ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରିଓ ଡି ଜେନିରୋଠାରେ ହେବାକୁ ଥିବା ଅଲମ୍ପିକ୍ସ କ୍ରୀଡାରେ ଭାରତର ପ୍ରତିନିଧିତ୍ୱ କରୁଥିବା କ୍ରୀଡାବିତଙ୍କ ସହିତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।
ନୂଆଦିଲ୍ଲୀର ମାନେକ୍ସା ସେଣ୍ଟରଠାରେ ସୋମବାର ଦିନ ପ୍ରଧାନମନ୍ତ୍ରୀ ସାମ୍ଭାବ୍ୟ ଅଲମ୍ପିକ୍ସ କ୍ରୀଡାବିତମାନଙ୍କୁ ସାକ୍ଷାତ କରିବେ । ରିଓ ଅଲମ୍ପିକ୍ସ ପାଇଁ ବର୍ତ୍ତମାନ ସୁଦ୍ଧା 13ଟି ଶୃଙ୍ଖଳାରେ ଭାରତର 100 ଜଣ କ୍ରୀଡାବିତ ମନୋନୀତ ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ ଏହି କ୍ରୀଡାବିତମାନଙ୍କ ସହିତ ଅନୌପଚାରିକ ଆଲୋଚନା କରିବେ ଏବଂ ବିଶ୍ୱର ସବୁଠାରୁ ବଡ ଓ ମର୍ଯ୍ୟାଦାପୂର୍ଣ୍ଣ କ୍ରୀଡାଙ୍ଗନରେ ସେମାନଙ୍କ ବିଜୟ ପାଇଁ ଶୁଭକାମନା କରିବେ ।