Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଢାକା ଆକ୍ରମଣରେ ଜୀବନହାନୀ ଯୋଗୁଁ ଗଭୀର ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଢାକାଠାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ ଭାବେ ନିନ୍ଦା କରିବା ସହିତ ଏହି ଘଟଣାରେ ପ୍ରାଣହାନୀ ଯୋଗୁ ଗଭୀର ଭାବେ ମର୍ମାହତ ହୋଇଛନ୍ତି ।

‘‘ଢାକାଠାରେ ହୋଇଥିବା ଆକ୍ରମଣ ଆମକୁ ବ୍ୟଥିତ କରିଛି ଏବଂ ଏହାକୁ ପରିପ୍ରକାଶ କରିବା ପାଇଁ ଶବ୍ଦ ନାହିଁ । ମୁଁ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହିତ ଏହି ବିଷୟରେ ଆଲୋଚନା କରିଥିଲି ଏବଂ ଦୃଢ ଭାବେ ଏହି ଜଘନ୍ୟ କାଣ୍ଡର ନିନ୍ଦା କରିଛି ।

ଭାରତ ଏହି ଦୁଃଖଦ ମୂହୁର୍ତ୍ତରେ ବାଂଲା ଦେଶର ଭାଇ ଓ ଭଉଣୀମାନଙ୍କ ସହିତ ରହିବ ଏବଂ ସେମାନଙ୍କୁ ଦୃଢ ଭାବରେ ସମର୍ଥନ କରିବ ।

ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଏବଂ ଏହି ଆକ୍ରମଣରେ ଆହତ ବ୍ୟକ୍ତିମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରି ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି” ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ।