ମା’ ଭାରତୀର ସେବା ଏବଂ ସୁରକ୍ଷା ପାଇଁ ଚବିଶ ଘଣ୍ଟା ସଜାଗ ରହିଥିବା ଆପଣ ସମସ୍ତ ବୀରମାନଙ୍କୁ ମୋ ତରଫରୁ ପୁଣି ଥରେ 130 କୋଟି ଦେଶବାସୀଙ୍କ ତରଫରୁ ଦୀପାବଳିର ବହୁତ ବହୁତ ଶୁଭକାମନା । ଦେଶର ସୀମାରେ ହେଉ, ଆକାଶ ଅବା ବିସ୍ତୃତ ସମୁଦ୍ରରେ, ବରଫାବୃତ ପର୍ବତ ଶୀଖର ହେଉ ଅବା ଘଂଚ ଜଙ୍ଗଲରେ, ରାଷ୍ଟ୍ରର ସୁରକ୍ଷା ଲାଗି ରହିଥିବା ପ୍ରତ୍ୟେକ ପୁଅ- ଝିଅ, ଆମର ସେନା ବାହିନୀ, ବିଏସଏଫ, ଆଇଟିବିପି, ସିଆଇଏସଏଫ, ପ୍ରତ୍ୟେକ ସୁରକ୍ଷା ବଳ, ଆମ ପୁଲିସର ଯବାନ, ପ୍ରତ୍ୟେକଙ୍କୁ ମୁଁ ଆଜି ଦୀପାବଳିର ଏହି ପବିତ୍ର ଅବସରରେ ଆଦର ପୂର୍ବକ ପ୍ରଣାମ କରୁଛି ।
ଆପଣମାନେ ଅଛନ୍ତି, ତେବେ ଦେଶ ଅଛି, ଦେଶର ଲୋକମାନଙ୍କର ଖୁସି ଅଛି, ଦେଶର ଏହି ପାର୍ବଣ ଅଛି । ମୁଁ ଆଜି ଆପଣମାନଙ୍କ ଗହଣରେ ପ୍ରତ୍ୟେକ ଭାରତବାସୀଙ୍କର ଶୁଭକାମନା ନେଇ କରି ଆସିଛି । ଆପଣମାନଙ୍କ ପାଇଁ କୋଟି-କୋଟି ଦେଶବାସୀଙ୍କର ଭଲ ପାଇବା ନେଇକରି ଆସିଛି । ପ୍ରତ୍ୟେକ ବରିଷ୍ଠ ଲୋକମାନଙ୍କ ଠାରୁ ଆପଣମାନଙ୍କ ପାଇଁ ଆଶୀର୍ବାଦ ନେଇକରି ଆସିଛି । ମୁଁ ଆଜି ସେହି ବୀର ମାଆ-ଭଉଣୀ ଏବଂ ପିଲାମାନଙ୍କୁ ଦୀପାବଳିର ହାର୍ଦ୍ଦିକ ଶୁଭକାମନା ଜଣାଉଛି, ସେମାନଙ୍କ ତ୍ୟାଗକୁ ପ୍ରଣାମ କରୁଛି ଯେଉଁମାନଙ୍କର ନିଜର ପୁଅ ଅବା ଝିଅ, ଆଜିକାର ଏହି ଉତ୍ସବର ଦିନରେ ମଧ୍ୟ ସୀମାରେ ମୁତୟନ ହୋଇଛନ୍ତି ସେମାନେ ମଧ୍ୟ, ପରିବାରର ସମସ୍ତ ଲୋକ ମଧ୍ୟ ହେଉଛନ୍ତି ଅଭିନନ୍ଦନର ପାତ୍ର । ପୁଣିଥରେ ଦୁଇ ମୁଠା ବନ୍ଦକରି ସଂପୂର୍ଣ୍ଣ ଶକ୍ତିର ସହିତ ମୋ ସହିତ କୁହନ୍ତୁ, ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ ।
ସାଥୀଗଣ,
ମୋର ମନେଅଛି ପ୍ରଧାନମନ୍ତ୍ରୀ ହେବାପରେ ପ୍ରଥମଥର 2014ରେ ଦୀପାବଳି ପର୍ବରେ ମୁଁ ସିଆଚୀନ ଚାଲି ଯାଇଥିଲି । ଯବାନଙ୍କ ସହିତ ଦୀପାବଳି ପାଳନ କରିବା ପାଇଁ, ସେତେବେଳେ ବହୁତ ଲୋକଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗିଲା । ଉତ୍ସବର ଦିନରେ ଏ କ’ଣ କରୁଛନ୍ତି । କିନ୍ତୁ ଏବେ ଆପଣ ମଧ୍ୟ ମୋର ଭାବ ଜାଣିଛନ୍ତି । ଯଦି ଦୀପାବଳି ପର୍ବରେ ନିଜ ଲୋକମାନଙ୍କ ଗହଣରେ ହିଁ ରହିବି, ନିଜଠାରୁ ଦୂରରେ କେଉଁଠି ରହିବି । ଆଉ ଏଥିପାଇଁ ଆଜି ମଧ୍ୟ ଦୀପାବଳିର ପର୍ବରେ ଆପଣମାନଙ୍କ ଗହଣକୁ ଆସିଛି । ଆପଣ ହୁଏତ ବରଫାବୃତ ପାହାଡ଼ ଉପରେ ଥାଆନ୍ତୁ, ଅବା ପୁଣି ମରୁଭୂମିରେ, ମୋ ଦୀପାବଳି ଆପଣମାନଙ୍କ ଗହଣକୁ ଆସିବା ଦ୍ୱାରା ହିଁ ସଂପୂର୍ଣ୍ଣ ହୋଇଥାଏ । ଆପଣଙ୍କ ଚେହେରାରେ ଚମକ ଦେଖୁଛି । ଆପଣଙ୍କ ମୁଖମଣ୍ଡଳରେ ଖୁସି ଦେଖୁଛି । ତେବେ ମୋତେ ମଧ୍ୟ ଅନେକ ଗୁଣ ଖୁସି ଲାଗୁଛି । ମୋର ଖୁସି ବଢ଼ି ଯାଉଛି । ଏହି ଖୁସି ଲାଗି, ଦେଶବାସୀଙ୍କର ଉଲ୍ଲାସକୁ ଆପଣମାନଙ୍କ ପାଖରେ ପହଂଚାଇବା ପାଇଁ ଆଜି ମୁଁ ପୁଣିଥରେ, ଏହି ମରୁଭୂମିରେ ଆପଣଙ୍କ ଗହଣକୁ ଆସିଛି । ଆଉ ଗୋଟିଏ କଥା, ଯେହେତୁ ପର୍ବର ଦିନ ଆପଣମାନଙ୍କ ପାଇଁ ମୁଁ କିଛି ମିଠାଇ ମଧ୍ୟ ନେଇ ଆସିଛି । କିନ୍ତୁ ଏହା କେବଳ ଦେଶର ପ୍ରଧାନମନ୍ତ୍ରୀ ମିଠାଇ ନେଇ ଆସି ନାହାଁନ୍ତି । ଏହା କେବଳ ମୋର ନୁହେଁ ଏହା ସମସ୍ତ ଦେଶବାସୀଙ୍କର ଭଲପାଇବା ଏବଂ ଆପଣାପଣର ସ୍ୱାଦ ମଧ୍ୟ ତାହା ସହିତ ନେଇ ଆସିଛି । ଏହିସବୁ ମିଠାଇରେ ଆପଣମାନେ ଦେଶର ପ୍ରତ୍ୟେକ ମାଆଙ୍କର ହାତର ମଧୁରତା ଅନୁଭବ କରି ପାରିବେ । ଏହିସବୁ ମିଠାଇରେ ଆପଣମାନେ ପ୍ରତ୍ୟେକ ଭାଇ, ଭଉଣୀ ଏବଂ ପିତାଙ୍କର ଆଶୀର୍ବାଦର ଅନୁଭବ କରି ପାରିବେ । ଆଉ ଏଥିପାଇଁ, ମୁଁ ଆପଣମାନଙ୍କ ଗହଣକୁ ଏକୁଟିଆ ଆସେ ନାହିଁ । ମୁଁ ନିଜ ସହିତ ଦେଶର ଆପଣଙ୍କ ପ୍ରତି ରହିଥିବା ଭଲପାଇବା, ଆପଣଙ୍କ ପ୍ରତି ରହିଥିବା ସ୍ନେହ ଏବଂ ଆପଣଙ୍କ ଆଶୀର୍ବାଦ ମଧ୍ୟ ସାଙ୍ଗରେ ନେଇ ଆସିଥାଏ ଆଉ ସାଥୀଗଣ,
ଆଜି ଏଠାରେ ଲୋଙ୍ଗେୱାଲାର ଏହି ପୋଷ୍ଟରେ ଅଛି, ସେତେବେଳେ ସମଗ୍ର ଦେଶର ଦୃଷ୍ଟି ଆପଣଙ୍କ ଉପରେ ରହିଛି, ମାଆ ଭାରତୀଙ୍କ ସ୍ନେହର ପୁଅମାନେ, ମୋର ଏସବୁ ଝିଅମାନେ, ମୋ ଦେଶକୁ ଗୌରବ ପ୍ରଦାନ କରୁଥିବା ଏହିସବୁ ଝିଅମାନେ ଯେଉଁମାନେ ମୋ ସମ୍ମୁଖରେ ବସିଛନ୍ତି, ସମଗ୍ର ଦେଶର ଦୃଷ୍ଟି ଆପଣମାନଙ୍କ ଉପରେ ରହିଛି । ମୋତେ ଲାଗୁଛି ଯେ ଦେଶର ସୀମାରେ ଯଦି କୌଣସି ଏକ ଘାଟିର ନାମ ଦେଶର ସବୁଠାରୁ ଅଧିକ ଲୋକଙ୍କର ମନେଥିବ, ସେମାନଙ୍କର ପିଢିଙ୍କୁ ମନେ ଥିବ, ତେବେ ସେହି ଘାଟିର ନାମ ହେଉଛି ଲୋଙ୍ଗେୱାଲା ଘାଟି, ପ୍ରତ୍ୟେକଙ୍କର ଜିଭ ଅଗରେ ଅଛି । ଏଭଳି ଏକ ଘାଟି ଯେଉଁଠାରେ ଗରମ ଦିନରେ ତାପମାତ୍ରା 50 ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁଥାଏ ଆଉ ଥଣ୍ଡା ଦିନରେ ଶୂନ୍ୟରୁ ତଳକୁ ଚାଲିଯାଏ ଆଉ ମଇ, ଜୁନ ମାସରେ ଏହି ବାଲି ଯେଉଁଭଳି ଭାବେ ଆସିଥାଏ ଜଣେ ଅନ୍ୟ ଜଣଙ୍କର ଚେହେରା ମଧ୍ୟ ଦେଖିପାରନ୍ତି ନାହିଁ । ଏହି ଘାଟିରେ ଆପଣଙ୍କ ସାଥୀମାନେ ଶୌର୍ଯ୍ୟର ଏଭଳି ଏକ ଗାଥା ଲେଖି ଦେଇଛନ୍ତି, ଯାହା ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କ ହୃଦୟକୁ ଉତ୍ସାହ ଉଦ୍ଦୀପନାରେ ଭରି ଦେଇଥାଏ । ଲୋଙ୍ଗେୱାଲାର ନାମ ନେଉ ନେଉ ହିଁ ହୃଦୟର ଗଭୀରତମ ପ୍ରଦେଶରୁ, ମନ ମନ୍ଦିରରୁ ଏହା ହିଁ ପ୍ରକଟ ହୋଇଥାଏ, ‘ଯୋ ବୋଲେ ସୋ ନିହାଲ, ସତ୍ ଶ୍ରୀ ୟକାଲ’ ଏହି ଜୟକାର କାନରେ ଗୁଞ୍ଜରିତ ହେବାକୁ ଲାଗିଥାଏ ।
ସାଥୀଗଣ,
ଯେତେବେଳେ ମଧ୍ୟ ସୈନ୍ୟ କୁଶଳତାର ଇତିହାସ ବିଷୟରେ ଲେଖା-ପଢ଼ା ଯିବ, ଯେତେବେଳେ ସୈନ୍ୟ ପରାକ୍ରମର ଚର୍ଚ୍ଚା ହେବ, ସେତେବେଳେ ବ୍ୟାଟଲ ଅଫ୍ ଲୋଙ୍ଗେୱାଲା ବା ଲୋଙ୍ଗେୱାଲା ଯୁଦ୍ଧ ସମ୍ପର୍କରେ ନିଶ୍ଚିତ ଭାବେ ମନେ ପକାଯିବ । ଏହା ସେହି ସମୟ ଥିଲା ଯେତେବେଳେ ପାକିସ୍ତାନର ସେନା ବାଂଲାଦେଶର ନିର୍ଦ୍ଦୋଷ ନାଗରିକମାନଙ୍କ ଉପରେ ଅତ୍ୟାଚାର କରି ଚାଲିଥିଲା, କଷ୍ଟ ଦେଉଥିଲା, ନରସଂହାର କରୁଥିଲା । ଭଉଣୀ-ଝିଅମାନଙ୍କ ଉପରେ ଅମାନବୀୟ ଅତ୍ୟାଚାର କରୁଥିଲେ, ପାକିସ୍ତାନର ସେନାର ଲୋକମାନେ କରୁଥିଲେ । ଏହିସବୁ କାର୍ଯ୍ୟକଳାପ ଦ୍ୱାରା ପାକିସ୍ତାନର ଘୃଣିତ ଚେହେରା ସାମ୍ନାକୁ ଆସୁଥିଲା, ଭୟଙ୍କର ଭାବେ ବିଶ୍ୱ ସାମ୍ନାରେ ପାକିସ୍ତାନର ସ୍ୱରୂପ ପ୍ରକଟ ହେଉଥିଲା । ଏହିସବୁ ଦ୍ୱାରା ବିଶ୍ୱର ଧ୍ୟାନ ହଟାଇବା ପାଇଁ ପାକିସ୍ତାନ ଆମ ଦେଶର ପଶ୍ଚିମ ସୀମାରେ ଯୁଦ୍ଧ ଆରମ୍ଭ କରିଦେଲା, ପାକିସ୍ତାନକୁ ଲାଗୁଥିଲା ଯେ ଭାରତର ପଶ୍ଚିମ ସୀମାରେ ସେନା ଏକାଠି କରିଦେଲା, ବିଶ୍ୱରେ ଭାରତ ଆମର ସୈନିକମାନେ ଯେଉଁ ଉପଯୁକ୍ତ ଜବାବ ଦେଲେ, ପାକିସ୍ତାନକୁ ଉଚିତ ଶିକ୍ଷା ମିଳିଲା ।
ସାଥୀଗଣ,
ଏଠାରେ ଏହି ଘାଟୀରେ ଦେଖାଯାଇଥିବା ପରାକ୍ରମର ଗୁଞ୍ଜରଣ, ଏହି ଗୁଞ୍ଜରଣ ଶତ୍ରୁର ମନୋବଳକୁ ଭାଙ୍ଗିଦେଲା । ତାଙ୍କୁ କ’ଣ ଜଣାଥିଲା ଯେ ଏଠାରେ ତାହାର ସାମ୍ନା ମାଆ ଭାରତୀର ଶକ୍ତିଶାଳୀ ପୁଅ-ଝିଅଙ୍କ ସହିତ ହେବାକୁ ଯାଉଛି । ମେଜର କୁଳଦୀପ ସିଂହ ଚାନ୍ଦପୁରୀଙ୍କ ନେତୃତ୍ୱରେ ଭାରତୀୟ ବୀରମାନେ ଟ୍ୟାଙ୍କରରେ ସଜ୍ଜିତ ହୋଇ ଶତ୍ରୁପକ୍ଷର ସୈନିକମାନଙ୍କୁ ପରାସ୍ତ କରିଦେଲେ, ସେମାନଙ୍କ ଉଦ୍ଦେଶ୍ୟକୁ ବିଫଳ କରିଦେଲେ । କେବେ-କେବେ ମୋତେ ଲାଗିଥାଏ, ଯେ କୁଳଦୀପ ମହାଶୟଙ୍କ ମାତା-ପିତା ତାଙ୍କ ନାମ ଭାବିଚିନ୍ତି ରଖିଥିଲେ, ତାଙ୍କୁ ଲାଗିଥିବ ଯେ ଏ ହେଉଛି କୁଳର ଦୀପକ କିନ୍ତୁ ସେହି କୁଳଦୀପ ମହାଶୟ ନିଜର ପରାକ୍ରମରେ ସେହି ନାମକୁ ଏଭଳି ସାର୍ଥକ କରିଦେଲେ, ଏଭଳି ସାର୍ଥକ କରିଦେଲେ ଯେ ସେ କେବଳ କୁଳଦୀପ ନୁହେଁ, ସେ ରାଷ୍ଟ୍ରଦୀପ ପାଲଟିଗଲେ ।
ସାଥୀଗଣ,
ଲଙ୍ଗେୱାଲାର ସେହି ଐତିହାସିକ ଦୃଶ୍ୟ ହିଁ ହେଉଛି ଭାରତୀୟ ସୈନ୍ୟବଳର ଶୌର୍ଯ୍ୟର ପ୍ରତୀକ, ସ୍ଥଳସେନା, ବିଏସଏଫ ଏବଂ ବାୟୁସେନାର ଅଦ୍ଭୁତ ସମନ୍ୱୟର ହିଁ ହେଉଛି ପ୍ରତୀକ । ଏହି ଯୁଦ୍ଧ ଦେଖାଇ ଦେଇଛି ଯେ ଭାରତରେ ସଂଗଠିତ ସୈନ୍ୟ ଶକ୍ତି ସାମ୍ନାକୁ ଯେ କେହି ଆସିଲେ ମଧ୍ୟ, ସେ କୌଣସି ମଧ୍ୟ ପରିସ୍ଥିତିରେ ମୁକାବିଲା କରି ପାରିବ ନାହିଁ । ଏବେ- ଯେତେବେଳେ ବର୍ଷ 71ରେ ହୋଇଥିବା ଯୁଦ୍ଧରେ ଲୌଙ୍ଗେୱାଲାରେ ହୋଇଥିବା ଯୁଦ୍ଧର 50 ବର୍ଷ ହେବାକୁ ଯାଉଛି, କିଛି ସପ୍ତାହରେ ଆମେ ଏହାର 50 ବର୍ଷ, ଏହି ଗୌରବପୂର୍ଣ୍ଣ ସ୍ୱର୍ଣ୍ଣିମ ପୃଷ୍ଠାକୁ ଆମେ ପାଳନ କରିବାକୁ ଯାଉଛେ ଆଉ ଏଥିପାଇଁ ଆଜି ଏଠାକୁ ଆସିବାକୁ ମୋର ମନ ହେଲା । ତେବେ ସାରା ଦେଶ ନିଜର ବୀରମାନଙ୍କର ବିଜୟଗାଥା ଗୁଡିକୁ ଶୁଣି ଗୌରବାନ୍ୱିତ ହେବେ, ସେମାନଙ୍କର ମନୋବଳ ବୃଦ୍ଧି ପାଇବ, ଭବିଷ୍ୟତ ପିଢିମାନେ, ଏହି ପରାକ୍ରମ ସହିତ ପ୍ରେରଣା ମଧ୍ୟ ନେବା ପାଇଁ ଏହି ଅବସର ସେମାନଙ୍କ ଜୀବନର ଏକ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଏହି ଭଳି ବୀର ସନ୍ତାନଙ୍କ ଲାଗି ହିଁ ରାଜସ୍ଥାନର ମାଟିର ଜଣେ କବି ନାରାୟଣ ସିଂହ ଭାଟି ଲେଖିଛନ୍ତି ଆଉ ଏହି ଗୀତ ଭାଷା- ଉପଭାଷାରେ ଲେଖିଛନ୍ତି, ସେ ଲେଖିଛନ୍ତି, ଏହିଭଳି ଘର, ଏହି ଭଳି ଗଗନ, ଏହିଭଳି ସହ-ଇତିହାସ! ଏହିଭଳି ସହ-ପିଢିମାନେ, ପ୍ରାଚୀ ତ୍ରଣେ ପ୍ରକାଶ!! ଅର୍ଥାତ ନିଜର ବୀର ପୁତ୍ରମାନଙ୍କର ବଳିଦାନକୁ ନେଇ ଏହି ମାଟି ଗର୍ବ କରିଥାଏ, ଆକାଶ ଗର୍ବ କରିଥାଏ ଆଉ ସମ୍ପୂର୍ଣ୍ଣ ଇତିହାସ ଗର୍ବ କରିଥାଏ । ଯେବେ-ଯେବେ ସୂର୍ଯ୍ୟର କିରଣ ଏହି ଧରଣୀରୁ ଅନ୍ଧକାରକୁ ଦୂର କରିବା ପାଇଁ ଅବତରିତ ହେବେ, ଆଗାମୀ ପିଢିମାନେ ଏହି ବଳିଦାନକୁ ନେଇ ଗର୍ବ କରି ଚାଲିଥିବେ ।
ସାଥୀଗଣ,
ହିମାଳୟର ସୁଉଚ୍ଚ ଶିଖର ହେଉ, ମରୁଭୂମିରେ ବାଲିର ପାହାଡ ହେଉ, ଘଞ୍ଚ ଜଙ୍ଗଲ ହେଉ ଅବା ପୁଣି ସମୁଦ୍ରର ଗଭୀରତା ହେଉ, ପ୍ରତ୍ୟେକ ଆହ୍ୱାନରେ ସଦା ସର୍ବଦା ଆପଣଙ୍କ ବୀରତ୍ୱ ପ୍ରତ୍ୟେକ ଆହ୍ୱାନ ଉପରେ ଶକ୍ତିଶାଳୀ ହୋଇଛି । ଆପଣମାନଙ୍କ ମଧ୍ୟରୁ ଅନେକ ସାଥୀ ଯଦି ଆଜି ଏଠାରେ ମରୁଭୂମିରେ ମୁତୟନ ହୋଇଛନ୍ତି, ତେବେ ଆପଣମାନଙ୍କୁ ମଧ୍ୟ ହିମାଳୟର ଶିଖରର ଉଚ୍ଚତାର ମଧ୍ୟ ଅନୁଭବ ଅଛି । ସ୍ଥିତି ପରିସ୍ଥିତି ଯାହା ମଧ୍ୟ ହେଉ, ଆପଣଙ୍କର ପରାକ୍ରମ, ଆପଣଙ୍କର ଶୌର୍ଯ୍ୟ ହେଉଛି ଅତୁଳନୀୟ । ତାହାର ପ୍ରଭାବ ହେଉଛି ଯେ ଆଜି ଶତ୍ରୁକୁ ମଧ୍ୟ ଏହା ଅନୁଭବ ହେଉଛି ଯେ ଭାରତର ସାହସୀ ଯବାନଙ୍କର କେହି ସମକକ୍ଷ୍ୟ ହୋଇପାରିବେ ନାହିଁ । ଆପଣମାନଙ୍କର ଏହି ଶୌର୍ଯ୍ୟକୁ ପ୍ରଣାମ କରି ଆଜି ଭାରତର 130 କୋଟି ଦେଶବାସୀ ଆପଣମାନଙ୍କ ସହିତ ଦୃଢାର ସହିତ ଠିଆ ହୋଇଛନ୍ତି । ଆଜି ପ୍ରତ୍ୟେକ ଭାରତବାସୀଙ୍କୁ ନିଜ ସୈନିକଙ୍କ ଶକ୍ତି, ଏବଂ ଶୌର୍ଯ୍ୟକୁ ନେଇ ଗର୍ବ କରୁଛନ୍ତି । ସେମାନେ ଆପଣଙ୍କ ଅଜେୟତାକୁ ନେଇ, ଆପଣଙ୍କ ଅପରାଜେୟତାକୁ ନେଇ ଗର୍ବ କରନ୍ତି । ବିଶ୍ୱର କୌଣସି ମଧ୍ୟ ଶକ୍ତି ଆମର ବୀର ଯବାନମାନଙ୍କୁ ଦେଶର ସୀମାର ସୁରକ୍ଷା କରିବାରୁ ଅଟକାଇ ପାରିବେ ନାହିଁ ନା ତିଷ୍ଠି ପାରିବେ ନାହିଁ ।
ସାଥୀଗଣ,
ବିଶ୍ୱର ଇତିହାସ ଆମକୁ ଏହା ଜଣାଉଛି ଯେ କେବଳ ସେହି ରାଷ୍ଟ୍ର ସୁରକ୍ଷିତ ରହିଛି, ସେହି ରାଷ୍ଟ୍ର ଆଗକୁ ବଢ଼ିଛି ଯାହା ମଧ୍ୟରେ ଆକ୍ରାନ୍ତମାନଙ୍କର ମୁକାବିଲା କରିବାର କ୍ଷମତା ରହିଛି । ଯଦି ଆଜିର ଦୃଶ୍ୟ ଦେଖିବା, ଯଦିଓ ଆନ୍ତର୍ଜାତିକ ସହଯୋଗ କେତେ ମଧ୍ୟ ଆଗକୁ ଆସି ଯାଇ ଥାଆନ୍ତୁ ନା କାହିଁକି, ସମୀକରଣ କେତେ ମଧ୍ୟ ବଦଳି ନଯାଉ, କିନ୍ତୁ ଆମେ କେବେ ମଧ୍ୟ ଭୁଲି ପାରିବା ନାହିଁ, ସତର୍କତା ହିଁ ହେଉଛି ସୁରକ୍ଷାର ପଥ, ସଜାଗତା ହିଁ ହେଉଛି ସୁଖ-ଶାନ୍ତିର ସମ୍ବଳ । ସାମର୍ଥ୍ୟ ହିଁ ହେଉଛି ବିଜୟର ବିଶ୍ୱାସ, ସକ୍ଷମତା ହିଁ ହେଉଛି ଶାନ୍ତିର ପୁରସ୍କାର । ଭାରତ ଆଜି ସୁରକ୍ଷିତ ଅଛି, କାରଣ ଭାରତ ପାଖରେ ନିଜକୁ ସୁରକ୍ଷା କରିବାର ଶକ୍ତି ଅଛି, ଭାରତ ପାଖରେ ଆପଣମାନଙ୍କ ଭଳି ବୀର ପୁଅ-ଝିଅମାନେ ଅଛନ୍ତି ।
ସାଥୀଗଣ,
ଯେତେବେଳେ ମଧ୍ୟ ଆବଶ୍ୟକତା ପଡ଼ିଛି, ଭାରତ ବିଶ୍ୱକୁ ଦେଖାଇ ଦେଇଛି ଯେ ତା’ପାଖରେ ଶକ୍ତି ମଧ୍ୟ ଅଛି ଏବଂ ଉପଯୁକ୍ତ ଜବାବ ଦେବା ପାଇଁ ରାଜନୈତିକ ଇଚ୍ଛାଶକ୍ତି ମଧ୍ୟ ଅଛି । ଆମର ସୈନ୍ୟଶକ୍ତି, ସେମାନେ ଆଜି ଆମର ବୁଝାମଣାର ଶକ୍ତିକୁ ମଧ୍ୟ ଅନେକ ଗୁଣ ବଢ଼ାଇ ଦେଇଛନ୍ତି, ସେମାନଙ୍କର ପରାକ୍ରମ ଦ୍ୱାରା ବଢ଼ିଛି । ସେମାନଙ୍କର ସଂକଳ୍ପ ଶକ୍ତି ଦ୍ୱାରା ବଢ଼ିଛି । ଆଜି ଭାରତ ଆତଙ୍କବାଦୀ ମାନଙ୍କୁ, ଆତଙ୍କବାଦୀ ମାନଙ୍କୁ ପ୍ରଶ୍ରୟ ଦେଉଥିବା ଲୋକମାନଙ୍କ ଘରେ ପଶି ମାରୁଛନ୍ତି । ଆଜି ବିଶ୍ୱ ଏହା ଜାଣି ପାରୁଛି, ବୁଝିପାରୁଛି ଯେ ଏହି ଦେଶ ନିଜର ହିତ ପାଇଁ କୌଣସି ମୂଲ୍ୟରେ ମଧ୍ୟ ତିଳେମାତ୍ର ବୁଝାମଣା କରିଲାବାଲା ନୁହେଁ । ଭାରତର ଏହି ସ୍ଥିତି, ଏହି ଉଚ୍ଚତା ଆପଣଙ୍କ ଶକ୍ତି ଏବଂ ଆପଣଙ୍କ ପରାକ୍ରମ କାରଣରୁ ହିଁ ହୋଇ ପାରିଛି । ଆପଣମାନେ ଦେଶକୁ ସୁରକ୍ଷିତ କରି ରଖିଛନ୍ତି । ଏଥିପାଇଁ ଆଜି ଭାରତ ବିଶ୍ୱ ମଞ୍ଚ ଗୁଡ଼ିକରେ ପ୍ରଖରତାର ସହିତ ନିଜ କଥା ରଖିପାରୁଛି ।
ସାଥୀଗଣ,
ଆଜି ସାରା ବିଶ୍ୱ ବିସ୍ତାରବାଦୀ ଶକ୍ତି ଯୋଗୁଁ ଚିନ୍ତାଗ୍ରସ୍ତ ଅଛି । ବିସ୍ତାରବାଦ, ଗୋଟିଏ ପଟେ ହେଉଛି ମାନସିକ ବିକୃତି ଏବଂ ଅନ୍ୟପଟେ ଅଷ୍ଟାଦଶ ଶତାବ୍ଦୀର ଚିନ୍ତାଧାରାକୁ ଦର୍ଶାଉଛି । ଏହି ଚିନ୍ତାଧାରା ବିରୁଦ୍ଧରେ ମଧ୍ୟ ଭାରତ ପ୍ରଖର ସ୍ୱର ଉତୋଳନ କରୁଛି ।
ସାଥୀଗଣ,
ଆଜି ଭାରତ ବହୁତ ହିଁ ଦ୍ରୁତ ଗତିର ସହିତ ନିଜର ପ୍ରତିରକ୍ଷା କ୍ଷେତ୍ରକୁ ଆତ୍ମନିର୍ଭର କରିବା ଦିଗରେ ବହୁତ ଦ୍ରୁତ ଗତିରେ ପଦକ୍ଷେପ ଗ୍ରହଣ କରୁଛି, ଆଗକୁ ବଢ଼ୁଛି । ନିକଟରେ ଆମ ସେନାବାହିନୀ ନିର୍ଣ୍ଣୟ କରିଛି ଯେ ସେ 100ରୁ ଅଧିକ ଭିନ୍ନ-ଭିନ୍ନ ପ୍ରକାରର ଯେଉଁ ଆବଶ୍ୟକତା ଗୁଡ଼ିକ, ବିଶେଷ କରି ଅସ୍ତ୍ରଶସ୍ତ୍ର ଏବଂ ସାଜ-ସରଞ୍ଜାମ ତାହାକୁ ଏବେ ଆଉ ବିଦେଶରୁ ଆଣିବ ନାହିଁ, ଭାରତରେ ଉତ୍ପାଦିତ ହୋଇଥିବା ଜିନିଷ ହିଁ ନେବ । ଏଠାକାର ଉତ୍ପାଦ ଏବଂ ସେଥିପାଇଁ ଯାହା ଆବଶ୍ୟକ ହେବ, ତାହା କରିବ । ଏହି ନିଷ୍ପତ୍ତି ଏକ ଛୋଟକଥା ନୁହେଁ । ଏଥିପାଇଁ ଛାତିରେ ବହୁତ ବଡ଼ ସାହସ ରହିଥିବା ଆବଶ୍ୟକ । ନିଜ ଯବାନମାନଙ୍କ ଉପରେ ବିଶ୍ୱାସ ଅଛି । ମୁଁ ଆଜି ଏହି ସୁଯୋଗରେ ଆହୁରି ତ୍ୟାଗ ଏବଂ ତପସ୍ୟାର ଏହି ଗୁରୁତ୍ୱପୂର୍ଣ୍ଣ ଭୂମିରୁ, ମୁଁ ନିଜ ସେନାବାହିନୀକୁ ସେମାନଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାଇଁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି । ଏହି ନିଷ୍ପତ୍ତି ଏକ ଛୋଟକଥା ନୁହେଁ, ଏହା ମୁଁ ଜାଣିଛି । ନିଷ୍ପତ୍ତି ସେନାବାହିନୀ ନେଇଛି, ଆତ୍ମନିର୍ଭର ଭାରତର ଏକ ବହୁତ ବଡ଼ ଉତ୍ସାହ ବୃଦ୍ଧି କରିବା ଭଳି ନିଷ୍ପତ୍ତି ନେଇଛି । କିନ୍ତୁ ସେନାବାହିନୀର ଏହି ନିଷ୍ପତ୍ତି ଦ୍ୱାରା ଦେଶବାସୀଙ୍କ ମଧ୍ୟରେ, 130 କୋଟି ଦେଶବାସୀଙ୍କ ନିକଟକୁ ମଧ୍ୟ ଏଭଳି ବାର୍ତ୍ତା ଯାଇଛି, ସବୁକିଛି ଦୂରକୁ ଚାଲିଯାଇଛି ଏବଂ ସେହି ବାର୍ତା କ’ଣ ଗଲା, ଲୋକାଲ ପାଇଁ ଭୋକାଲ ହେବାର, ସେନାବାହିନୀର ଏହି ନିଷ୍ପତ୍ତି 130 କୋଟି ଦେଶବାସୀଙ୍କୁ ଲୋକାଲ ପାଇଁ ଭୋକାଲ ହେବାର ପ୍ରେରଣା ଦେଇଛି । ମୁଁ ଆଜି ଦେଶର ଯୁବକମାନଙ୍କ ଠାରୁ, ଦେଶର ସେନାବାହିନୀ ଠାରୁ ସୁରକ୍ଷାବଳଙ୍କ ଠାରୁ ଅର୍ଦ୍ଧସାମରିକ ବଳ ଠାରୁ ଗୋଟିଏ ପରେ ଗୋଟିଏ ଏହି ପ୍ରକାରର ନିଷ୍ପତ୍ତିକୁ ଅନୁକୂଳ ଭାରତରେ ମଧ୍ୟ ମୋ ଦେଶର ଯୁବକ ଏଭଳି-ଏଭଳି ଜିନିଷର ନିର୍ମାଣ କରିବେ, ଏଭଳି-ଏଭଳି ଜିନିଷ ତିଆରି କରି ନେଇ ଆସିବେ, ଆମର ସେନାର ଯବାନମାନଙ୍କର, ଆମର ସୁରକ୍ଷାବଳର ଯବାନମାନଙ୍କର ଶକ୍ତି ବୃଦ୍ଧି ପାଇବ । ଏହି କିଛିଦିନ ମଧ୍ୟରେ ଅନେକ ଷ୍ଟାର୍ଟ-ଅପ୍ସ ସେନାବାହିନୀର ଆବଶ୍ୟକତାକୁ ପୂରଣ କରିବା ପାଇଁ ଆଗକୁ ଆସିଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ଯୁବକମାନଙ୍କର ନୂତନ ଷ୍ଟାର୍ଟ-ଅପ୍ସ ଦେଶକୁ ଆତ୍ମନିର୍ଭରତା କ୍ଷେତ୍ରରେ ଆହୁରି ଦ୍ରୁତ ଗତିରେ ଆଗକୁ ନେଇଯିବ ।
ସାଥୀଗଣ,
ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତ, ଦେଶର ବୃଦ୍ଧି ପାଉଥିବା ଏହି ସାମର୍ଥ୍ୟର ଲକ୍ଷ୍ୟ ହେଉଛି– ସୀମାରେ ଶାନ୍ତି । ଆଜି ଭାରତର ରଣନୀତି ହେଉଛି ପରିଷ୍କାର, ଭାରତର ରଣନୀତି ହେଉଛି ସ୍ପଷ୍ଟ । ଆଜି ଭାରତ ବୁଝିବାରେ ଏବଂ ବୁଝାଇବାର ନୀତିରେ ବିଶ୍ୱାସ କରୁଛି, ବୁଝିବାରେ ଏବଂ ବୁଝାଇବାରେ ମଧ୍ୟ, କିନ୍ତୁ ଯଦି ଆମେ ପରୀକ୍ଷା କରିବା ପାଇଁ ଚେଷ୍ଟା କରିବା, ପୁଣି ତେବେ ଉତର ମଧ୍ୟ ସେହିଭଳି ଭାବେ ପ୍ରଚଣ୍ଡ ଆକାରରେ ମିଳିବ ।
ସାଥୀଗଣ,
ଦେଶର ଅଖଣ୍ଡତା, ଦେଶବାସୀଙ୍କ ଏକତା ଉପରେ ନିର୍ଭର କରିଥାଏ । ଶାନ୍ତି, ଏକତା, ସଦଭାବନା, ଦେଶ ଭିତରେ, ଦେଶର ଅଖଣ୍ଡତାକୁ ଉର୍ଜ୍ଜା ଦେଇଥାଏ । ସୀମାର ସୁରକ୍ଷା, ସୁରକ୍ଷାବଳ ଗୁଡ଼ିକର ଶକ୍ତି ସହିତ ଜଡ଼ିତ ଅଛି । ସୀମାରେ ଆମର ସାହସୀ ଯବାନଙ୍କର ଉତ୍ସାହ ଦୃଢ଼ ରହୁ, ସେମାନଙ୍କ ମନୋବଳ ଆକାଶ ଠାରୁ ମଧ୍ୟ ଉଚ୍ଚ ରହୁ, ଏଥିପାଇଁ ସେମାନଙ୍କର ପ୍ରତ୍ୟେକ ଆବଶ୍ୟକତା, ପ୍ରତ୍ୟେକ ଆବଶ୍ୟକ ସାମଗ୍ରୀ ଆଜି ଦେଶର ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରେ ରହିଛି । ସେମାନଙ୍କର ପରିବାରର ଦେଖାଶୁଣା, ଏହା ହେଉଛି ଦେଶର ଦାୟିତ୍ୱ । ବିଗତ ଦିନମାନଙ୍କରେ, ସୈନିକ ମାନଙ୍କର ପିଲାମାନଙ୍କର ଶିକ୍ଷା ଏବଂ ରୋଜଗାରକୁ ନେଇ ଅନେକ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ଗତବର୍ଷ ଯେତେବେଳେ ମୁଁ ଦ୍ୱିତୀୟ ଥର ପାଇଁ ଶପଥ ନେଲି, ସେତେବେଳେ ପ୍ରଥମ ନିଷ୍ପତ୍ତି ଶହୀଦମାନଙ୍କର ପିଲାମାନଙ୍କ ଶିକ୍ଷା ସହିତ ଜଡ଼ିତ ଥିଲା । ଏହା ଅଧୀନରେ ଜାତୀୟ ପ୍ରତିରକ୍ଷା ପାଣ୍ଠି ଅନ୍ତର୍ଗତ ମିଳୁଥିବା ବୃତ୍ତିକୁ ବୃଦ୍ଧି ଯାଇଛି ।
ସାଥୀଗଣ,
ସୁବିଧା ସହିତ ବୀରମାନଙ୍କର ସମ୍ମାନ ପାଇଁ ମଧ୍ୟ ଦେଶରେ ଅଭୁତପୂର୍ବ ପ୍ରୟାସ ଜାରି ରହିଛି । ଜାତୀୟ ଯୁଦ୍ଧ ସ୍ମାରକୀ, ରାଷ୍ଟ୍ରୀୟ ସମର ସ୍ମାରକ ଅବା ପୁଣି ଜାତୀୟ ପୁଲିସ ସ୍ମାରକ ହେଉ, ଏହି ଦୁଇଟି ସ୍ମାରକ ଦେଶର ଶୌର୍ଯ୍ୟର ସର୍ବୋଚ୍ଚ ପ୍ରତୀକ ପାଲଟି ଦେଶବାସୀଙ୍କୁ, ଆମର ନୂତନ ପିଢିକୁ ପ୍ରେରଣା ଯୋଗାଇ ଦେଉଛି ।
ସାଥୀଗଣ,
କଠିନ ଆହ୍ୱାନ ମଧ୍ୟରେ ଆପଣଙ୍କ ବ୍ୟବହାର, ଆପଣଙ୍କ ଟିମ୍ ୱାର୍କ, ଦେଶକୁ ପ୍ରତ୍ୟେକ ଯୁଦ୍ଧରେ ଏହି ଉତ୍ସାହର ସହିତ ଲଢ଼ିବା ପାଇଁ ଶିକ୍ଷା ଦେଉଛି । ଆଜି ଦେଶ ଏହି ଭାବନାରେ କରୋନା ଭଳି ମହାମାରୀ ବିରୁଦ୍ଧରେ ମଧ୍ୟ ଯୁଦ୍ଧ କରିବା ଜାରି ରଖିଛି । ଦେଶର ହଜାର ହଜାର ଡାକ୍ତର, ନର୍ସ, ସହାୟକ ଏବଂ ସହଯୋଗୀ କର୍ମଚାରୀ ଦିନରାତି, ଅଟକି ନଯାଇ, ଥକି ନଯାଇ କାର୍ଯ୍ୟ କରୁଛନ୍ତି । ଦେଶବାସୀ ମଧ୍ୟ ଏହି ଯୁଦ୍ଧରେ ଆଗ ଧାଡ଼ିର ଯୋଦ୍ଧା ଭଳି ଲଢ଼େଇ କରୁଛନ୍ତି । ଏତେ ମାସ ମଧ୍ୟରେ ଆମର ଦେଶବାସୀ ସଂପୂର୍ଣ୍ଣ ଅନୁଶାସନ ପାଳନ କରୁଛନ୍ତି, ମାସ୍କ ଭଳି ସତର୍କତାକୁ ପାଳନ କରୁଛନ୍ତି ଏବଂ ନିଜେ ଓ ନିଜର ଜୀବନକୁ ରକ୍ଷା କରୁଛନ୍ତି କିନ୍ତୁ ଆମେ ଏହା ମଧ୍ୟ ଅନୁଭବ କରୁଛେ, ଯଦି ଆମକୁ ମାସ୍କ ପିନ୍ଧିବାରେ ଏତେ କଷ୍ଟ ହେଉଛି, ତେବେ ଆପଣଙ୍କ ପାଇଁ ଏହି ସୁରକ୍ଷା ଜ୍ୟାକେଟ ଗୁଡ଼ିକ, କେଜାଣି କାହିଁକି ଆପଣଙ୍କୁ ନିଜ ଶରୀର ସହିତ କେତେ ଜିନିଷ ବୋହିବାକୁ ପଡ଼ୁଛି । ଏତେ ସବୁ ପିନ୍ଧିବା ଯେ, କେତେ କଷ୍ଟକର ହୋଇ ପାରିବ । ଆପଣଙ୍କର ଏହି ତ୍ୟାଗ ଦ୍ୱାରା ଦେଶ ଅନୁଶାସନ ମଧ୍ୟ ଶିଖିପାରୁଛି । ଆଉ ସେବା ଧର୍ମର ମଧ୍ୟ ପାଳନ କରୁଛି ।
ସାଥୀଗଣ,
ସୀମାରେ ରହି ଆପଣ ଯେଉଁ ତ୍ୟାଗ କରୁଛନ୍ତି, ତପସ୍ୟା କରୁଛନ୍ତି, ତାହା ଦେଶରେ ଏକ ବିଶ୍ୱାସର ବାତାବରଣ ସୃଷ୍ଟି କରୁଛି, ପ୍ରତ୍ୟେକ ହିନ୍ଦୁସ୍ଥାନୀଙ୍କ ମଧ୍ୟରେ ଏକ ନୂତନ ଆତ୍ମବିଶ୍ୱାସ ସ୍ତର ବଢ଼ାଇ ପାରିଛି । ଏହା ବିଶ୍ୱାସ ହେଉଛି ଯେ ମିଳିମିଶି ବଡ଼ରୁ ବଡ଼ ଆହ୍ୱାନର ମୁକାବିଲା କରାଯାଇ ପାରିବ । ଆପଣଙ୍କ ଠାରୁ ମିଳୁଥିବା ଏହି ପ୍ରେରଣା ଦ୍ୱାରା ଦେଶ ମହାମାରୀର ଏହି କଠିନ ସମୟରେ ନିଜର ପ୍ରତ୍ୟେକ ନାଗରିକଙ୍କ ଜୀବନ ରକ୍ଷାରେ ଯୋଡ଼ି ହୋଇଛନ୍ତି । ଏତେ ମାସରେ ଦେଶ ନିଜର 80 କୋଟିରୁ ଅଧିକ ନାଗରିକଙ୍କର ଭୋଜନ ବ୍ୟବସ୍ଥା କରି ପାରିଛି । କିନ୍ତୁ ଏହା ସହିତ ହିଁ, ଦେଶ, ଅର୍ଥବ୍ୟବସ୍ଥାକୁ ପୁଣି ଆଉ ଥରେ ଗତି ଦେବାରେ ମଧ୍ୟ ସଂପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ପ୍ରୟାସ କରୁଛି । ଦେଶବାସୀଙ୍କର ଏହି ଆତ୍ମବିଶ୍ୱାସର ପରିଣାମ ହେଉଛି ଯେ ଆଜି ଅନେକ କ୍ଷେତ୍ରରେ ରେକର୍ଡ ପୁନଃରୁଦ୍ଧାର ଓ ଅଭିବୃଦ୍ଧି ଦେଖିବାକୁ ମିଳୁଛି । ଏହି ଭିନ୍ନ-ଭିନ୍ନ ପ୍ରକାରର ସମସ୍ତ ଲଢ଼େଇ ଗୁଡ଼ିକରେ, ଏହିସବୁ ସଫଳତା ମାନ, ଏହାର ଶ୍ରେୟ ସୀମାରେ ମୁତୟନ ଆମର ଯବାନମାନଙ୍କୁ ଯାଉଛି, ଆପଣମାନଙ୍କୁ ଯାଉଛି ।
ସାଥୀଗଣ,
ପ୍ରତ୍ୟେକ ଥର, ପ୍ରତ୍ୟେକ ଉତ୍ସବରେ, ଯେତେବେଳେ ମଧ୍ୟ ମୁଁ ଆପଣମାନଙ୍କ ଗହଣକୁ ଆସୁଛି, ଯେତେ ସମୟ ଆପଣ ସମସ୍ତଙ୍କ ଗହଣରେ ବିତାଉଛି, ଯେତେ ଆପଣମାନଙ୍କର ସୁଖ-ଦୁଃଖରେ ସାମିଲ ହେଉଛି, ରାଷ୍ଟ୍ରରକ୍ଷାର, ରାଷ୍ଟ୍ରସେବାର ମୋର ସଂକଳ୍ପ ସେତିକି ମଧ୍ୟ ସୁଦୃଢ଼ ହେଉଛି । ମୁଁ ଆପଣମାନଙ୍କୁ ପୁଣି ଆଶ୍ୱସ୍ତ କରୁଛି ଯେ ଆପଣ ନିଶ୍ଚିତ ହୋଇ ଆପଣଙ୍କର କର୍ତବ୍ୟ ପଥରେ ଦୃଢ଼ ରୁହନ୍ତୁ, ପ୍ରତ୍ୟେକ ଦେଶବାସୀ ଆପଣଙ୍କ ସହିତ ଅଛନ୍ତି । ହଁ, ଆଜିର ଦିନରେ ଆପଣଙ୍କ ଜଣେ ମିତ୍ର ଭାବେ, ଜଣେ ସାଥୀ ଭାବେ ମୁଁ ତିନୋଟି କଥାକୁ ନେଇ ଅନୁରୋଧ କରିବି ଆଉ ମୋର ବିଶ୍ୱାସ ରହିଛି ଯେ ମୋର ଏହି ଅନୁରୋଧ ଆପଣଙ୍କ ପାଇଁ ମଧ୍ୟ ହୋଇପାରେ ଏକ ସଂକଳ୍ପ ପାଲଟି ଯିବ । ପ୍ରଥମରେ- କିଛି ନା କିଛି ନୂତନ ନବସୃଜନ କରିବାର ଅଭ୍ୟାସକୁ, ନୂତନ ଢ଼ଂଗରେ କରିବାର ଅଭ୍ୟାସ, ନୂତନ କଥା ଅନୁସନ୍ଧାନ କରିବାର ଅଭ୍ୟାସ, ଏହାକୁ ଜୀବନର ଅଂଶ କରି ରଖନ୍ତୁ ଆଉ ମୁଁ ଦେଖିଛି ଯେ ଏହି ପ୍ରକାରର ଜୀବନ ଜୀଉଁଥିବା ଆମର ଯବାନଙ୍କ ସୃଜନଶୀଳତା ଦେଶ ପାଇଁ ବହୁତ କିଛି ନୂଆ ଜିନିଷ ଆଣି ପାରିବ । ଆପଣ ଟିକେ ଧ୍ୟାନ ଦିଅନ୍ତୁ, କିଛି ନା କିଛି ନବସୃଜନ କରିବା ପାଇଁ । ଦେଖନ୍ତୁ, ଆମର ସୁରକ୍ଷା ବଳମାନଙ୍କୁ କାରଣ ଆପଣ ଅନୁଭବର ଆଧାରରେ
ନବସୃଜନ କରିଥାନ୍ତି । ନିତିଦିନିଆ ଜୀବନରେ ଆପଣମାନେ ଯେଉଁଭଳି ଭାବେ ଲଢେଇ କରୁଛନ୍ତି ସେଥିରୁ ବାହାର କରୁଛନ୍ତି, ବହୁତ ବଡ଼ ଲାଭ ହୋଇଥାଏ । ମୋର ଦ୍ୱିତୀୟ ଅନୁରୋଧ ହେଉଛି ଆଉ ତାହା ଆପଣମାନଙ୍କ ପାଇଁ ହେଉଛି ବହୁତ ବଡ଼ ଜରୁରୀ । ଆପଣ ଯେକୌଣସି ପରିସ୍ଥିତିରେ ଯୋଗକୁ ନିଜ ଜୀବନର ଅଂଶ କରିବା ଶିଖନ୍ତୁ ଏବଂ ତୃତୀୟ ଆମ ସମସ୍ତଙ୍କର ନିଜ- ନିଜ ମାତୃଭାଷା ହେଉଛି, ଆମମାନଙ୍କ ମଧ୍ୟରୁ ବହୁତ ଲୋକ ହିନ୍ଦୀରେ ମଧ୍ୟ କଥାବାର୍ତ୍ତା ହେଉଛନ୍ତି, ଆମମାନଙ୍କ ମଧ୍ୟରୁ ବହୁତ ଲୋକ ଇଂରାଜୀରେ ମଧ୍ୟ କଥା ହେଉଛନ୍ତି, ଏସବୁ ମାଧ୍ୟମରେ ଆମର ସ୍ୱଭାବିକ ସଂପର୍କ ରହିଥାଏ । କିନ୍ତୁ ଯେତେବେଳେ ଏଭଳି ସାମୁହିକ ଜୀବନ ହୋଇଥାଏ, ଯେପରି ମୋ ସମ୍ମୁଖରେ ଏକ କ୍ଷୁଦ୍ର ଭାରତ ବସିଛି । ଦେଶର ପ୍ରତ୍ୟେକ କୋଣ ଅନୁକୋଣର ଯୁବକ ବସିଛନ୍ତି । ଭିନ୍ନ-ଭିନ୍ନ ମାତୃଭାଷାର ଯୁବକ ବସିଛନ୍ତି ସେତେବେଳେ ମୁଁ ଆପଣ ମାନଙ୍କୁ ଆଉ ଏକ ଅନୁରୋଧ କରୁଛି ଯେ ମତୃଭାଷା ଯାହା ଆପଣ ଜାଣିଛନ୍ତି, ହିନ୍ଦୀ ଜାଣିଛନ୍ତ, ଇଂରାଜୀ ଜାଣିଛନ୍ତି, ଆପଣ କାହିଁକି ନିଜର ଜଣେ ସାଥୀଙ୍କ ପାଖରୁ, ଭାରତର ଅନ୍ୟ କୌଣସି ଏକ ଭାଷା ନିଶ୍ଚିତ ଶିଖନ୍ତୁ । ଦେଖନ୍ତୁ, ଆପଣ ଦେଖିବେ ତାହା ଆପଣଙ୍କର ଏକ ବହୁତ ବଡ଼ ଶକ୍ତି ପାଲଟି ଯିବ । ଆପଣ ଦେଖିବେ ନିଶ୍ଚିତ, ଏହି କଥା ଆପଣଙ୍କ ମଧ୍ୟରେ ଏକ ନୂତନ ଉର୍ଜା ସଂଚାର କରିବ ।
ସାଥୀଗଣ,
ଯେ ପର୍ଯ୍ୟନ୍ତ ଆପଣ ଅଛନ୍ତି, ଆପଣଙ୍କର ଏହି ଉତ୍ସାହ ଅଛି, ଆପଣଙ୍କର ଏହି ତ୍ୟାଗ ଏବଂ ତପସ୍ୟା ଅଛି, 130 କୋଟି ଭାରତବାସୀଙ୍କର ଆତ୍ମବିଶ୍ୱାସ କେହି ଭାଙ୍ଗି ପାରିବେ ନାହିଁ । ଯେ ପର୍ଯ୍ୟନ୍ତ ଆପଣ ଅଛନ୍ତି, ସେ ପର୍ଯ୍ୟନ୍ତ ଦେଶର ଦିୱାଲୀ ଏହିଭଳି ଉଜ୍ୱଳ ହେଉଥିବ । ଲଙ୍ଗେୱାଲାର ଏହି ପରାକ୍ରମୀ ଭୂମିରୁ, ବୀରତା ଏବଂ ସାହସର ଭୂମିରୁ, ତ୍ୟାଗ ଏବଂ ତପସ୍ୟାର ଭୂମିରୁ ମୁଁ ପୁଣି ଥରେ, ଆପଣ ସମସ୍ତଙ୍କୁ ମଧ୍ୟ ଆମ ଦେଶବାସୀଙ୍କୁ ମଧ୍ୟ ଦୀପାବଳିର ଅନେକ ଅନେକ ଶୁଭକାମନା ଜଣାଉଛି । ମୋ ସହିତ, ସଂମ୍ପୂର୍ଣ୍ଣ ଶକ୍ତିର ଦୁଇ ମୁଠା ଉପରକୁ କରି ପୂରା ଶକ୍ତିର ସହିତ କୁହନ୍ତୁ, ଭାରତ ମାତା କୀ ଜୟ! ଭାରତ ମାତା କୀ ଜୟ! ଭାରତ ମାତା କୀ ଜୟ!
ବହୁତ ବହୁତ ଧନ୍ୟବାଦ!
**********
मैं आज आपके बीच प्रत्येक भारतवासी की शुभकामनाएं लेकर आया हूं, आपके लिए प्यार लेकर आया हूं, आशीष लेकर आया हूं।
— PMO India (@PMOIndia) November 14, 2020
मैं आज उन वीर माताओं-बहनों और बच्चों को भी दीपावली की हार्दिक शुभकामनाएं देता हूं, उनके त्याग को नमन करता हूं, जिनके अपने सरहद पर हैं: PM @narendramodi
आप भले बर्फीली पहाड़ियों पर रहें या फिर रेगिस्तान में, मेरी दीवाली तो आपके बीच आकर ही पूरी होती है।
— PMO India (@PMOIndia) November 14, 2020
आपके चेहरों की रौनक देखता हूं, आपके चेहरे की खुशिया देखता हूं, तो मुझे भी दोगुनी खुशी होती है: PM @narendramodi
हिमालय की बुलंदियां हों, रेगिस्तान का विस्तार हो, घने जंगल हों या फिर समंदर की गहराई हो, हर चुनौती पर हमेशा आपकी वीरता भारी पड़ी है: PM @narendramodi to our forces
— PMO India (@PMOIndia) November 14, 2020
आपके इसी शौर्य को नमन करते हुये आज भारत के 130 करोड़ देशवासी आपके साथ मजबूती से खड़े हैं।
— PMO India (@PMOIndia) November 14, 2020
आज हर भारतवासी को अपने सैनिकों की ताकत और शौर्य पर गर्व है।
उन्हें आपकी अजेयता पर, आपकी अपराजेयता पर गर्व है: PM @narendramodi
दुनिया की कोई भी ताकत हमारे वीर जवानों को देश की सीमा की सुरक्षा करने से रोक नहीं सकती है: PM @narendramodi
— PMO India (@PMOIndia) November 14, 2020
भले ही international cooperation कितना ही आगे क्यों न आ गया हो, समीकरण कितने ही बदल क्यों न गए हों, लेकिन हम कभी नहीं भूल सकते कि:
— PMO India (@PMOIndia) November 14, 2020
सतर्कता ही सुरक्षा की राह है,
सजगता ही सुख-चैन का संबल है।
सामर्थ्य ही विजय का विश्वास है,
सक्षमता से ही शांति का पुरस्कार है: PM @narendramodi
आज दुनिया ये जान रही है, समझ रही है कि ये देश अपने हितों से किसी भी कीमत पर रत्ती भर भी समझौता करने वाला नहीं है।
— PMO India (@PMOIndia) November 14, 2020
भारत का ये रुतबा, ये कद आपकी शक्ति और आपके पराक्रम के ही कारण है।
आपने देश को सुरक्षित किया हुआ है इसीलिए आज भारत वैश्विक मंचों पर प्रखरता से अपनी बात रखता है: PM
आज पूरा विश्व विस्तारवादी ताकतों से परेशान हैं।
— PMO India (@PMOIndia) November 14, 2020
विस्तारवाद, एक तरह से मानसिक विकृति है और अठ्ठारहवीं शताब्दी की सोच को दर्शाती है।
इस सोच के खिलाफ भी भारत प्रखर आवाज बन रहा है: PM @narendramodi
हाल ही में हमारी सेनाओं ने निर्णय लिया है कि वो 100 से ज्यादा हथियारों और साजो-सामान को विदेश से नहीं मंगवाएगी: PM @narendramodi
— PMO India (@PMOIndia) November 14, 2020
मैं सेनाओं को इस फैसले के लिए बधाई देता हूं।
— PMO India (@PMOIndia) November 14, 2020
सेना के इस फैसले से देशवासियों को भी लोकल के लिए वोकल होने की प्रेरणा मिली है: PM @narendramodi
मैं आज देश के नौजवानों से देश की सेनाओं के लिए निर्माण करने का आह्वान करता हूं।
— PMO India (@PMOIndia) November 14, 2020
हाल के दिनों में अनेक स्टार्ट्स-अप्स सेनाओं की जरूरतों को पूरा करने के लिए आगे आए हैं।
डिफेंस सेक्टर में नौजवानों के नए स्टार्ट-अप्स देश को आत्मनिर्भरता के मामले में और तेजी से आगे ले जाएंगे: PM
आज भारत की रणनीति साफ है, स्पष्ट है।
— PMO India (@PMOIndia) November 14, 2020
आज का भारत समझने और समझाने की नीति पर विश्वास करता है लेकिन अगर हमें आज़माने की कोशिश होती है तो, जवाब भी उतना ही प्रचंड मिलता है: PM @narendramodi
सीमा पर रहकर आप जो त्याग करते हैं, तपस्या करते हैं, वो देश में एक विश्वास पैदा करता है।
— PMO India (@PMOIndia) November 14, 2020
ये विश्वास होता है कि मिलकर बड़ी से बड़ी चुनौती का मुकाबला किया जा सकता है: PM @narendramodi
आपसे मिली इसी प्रेरणा से देश महामारी के इस कठिन समय में अपने हर नागरिक के जीवन की रक्षा में जुटा हुआ है।
— PMO India (@PMOIndia) November 14, 2020
इतने महीनों से देश अपने 80 करोड़ नागरिकों के भोजन की व्यवस्था कर रहा है।
लेकिन इसके साथ ही, देश, अर्थव्यवस्था को वापस गति देने का भी पूरे हौसले से प्रयास कर रहा है: PM
आज के दिन मैं आपसे तीन आग्रह और करना चाहता हूं।
— PMO India (@PMOIndia) November 14, 2020
पहला- कुछ न कुछ नया Innovate करने की आदत को अपनी रोजमर्रा की जिंदगी का हिस्सा बनाइए। आजकल कई जगहों पर हमारे जवान महत्वपूर्ण इनोवेशंस कर रहे हैं।
दूसरा- योग को अपने जीवन का हिस्सा बनाए रखिए।
तीसरा- अपनी मातृभाषा, हिंदी और अंग्रेजी के अलावा, कम से कम एक भाषा जरूर सीखिए।
— PMO India (@PMOIndia) November 14, 2020
आप देखिएगा, ये बातें आपमें एक नई ऊर्जा का संचार करेंगी: PM @narendramodi
जब मैं 2014 में दिवाली पर सियाचिन गया था, तो कुछ लोग चौंक गए थे।
— Narendra Modi (@narendramodi) November 14, 2020
दिवाली पर अपनों के बीच ही तो आऊंगा, अपनों से दूर कहां रहूंगा! आप बर्फीली पहाड़ियों पर रहें या रेगिस्तान में, मेरी दिवाली तो आपके बीच आकर ही पूरी होती है।
मैं अपने साथ आपके प्रति देश का प्रेम, स्नेह भी लाता हूं। pic.twitter.com/QCaZjE8TD5
जब भी सैन्य कुशलता के इतिहास के बारे में लिखा-पढ़ा जाएगा, तो बैटल ऑफ लोंगेवाला को जरूर याद किया जाएगा।
— Narendra Modi (@narendramodi) November 14, 2020
यहां की पोस्ट पर आपके साथियों ने शौर्य की एक ऐसी गाथा लिख दी है, जो आज भी हर भारतीय के दिल को जोश से भर देती है। pic.twitter.com/560CV1UZH2
परिस्थिति कैसी भी हो, आपका पराक्रम और शौर्य अतुलनीय है।
— Narendra Modi (@narendramodi) November 14, 2020
आपके इसी शौर्य को नमन करते हुए 130 करोड़ देशवासी आपके साथ मजबूती से खड़े हैं। उन्हें आपकी अजेयता पर, आपकी अपराजेयता पर गर्व है।
दुनिया की कोई भी ताकत हमारे वीर जवानों को देश की सीमा की सुरक्षा करने से रोक नहीं सकती है। pic.twitter.com/NgJwWPyvpc
सतर्कता ही सुरक्षा की राह है,
— Narendra Modi (@narendramodi) November 14, 2020
सजगता ही सुख-चैन का संबल है।
सामर्थ्य ही विजय का विश्वास है,
सक्षमता से ही शांति का पुरस्कार है।
भारत आज सुरक्षित है, क्योंकि भारत के पास अपनी सुरक्षा करने की शक्ति है, भारत के पास आप हैं। pic.twitter.com/KnVK3uto0I
आज पूरा विश्व विस्तारवादी ताकतों से परेशान है।
— Narendra Modi (@narendramodi) November 14, 2020
विस्तारवाद एक तरह से मानसिक विकृति है और 18वीं सदी की सोच को दर्शाता है।
इस सोच के खिलाफ भारत प्रखर आवाज बन रहा है। pic.twitter.com/k2fqGbat4U
देश की अखंडता देशवासियों की एकता पर निर्भर करती है।
— Narendra Modi (@narendramodi) November 14, 2020
सीमा की सुरक्षा सुरक्षाबलों की शक्ति के साथ जुड़ी है।
सीमा पर हमारे जांबाजों का हौसला बुलंद रहे और उनका मनोबल आसमान से भी ऊंचा रहे, इसलिए उनकी हर आवश्यकता आज देश की सर्वोच्च प्राथमिकताओं में शामिल है। pic.twitter.com/7VjUpUKSrj
सीमा पर रहकर आप जो त्याग करते हैं, तपस्या करते हैं, वह देश में एक विश्वास पैदा करता है।
— Narendra Modi (@narendramodi) November 14, 2020
यह विश्वास होता है कि बड़ी से बड़ी चुनौती का मिलकर मुकाबला किया जा सकता है।
आपसे मिली इसी प्रेरणा से देश महामारी के इस कठिन समय में अपने हर नागरिक के जीवन की रक्षा में जुटा हुआ है। pic.twitter.com/Yd3BLzWbvi
हर बार, हर त्योहार में, जब भी मैं आपके बीच आता हूं,
— Narendra Modi (@narendramodi) November 14, 2020
जितना समय आपके बीच बिताता हूं,
जितना आपके सुख-दुख में शामिल होता हूं, राष्ट्ररक्षा और राष्ट्रसेवा का मेरा संकल्प उतना ही मजबूत होता जाता है। pic.twitter.com/B5EvYGhshZ