ପିଏମଇଣ୍ଡିଆ
କିଙ୍ଗ୍ ଗୁଡୱିଲ୍ ଜ୍ୱେଲିଥିନିକା ଭେକୁଜୁଲୁ
କ୍ୱାଜୁଲୁ ନାତାଲ କ୍ଷେତ୍ରର ମାନ୍ୟବର ପ୍ରଧାନମନ୍ତ୍ରୀ
ଏଥେୱିକି ମ୍ୟୁନିସିପାଲଟିର ପୂଜ୍ୟ ମେୟର
ବିଶିଷ୍ଟ ଅତିଥିବୃନ୍ଦ, ଭାଇ ଓ ଭଉଣୀମାନେ,
ନମସ୍ତେ, ୱାଣକମ୍
ସାନିବୋନାନୀ,
ଏହି ସୁନ୍ଦର ସହରରେ ଆପଣମାନେ ପ୍ରଦାନ କରିଥିବା ଭବ୍ୟ ସ୍ୱାଗତ ପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ । ଆଜି ଦକ୍ଷିଣ ଆଫ୍ରିକାରେ ମୋର ଦ୍ୱିତୀୟ ଦିନ । କ୍ୱାଜୁଲୁ ନାତାଲରେ ଆସି ପହଞ୍ଚିବା ବାସ୍ତବିକ ମୋ ପାଇଁ ବେଶ୍ ଆନନ୍ଦର କଥା । ଏହା ହେଉଛି ଜୁଲୁ ଯୋଦ୍ଧାମାନଙ୍କର ଭୂମି । ଆଲବର୍ଟ ଲୁଥୁଲି ହେଉଛନ୍ତି ଏଇ ଭୂମିର ସନ୍ତାନ । ଇଏ ସେଇ ଭୂମି ଯାହା ଗାନ୍ଧୀଙ୍କୁ ମହାତ୍ମାରେ ପରିଣତ କରିଥିଲା ।
ଏବଂ ଇଏ ସେଇ ଭୂଇଁ ଯାହା ସହିତ ଭାରତ ଓତଃପ୍ରୋତ ଭାବେ ଜଡିତ:
• ଏକ ସୁଦୃଢ଼ ଐତିହାସିକ ସଂଯୋଗରୁ
• ଗଭୀର ସାଂସ୍କୃତିକ ସମ୍ପର୍କରୁ
• ବିକଶିତ ଅର୍ଥନୈତିକ ସହଯୋଗରୁ ଏବଂ
• ସୁଦୃଢ଼ କ୍ରୀଡା ସମ୍ପର୍କରୁ
ଏହି ସୁନ୍ଦର ରାଷ୍ଟ୍ରର ବୈଶିଷ୍ଟ୍ୟ ହେଲା ଏହାର ସଦାଚଞ୍ଚଳ ବିବିଧତା । ଏବଂ କ୍ୱାଜୁଲୁ ନାତାଲ କ୍ଷେତ୍ର ଏବଂ ଡର୍ବାନଠାରୁ ଅନ୍ୟ କୌଣସି ନଗରୀ ଏଭଳି ବିବିଧତାକୁ ଆକର୍ଷଣୀୟ ଢ଼ଙ୍ଗରେ ଆଦରି ନଥାଏ ।
• ଉପଭାଷା ଓ ଭାଷାରେ
• ଆସ୍ଥା ଓ ବିଶ୍ୱାସର ବିବିଧତାରେ ଏବଂ
• ସାଂସ୍କୃତିକ ପରମ୍ପରାରେ
ଯାହାକି ଏ ସହରର ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ।
ଗୋଟିଏ ପଟେ ଭାରତ ମହାସାଗରର ଉଷ୍ମ ଜଳରାଶି ଏବଂ ଅନ୍ୟ ପଟେ ଡ୍ରାକେନ୍ସରବର୍ଗ ପର୍ବତମାଳା, ଆପଣଙ୍କର ଏହି ମହାନ୍ ବିବିଧତା ଭିତରେ ଏପରିକି ପ୍ରକୃତି ବି ବିମୋହିତ ହୋଇଉଠେ । ଏବଂ ଆପଣମାନେ ନିଜର ଏହି ବିବିଧତାକୁ ବଜାୟ ରଖିବା ସହ ଏହି ଇନ୍ଦ୍ରଧନୁର ଦେଶରେ ମାଣ୍ଡେଲାଙ୍କ ସ୍ୱପ୍ନକୁ ବଞ୍ଚାଇ ରଖିବା ସହ ଏହାକୁ ଆଗକୁ ଆଗେଇ ନେଇ ଯିବା ଲାଗି ଶତତ ଉଦ୍ୟମରତ । ଆପଣଙ୍କର ଉପାସନା, ମୋ ପାଇଁ ଏହି ଐତିହାସିକ ଡର୍ବାନ ସହରରେ ଏପରି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନାର ଆୟୋଜନ ବାସ୍ତବିକ ମୋତେ ବିମୁଗ୍ଧ କରିଛି । ଆପଣମାନେ ମୋତେ କେବଳ ସମ୍ମାନିତ କରିନାହାନ୍ତି, ଆପଣମାନେ ମୋ ଦେଶର 125 କୋଟି ଜନତାଙ୍କୁ ବି ସ୍ୱୀକୃତି ପ୍ରଦାନ କରିଛନ୍ତି । ମୁଁ ଏଇଥି ପାଇଁ ଏ କଥା କହୁଛି । କାରଣ ଏଇ ସ୍ଥାନରେ 1860 ମସିହାରେ ଭାରତୀୟମାନେ ଆସି ଦକ୍ଷିଣ ଆଫ୍ରିକାରେ ପହଞ୍ଚିଥିଲେ । 1860 ମସିହା ନଭେମ୍ବର 16 ତାରିଖ ଦିନ 342 ଜଣ ଭାରତୀୟଙ୍କୁ ଧରି “ଟ୍ରୁରୋ” ଜାହାଜ ଆସି ନାତାଲ ଉପକୂଳରେ ପହଞ୍ଚିଥିଲା । ମୁଁ ପଢ଼ିଛି ଯେ ଯେଉଁ ଚାରିଜଣ ପ୍ରଥମେ ଜାହାଜରୁ ଓହ୍ଲାଇଥିଲେ ସେମାନେ ଥିଲେ ଜଉରୁମ, ତାଙ୍କ ପତ୍ନୀ ଏବଂ ସେମାନଙ୍କର ଦୁଇଟି ସାନ ଝିଅ । ଆଜି ପ୍ରାୟ ଦେଶ ଶହ ବର୍ଷ ପରେ, ଭାରତ ବାହାରେ ଡର୍ବାନ ହେଉଛି ଦ୍ୱିତୀୟ ବୃହତମ ଭାରତୀୟ ସହର । ଦକ୍ଷିଣ ଆଫ୍ରିକାରେ ଭାରତୀୟ ବଂଶୋଦ୍ଭବଙ୍କ ଆବସସ୍ଥଳୀ ଭାବେ ଏହା ସର୍ବବୃହତ ସହର । ବର୍ଣ୍ଣବୌଷମ୍ୟବାଦ ଓ ଔପନିବେଶିକ ଶାସନ କାଳରେ ସେଇ ପ୍ରାରମ୍ଭିକ ଭାରତୀୟ ବଂଶଧରମାନେ ଅନେକ ଯାତନା ସହ୍ୟ କରିଛନ୍ତି । କିନ୍ତୁ ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତି ସତ୍ତ୍ଵେ, ସେମାନେ ନିଜ ସଂସ୍କୃତି ଓ ମୂଲ୍ୟବୋଧକୁ ବଞ୍ଚାଇ ରଖିଛନ୍ତି ।
ଏବଂ ଆଜି ସେମାନେ ଏ ଦେଶର ଗୌରାବାନ୍ୱିତ, ସଫଳ ଏବଂ ଅନୁରକ୍ତ ନାଗରିକ ଭାବେ ନିଜକୁ ସୁପ୍ରତିଷ୍ଠିତ କରିପାରିଛନ୍ତି । ଏଥିସହ ସେମାନେ ନିଜ ଦେଶକୁ ମଧ୍ୟ ନିଜର ଅବଦାନ ଦେଇଆସିଛନ୍ତି ।
• ଶିକ୍ଷା ଓ ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ
• ଉଦ୍ୟୋଗ ଏବଂ ବ୍ୟବସାୟିକ ନେତୃତ୍ୱ ଗହଣରେ
• ଆଇନଜ୍ଞ ଏବଂ ବିଚାରପତି ଭାବେ ଏବଂ
• ବ୍ୟାଙ୍କର, ଡାକ୍ତର ଓ ଇଞ୍ଜିନିୟର ଭାବେ
କିନ୍ତୁ ସେମାନେ କେବଳ ନିଜ ପାଇଁ ଜୀବନ ବଞ୍ଚି ଆସିନାହାନ୍ତି, ସେମାନେ ନିଜସ୍ୱ ଉଦ୍ୟମରେ ଏବଂ ଗୋଷ୍ଠୀଗତ ସାଂଗଠନିକ ଉଦ୍ୟମରେ ସେମାନେ ଗରିବ ଓ ଅବହେଳିତ ଲୋକମାନଙ୍କ ଉତ୍ଥାନ ଦିଗରେ ନେତୃତ୍ୱ ଗ୍ରହଣ କରିଆସୁଛନ୍ତି । ଅସୁସ୍ଥ ଓ ବୟୋବୃଦ୍ଧଙ୍କ ଯତ୍ନ ନେଇ ଆସୁଛନ୍ତି । ସେମାନେ ବୃଦ୍ଧାଶ୍ରମ ଚଳାଉଛନ୍ତି । ଏଡସ, କ୍ୟାନସର ରୋଗୀ ଏବଂ ଅନାଥ ଶିଶୁମାନଙ୍କ ପାଇଁ ସହାୟତା କେନ୍ଦ୍ରମାନ ସ୍ଥାପନ କରିଛନ୍ତି । ବନ୍ଧୁଗଣ, ଆମ ଭିତରେ ଲୋକ ଲୋକମାନଙ୍କ ମଧ୍ୟରେ ଥିବା ସମ୍ପର୍କର ଇତିହାସ ଆଧୁନିକ କାଳରେ ସହଭାଗୀତାର ଏକ ସୁଦୃଢ଼ ଭିତ୍ତିଭୂମି ଗଠନ କରିଛି । ଏବେ ଭାରତରେ ଏକ ବଡଧରଣର ଆର୍ଥିକ ପରିବର୍ତ୍ତନ ସଂଘଟିତ ହେଉଛି । ଏବଂ ଦକ୍ଷିଣ ଆଫ୍ରିକା ହେଲା ଆଫ୍ରିକାର ଏକ ପ୍ରମୁଖ ଅର୍ଥନୈତିକ ଶକ୍ତି । ଆମ ମଧ୍ୟରେ ବାଣିଜ୍ୟ ଓ ନିବେଶର ସହଯୋଗୀତା ଢ଼େର ଅଗ୍ରଗତି କରିସାରିଛି ।
ଗତକାଳର ପ୍ରିଟୋରିଆଠାରେ ରାଷ୍ଟ୍ରପତି ଜୁମା ଓ ମୁଁ ଆମର ପ୍ରତିରକ୍ଷା ସହଯୋଗକୁ ସାମଗ୍ରିକ ସାମାଜିକ ଓ ଆର୍ଥିକ କ୍ଷେତ୍ରର ସହଯୋଗଠାରୁ ଆହୁରି ଆଗକୁ ଆଗେଇ ନେଇଯିବାକୁ ସହମତି ହୋଇଛି । ଏଥିରେ ରହିଛି :
• ବାଣିଜ୍ୟ ଓ ନିବେଶ
• କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟର ବିକାଶ
• ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ଏବଂ
• ଦକ୍ଷତା ଓ ଅନୁଷ୍ଠାନ ପ୍ରତିଷ୍ଠା
କ୍ୱାଜୁଲୁ ନାତାଲ କ୍ଷେତ୍ରର ଏଭଳି ଅନେକ ସାମର୍ଥ୍ୟ ରହିଛି । ତେଣୁ ଡର୍ବାନ ସହ ଆମର ପାମ୍ପରିକ ସମ୍ପର୍କକୁ ଏହା ଆହୁରି ସୁଦୃଢ଼ କରିବ । ଆମର ନିରାପତ୍ତା ଓ ପ୍ରତିରକ୍ଷା ସମ୍ପର୍କକୁ ଆମେ ଅଧିକ ମଜଭୁତ କରିବାକୁ ଚାହୁଁ । ବନ୍ଧୁଗଣ, ଦକ୍ଷିଣ ଆଫ୍ରିକା ଏବଂ ବିଶେଷ କରି ଡର୍ବାନରେ ଉପସ୍ଥିତ ରହି, ମୁଁ ଯଦି କ୍ରିକେଟ କଥା ନ କହେ, ତେବେ ଏହା ଏକ “ନୋ ବଲ” ଭଳି କଥା ହେବ । ଏହି କ୍ରୀଡା ପାଇଁ ଆଗ୍ରହ ଓ ଶ୍ରଦ୍ଧା ଆମ ସମାଜରେ ଚାରିଆଡେ ବ୍ୟାପି ରହିଛି । ଏବଂ କ୍ରିକେଟ ଆମ ସମ୍ପର୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । କିଙ୍ଗ୍ସମିଡ୍ ଗ୍ରାଉଣ୍ଡ ଅନେକ ସ୍ମରଣୀୟ ମ୍ୟାଚର ସ୍ମୃତି ବହନ କରେ । ସେଥିରୁ ଅନେକ ମ୍ୟାଚ୍ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହୋଇଥିବା ମ୍ୟାଚ୍ ।
ବନ୍ଧୁଗଣ,
ଶେଷରେ ମୁଁ ଏତିକି କହିବାକୁ ଚାହେଁ, ଆମର ଏହି ପାରସ୍ପରିକ ନିର୍ଭରଶୀଳ ଦୁନିଆରେ ଭାରତର ବିକାଶ ଗାଥା ଏବଂ ଉଜ୍ୱଳତମ ସ୍ଥାନ । କିନ୍ତୁ ଭାରତର ଏହି ଆର୍ଥିକ ବିକାଶ କେବଳ ଆମ ସମାଜର ହିତ ପାଇଁ ଉଦ୍ଦିଷ୍ଟ ନୁହେଁ । ଆମ ସହଭାଗିତାର ଆଲିଙ୍ଗନ ଏବଂ ଦକ୍ଷିଣ ଆଫ୍ରିକା ଭଳି ବନ୍ଧୁରାଷ୍ଟ୍ର ପାଇଁ ବି । ଆଜି ମୁଁ ଫଏନିକ୍ସ ଆଶ୍ରମ ପରିଦର୍ଶନ କରିଛି । ଦକ୍ଷିଣ ଆଫ୍ରିକା ଅବସ୍ଥାନ କାଳରେ ଏହା ଥିଲା ଗାନ୍ଧୀଙ୍କ ବାସସ୍ଥାନ । ଗାନ୍ଧୀଙ୍କ ମନରେ ଦକ୍ଷିଣ ଆଫ୍ରିକାବାସୀଙ୍କ ପାଇଁ ଚିନ୍ତା ପ୍ରମୁଖ ସ୍ଥାନ ଅଧିକାର କରିଥିଲା । ଯଦିଚ ଏକବିଂଶ ଶତାଦ୍ଦୀରେ ଆମର ଉଦବେଗର ପରିଭାଷା ବଦଳି ଯାଇଛି, ତଥାପି ଆମ ବିକାଶର ଚିନ୍ତନ ସମାନ ରହିଛି । ତେଣୁ ମୋର ଉଦ୍ୟମ ହେଉଛି, ଆମ ବିକାଶ ସହଭାଗିତାର ସୁଫଳ ସେଇ ମାନଙ୍କ ନିକଟରେ ପହଞ୍ଚିବା ଦରକାର ଯିଏ ଏହାକୁ ଅଧିକ ଚାହାନ୍ତି, ବିଶେଷ କରି ଯୁବଶକ୍ତି ।
ତେବେ ଆସନ୍ତୁ, ପରସ୍ପରର ସହଭାଗୀ ହୋଇ ସେଇ ମହାନ୍ ସୁଯୋଗରୁ ଫାଇଦା ହାସଲ କରିବା । ଏବଂ ଆମ ଭବିଷ୍ୟତରେ ତାହା ଏକ ଉଜ୍ୱଳ ଚିହ୍ନ ହୋଇ ରହିବ । ଆପଣମାନଙ୍କୁ ପୁଣି ଥରେ, ଆପଣଙ୍କ ଭବ୍ୟ ଆତିଥ୍ୟ ଏବଂ ସମ୍ବର୍ଦ୍ଧନା ଲାଗି ଧନ୍ୟବାଦ ।
ଆପଣଙ୍କୁ ଧନ୍ୟବାଦ ।
ଆପଣମାନଙ୍କୁ ଅଶେଷ ଧନ୍ୟବାଦ
**********
Thank you very much, for your wonderful welcome to this beautiful city: PM @narendramodi at the civic reception in Durban
— PMO India (@PMOIndia) July 9, 2016
One of the hallmarks of this beautiful nation is its vibrant diversity: PM @narendramodi
— PMO India (@PMOIndia) July 9, 2016
Durban is the largest Indian city outside India. It is home to the largest population of people of Indian origin in SA: PM @narendramodi
— PMO India (@PMOIndia) July 9, 2016
In our inter-dependent world India's growth story is one of the brightest spots: PM @narendramodi in Durban
— PMO India (@PMOIndia) July 9, 2016