Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରିଓ ଯାତ୍ରା କରିବାକୁ ଥିବା ଭାରତୀୟ କ୍ରୀଡାବିତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ପ୍ରତ୍ୟେକ ଖେଳାଳୀଙ୍କୁ ଟ୍ୱିଟର ପୃଷ୍ଠାରେ ଫଟୋ ଏବଂ ଶୁଭେଚ୍ଛା ଜରିଆରେ କଲେ ଉତ୍ସାହିତ

ରିଓ ଯାତ୍ରା କରିବାକୁ ଥିବା ଭାରତୀୟ କ୍ରୀଡାବିତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ପ୍ରତ୍ୟେକ ଖେଳାଳୀଙ୍କୁ ଟ୍ୱିଟର ପୃଷ୍ଠାରେ ଫଟୋ ଏବଂ ଶୁଭେଚ୍ଛା ଜରିଆରେ କଲେ ଉତ୍ସାହିତ


ଏକ ଅଭୂତପୂର୍ବ ଓ ବିରଳ ଘଟଣାକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ରିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା 60ରୁ ଉର୍ଦ୍ଧ୍ଵ କ୍ରୀଡାବିତଙ୍କ ସହ ଆଜି ବ୍ୟକ୍ତିଗତ ଭାବେ ମତ ବିନିମୟ କରିଛନ୍ତି ।

ପ୍ରତ୍ୟେକ ଖେଳାଳୀଙ୍କୁ ଭେଟି ନିଜର ଚିନ୍ତନ ମାଧ୍ୟମରେ ଉତ୍ସାହିତ କରିଛନ୍ତି । ଅନେକ ଖେଳାଳୀଙ୍କ ସହ ଅନୈାପଚାରିକ କଥାବାର୍ତ୍ତା କରିବା ବେଳେ ସେମାନେ ନିଜ ନିଜ ମୋବାଇଲ ଫୋନରେ ପ୍ରଧାନମନ୍ତ୍ରୀଙ୍କ ସହ ସେଲଫି ଫୋଟ ଉତ୍ତୋଳନ କରିଥିଲେ ।

ଏହାପରେ ପ୍ରଧାନମନ୍ତ୍ରୀ ଆଜି ସାମାଜିକ ଗଣମାଧ୍ୟମ ନେଟୱାର୍କ – ଟ୍ୱିଟର ପୃଷ୍ଠାରେ ପ୍ରତ୍ୟେକ ଖେଳାଳୀଙ୍କ ସହ ନିଜର ଫଟୋ ପ୍ରଦର୍ଶନ କରିଛନ୍ତି । କେବଳ ସେତିକି ନୁହେଁ ପ୍ରତ୍ୟେକ ଟ୍ୱିଟର ପୃଷ୍ଠାରେ ପ୍ରଧାନମନ୍ତ୍ରୀ ଫଟୋ ସହ ଖେଳାଳୀମାନଙ୍କୁ ଉତ୍ସାହ ପ୍ରଦାନ କରିବା ଭଳି ଭାବନା ବ୍ୟକ୍ତ କରିଛନ୍ତି ।

ଦେଶର ଅନେକ ଖେଳାଳୀ ପ୍ରଧାନମନ୍ତ୍ରୀଙ୍କର ଏହି ଅଦ୍ୱିତୀୟ ମନୋଭାବକୁ ବେଶ୍ ପ୍ରଶଂସା କରିଛନ୍ତି । ଏପରିକି ସେମାନେ ମଧ୍ୟ ପ୍ରତ୍ୟୁତ୍ତରରେ ନିଜର ଭାବନାକୁ ଟ୍ୱିଟର ପୃଷ୍ଠାରେ ବାଣ୍ଟିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ମଧ୍ୟ କେତେକଙ୍କୁ ଟ୍ୱିଟ୍ ର ଜବାବ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ମୁଷ୍ଟିଯୋଦ୍ଧା ମନୋଜ କୁମାର ଏବଂ କୁସ୍ତିଯୋଦ୍ଧା ଯୋଗେଶ୍ୱର ଦତ୍ତ ।