PM @narendramodi
— PMO India (@PMOIndia) July 22, 2020
We all agree that the world is in need for a better future. And, it is all of us who have to collectively give shape to the future. I firmly believe that our approach to the future must primarily be a more human-centric one: PM @narendramodi
— PMO India (@PMOIndia) July 22, 2020
Recent experience has taught us that the global economy has been too focused on efficiency and optimization. Efficiency is a good thing. But, on the way, we forgot to focus on something equally important. That is resilience against external shocks: PM @narendramodi
— PMO India (@PMOIndia) July 22, 2020
Global economic resilience can be achieved by stronger domestic economic capacities. This means improved domestic capacity for manufacturing, restoring the health of the financial system and diversification of international trade: PM @narendramodi
— PMO India (@PMOIndia) July 22, 2020
India is contributing towards a prosperous and resilient world through the clarion call of an ‘Atmanirbhar Bharat’. And, for that, we await your partnership: PM @narendramodi
— PMO India (@PMOIndia) July 22, 2020
Today, there is global optimism towards India. This is because India offers a perfect combination of openness, opportunities and options. Let me elaborate. India celebrates openness in people and in governance: PM @narendramodi
— PMO India (@PMOIndia) July 22, 2020
During the last six years, we have made many efforts to make our economy more open and reform oriented. Reforms have ensured increased ‘Competitiveness’, enhanced ‘Transparency’, expanded ‘Digitization’, greater ‘Innovation’ and more ‘Policy stability’: PM @narendramodi
— PMO India (@PMOIndia) July 22, 2020
India is emerging as a land of opportunities. Let me give you one example of the tech sector. Recently, an interesting report came out in India. It said for the first time ever, there are more rural internet users than even urban internet users: PM @narendramodi
— PMO India (@PMOIndia) July 22, 2020
Opportunities in technology also include opportunities in the frontier technologies of 5G, Big data analytics, Quantum computing, Block-chain and Internet of things: PM @narendramodi
— PMO India (@PMOIndia) July 22, 2020
India has done historic reforms in the agriculture sector recently. There are investment opportunities in: Agricultural inputs and machinery, Agriculture supply chain management, Ready-to-eat items, Fisheries and Organic produce: PM @narendramodi
— PMO India (@PMOIndia) July 22, 2020
India invites you to invest in healthcare. The Healthcare sector in India is growing faster than 22 percent every year. Our companies are also progressing in production of medical-technology, tele-medicine and diagnostics: PM @narendramodi
— PMO India (@PMOIndia) July 22, 2020
India invites you to invest in energy. As India evolves into a gas-based economy, there will be big investment opportunities for US companies. There are also big opportunities in the clean energy sector: PM @narendramodi
— PMO India (@PMOIndia) July 22, 2020
India invites you to invest in infrastructure. Our nation is witnessing the largest infrastructure creation drive in our history. Come, be a partner in building housing for millions, or building roads, highways and ports in our nation: PM @narendramodi
— PMO India (@PMOIndia) July 22, 2020
Civil Aviation is another area of great potential growth. The number of Air passengers are expected to more than double within next 8 years. The top private Indian airlines plan to include over a thousand new aircraft over the coming decade: PM @narendramodi
— PMO India (@PMOIndia) July 22, 2020
India invites you to invest in defense and space. We are raising the FDI cap for investment in defense sector to 74 percent. India has established two defense corridors to encourage production of defense equipment and platforms: PM @narendramodi
— PMO India (@PMOIndia) July 22, 2020
India invites you to invest in finance and insurance. India has raised FDI cap for investment in insurance to 49 percent. Now 100 percent FDI is permitted for investment in insurance intermediaries: PM @narendramodi
— PMO India (@PMOIndia) July 22, 2020
When the markets are open, when the opportunity is high and the options are many, can optimism be far behind! You can see the optimism when India rises in key business ratings. Particularly the Ease of Doing Business ratings of the World Bank: PM @narendramodi
— PMO India (@PMOIndia) July 22, 2020
Every year, we are reaching record highs in FDI. Each year is significantly higher than the earlier one. FDI inflows in India in 2019-20 were 74 billion dollars. This is an increase of 20 percent from the year before that: PM @narendramodi
— PMO India (@PMOIndia) July 22, 2020
The rise of India means: a rise in trade opportunities with a nation that you can trust, a rise in global integration with increasing openness, a rise in your competitiveness with access to a market which offers scale: PM @narendramodi
— PMO India (@PMOIndia) July 22, 2020
For this vision, there are few better partners than the United States of America. India and the USA are two vibrant democracies with shared values. We are natural partners: PM @narendramodi
— PMO India (@PMOIndia) July 22, 2020
The US-India friendship has scaled many heights in the past. Now it is time our partnership plays an important role in helping the world bounce back faster after the pandemic: PM @narendramodi
— PMO India (@PMOIndia) July 22, 2020