Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

17ତମ ଆସିଆନ୍-ଭାରତ ଭର୍ଚୁଆଲ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

17ତମ ଆସିଆନ୍-ଭାରତ ଭର୍ଚୁଆଲ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ


ନମସ୍ତେ,

ମହାମହିମ, ପ୍ରଧାନମନ୍ତ୍ରୀ ନୁୟେନ ସୁୱନ ଫୁକ୍,

ମହାମହିମଗଣ,

ପ୍ରତି ବର୍ଷ ଭଳି ଆମେ ହାତରେ ହାତକୁ ମିଶାଇ ନିଜର ପାରମ୍ପରିକ ସାମୂହିକ ଫଟୋ ଉଠାଇ ପାରୁନାହୁଁ! କିନ୍ତୁ ତଥାପି ମୁଁ ଖୁସି ଯେ ଏହି ଭର୍ଚୁଆଲ ମାଧ୍ୟମରେ ଆମେ ସାକ୍ଷାତ କରୁଛେ ।

ସର୍ବପ୍ରଥମେ ମୁଁ ଆସିଆନର ବର୍ତ୍ତମାନର ଅଧ୍ୟକ୍ଷ ଭିଏତନାମ ଏବଂ ଆସିଆନରେ ଭାରତର ବର୍ତ୍ତମାନର ସମନ୍ୱୟକାରୀ ଦେଶ ଥାଇଲ୍ୟାଣ୍ଡର ପ୍ରଶଂସା କରିବାକୁ ଚାହୁଁଛି । କୋଭିଡ଼ର ଅସୁବିଧା ମଧ୍ୟରେ ଆପଣମାନେ ନିଜର ଦାୟିତ୍ୱକୁ ବହୁତ ଭଲ ଭାବେ ତୁଲାଇଛନ୍ତି ।

ମହାମହିମଗଣ,

ଭାରତ ଏବଂ ଆସିଆନର ରଣନୀତିକ ଭାଗିଦାରୀ ଆମର ଭାବବିନିମୟ ଐତିହାସିକ, ଭୌଗୋଳିକ ଏବଂ ସାଂସ୍କୃତିକ ପରମ୍ପରା ଉପରେ ଆଧାରିତ । ଆସିଆନ ସମୂହ ଆରମ୍ଭ ହେବା ଦିନଠାରୁ ଆମର ଆକ୍ଟ–ଇଷ୍ଟ (ପୂର୍ବ ଅଭିମୁଖୀ) ନୀତି କେନ୍ଦ୍ରରେ ରହିଆସିଛି ।

ଆମର ‘ଭାରତ ପ୍ରଶାନ୍ତ ମହାସାଗରୀୟ ପଦକ୍ଷେପ’ ଏବଂ ଆସିଆନର ‘ଆଉଟଲୁକ୍ ଅନ୍ ଇଣ୍ଡୋ ପାସିଫିକ’ ମଧ୍ୟରେ ଅନେକ ସମାନତା ରହିଛି । ଆମେ ମାନୁଛୁ ଯେ ‘ଏହି ଅଂଚଳରେ ନିରାପତ୍ତା ଏବଂ ବିକାଶ’ ପାଇଁ ‘ଏକତ୍ର ଏବଂ ପ୍ରତିକ୍ରିୟାଶୀଳ ଆସିଆନ’ର ଆବଶ୍ୟକତା ଅଛି ।

ଭାରତ ଏବଂ ଆସିଆନ ମଧ୍ୟରେ ସମସ୍ତ ପ୍ରକାରର ଯୋଗାଯୋଗ ବ୍ୟବସ୍ଥାକୁ ପ୍ରୋତ୍ସାହନ– ଶାରୀରିକ, ଆର୍ଥିକ, ସାମାଜିକ, ଡିଜିଟାଲ, ଅର୍ଥନୈତିକ, ନୌବାଣିଜ୍ୟ– ଆମ ପାଇଁ ହେଉଛି ଏକ ପ୍ରମୁଖ ପ୍ରାଥମିକତା ।

ବିଗତ କିଛି ବର୍ଷରେ ଆମେ ଏହି ସମସ୍ତ କ୍ଷେତ୍ରରେ ନିକଟତର ହୋଇଛେ । ମୋର ବିଶ୍ୱାସ ଯେ ଆଜି ଆମର ଆଲୋଚନା, ଆମ ମଧ୍ୟରେ ଦୂରତାକୁ ଆହୁରି ହ୍ରାସ କରିବାରେ ଲାଭଦାୟକ ହେବ ।

ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ଆଜିର ଆଲୋଚନା ପାଇଁ ଧନ୍ୟବାଦ ଜଣାଉଛି ।

 

**********