ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକ ଭୂ-ତତ୍ତ୍ୱ ବିଜ୍ଞାନ ସମ୍ପର୍କରେ ଗବେଷଣାରତ ଜର୍ମାନ ଗବେଷଣା କେନ୍ଦ୍ର Helmholtz Centre Potsdam GFZ ସହ ବୁଝାମଣା ପତ୍ର ସ୍ୱାକ୍ଷର କରି ଆନ୍ତର୍ଜାତିକ ମହାଦେଶୀୟ ବୈଜ୍ଞାନିକ ଡ୍ରିଲିଂ କାର୍ଯ୍ୟକ୍ରମ ICDPର ସଭ୍ୟ ପଦ ପାଇଁ ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ସରକାରୀ ପାଣ୍ଠିରୁ ଏଥିପାଇଁ ଅର୍ଥ ଉପଲବ୍ଧ ହେବ । (Public Law Foundation of the State of Brandenburg, Germany) ।
ICDP ସହ ପାଞ୍ଚ ବର୍ଷ ପାଇଁ ସଭ୍ୟ ପଦ ନିମନ୍ତେ ବୁଝାମଣା ପତ୍ର ସ୍ୱାକ୍ଷର ଦ୍ୱାରା ଭାରତ କୋୟନା ଅଞ୍ଚଳରେ ଗଭୀର ଖନନ ଏବଂ ତତସଂଲଗ୍ନ ଅନୁସନ୍ଧାନ ପାଇଁ ଏହି କାର୍ଯ୍ୟରେ ଆନ୍ତର୍ଜାତିକ ସ୍ତରରେ ବିଶେଷ ଦକ୍ଷତା ଥିବା ବିଶେଷଜ୍ଞମାନଙ୍କୁ ନିଯୁକ୍ତ କରିପାରିବ । ସଭ୍ୟପଦ ବୁଝାମଣାର ଅଂଶ ସ୍ୱରୂପ ଭାରତ ICDPର ଦୁଇଟି ପ୍ୟାନେଲ, କାର୍ଯ୍ୟକାରୀ ସମିତି ଏବଂ ଗଭର୍ଣ୍ଣର ଆସେମ୍ବ୍ଲିରେ ଆସନ ପାଇବ । ଏହା ସହିତ ICDP ବୈଷୟିକ ଏବଂ ପରଚାଳନାଗତ ସହାୟତା ଯୋଗାଇବା ସହ ପ୍ରମୁଖ ବୈଜ୍ଞାନିକ କ୍ଷେତ୍ର ନମୁନା ଏବଂ ତଥ୍ୟ ପରିଚାଳନା କ୍ଷେତ୍ରରେ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରି କ୍ଷମତା ବୃଦ୍ଧି ଦିଗରେ ସହାୟତା କରିବା ସଙ୍ଗେ ସଙ୍ଗେ ଭୂ-ତତ୍ତ୍ୱ ବିଜ୍ଞାନ ମନ୍ତ୍ରଣାଳୟ ଦ୍ୱାରା ହାତକୁ ନିଆଯାଇଥିବା କୋୟନା ଅଞ୍ଚଳରେ ଗଭୀର ଖନନ ପରିଯୋଜନା ପାଇଁ କର୍ମଶାଳାର ଆୟୋଜନରେ ସହାୟତା ଯୋଗାଇବ ।
ICDPର ସଭ୍ୟ ହିସାବରେ ଭାରତର ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନେ ICDP ଦ୍ୱାରା ଆର୍ଥିକ ସହାୟତା ଦିଆଯାଉଥିବା ସମସ୍ତ କର୍ମଶାଳା ଏବଂ ଖନନ ପରିଯୋଜନାରେ ଅଂଶ ଗ୍ରହଣ କରିବା ଓ ନିଜର ପ୍ରସ୍ତାବ ଦେବାର ଅଧିକାର ପାଇବା ସହ ICDP ପରିଯୋଜନାଗୁଡିକର ସମସ୍ତ ତଥ୍ୟ-ପରିଣାମ ମଧ୍ୟ ସେମାନଙ୍କୁ ମିଳିପାରିବ । ଏହା ଭୂମିକମ୍ପ ପ୍ରକ୍ରିୟାକୁ ଭଲଭାବେ ଅନୁଧ୍ୟାନ କରିବାରେ ସାହାଯ୍ୟ କରିବା ସହ ଭୂକମ୍ପନର ଉତ୍ପତ୍ତି ଉପରେ ବିଶେଷ ଆଲୋକପାତ କରିବ ।